Kishan Sahu, Author at Sanket Tv

ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ, ବିଜେଡିର ଟାର୍ଗେଟ
ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା । ରେଳୱେକୁ ନେଇ ତେଜିଲା ରାଜନୀତି । ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି ।

ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର । କିନ୍ତୁ ଆନ୍ଧ୍ରପ୍ରଦେଶକୁ ପୂର୍ବତଟ ରେଳପଥର ଗୋଟିଏ ପରେ ଗୋଟିଏ ଅଞ୍ଚଳ କାହିଁକି ଚାଲିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ । ରାଜ୍ୟରୁ ୨୦ ଜଣ ସାଂସଦ ବିଜେପିରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହି ପ୍ରସଙ୍ଗରେ ସେମାନେ ନିରବ କାହିଁକି? ଓଡ଼ିଶାର ସ୍ୱାଭିମାନକୁ ଆନ୍ଧ୍ର ପାଖରେ ବନ୍ଧା ପକାଇଛନ୍ତି କି?

ରେଲୱେ ବୋର୍ଡର ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ବିଜେଡି । ନହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଜୋରଦାର ଆନ୍ଦୋଳନ କରିବ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ । ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୁର୍ଭାଗ୍ୟଜନକ। ଅଧିକ ରାଜସ୍ବ ଦେଉଥିବା ପୂର୍ବତଟ ରେଳପଥକୁ ପଙ୍ଗୁ କରିବାକୁ କିଛି ବର୍ଷ ହେଲା ଉଦ୍ୟମ ଚାଲିଛି। ବିଜେଡି ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ସେ ଚେତାବନୀ ଦେଇଛନ୍ତି।

କଂଗ୍ରେସ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟ ସରକାର କେତେବେଳେ ଓଡିଶାକୁ ଆନ୍ଧ୍ରରେ ମିଶାଇ ଦେବେ ତାହା କହି ହେବନାହିଁ ବୋଲି କଟାକ୍ଷ କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଓଡିଶା ଠାରୁ ଅଲଗା ହୋଇ ପଲାସା ବିଶାଖାପାଟଣା ଜୋନକୁ ଚାଲିଯାଉଛି। କିନ୍ତୁ ରାଜ୍ୟ ସରକାର ନିରୁପାୟ। ଯଦି ଇଷ୍ଟ କୋଷ୍ଟ ରେଲୱେ ଅଞ୍ଚଳ ଅନ୍ୟ ଡିଭିଜନକୁ ଯିବ ତେବେ ତେବେ ଅନ୍ୟ ରେଲୱେର ଡିଭିଜନ ଅଂଶ କାହିଁକି ଇଷ୍ଟ କୋଷ୍ଟ ରେଲୱେ ଅଧୀନକୁ ଆସିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

ବିଜେପି କହିଛି, ପଲ୍ଲାସା- ଇଚ୍ଛାପୁରମ ଡିଭିଜନ ଅନ୍ୟତ୍ର ଯାଉଥିବା ଗଣମାଧ୍ୟମରୁ ଜାଣିଲୁ। ଏଭଳି ହେଲେ ଓଡିଶା ରାଜସ୍ବ ହରେଇବ। ଏହା କିପରି ନ ଯିବ ଆମ ସରକାର ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇ ଆମ ସ୍ୱାର୍ଥ ପାଇଁ କହିବୁ ବୋଲି ସେ କହିଛନ୍ତି।

The post ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ,  ବିଜେଡିର ଟାର୍ଗେଟ appeared first on Sanket Tv.

କଉମାଛ ପାଟିରେ ପଶି ଯିବାରୁ ଯୁବକଙ୍କ ମୃତ୍ୟୁ
ବାରିପଦା (ସଂକେତ ଟିଭି): ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ପାଟିରେ କଉମାଛ ପଶି ଯିବାରୁ ମୃତ୍ୟୁ ଘଟିଛି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅବିନାଶ ବିଜୁଳି ମାଛ ଧରିବାକୁ ଯାଇଥିଲେ ପୋଖରୀକୁ:** ଦିଘି ଗାଁର ଅବିନାଶ ବିଜୁଳି (ପ୍ରଫୁଲ୍ଲ କୁମାର ବିଜୁଳିଙ୍କ ପୁଅ) ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଗାଁ ପୋଖରୀରେ ମାଛ ଧରୁଥିଲେ। ସାଥୀରେ ମାଛ ନେଇ ଆସି ତରକାରୀ କରିବେ ବୋଲି ସେ ଭାବିଥିଲେ। ତାଙ୍କ ପତ୍ନୀ ମଧ୍ୟ ତାଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ।

ମାଛ ଧରିବା ସମୟରେ ଅବିନାଶ ଏକ ଜୀବନ୍ତ ବଡ଼ କଉମାଛ ଧରିଥିଲେ। ସେ ସେହି ମାଛକୁ ଠିକ୍ ଜାଗାରେ ନରଖି ପାଟିରେ ଚାପି ଧରିଥିଲେ। ପରେ ବାଳିଆ ମାଛ ଧରିବାକୁ ଯାଇ ସେ ନିୟନ୍ତ୍ରଣ ହରାଇବାରୁ କଣ୍ଟାଯୁକ୍ତ କଉମାଛଟି ତାଙ୍କ ପାଟି ଭିତରକୁ ପଶି ଗଲା। ମାଛଟି ତାଙ୍କ ତଣ୍ଟିରେ ଅଟକି ରହିଲା, ପେଟ ଭିତରକୁ ପଶିପାରିଲା ନାହିଁ। ତାଙ୍କୁ ବହୁ ଉଦ୍ୟମ କରି ମଧ୍ୟ ମାଛ ବାହାର କରି ହୋଇନଥିଲା।

ଗୁରୁତର ଅବସ୍ଥାରେ ପୋଖରୀରେ ଥିବା ଅନ୍ୟ ଲୋକେ ତାଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି।

ଅବିନାଶ ଦିଘି ପଞ୍ଚାୟତର ସରପଞ୍ଚ ବିଜୟ ବିଜୁଳିଙ୍କ ପୁତୁରା। ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ ବେସାହାରା ହୋଇଯାଇଛନ୍ତି। ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅନୁଯାୟୀ, ବାଙ୍ଗିରିପୋଷି ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ତୁଷାର ରଂଜନ ବେହେରାଙ୍କ ଅବହେଳା ଯୋଗୁଁ ଏହି ମୃତ୍ୟୁ ଘଟିଛି। ଡାକ୍ତର ସେମାନଙ୍କ କଥା ନ ଶୁଣି ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଖବର ପାଇ ଆଇଆଇସି ପଞ୍ଚାନନ ମହାନ୍ତିଙ୍କ ନେତୃତ୍ଵରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଇବାରେ ଲାଗିଛି। ବାଙ୍ଗିରିପୋଷି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାରେ ମଧ୍ୟ ତୀବ୍ର ଉତ୍ତେଜନା ଦେଖାଯାଇଛି।

The post କଉମାଛ ପାଟିରେ ପଶି ଯିବାରୁ ଯୁବକଙ୍କ ମୃତ୍ୟୁ appeared first on Sanket Tv.

ଥାର ଗାଡ଼ି ଧକ୍କାରେ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ, ୫ ଗୁରୁତର
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଖନ୍ତାପଡ଼ା ବଜାର ନିକଟ ଖୁସି ହୋଟେଲ ସମ୍ମୁଖରେ ଆଜି ଏକ ଦ୍ରୁତଗାମୀ ଥାର ଗାଡ଼ି ଏକ ଅଟୋକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଜଣେ ଦେଢ଼ ବର୍ଷର ଶିଶୁ କନ୍ୟାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକ ଶିଶୁ କନ୍ୟା ହେଉଛି ଆଶ୍ରିତା ମହାଳିକଙ୍କ ସାନ ଝିଅ ‘ସ୍ତୁତି’। ଏଥିସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ: ମାଆ ଆଶ୍ରିତା ମହାଳିକ, ଯାଆ ସୁମିତ୍ରା ମହାଳିକ, ବାସନ୍ତୀ ପ୍ରଧାନ, ବଡ଼ ଝିଅ ସୃତି ମହାଳିକ ଏବଂ ଅଟୋ ଡ୍ରାଇଭର ସପନ କୁମାର ରାଉଳ।

ଅଟୋରେ ସୋରରୁ ଏକ ଫାଇନାନ୍ସ କମ୍ପାନୀରୁ ଋଣ ନେଇ ଘରକୁ ଫେରୁଥିଲେ ୩ ଜଣ ମହିଳା। ଥାର ଗାଡ଼ି ଅଟୋର ପଛକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଗୁରୁତର ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି।

ଆହତ ସମସ୍ତେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚକଜଗନ୍ନାଥପୁର ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଥାର ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ତାର ଘର ଔପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାହା ନେଇ ଖନ୍ତାପଡ଼ା ପୋଲିସ ତଦନ୍ତ ଜାରି ରଖିଛି।

The post ଥାର ଗାଡ଼ି ଧକ୍କାରେ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ, ୫ ଗୁରୁତର appeared first on Sanket Tv.

୯ମରୁ ୧୨ଶ୍ରେଣୀ ପାଇଁ ନୂତନ ପାଠ୍ୟକ୍ରମ ଘୋଷଣା କଲା ସିବିଏସଇ
ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୯ମ ରୁ ଦ୍ୱାଦଶ ଶ୍ରେଣୀ ପାଇଁ ନୂତନ ପାଠ୍ୟକ୍ରମ ପ୍ରକାଶ କରିଛି । ବୋର୍ଡ ଦ୍ୱାରା ଜାରି ଏକ ସର୍କୁଲାର ଅନୁଯାୟୀ, ଦେଶର ନୂତନ ଶିକ୍ଷା ଦିଗକୁ ଦୃଷ୍ଟିରେ ରଖି ଏହି ନୂତନ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଦକ୍ଷତା ଆଧାରିତ ଶିକ୍ଷା ଏବଂ ଆଧୁନିକ ଆବଶ୍ୟକତା ସହିତ ଅନୁକୂଳ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରେ ।

ସିବିଏସ୍ଇ ୧ ଏପ୍ରିଲ, ୨୦୨୬ରେ ୧୧ ଏବଂ ୧୨ ଶ୍ରେଣୀ ପାଇଁ ପାଠ୍ୟକ୍ରମ ପ୍ରକାଶ କରିଥିଲା, ଯେତେବେଳେ ୯ମ ଏବଂ ୧୦ ଶ୍ରେଣୀ ପାଇଁ ସୂଚନା ଏପ୍ରିଲ ୨ରେ ଏକ ୱେବିନାର ମାଧ୍ୟମରେ ସେୟାର କରାଯାଇଥିଲା । ୱେବିନାରଟି ଦ୍ୱାରକାର CBSE ସମନ୍ୱିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦେଶର ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷା ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ସ୍କୁଲଗୁଡ଼ିକୁ ନୂତନ ପାଠ୍ୟକ୍ରମର ଗଠନ ଏବଂ ପରିବର୍ତ୍ତନ ବିଷୟରେ ଅବଗତ କରାଯାଇଥିଲା ।

ନୂତନ ପାଠ୍ୟକ୍ରମ ସ୍କୁଲ ଶିକ୍ଷା ପାଇଁ ନ୍ୟାସନାଲ କରିକୁଲମ ଫ୍ରେମୱର୍କ (NCF-୨୦୨୩) ଏବଂ ନ୍ୟାସନାଲ ଏଜୁକେସନ ପଲିସି (NEP-୨୦୨୦)ର ସୁପାରିଶ ଉପରେ ଆଧାରିତ । ଶିକ୍ଷା ବ୍ୟବସ୍ଥାକୁ ଅଧିକ ନମନୀୟ, ବ୍ୟବହାରିକ ଏବଂ ଛାତ୍ର-କୈନ୍ଦ୍ରିକ କରିବା ପାଇଁ ପରିବର୍ତ୍ତନ କରାଯାଇଛି । ପାଠକୁ ଘୋଷିବା ବଦଳରେ ବୁଝିବା, ବିଶ୍ଳେଷଣ ଏବଂ ବ୍ୟବହାରିକ ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ମଧ୍ୟରେ ସଂଯୋଗ ବୁଝିବାକୁ ଏବଂ ଏକ ବହୁବିଧ ପଦ୍ଧତି ଗ୍ରହଣ କରିବାକୁ ଉତ୍ସାହିତ କରାଯିବ ।

CBSE ଛାତ୍ରଛାତ୍ରୀଙ୍କ ଉପରେ ଅଧ୍ୟୟନର ବୋଝ କମାଇବା ସହିତ ସେମାନଙ୍କର ଧାରଣାଗତ ବୁଝାମଣାକୁ ସୁଦୃଢ଼ କରିବା ପାଇଁ ନୂତନ ପାଠ୍ୟକ୍ରମ ଡିଜାଇନ୍ କରିଛି । ପାଠ୍ୟକ୍ରମରେ ବିଷୟବସ୍ତୁକୁ ସୀମିତ କରିବା ସହିତ, ଏହାକୁ ଅଧିକ ପ୍ରଭାବଶାଳୀ ଏବଂ ଉପଯୋଗୀ କରାଯାଇଛି । ସମାଲୋଚନାମୂଳକ ଚିନ୍ତାଧାରା, ସମସ୍ୟା ସମାଧାନ ଦକ୍ଷତା ଏବଂ ପ୍ରୟୋଗ-ଆଧାରିତ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏହା ଛାତ୍ରଛାତ୍ରୀମାନଙ୍କୁ କେବଳ ପରୀକ୍ଷା ପାଇଁ ନୁହେଁ ବରଂ ବାସ୍ତବ ଜୀବନର ଚ୍ୟାଲେଞ୍ଜ ପାଇଁ ମଧ୍ୟ ପ୍ରସ୍ତୁତ କରିବ ।

ନୂତନ ପାଠ୍ୟକ୍ରମରେ କୃତ୍ରିମ ବୁଦ୍ଧିମତ୍ତା, କମ୍ପ୍ୟୁଟେସନାଲ ଚିନ୍ତାଧାରା ଏବଂ ଡିଜିଟାଲ୍ ଦକ୍ଷତା ଭଳି ଆଧୁନିକ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଏହି ପରିବର୍ତ୍ତନକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସକ୍ଷମ କରିବା ଏବଂ ଭବିଷ୍ୟତ କ୍ୟାରିଅର ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

CBSE ସମସ୍ତ ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନୂତନ ପାଠ୍ୟକ୍ରମକୁ ତୁରନ୍ତ ଡାଉନଲୋଡ୍ କରି ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହିତ ସେୟାର କରିବାକୁ ନିର୍ଦ୍ଦେଶ ଦେଇଛି । ପାଠ୍ୟକ୍ରମ ଅନୁସାରେ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଶିକ୍ଷାଦାନ ପ୍ରଣାଳୀରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ଏବଂ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି । ଏହା ବ୍ୟତୀତ, ବିଦ୍ୟାଳୟଗୁଡ଼ିକୁ ନୂତନ ପରିବର୍ତ୍ତନ ବିଷୟରେ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଜଣାଇବା ପାଇଁ ଅଭିଭାବକ-ଶିକ୍ଷକ ବୈଠକ (PTM) ଆୟୋଜନ କରିବାକୁ କୁହାଯାଇଛି, ଯାହା ଦ୍ଵାରା ସେଗୁଡ଼ିକୁ ଅଧିବେଶନ ଆରମ୍ଭରୁ କାର୍ଯ୍ୟକାରୀ କରାଯାଇପାରିବ ।

CBSE ଦ୍ୱାରା ଆୟୋଜିତ ୱେବିନାରରେ ଦେଶବ୍ୟାପୀ ପ୍ରାୟ ୮୫,୦୦୦ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ପାଠ୍ୟକ୍ରମ ଡିଜାଇନ୍, ନୂତନ ଶିକ୍ଷାଦାନ ପଦ୍ଧତି ଏବଂ ମୂଲ୍ୟାଙ୍କନ ପ୍ରଣାଳୀ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଦ୍ୟାଳୟଗୁଡ଼ିକୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ, ପ୍ରକଳ୍ପ-ଆଧାରିତ ମୂଲ୍ୟାଙ୍କନ ଏବଂ ନିରନ୍ତର ମୂଲ୍ୟାଙ୍କନ ପ୍ରଣାଳୀ ଗ୍ରହଣ କରିବା ଉପରେ ମଧ୍ୟ ମାର୍ଗଦର୍ଶନ କରାଯାଇଥିଲା ।

CBSE ସ୍ପଷ୍ଟ କରିଛି ଯେ, ନୂତନ ପାଠ୍ୟକ୍ରମ ଶିକ୍ଷାକୁ ଅଧିକ ଅନ୍ତର୍ଭୁକ୍ତ, ଆଧୁନିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ । ବୋର୍ଡ ବିଶ୍ୱାସ କରେ ଯେ, ଏହି ପରିବର୍ତ୍ତନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ ଏବଂ ସେମାନଙ୍କର ସାମଗ୍ରିକ ବିକାଶରେ ଯୋଗଦାନ ଦେବ ।

The post ୯ମରୁ ୧୨ଶ୍ରେଣୀ ପାଇଁ ନୂତନ ପାଠ୍ୟକ୍ରମ ଘୋଷଣା କଲା ସିବିଏସଇ appeared first on Sanket Tv.

ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ାଜାହାଜ ଆଇଏନଏସ ଅରିଦମନ ନୌସେନାରେ ସାମିଲ
ବିଶାଖାପାଟଣା (ସଂକେତ ଟିଭି): ଭାରତୀୟ ନୌସେନା ଶୁକ୍ରବାର ଦିନ ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ାଜାହାଜ ଆଇଏନଏସ ଅରିଦମନକୁ ନିଜ ନୌଭେଳାରେ ସାମିଲ କରିଛି।

ଅନ୍ୟପଟେ ଯୁଦ୍ଧପୋତ ଆଇଏନଏସ ତାରାଗିରିକୁ ମଧ୍ୟ ନୌସେନାରେ ସାମିଲ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଯୁଦ୍ଧପୋତଙ୍କ ସାମିଲ ନିମନ୍ତେ ଆୟୋଜିତ କମିସନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆଇଏନଏସ ଅରିଦମନ ନୌସେନାରେ ସାମିଲ ହେବା ନେଇ ରାଜନାଥ ସିଂହ ଏକ୍ସ (ପୂର୍ବତନ ଟ୍ୱିଟର) ରେ ପୋଷ୍ଟ କରି ଲେଖିଛନ୍ତି, ‘ଶବ୍ଦ ନୁହେଁ ଶକ୍ତି’ ହେଉଛି ଅରିଦମନ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଇଏନଏସ ଅରିଦମନର ଫଟୋ ସେୟାର କରି ଲେଖିଛନ୍ତି, ‘ଭାରତର ଅଜେୟ ସାହସର ପ୍ରତିବିମ୍ବ ହେଉଛି ଅରିଦମନ’।

ସେହିପରି ନୌସେନାରେ ସାମିଲ ହୋଇଥିବା ଆଇଏନଏସ ତାରାଗିରିକୁ ମଲ୍ଟି-ରୋଲ ଅପରେସନ ପାଇଁ ପ୍ରସ୍ତୁତ କରାଯାଇଛି। ହାଇ ଇଣ୍ଟେନସିଟି କମ୍ବାଟରୁ ଆରମ୍ଭ କରି ସମୁଦ୍ର ସୁରକ୍ଷା, ସମୁଦ୍ର ଡକାୟତୀ ବିରୋଧୀ ଅଭିଯାନ, ଉପକୂଳ ତଦାରଖ ଓ ମାନବୀୟ ମିସନ ପାଇଁ ଏହାକୁ ଉପଯୁକ୍ତ ଯୁଦ୍ଧପୋତ ବୋଲି କୁହାଯାଇଛି।

ଏହି ଜାହାଜଟି ୭୫% ସ୍ୱଦେଶୀ। ଏହାର ଅର୍ଥ ହେଉଛି, ବର୍ତ୍ତମାନ ଜାହାଜ ନିର୍ମାଣରେ ଆମେ ଆଉ ଗ୍ରାହକ ନୁହେଁ, ବରଂ ଉତ୍ପାଦକ ହୋଇସାରିଛୁ। ଆଇଏନଏସ ତାରାଗିରି ପି-୧୭-ଏ କ୍ଲାସର ଚତୁର୍ଥ ଜାହାଜ।

ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଉଛି, ଏହାକୁ ଭାରତର ୱାରସିପ୍ ଡିଜାଇନ ବ୍ୟୁରୋର ଇଞ୍ଜିନିୟରମାନେ ଡିଜାଇନ କରିଛନ୍ତି ଏବଂ ମଝଗାଓଁ ଡକ୍ ସିପବିଲ୍ଡର୍ସ ଏହାକୁ ନିର୍ମାଣ କରିଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ, ଆଇଏନଏସ ତାରାଗିରି କେବଳ ଏକ ଯୁଦ୍ଧପୋତ ନୁହେଁ, ବରଂ ଭାରତୀୟ ନୌସୈନିକ ଶକ୍ତିର ପ୍ରତୀକ।

The post ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ାଜାହାଜ ଆଇଏନଏସ ଅରିଦମନ ନୌସେନାରେ ସାମିଲ appeared first on Sanket Tv.

ସହରାଞ୍ଚଳରେ ୩ ମାସ ମଧ୍ୟରେ ପିଏନଜି ସଂଯୋଗ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସବୁ ସହରାଞ୍ଚଳକୁ ପାଇପ୍ କୁକିଂ ଗ୍ୟାସ୍ (PNG) ସଂଯୋଗ ଯୋଗାଇ ଦିଆଯିବ। ତୈଳ କମ୍ପାନୀଙ୍କ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସହରାଞ୍ଚଳରେ ଆଗାମୀ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି।

ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତିମାନେ ମଧ୍ୟ PNG ସୁବିଧା ପାଇବେ। ଏହି ନିଷ୍ପତ୍ତି ଫଳରେ ଭଡ଼ାଟିଆ ମାନେ ମଧ୍ୟ ଏହି ସୁବିଧାରୁ ଉପକୃତ ହୋଇପାରିବେ।

ଗ୍ରାମାଞ୍ଚଳ ପାଇଁ LPG ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ। ଗ୍ୟାସ୍ କଳାବଜାରୀ ରୋକିବାକୁ e-KYC ବ୍ୟବସ୍ଥା ଆପଣାଯିବ। e-KYC ସରିଗଲେ କେହି ଅନ୍ୟର ନାଁରେ ଗ୍ୟାସ୍ ନେଇପାରିବେ ନାହିଁ।

ତେବେ ଯେଉଁମାନେ PNG ସଂଯୋଗ ନେଇଛନ୍ତି, ସେମାନଙ୍କୁ LPG ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହରଗୁଡ଼ିକରେ PNG ସଂଯୋଗ ପାଇଁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ, ଯୋଗାଣ ସଚିବ ଓ ତୈଳ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

The post ସହରାଞ୍ଚଳରେ ୩ ମାସ ମଧ୍ୟରେ ପିଏନଜି ସଂଯୋଗ appeared first on Sanket Tv.

ରିଲ୍ସ ସୁଟିଂ ବେଳେ ସାଳନ୍ଦୀ ନଦୀ ବୁଡି ଯୁବକଙ୍କ ମୃତ୍ୟୁ
ଭଦ୍ରକ(ସଂକେତ ଟିଭି): ସୋସିଆଲ ମିଡିଆ ରିଲ୍ସ ବନାଉଥିବା ବେଳେ ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ କେନ୍ଦୁଝର ଜିଲ୍ଲାର ମିଥୁନ ନାୟକ ବୋଲି ଚିହ୍ନଟ ହୋଇଛି।

ଘଟଣାଟି ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ। ମିଥୁନଙ୍କ ସହ ତାଙ୍କର ଦୁଇ ବନ୍ଧୁ ହିମାଂଶୁ ସେଖର ନାୟକ ଓ ଅନ୍ୟ ଜଣେ ଯୁବକ ମିଶି ରିଲ୍ସ ତିଆରି ପାଇଁ ବ୍ରିଜ ଉପରୁ ନଦୀକୁ ଡେଇଁବାକୁ ଚେଷ୍ଟା କରୁଥିଲେ।

ସୂଚନା ଅନୁଯାୟୀ, କେନ୍ଦୁଝରରୁ ଭଦ୍ରକରେ ରହି ଶ୍ରମିକ କାମ କରୁଥିବା ଏହି ତିନି ସାଙ୍ଗ ରିଲ୍ସ ତିଆରି ପାଇଁ ସନ୍ତିଆ ବ୍ରିଜକୁ ଆସିଥିଲେ। ପ୍ରଥମେ ହିମାଂଶୁ ଡେଇଁଥିଲେ, ତା’ପରେ ମିଥୁନ ଡେଇଁଥିଲେ। ତୃତୀୟ ସାଙ୍ଗ ବ୍ରିଜ ଉପରେ ରହି ଭିଡିଓ ରେକର୍ଡ କରୁଥିଲେ। ହିମାଂଶୁ ପହଁରି କୂଳକୁ ଆସି ବର୍ତ୍ତି ଯାଇଥିବା ବେଳେ ତୀବ୍ର ସ୍ରୋତରେ ମିଥୁନ ଭାସିଯାଇଥିଲେ। ମିଥୁନ ପାଣି ଭିତରୁ ଉପରକୁ ନ ଉଠିବାରୁ ତାଙ୍କ ବନ୍ଧୁମାନେ ଚିତ୍କାର କରି ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଓ ଓଡ଼ିଶା ଡିଜାଷ୍ଟର ରାପିଡ ଆକ୍ସନ ଫୋର୍ସ (ଓଡ୍ରାଫ୍) ୨ ଘଣ୍ଟା ୩୦ ମିନିଟରୁ ଅଧିକ ସମୟ ଧରି ଖୋଜାଖୋଜି ଚଳାଇଥିଲା। ପରେ ଅଗ୍ନିଶମ କର୍ମଚାରୀ ମିଥୁନଙ୍କ ଶବ ନଦୀରୁ ଉଦ୍ଧାର କରିଥିଲେ।

ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣାରେ ଏକ ଅପମୃତ୍ୟୁ ମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

The post ରିଲ୍ସ ସୁଟିଂ ବେଳେ ସାଳନ୍ଦୀ ନଦୀ ବୁଡି ଯୁବକଙ୍କ ମୃତ୍ୟୁ appeared first on Sanket Tv.

୪୦ଟି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉପରୁ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ସଂକେତ ଟିଭି): ପେଟ୍ରୋଲିୟମ ସଂକଟ ଭିତରେ କେନ୍ଦ୍ର ସରକାର ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟିକ ଶିଳ୍ପକୁ ବଡ଼ ପ୍ରୋତ୍ସାହନ ଦେଇଛନ୍ତି। ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଶୁଳ୍କ ଛାଡ଼ କରାଯାଇଥିବା ଜଣାଯାଇଛି।

ମୋଟ ୪୦ଟି ପଦାର୍ଥ ଉପରୁ ଶୁଳ୍କ ହଟାଯାଇଛି। ଏଥିରେ ଆନହାଇଡ୍ରସ୍ ଆମୋନିଆ ରହିଛି, ଯାହା ସାର ତିଆରିରେ ବ୍ୟବହୃତ ହୁଏ। ସେହିପରି ମିଥାନୋଲ, ଟୋଲୁଇନ୍, ଷ୍ଟାଇରିନ୍ ଓ ଭିନାଇଲ୍ କ୍ଲୋରାଇଡ୍ ମନୋମର ଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉପରୁ ମଧ୍ୟ ଶୁଳ୍କ ଛାଡ଼ କରାଯାଇଛି।

ଏହି ନିଷ୍ପତ୍ତି ଦ୍ୱାରା ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ବିଶେଷ ଫାଇଦା ମିଳିବ। ଶିଳ୍ପଗୁଡ଼ିକ ଶସ୍ତା ମୂଲ୍ୟରେ କଞ୍ଚାମାଲ ପାଇପାରିବେ। ଟେକ୍ସଟାଇଲ୍ ଶିଳ୍ପରେ ସିନ୍ଥେଟିକ୍ ଫାଇବର ତିଆରି ଖର୍ଚ୍ଚ କମିବ। ଔଷଧ ନିର୍ମାଣରେ ବ୍ୟବହୃତ ରାସାୟନିକ ପଦାର୍ଥ ସହଜରେ ଉପଲବ୍ଧ ହେବ। ଗାଡ଼ିର ବିଭିନ୍ନ ପାର୍ଟସ୍ ଓ ଟାୟାର ନିର୍ମାଣ ମଧ୍ୟ ସହଜ ହେବ।

ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ବିଶ୍ୱବ୍ୟାପୀ ସପ୍ଲାଇ ଚେନ୍ ବ୍ୟାହତ ହୋଇଥିବା ବେଳେ ଭାରତର ପେଟ୍ରୋକେମିକାଲ୍ କଞ୍ଚାମାଲ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ବର୍ତ୍ତମାନ ଏହି ନିଷ୍ପତ୍ତି ପରେ ଘରୋଇ ଶିଳ୍ପକୁ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ସହଜରେ ମିଳିପାରିବ। ଡାଉନ୍ ଷ୍ଟ୍ରିମ୍ ଶିଳ୍ପରେ ଉତ୍ପାଦନ ଖର୍ଚ୍ଚ କମିବ ଏବଂ ଦେଶର ଯୋଗାଣ ଶୃଙ୍ଖଳରେ ସ୍ଥିରତା ଆସିବ।

The post ୪୦ଟି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉପରୁ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର appeared first on Sanket Tv.

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭଡା ବଢାଇଲା ଇଣ୍ଡିଗୋ
ନୂଆଦିଲ୍ଲୀ (ସଂକେତ ଟିଭି): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ପାଇଁ ଇନ୍ଧନ ସରଚାର୍ଜ ବୃଦ୍ଧି କରିବାକୁ ଘୋଷଣା କରିଛି। ଏୟାର ଟର୍ବାଇନ୍ ଇନ୍ଧନ (ATF) ସରଚାର୍ଜର ମୂଲ୍ୟ ବୃଦ୍ଧି ହେବା ଯୋଗୁଁ ଏହାର ପ୍ରଭାବ ଯାତ୍ରୀଙ୍କ ଉପରେ ପଡ଼ିଛି। ଇନ୍ଧନ ମହଙ୍ଗା ହେବା ମଧ୍ୟରେ ଇଣ୍ଡିଗୋ ଇନ୍ଧନ ଚାର୍ଜରେ ସଂଶୋଧନ କରିଛି। ୨ ଏପ୍ରିଲଠାରୁ ହୋଇଥିବା ସମସ୍ତ ବୁକିଂ ଉପରେ ଏହା ଲାଗୁ କରାଯାଇଛି।

ପ୍ରଥମେ ସମସ୍ତ ଘରୋଇ ରୁଟରେ ୪୨୫ ଟଙ୍କାର ଫ୍ଲାଟ୍ ଇନ୍ଧନ ଚାର୍ଜ ଲାଗୁ ହେଉଥିଲା। ଏବେ ଏହି ଦୂରତା ଆଧାରରେ ନିଷ୍ପତ୍ତି ନିଆଯାଇଛି। ୫୦୦ କିଲୋମିଟର ପର୍ଯ୍ୟନ୍ତ ବିମାନ ଚାର୍ଜ ୨୭୫ ଟଙ୍କା, ୫୦୦ରୁ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ୪୦୦ ଟଙ୍କା, ୧୦୦୦ରୁ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ୬୦୦ ଟଙ୍କା, ୧୫୦୦ରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ୮୦୦ ଟଙ୍କା ଥିଲାବେଳେ ୨୦୦୦ କିଲୋମିଟରରୁ ଅଧିକ ଉଡ଼ାଣ ଭରିବାକୁ ୯୫୦ ଟଙ୍କା ଚାର୍ଜ ଲାଗୁ କରାଯିବ।

ଅଳ୍ପ ରୁଟ୍ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତି ରହିଛି। କିନ୍ତୁ ଲମ୍ବା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଚାର୍ଜ ବୃଦ୍ଧି ପାଇଛି। ୧୪ ମାର୍ଚ୍ଚରେ ପ୍ରଥମେ ଇନ୍ଧନ ଚାର୍ଜ ଲଗାଯାଇଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ବିମାନ କମ୍ପାନୀକୁ ଏହାକୁ ପୁଣି ଥରେ ସଂଶୋଧନ କରିବାକୁ ପଡ଼ିଛି।

ସେହିପରି ଘରୋଇ ଉଡ଼ାଣ ଉପରେ ସରକାର ହସ୍ତକ୍ଷେପ କରିଛନ୍ତି, ଯାହା ଦ୍ବାରା ଯାତ୍ରୀଙ୍କୁ ଆଶ୍ବସ୍ତି ଦେଇଛି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଟିକେଟ୍ ମୂଲ୍ୟରେ ହଠାତ୍ ବୃଦ୍ଧିକୁ ଏଡ଼ାଇବା ପାଇଁ ବିମାନ କମ୍ପାନୀଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ସାମାନ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ସରକାରଙ୍କ ଦ୍ବାରା କୌଣସି ସୀମା ଲାଗୁ କରାଯାଇନାହିଁ, ଫଳରେ ଇନ୍ଧନ ଚାର୍ଜ ଖୁବ୍ ଜୋରରେ ବୃଦ୍ଧି ପାଉଛି।

୧୪ ମାର୍ଚ୍ଚରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଇନ୍ଧନ ସରଚାର୍ଜ ପ୍ରାୟ ୯୦୦ ଟଙ୍କା, ଦକ୍ଷିଣ ଏସିଆ ଏବଂ ଚୀନରେ ୧୮୦୦ ଟଙ୍କା, ୟୁରୋପରେ ୨୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଆଜିଠାରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଇନ୍ଧନ ଚାର୍ଜ ୩୦୦୦ରୁ ୫୦୦୦ ଟଙ୍କା, ଦକ୍ଷିଣ ଏସିଆ ଏବଂ ଚୀନରେ ୩୫୦୦ରୁ ୫୦୦୦ ଟଙ୍କା, ତୁର୍କୀ-ଗ୍ରୀସ୍ ପାଇଁ ୭୫୦୦ ଟଙ୍କା ଏବଂ ୟୁରୋପ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ମାତ୍ର ୩ ସପ୍ତାହ ମଧ୍ୟରେ ଇନ୍ଧନ ଚାର୍ଜ ତିନିରୁ ଚାରି ଗୁଣା ବୃଦ୍ଧି ପାଇଛି।

ଅନ୍ୟପଟେ ଇନ୍ଧନ ଚାର୍ଜରେ ଏହି ଟିକେଟ ବୃଦ୍ଧିର ମୋଟ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ। ବିଶେଷକରି ଅନ୍ତର୍ଜାତୀୟ ଏବଂ ଦୂର ବିମାନ ଯାତ୍ରୀମାନଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ଦେୟ ଦେବାକୁ ପଡ଼ିବ। ବିମାନ କମ୍ପାନୀ କହିଛି ଯେ ଯାତ୍ରୀଙ୍କ ଉପରେ ଏହା ସମ୍ପୂର୍ଣ୍ଣ ବୋଝ ଲଦି ଦେଇନାହିଁ। କିନ୍ତୁ ଯଦି ATF ମୂଲ୍ୟ ଏହି ହାରରେ ବୃଦ୍ଧି ପାଇବା ଜାରି ରହେ, ତେବେ ଭବିଷ୍ୟତରେ ବିମାନ ଭଡ଼ା ଆହୁରି ବୃଦ୍ଧି ପାଇପାରେ।

The post ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭଡା ବଢାଇଲା ଇଣ୍ଡିଗୋ appeared first on Sanket Tv.

ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ୍
ନୂଆଦିଲ୍ଲୀ (ସଂକେତ ଟିଭି): ଆମ ଆଦମୀ ପାର୍ଟି (ଆପ୍) ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇବାକୁ ଚିଠି ଲେଖିଛି। ରାଜ୍ୟସଭା ସଚିବାଳୟକୁ ଏହି ଚିଠି ପଠାଇଛି ଆପ୍। ଦଳ ପାଇଁ ଆହୁତ ସମୟରେ ରାଘବଙ୍କୁ ଆଲର୍ଟ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସେହିପରି ପଞ୍ଜାବର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍ର ନୂଆ ଉପନେତା ଭାବେ ନିଯୁକ୍ତି ଦେବାକୁ ଚିଠିରେ ଦର୍ଶାଯାଇଛି।

ସୂତ୍ର ଅନୁଯାୟୀ, ଚିଠିରେ କୁହାଯାଇଛି ଯେ ଚଢ଼ା, ଯିଏ ପଞ୍ଜାବର ରାଜ୍ୟସଭା ସାଂସଦ ମଧ୍ୟ, ତାଙ୍କୁ ଆପ୍ର କୋଟାରୁ ଗୃହରେ କହିବାକୁ ସମୟ ଦିଆଯିବା ଉଚିତ୍ ନୁହେଁ। ବର୍ତ୍ତମାନ ଆପ୍ର ରାଜ୍ୟସଭାରେ ୧୦ ଜଣ ସଦସ୍ୟ ଅଛନ୍ତି – ପଞ୍ଜାବରୁ ୭ ଜଣ ଏବଂ ଦିଲ୍ଲୀରୁ ୩ ଜଣ। ଦଳୀୟ କାର୍ଯ୍ୟକଳାପରୁ ରାଘବଙ୍କ ଦୂରତା ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ନୀରବତା ଏହି ଚିଠି ପଛର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି।

ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ଦଳୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ ନ କରିବା ଯୋଗୁଁ ରାଘବ ଚଢ଼ାଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି। ସେ ଦୀର୍ଘ ସମୟ ଧରି ପ୍ରମୁଖ ଦଳୀୟ ପ୍ରସଙ୍ଗରେ ନୀରବ ରହିଥିଲେ। ବିଶେଷକରି, ଯେତେବେଳେ ଅରବିନ୍ଦ କେଜରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଆଶ୍ୱସ୍ତି ମିଳିଥିଲା, ସେତେବେଳେ ଚଢ଼ା ତାଙ୍କୁ ଭେଟି ନଥିଲେ କିମ୍ବା ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ତାଙ୍କର ଏହି ନୀରବତାକୁ ଦଳଠାରୁ ଦୂରତା ଭାବରେ ବିବେଚନା କରାଯାଇଥିଲା।

ରାଘବ ଚଢ଼ା ଆପ୍ର ଜଣେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ମୁଖପାତ୍ର। ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ୨୦୨୨ରେ ପଞ୍ଜାବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୩୭ ବର୍ଷ ବୟସରେ ସେ ସବୁଠାରୁ କମ୍ ବୟସ୍କ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ଅନ୍ୟତମ। ଡିସେମ୍ବର ୨୦୨୩ରେ, ଯେତେବେଳେ ଆପ୍ ସାଂସଦ ସଞ୍ଜୟ ସିଂହ ଜେଲରେ ଥିଲେ, ରାଘବ ଚଢ଼ାଙ୍କୁ ଦଳର ରାଜ୍ୟସଭା ନେତା ନିଯୁକ୍ତ କରାଯାଇଥିଲା। ସେ ପିଲାମାନଙ୍କ ଶିକ୍ଷାର ବର୍ଦ୍ଧିତ ମୂଲ୍ୟ, କର୍ପୋରେଟ୍ ଠକେଇ ଏବଂ ସଂସଦରେ ପୁନର୍ବାର ପ୍ରତ୍ୟାହାର ଅଧିକାର ଭଳି ପ୍ରସଙ୍ଗ ଉଠାଇଥିଲେ।

ଡକ୍ଟର ଅଶୋକ କୁମାର ମିତ୍ତଲ ପଞ୍ଜାବର ଜଳନ୍ଧରରୁ ଆସିଛନ୍ତି। ସେ ଲଭଲି ପ୍ରଫେସନାଲ ୟୁନିଭରସିଟି (ଏଲପିୟୁ)ର ପ୍ରତିଷ୍ଠାତା କୁଳପତି। ବ୍ୟବସାୟୀରୁ ରାଜନେତା ହୋଇଥିବା ମିତ୍ତଲ ୨୦୨୨ରେ ଆପ୍ ଟିକେଟରେ ପଞ୍ଜାବରୁ ରାଜ୍ୟସଭା ନିର୍ବାଚନ ଜିତିଥିଲେ। ସେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି। ଜଣେ ସକ୍ରିୟ ଆପ୍ ସାଂସଦ ଭାବେ ସେ ଗୃହରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରମୁଖ ଭାବରେ ବକ୍ତବ୍ୟ ରଖିଛନ୍ତି।

The post ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ୍ appeared first on Sanket Tv.