General Archives - Sanket Tv

ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ(ସଂକେତ ଟିଭି): ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ପ୍ରକଳ୍ପରେ କଥିତ ଅନିୟମିତତା ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଆଇନଜୀବୀ ଏନ୍. ହରିହରନ୍ କୋର୍ଟରେ ଯୁକ୍ତି ରଖି କହିଥିଲେ ଯେ, ମାମଲା ରୁଜୁ ହେବାର ପ୍ରାୟ ୨୭ ମାସ ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଦୀର୍ଘ ସମୟ ମଧ୍ୟରେ ତାଙ୍କୁ କେବଳ ଥରେ ପଚରାଉଚରା ପାଇଁ ଡକାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଥରେ ଡକାଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ଓକିଲ ଉଲ୍ଲେଖ କରିଥିଲେ।

ଓକିଲ ଆହୁରି ଯୁକ୍ତି ଦେଇଥିଲେ ଯେ, ମାମଲା ସହ ଜଡ଼ିତ ସମସ୍ତ ସାମଗ୍ରୀ, ଦସ୍ତାବିଜ ଓ ପ୍ରମାଣ ତଦନ୍ତକାରୀ ସଂସ୍ଥା ଆଗରୁ ଜବତ କରିସାରିଛି। ତେଣୁ ତାଙ୍କୁ ହେପାଜତରେ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ପକ୍ଷର ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ।

ଅପରପକ୍ଷରେ, ଆଣ୍ଟି କରପ୍ସନ୍ ବ୍ରାଞ୍ଚ (ଏସିବି) ଜାମିନକୁ ଜୋରଦାର ବିରୋଧ କରିଥିଲା। ତଦନ୍ତକାରୀ ସଂସ୍ଥା ପକ୍ଷରୁ ସତ୍ୟେନ୍ଦ୍ର ଜୈନଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଦାବି କରାଯିବା ସହ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବା ବେଳେ ଏହି ଦିଗକୁ ବିଚାର କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ଜଳ ବୋର୍ଡର ଏସଟିପି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ କଥିତ ଅନିୟମିତତା ମାମଲାରେ ଏସିବି ଅଗଷ୍ଟ ୧୮ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ୨୦୨୪ ମେ ମାସରେ ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ଡାଇରେକ୍ଟୋରେଟ୍ର ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା।

The post ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ appeared first on Sanket Tv.

ହାଇୱେ ନିର୍ମାଣର ଗୁଣବତ୍ତା ଯାଞ୍ଚ ପାଇଁ ହେବ ଥାର୍ଡପାର୍ଟି ଅଡିଟ୍
ନୂଆଦିଲ୍ଲୀ(ସଂକେତ ଟିଭି): ଦେଶରେ ନିର୍ମାଣାଧୀନ ଏକ୍ସପ୍ରେସ୍ ୱେ ଓ ଜାତୀୟ ରାଜପଥଗୁଡ଼ିକର କାମର ଗୁଣବତ୍ତା ସୁଧାରିବା ଏବଂ ଅବହେଳା ରୋକିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମନ୍ତ୍ରାଳୟ ପକ୍ଷରୁ ଦେଶର ପାଖାପାଖି ୫ ହଜାର କିଲୋମିଟର ଦୀର୍ଘ ସଡ଼କ ପ୍ରକଳ୍ପର ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୃତୀୟପକ୍ଷ (ଥାର୍ଡପାର୍ଟି) ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଛି।

ଏଥିପାଇଁ ମନ୍ତ୍ରାଳୟ ‘ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍’ (ଇଆଇଏଲ)କୁ ନିରୀକ୍ଷଣ ଏଜେନ୍ସି ଭାବେ ଚୟନ କରିଛି। ଇଆଇଏଲ୍ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଥିବା ଏକ ଇଞ୍ଜିନିୟରିଂ କନସଲଟାନ୍ସି ସଂସ୍ଥା। ଏହି ଏଜେନ୍ସିକୁ ଆରମ୍ଭରେ ୩ ବର୍ଷ ଅବଧି ପାଇଁ ନିଯୁକ୍ତ କରାଯିବ ଏବଂ ଏହା ଦେଶବ୍ୟାପୀ ଏକ୍ସପ୍ରେସ୍ ୱେ, ୬ ଲେନ୍ ଓ ୪ ଲେନ୍ ଜାତୀୟ ରାଜପଥଗୁଡ଼ିକର ଅଡିଟ୍ କରିବ।

ବର୍ତ୍ତମାନ ଏହି ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ (ଥାର୍ଡପାର୍ଟି କ୍ୱାଲିଟି ଅଡିଟ୍) ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା କରାଯାଉଛି। ଏଥିରେ ଅଧିକାଂଶ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏବଂ ଅନ୍ୟ ସରକାରୀ ସଂସ୍ଥାଦ୍ୱାରା ସୂଚୀବଦ୍ଧ ଅବସରପ୍ରାପ୍ତ ସରକାରୀ ଇଞ୍ଜିନିୟରମାନେ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। ମାତ୍ର ନୂତନ ବ୍ୟବସ୍ଥାରେ ବୃତ୍ତିଗତ ସଂସ୍ଥା ଦ୍ୱାରା ଅଧିକ ସ୍ୱଚ୍ଛ ଓ କଡ଼ା ଯାଞ୍ଚ ହୋଇପାରିବ ବୋଲି ଆଶା କରାଯାଉଛି।

ନୂତନ ଯୋଜନା ଅନୁଯାୟୀ, ଇଆଇଏଲକୁ ମୋଟ ୫ ହଜାର କିଲୋମିଟର ଦୀର୍ଘ ସଡ଼କ ନେଟୱାର୍କର ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯିବ। ଏଥିରେ ୭୭୦ କିଲୋମିଟର ଏକ୍ସପ୍ରେସ୍ ୱେ, ୨,୨୦୦ କିଲୋମିଟର ୬ ଲେନ୍ ରାଜପଥ, ଏବଂ ୪ ଲେନ୍ ଓ ୨ ଲେନ୍ ରାଜପଥର ୧ ହଜାର କିଲୋମିଟର ଲେଖାଏଁ ଅଂଶ ସାମିଲ ରହିବ। ଇଆଇଏଲର ଭୂମିକା ମୁଖ୍ୟତଃ ଅନୁବନ୍ଧରେ ନିର୍ଦ୍ଧାରିତ ଟେକ୍ନିକାଲ୍ ମାନ ଓ ଗାଇଡଲାଇନ୍ ପାଳନର ଯାଞ୍ଚ ଓ ନିରୀକ୍ଷଣ ମଧ୍ୟରେ ସୀମିତ ରହିବ।

ଏହି ନିଷ୍ପତ୍ତିର ପୃଷ୍ଠଭୂମିରେ ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ନିର୍ଦ୍ଦେଶ। ଚଳିତ ବର୍ଷ ଆରମ୍ଭରେ ପିଏମଓ ସଡ଼କ ପରିବହନ ମନ୍ତ୍ରାଳୟକୁ ସ୍ୱତନ୍ତ୍ର ଥାର୍ଡପାର୍ଟି ଅଡିଟ୍ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ପୂର୍ବରୁ ମଧ୍ୟ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏଭଳି ଯାଞ୍ଚ କରିସାରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ‘ସ୍ୱର୍ଣ୍ଣ ଚତୁର୍ଭୁଜ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ମଧ୍ୟ ଇଆଇଏଲ ଏହି ଦାୟିତ୍ୱ ନିର୍ବାହ କରିଥିଲା।

The post ହାଇୱେ ନିର୍ମାଣର ଗୁଣବତ୍ତା ଯାଞ୍ଚ ପାଇଁ ହେବ ଥାର୍ଡପାର୍ଟି ଅଡିଟ୍ appeared first on Sanket Tv.

ନେପାଳ-ତିବ୍ବତ ବନ୍ୟା: ୨୮୮ ଭାରତୀୟ ନିଖୋଜ, ଚୀନରେ ଫଶିଛନ୍ତି ୨୦୦
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତ ବିଦେଶ ମନ୍ତ୍ରାଳୟ (ଏମଇଏ) ଗୁରୁବାର କହିଛନ୍ତି ଯେ ଦୁଇ ଦେଶଙ୍କ ହିମାଳୟ ସୀମାବର୍ତ୍ତି ଅଞ୍ଚଳରେ ଭୀଷଣ ବନ୍ୟା ପରେ ନେପାଳରେ ଅନୁନ୍ୟ ୨୮୮ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି ଏବଂ ବାକି ୨୦୦ ଲୋକ ଚୀନରେ ଫଶି ରହିଛନ୍ତି। ଏମଇଏ କହିଛନ୍ତି ଯେ ନିଖୋଜ ଲୋକଙ୍କ ମଧ୍ୟରେ ପର୍ଯ୍ୟଟକ ଏବଂ ନେପାଳରେ କାମ କରୁଥିବା ଭାରତୀୟ ଅଛନ୍ତି। ଏହା ଛଡ଼ା ମନ୍ତ୍ରାଳୟ କହିଛନ୍ତି ଯେ ତାମିଲନାଡୁର ୨୧ ଜଣ ଭାରତୀୟ ନାଗରିକଙ୍କୁ ନେପାଳରେ ଉଦ୍ଧାର କରାଯାଇଛି। ଏମାନେ କୈଳାଶ ମାନସରୋବର ଯାତ୍ରାରେ ଯାଇଥିଲେ।

ବନ୍ୟାରେ ଗୁରୁତର ପ୍ରଭାବିତ ନେପାଳରେ ଅନେକ ଲୋକ ଫଶି ରହିଥିବା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଏଥିରେ ପ୍ରଥମ ଗ୍ରୁପ୍ ୭୩ ଜଣିଆ ଦଳ ହୋଇଥିବା ବେଳେ ଏମାନେ ତ୍ରିଶୁଳୀ-୧ ପାୱାର ପ୍ରୋଜେକ୍ଟରେ କାମ କରୁଥିଲେ। ଏହା ଛଡ଼ା ତାମିଲନାଡୁ ନାଗରିକଙ୍କ ୨ଟି ଗ୍ରୁପ୍ ରହିଛି। ଗୋଟିଏରେ ୩୭ ଜଣ ଏବଂ ଅନ୍ୟଟିରେ ୪୯ ଜଣ ଲୋକ ଅଛନ୍ତି ଯେଉଁମାନେ ସମ୍ରାଟ ଏବଂ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ମାଧ୍ୟମରେ କୈଳାଶ ମାନସରୋବର ଯାତ୍ରାରେ ଯାଇଥିଲେ। ସେହିପରି ପଶ୍ଚିମବଙ୍ଗର ୩୨ ଜଣିଆ ଗ୍ରୁପ୍ ସମ୍ରାଟ ଟ୍ରାଭେଲସ୍ ସହାୟତାରେ ରସୁଭା ଜିଲ୍ଲାର ତିମୁରେ ଯାଇଥିଲେ।

ଜୟସ୍ୱାଲ କହିଛନ୍ତି ଯେ ଏହା ବାଦେ ଅଲଗା ଅଲଗା ରାଜ୍ୟର ୬୧ ଜଣିଆ ଏକ ଗ୍ରୁପ୍ ଥିବା ବେଳେ କେରଳର ୩୩ ଜଣିଆ ଗ୍ରୁପ୍ ମଧ୍ୟ ନେପାଳରେ ଫଶିଛି। ଏହି ପାଞ୍ଚଟି ମୁଖ୍ୟ ଗ୍ରୁପ୍ରେ ମୋଟ ୨୮୮ ଜଣ ଭାରତୀୟ ଥିବା ବେଳେ ସେମାନଙ୍କ ସହ କୌଣସି ସମ୍ପର୍କ ହୋଇପାରୁନାହିଁ। ଏଥିରେ ଜୟସ୍ୱାଲ କହିଛନ୍ତି ଯେ ଆମ ପାଖରେ ମୃତ୍ୟୁ ସଂଖ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ସେଠାରେ ପରିସ୍ଥିତି ଲଗାତାର ବଦଳୁଥିବା ଜୟସ୍ୱାଲ କହିଛନ୍ତି।

ଅନ୍ୟପଟେ ନେପାଳୀ ଅଧିକାରୀ କହିଛନ୍ତି ଯେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନୁନ୍ୟ ୨୮୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮୨୬ ଜଣ ନିଖୋଜ ଅଛନ୍ତି। ସେହିପରି ତିବ୍ବତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮୮ ଜଣ ନିଖୋଜ ଅଛନ୍ତି। ନେପାଳୀ ଅଧିକାରୀଙ୍କ ସୂଚନା ଅନୁସାରେ ୧୨ରୁ ଅଧିକ ସଂଯୋଗକାରୀ ପୋଲ ଭାସିଯାଇଥିବା ବେଳେ ୪୦ କିଲୋମିଟର ସଡ଼କ କ୍ଷତିଗ୍ରସ୍ତ ହୋଇଛି। ଏଣୁ ତଲାସ ଅଭିଯାନରେ ବ୍ୟବଧାନ ଆସୁଛି।

The post ନେପାଳ-ତିବ୍ବତ ବନ୍ୟା: ୨୮୮ ଭାରତୀୟ ନିଖୋଜ, ଚୀନରେ ଫଶିଛନ୍ତି ୨୦୦ appeared first on Sanket Tv.

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ
କାଠମାଣ୍ଡୁ (ସଂକେତ ଟିଭି): ନେପାଳର ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଭୟଙ୍କର ବନ୍ୟା ପରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଏହି ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୧ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଲା, ୧୦୫ ଜଣ ଭାରତୀୟ ପର୍ଯ୍ୟଟକ ନିଖୋଜ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ୩୧ ଜଣ ମାନସରୋବର ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଅଛନ୍ତି। ନେପାଳ ପର୍ଯ୍ୟଟକ ବୋର୍ଡ ଏହି ସୂଚନା ଦେଇଛି।

ବୋର୍ଡ ତରଫରୁ ନିଖୋଜ ଭାରତୀୟ ତୀର୍ଥଯାତ୍ରୀଙ୍କ ଖୋଜାଖୋଜି ଜାରି ରହିଛି। ସମୁଦାୟ ୪୦୦ ପର୍ଯ୍ୟଟକ ନିଖୋଜ ଥିବା ଜଣାପଡ଼ିଛି, ଯେଉଁମାନଙ୍କ ମଧ୍ୟରେ ୨୯୧ ଜଣ ବିଦେଶୀ ପର୍ଯ୍ୟଟକ, ୩୭ ଜଣ ଏନଆରଆଇ ଏବଂ ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଆମେରିକା, ମାଲେସିଆ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାର ନାଗରିକ ରହିଛନ୍ତି।

ସୀମା ଶୁଳ୍କ ପରିସର ମଧ୍ୟକୁ ବନ୍ୟା ଜଳ ପଶିଯିବାରୁ ସେଠାରେ ପାର୍କିଂ କରାଯାଇଥିବା ୨୦୦ରୁ ଅଧିକ ପରିବହନ ଗାଡ଼ି ଓ ବୈଦ୍ୟୁତିକ ଯାନ ଭାସିଯାଇଛି। ଚୀନ୍ ସୀମା ସଂଲଗ୍ନ ତିବ୍ଦତ ଅଞ୍ଚଳରୁ ରସୁଆ ଜିଲ୍ଲା ଦେଇ ପ୍ରବାହିତ ଭୋତେକୋଶୀ ନଦୀରେ ସକାଳ ୯ ଟାରେ ହଠାତ୍ ବନ୍ୟା ଆସିଥିଲା, ଯାହା ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳକୁ ମାଡ଼ି ଯାଇଥିଲା।

ରସୁଆର ସ୍ୟାବ୍ରୁବେସି ଓ ତିମୁରେ ଭଳି ପ୍ରମୁଖ ବଜାର ଅଞ୍ଚଳ ଓ ଜନବସତି ପ୍ରଭାବିତ ହୋଇଛି। ଭୋତେକୋଶୀ ନଦୀ ତ୍ରିଶୂଳୀ ନଦୀ ସହ ମିଶୁଥିବାରୁ ରସୁଆ, ନୁୱାକୋଟ, ଧାଡ଼ିଙ୍ଗ, ଗୋରଖା ଓ ଚିତ୍ରବନ୍ଧ ଜିଲ୍ଲାର ତଳିଆ ଅଞ୍ଚଳ ପାଇଁ ଚେତାବନୀ ଜାରି କରାଯାଇଛି। ନେପାଳ ସେନା ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏଯାଏଁ ୧୨ ଜଣଙ୍କୁ ହେଲିକପ୍ଟର ଜରିଆରେ ରକ୍ଷା କରାଯାଇଛି।

ନେପାଳ ସରକାର ୩ ଜିଲ୍ଲାକୁ ଅଧିକ ବନ୍ୟା ଆଶଙ୍କାରେ ଆଲର୍ଟ ଜାରି କରିଛନ୍ତି। ଏହି ସଙ୍କଟ ସମୟରେ ନେପାଳରେ ଥିବା ଭାରତୀୟ ଦୂତାବାସ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛି – ୯୭୭୯୮୫୧୩୧୬୮୦୭ ଓ ୯୭୭୯୭୦୯୧୦୭୫୦୦। ଆପଣଙ୍କ ପରିବାର କିମ୍ବା ବନ୍ଧୁମାନେ ପ୍ରଭାବିତ ହୋଇଥିଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଦୂତାବାସ ଅନୁରୋଧ କରିଛି।

The post ନେପାଳରେ ପ୍ରଳୟଙ୍କରୀ ବନ୍ୟା: ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ appeared first on Sanket Tv.

ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଯୁକ୍ତିକୁ ଘରୋଇ କମ୍ପାନୀକୁ ହସ୍ତାନ୍ତରକୁ ମଞ୍ଜୁରୀ ଦେଲେ ସରକାର
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓ ଦ୍ୱାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତି ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ହସ୍ତାନ୍ତର କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ସେମାନେ ସେହି କ୍ଷେପଣାସ୍ତ୍ରର ଉତ୍ପାଦନ କରିପାରିବେ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରଯୁକ୍ତି ହସ୍ତାନ୍ତର ପଦକ୍ଷେପ ଦ୍ୱାରା ଡିଆର୍‌ଡିଓର ଗବେଷଣା ଓ ବିକାଶ ପର୍ଯ୍ୟାୟରୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ବୃହତ୍ ଶିଳ୍ପ ଉତ୍ପାଦନ ପର୍ଯ୍ୟାୟକୁ ନେବା ସହଜ ହେବ। ଏଥିପାଇଁ କମ୍ପାନୀଗୁଡ଼ିକୁ ନିର୍ଦ୍ଧାରିତ ଯୋଗ୍ୟତା, ପ୍ରମାଣୀକରଣ ଓ ନିୟାମକ ନିୟମ ପାଳନ କରିବାକୁ ପଡ଼ିବ।

ଏହି ନିଷ୍ପତ୍ତି କେବଳ ବଡ଼ ପ୍ରତିରକ୍ଷା କମ୍ପାନି ନୁହେଁ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ଅନ୍ୟ ପ୍ରଯୁକ୍ତି ସହଯୋଗୀଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ସୃଷ୍ଟି କରିବ। କ୍ଷେପଣାସ୍ତ୍ର ଉତ୍ପାଦନ ସହ ଜଡ଼ିତ ଯୋଗାଣ ଶୃଙ୍ଖଳରେ ଅଧିକ ସଂଖ୍ୟକ ଭାରତୀୟ କମ୍ପାନି ସାମିଲ ହେବାର ସୁଯୋଗ ପାଇବେ। ଏହା ଦେଶର ପ୍ରତିରକ୍ଷା ଶିଳ୍ପ ଭିତ୍ତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି, ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିର ଘରୋଇ ଶିଳ୍ପ ମଧ୍ୟରେ ବ୍ୟାପକ ପ୍ରୟୋଗ, ଆମଦାନି ନିର୍ଭରତା ହ୍ରାସ ଏବଂ ଦେଶ ମଧ୍ୟରେ ଅଧିକ ମୂଲ୍ୟ ସଂଯୋଜନ କରିବା। ଏହା ଦ୍ୱାରା ଭାରତର ପ୍ରତିରକ୍ଷା କ୍ଷମତା ଓ ସ୍ୱଦେଶୀ ଉତ୍ପାଦନ ଭିତ୍ତି ଆହୁରି ମଜବୁତ ହେବ।

ଭାରତ ସମ୍ପ୍ରତି ପ୍ରତିରକ୍ଷା ଉତ୍ପାଦନରେ ଦେଶୀୟ ଶିଳ୍ପର ଭୂମିକା ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି। ଡିଆରଡିଓ ପୂର୍ବରୁ ବିଭିନ୍ନ ଭାରତୀୟ ଶିଳ୍ପ ସହ ପ୍ରଯୁକ୍ତି ହସ୍ତାନ୍ତର ଚୁକ୍ତି କରିଆସୁଥିବା ବେଳେ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀ ପାଇଁ ଏଭଳି ବ୍ୟାପକ ଅନୁମୋଦନକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ଡିଆରଡିଓ ୨୦୨୬ ମାର୍ଚ୍ଚ ସୁଦ୍ଧା ଶିଳ୍ପ ସହ ୨,୧୮୦ଟି ପ୍ରଯୁକ୍ତି ହସ୍ତାନ୍ତର ଚୁକ୍ତି କରିଥିଲା।

The post ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଯୁକ୍ତିକୁ ଘରୋଇ କମ୍ପାନୀକୁ ହସ୍ତାନ୍ତରକୁ ମଞ୍ଜୁରୀ ଦେଲେ ସରକାର appeared first on Sanket Tv.

୪ଟି ସିଏନଏସ୍ ଔଷଧର ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ଦେଶରେ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନଏସ୍) ଔଷଧର ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି। ଏହି ଔଷଧଗୁଡ଼ିକୁ ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯିବାର ସମ୍ଭାବନା ନେଇ ଏକ ବିଶେଷଜ୍ଞ କମିଟି ଚିନ୍ତାବ୍ୟକ୍ତ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଗେଜେଟ୍ ବିଜ୍ଞପ୍ତି ଜରିଆରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଔଷଧଗୁଡ଼ିକୁ ଡ୍ରଗ୍ସ ଆଣ୍ଡ୍ କସ୍ମେଟିକ୍ସ ଆଇନର ପରିଚ୍ଛେଦ ଏଚ୍୧ ଅଧୀନରେ ରଖିଛି। ଏହି ଔଷଧଗୁଡ଼ିକ ହେଲେ: ଫ୍ଲୁପେଣ୍ଟଇକ୍ସୋଲ (ସିଜୋଫ୍ରେନିଆ ପାଇଁ), ଜୋପିକ୍ଲୋନ୍ (ନିଦ୍ରାହୀନତା ସମସ୍ୟା ପାଇଁ), ଗାବାପେଣ୍ଟାଇନ୍ (ସ୍ନାୟୁ ଯନ୍ତ୍ରଣା ଲାଘବ ପାଇଁ) ଏବଂ କାରିସୋପ୍ରୋଡୋଲ୍ (ମାଂସପେଶୀକୁ ଆରାମ ଦେବା ପାଇଁ)।

ଏହି ନୂଆ ନିୟମ ଅନୁଯାୟୀ, ଖୁଚୁରା ଔଷଧ ଦୋକାନୀ ଏବଂ ଔଷଧ କମ୍ପାନୀଗୁଡ଼ିକୁ ଏହି ୪ଟି ଔଷଧର ବିକ୍ରି ସମ୍ପର୍କିତ ସବିଶେଷ ରେକର୍ଡ ରଖିବାକୁ ହେବ। ଏଥିରେ ଉକ୍ତ ଔଷଧ ଲେଖିଥିବା ଡାକ୍ତରଙ୍କ ନାମ, ଠିକଣା ଏବଂ କେତେ ପରିମାଣର ଔଷଧ ଯୋଗାଣ ହୋଇଛି, ତାହା ଉଲ୍ଲେଖ କରିବାକୁ ପଡ଼ିବ।

ଏତଦ୍ବ୍ୟତୀତ, ଉକ୍ତ ରେକର୍ଡକୁ ୩ ବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବାକୁ ହେବ ଏବଂ ଯାଞ୍ଚ ସମୟରେ କର୍ତ୍ତୃପକ୍ଷଙ୍କୁ ତାହା ଦେଖାଇବାକୁ ପଡ଼ିବ। ଏହି ପଦକ୍ଷେପ ଫଳରେ ଏହି ଔଷଧଗୁଡ଼ିକର ଦୁରୁପଯୋଗ ଏବଂ ନିଶାଦ୍ରବ୍ୟ ଭାବେ ବ୍ୟବହାରକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।

The post ୪ଟି ସିଏନଏସ୍ ଔଷଧର ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କଲେ କେନ୍ଦ୍ର ସରକାର appeared first on Sanket Tv.

ତାମିଲନାଡୁର ଗୃହିଣୀଙ୍କୁ ମିଳିବ ବାର୍ଷିକ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର
ଚେନ୍ନାଇ (ସଂକେତ ଟିଭି): ତାମିଲନାଡୁ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଆଜି ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟ ଘୋଷଣା କରିଛନ୍ତି ଯେ, ରାଜ୍ୟର ଗୃହିଣୀମାନଙ୍କୁ ପ୍ରତିବର୍ଷ ୩ଟି ମାଗଣା ରୋଷେଇ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ। ଏହି ଯୋଜନା ଆସନ୍ତା ବର୍ଷ ପୋଙ୍ଗଲ ପର୍ବ ପୂର୍ବରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

‘ଅନ୍ନପୂର୍ଣ୍ଣା ସୁପର୍ ସିକ୍ସ’ ନାମକ ଏହି ଯୋଜନା ଅଧୀନରେ, ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପରିବାରମାନେ ଏହି ସୁବିଧା ପାଇବେ। ରାଜ୍ୟ ସରକାର ଏଥିପାଇଁ ୪,୦୦୦ କୋଟି ଟଙ୍କା ବ୍ୟୟବରାଦ କରିବେ ଏବଂ ଏଥିରେ ପ୍ରାୟ ୧,୩୮,୧୬,୧୦୪ (ଏକ କୋଟି ଅଠତିରିଶ ଲକ୍ଷ ଷୋହଳ ହଜାର ଏକ ଶହ ଚାରି) ପରିବାର ଉପକୃତ ହେବେ।

ଏହି ଯୋଜନାରେ ଆର୍ଥିକ ଭାବେ ଦୁର୍ବଳ ପରିବାର, କ୍ଷୁଦ୍ର ଓ ନାମମାତ୍ର ଚାଷୀ ତଥା ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଦିବ୍ୟାଙ୍ଗ ସଦସ୍ୟ ବିଶିଷ୍ଟ ପରିବାରମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। ହିତାଧିକାରୀମାନେ ଯେତେବେଳେ ଗ୍ୟାସ୍ ସିଲିଣ୍ଡର ପାଇଁ ପଞ୍ଜିକରଣ କରିବେ, ସେତେବେଳେ ତୈଳ କମ୍ପାନୀମାନଙ୍କଠାରୁ ପ୍ରାପ୍ତ ତାଲିକା ଅନୁଯାୟୀ ସିଲିଣ୍ଡରର ମୂଲ୍ୟ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେ ଦଳର ଏହା ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ଥିଲା।

ସେହିପରି, ମୁଖ୍ୟମନ୍ତ୍ରୀ ‘ଭେଟ୍ଟ୍ରି ପଣୟନା ଥିଟ୍ଟମ୍’ (ବିଜୟ ଯାତ୍ରା ଯୋଜନା) ଅଧୀନରେ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରାକୁ ମଧ୍ୟ ବୃଦ୍ଧି କରିଛନ୍ତି। ଏହି ଯୋଜନା ଅକ୍ଟୋବର ୨ (ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ) ତାରିଖରୁ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ, ମହିଳାମାନେ ମହାନଗର ଏବଂ ସହରାଞ୍ଚଳରେ ଚାଲୁଥିବା ଏକ୍ସପ୍ରେସ୍, LSS ଏବଂ ଡିଲକ୍ସ ସରକାରୀ ବସ୍‌ରେ ମାଗଣା ଯାତ୍ରା କରିପାରିବେ। ଏହି ଯୋଜନା ଅଧୀନରେ ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ମାଗଣା ଯାତ୍ରା କରିବାର ସୁଯୋଗ ପାଇବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

The post ତାମିଲନାଡୁର ଗୃହିଣୀଙ୍କୁ ମିଳିବ ବାର୍ଷିକ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର appeared first on Sanket Tv.

୧୧ ସେପ୍ଟେମ୍ବରରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ଘୋଷଣା
ନୂଆଦିଲ୍ଲୀ(ସଂକେତ ଟିଭି): ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ) ସେପ୍ଟେମ୍ବର ୧୧ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି। କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନା, ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ବିଭିନ୍ନ ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି। ଯଦି ଏହି ଧର୍ମଘଟ ହୁଏ ତେବେ ଦେଶର ଅନେକ ସ୍ଥାନରେ ଚାରି ଦିନ ଧରି ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସେପ୍ଟେମ୍ବର ୧୧ ଶୁକ୍ରବାର ପଡୁଥିବାରୁ ଏହାର ପରବର୍ତ୍ତୀ ଦୁଇ ଦିନ ବ୍ୟାଙ୍କ ଛୁଟି ରହିଛି। ସେପ୍ଟେମ୍ବର ୧୪ ଗଣେଶ ଚତୁର୍ଥୀ ଅବସରରେ କେତେକ ରାଜ୍ୟରେ ଛୁଟି ଘୋଷଣା କରାଯାଇଛି। ଫଳରେ ଧର୍ମଘଟ ହେଲେ ଗ୍ରାହକମାନେ ଦୀର୍ଘ ଚାରି ଦିନ ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ରହିପାରନ୍ତି।

୯ଟି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ୟୁନିଅନର ମିଳିତ ସଂଗଠନ ସେପ୍ଟେମ୍ବର ୨୮ ରୁ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟର ମଧ୍ୟ ଚେତାବନୀ ଦେଇଛି। ଏହି ସମୟ ଅର୍ଦ୍ଧବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବାର ସମୟ ସହ ମେଳ ଖାଉଛି, ଯାହା ବ୍ୟାଙ୍କିଙ୍ଗ କାର୍ଯ୍ୟକୁ ଅଧିକ ପ୍ରଭାବିତ କରିପାରେ।

ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଯଦି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବ୍ୟାଙ୍କ ସଂଘ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶର ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରିପାରେ।

ସରକାରଙ୍କ ନକାରାତ୍ମକ ମନୋଭାବ ଯୋଗୁଁ ରବିବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ୟୁଏଫବିୟୁ ଏକ ବିବୃତ୍ତିରେ କହିଛି। ସଂଘର କହିବା ଅନୁଯାୟୀ, ସରକାରୀ ମନୋଭାବ ଯୋଗୁଁ ବାର୍ତ୍ତାଳାପ ପ୍ରକ୍ରିୟା ଠପ୍ ହୋଇଯାଇଛି।

୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗରେ ସଂଘ କହିଛି ଯେ ୮ ମାର୍ଚ୍ଚ ୨୦୨୪ ରେ ସ୍ୱାକ୍ଷରିତ ଦ୍ବାଦଶ ଦ୍ୱିପାକ୍ଷିକ ଚୁକ୍ତିନାମା/୯ମ ମିଳିତ ନୋଟର ଅଂଶ ବିଶେଷ ଭାବରେ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (ଆଇବିଏ) ଏହି ପ୍ରସ୍ତାବରେ ସହମତି ଦେଖାଇଥିଲା। ସେଥିରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଅବଧି ୪୦ ମିନିଟ୍ ବୃଦ୍ଧି କରାଯିବାର ଥିଲା। କିନ୍ତୁ ଏହି ପ୍ରସ୍ତାବ ଦୁଇ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ବିଚାରାଧୀନ ରହିଛି।

ସ୍କେଲ 4 ଏବଂ ତା ଠାରୁ ଉପର ବ୍ୟାଙ୍କ ଅଫିସର ମାନଙ୍କ ପାଇଁ ସରକାରଙ୍କ ପିଏଲଆଇ ଯୋଜନାକୁ ମଧ୍ୟ ସଂଘ ଗୁଡ଼ିକ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଆଇବିଏ ସହିତ ହୋଇଥିବା ବୁଝାମଣା ଠାରୁ ଏହା ଭିନ୍ନ। ଆଇବିଏ ବୁଝାମଣା ଅନୁଯାୟୀ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ବ୍ୟାଙ୍କ ଗୁଡ଼ିକର ସାମଗ୍ରିକ ପ୍ରଦର୍ଶନ ସହିତ ଜଡ଼ିତ ହେବ ଏବଂ ସ୍କେଲ 6 ପର୍ଯ୍ୟନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସମାନ ରହିବ।

କିନ୍ତୁ ସରକାରଙ୍କ ଯୋଜନା ଅନୁଯାୟୀ ସ୍କେଲ 4 ଏବଂ ତା ଠାରୁ ଉପର ଅଫିସରମାନେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେମାନଙ୍କର ମୂଳ ଦରମାର ୩୬୫ ଦିନ ପର୍ଯ୍ୟନ୍ତ ପିଏଲଆଇ ପାଇପାରିବେ। ସେହିପରି ଅନ୍ୟ କର୍ମଚାରୀ ଏବଂ ସ୍କେଲ 3 ପର୍ଯ୍ୟନ୍ତ ଅଫିସରମାନେ ସର୍ବାଧିକ ୧୫ ଦିନର ମୂଳ ଦରମା ସହିତ ମହଙ୍ଗା ଭତ୍ତା ପାଇବେ, ଯାହାକୁ ସଂଘ ଭେଦଭାବପୂର୍ଣ୍ଣ ବୋଲି ଅଭିହିତ କରିଛି।

ୟୁନିଅନ ପକ୍ଷରୁ ଧର୍ମଘଟ ଡାକରା ପରେ ପିଏଲଆଇ ପ୍ରସଙ୍ଗ ବର୍ତ୍ତମାନ ମୁଖ୍ୟ ଶ୍ରମ କମିଶନରଙ୍କ ନିକଟରେ ମଧ୍ୟସ୍ଥତା ପାଇଁ ରହିଛି। ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ବିଚାରାଧୀନ ଅଛି ବୋଲି ସଂଘ ଦାବି କରିଛି।

ସଂଘ ଆହୁରି ଅଭିଯୋଗ କରିଛି ଯେ ମଧ୍ୟସ୍ଥତା ପ୍ରକ୍ରିୟା ଚାଲିଥିବା ଏବଂ ଆଇବିଏ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ଆର୍ଥିକ ସେବା ବିଭାଗ (ଡିଏଫଏସ) ସରକାରଙ୍କ କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗୁ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି।

ସଂଘ ଯୁକ୍ତି ଦର୍ଶାଇଛି ଯେ ଡିଏଫଏସ ଦ୍ୱାରା ପ୍ରସ୍ତାବିତ ବର୍ତ୍ତମାନର ଯୋଜନା କେବଳ ଅଫିସର ମାନଙ୍କ ଏକ ଛୋଟ ଗୋଷ୍ଠୀକୁ ଅସମାନ ଭାବେ ଲାଭାନ୍ୱିତ କରିବ, ଯାହା ନ୍ୟାୟସଙ୍ଗତ ନୁହେଁ।

ପେନସନର ନବୀକରଣ ଓ ସୁଧାର, ସମସ୍ତ ପେନସନଭୋଗୀଙ୍କ ପାଇଁ ଏକ ସମାନ ମହଙ୍ଗା ଭତ୍ତା ଏବଂ ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ) ଅନ୍ତର୍ଭୁକ୍ତ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନାକୁ ଫେରିବାର ସୁଯୋଗ ଦେବା ଭଳି ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟ ଅମୀମାଂସିତ ରହିଛି। ଏସବୁ ଦାବି ଉପରେ ସରକାରୀ ସ୍ତରରୁ କୌଣସି ସକାରାତ୍ମକ ପଦକ୍ଷେପ ନ ନେବା ଯୋଗୁଁ ସଂଘ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇଛି।

The post ୧୧ ସେପ୍ଟେମ୍ବରରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ଘୋଷଣା appeared first on Sanket Tv.

ଏସଆଇଆର୍ ଯୋଗୁଁ ମତାଧିକାର ହରାଇବେ ୧୦ କୋଟି ନାଗରିକ : ଚିଦାମ୍ବରମ
ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ଚଳାଯାଇଥିବା ଭୋଟର ତାଲିକାର ଗହନ ପୁନରୀକ୍ଷଣ (ଏସଆଇଆର) ଅଭିଯାନକୁ ନେଇ ବର୍ତ୍ତମାନ ରାଜନୈତିକ ବିତର୍କ ତୀବ୍ର ହୋଇଛି। ଏହି ପ୍ରକ୍ରିୟା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ଏହି ଅଭିଯାନ ଦ୍ୱାରା ଦେଶର ପ୍ରାୟ ୧୦% ବୟସ୍କ ଜନସଂଖ୍ୟା, ଅର୍ଥାତ୍ ୧୦ କୋଟି ଲୋକ, ନାଗରିକ ଥାଇ ମଧ୍ୟ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ ହୋଇପାରନ୍ତି।

ଚିଦାମ୍ବରମ ଏହି ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, “ଏପର୍ଯ୍ୟନ୍ତର ପରିଣାମ ଆଧାରରେ ଏସଆଇଆର ପ୍ରକ୍ରିୟା ଅନ୍ତରେ ଭାରତର ୧0% ବୟସ୍କ ଜନସଂଖ୍ୟା ‘ନାଗରିକ’ ତ ରହିବେ, ହେଲେ ନିର୍ବାଚନ ଆୟୋଗଙ୍କ ବ୍ୟବସ୍ଥା କାରଣରୁ ସେମାନଙ୍କ ପାଖରେ ମତଦାନର ଅଧିକାର ରହିବ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ଆୟୋଗ ଏକ ପ୍ରକାର ‘ଅଣ-ମତଦାତା ନାଗରିକ’ଙ୍କ ନୂତନ ଶ୍ରେଣୀ ସୃଷ୍ଟି କରିଛନ୍ତି, ଯାହା ଲୋକତନ୍ତ୍ର ପାଇଁ ଚିନ୍ତାଜନକ।

ଅନ୍ୟପଟେ, ଏହି ବିଷୟରେ ପୂର୍ବତନ କୂଟନୀତିଜ୍ଞ ତଥା ଇଜିପ୍ଟ ଓ ୟୁଏଇରେ ଭାରତର ରାଜଦୂତ ରହିଥିବା ନଭଦୀପ ସୁରୀ ତାଙ୍କ ଅଭିଜ୍ଞତା ବାଣ୍ଟି ଚିନ୍ତା ପ୍ରକଟ କରିଛନ୍ତି। ପଞ୍ଜାବରେ ଏହି ପୁନରୀକ୍ଷଣ ଅଭିଯାନ ବେଳେ ସୁରୀଙ୍କୁ ନାଗରିକତା ପ୍ରମାଣ କରିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ସୁରୀ କହିଛନ୍ତି, “ଅଧିକାରୀମାନେ ମୋତେ ମୋର ପାସପୋର୍ଟ ଉପସ୍ଥାପନ କରିବାକୁ କହିଥିଲେ। ମୁଁ ବିଏଲଓ (ବୁଥ୍ ଲେଭଲ ଅଫିସର)ଙ୍କ ସହ କଥା ହେଲା ପରେ ମୋତେ କୁହାଗଲା, ‘ଆସନ୍ତୁ, ନୋଟିସ୍ ନିଅନ୍ତୁ ଏବଂ ଏପରି କାଗଜପତ୍ର ଦାଖଲ କରନ୍ତୁ ଯାହା ଆପଣଙ୍କ ନାଗରିକତା ପ୍ରମାଣ କରୁ।’ ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ ସମେତ ଅନ୍ୟାନ୍ୟ ଦଲିଲ୍ ରହିଥିଲା ମଧ୍ୟ ଏହି ପ୍ରକ୍ରିୟା ସହଜ ହୋଇନଥିଲା।

ଏହି ପ୍ରସଙ୍ଗରେ ଚିଦାମ୍ବରମ ସୁରୀଙ୍କ ପୋଷ୍ଟକୁ ଉଦ୍ଧୃତ କରି କହିଛନ୍ତି, “ଯେତେବେଳେ ୩ଟି ଦେଶରେ ଭାରତର ପ୍ରତିନିଧିତ୍ୱ କରିଥିବା ଏକ ବରିଷ୍ଠ କୂଟନୀତିଜ୍ଞଙ୍କୁ ନିଜର ନାଗରିକତା ସାବ୍ୟସ୍ତ କରିବାରେ ଅସୁବିଧା ହେଉଛି, ତେବେ ସାଧାରଣ ନାଗରିକମାନେ କି ଅବସ୍ଥା ଭୋଗୁଛନ୍ତି?” ଚିଦାମ୍ବରମ ପ୍ରଶ୍ନ କରି କହିଛନ୍ତି ଯେ ଏହି ପ୍ରକ୍ରିୟା ଜୀବନର ସୁଗମତାକୁ ବିପନ୍ନ କରିପାରେ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଭୋଟର ତାଲିକାକୁ ଶୁଦ୍ଧ ଓ ତ୍ରୁଟିହୀନ କରିବା ପାଇଁ ଏହି ବ୍ୟାପକ ପୁନରୀକ୍ଷଣ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଏହି ପ୍ରକ୍ରିୟା ଅନେକ ବୈଧ ନାଗରିକଙ୍କୁ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ କରୁଛି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି। ଏହି ଘଟଣା ଏବେ ରାଜନୈତିକ ଏବଂ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

The post ଏସଆଇଆର୍ ଯୋଗୁଁ ମତାଧିକାର ହରାଇବେ ୧୦ କୋଟି ନାଗରିକ : ଚିଦାମ୍ବରମ appeared first on Sanket Tv.

ଯୋଗୀ, ଅଖିଳେଶ, ମାୟାବତୀଙ୍କ ସମେତ ୫୨ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍
ଲକ୍ଷ୍ନୌ(ସଂକେତ ଟିଭି): ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ଜଣ ପ୍ରମୁଖ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ଭଳି ବରିଷ୍ଠ ବ୍ୟକ୍ତିତ୍ଵଙ୍କୁ ସାମିଲ କରାଯାଇଛି।

ଏହି ତାଲିକାରେ ରାଜ୍ୟ ସରକାରଙ୍କ ୧୧ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ମନ୍ତ୍ରୀ ସଞ୍ଜୟ ନିଷାଦ, ନନ୍ଦ ଗୋପାଳ ଗୁପ୍ତା ‘ନନ୍ଦୀ’, ଓମ ପ୍ରକାଶ ରାଜଭର ଏବଂ ଅପର୍ଣ୍ଣା ଯାଦବଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଛି। ସେହିପରି ସ୍ବତନ୍ତ୍ର ଦେବ ସିଂହ, ଜୟବୀର ସିଂହ ଏବଂ ମହେନ୍ଦ୍ର ସିଂହଙ୍କ ଭଳି ଅନ୍ୟ ନେତାମାନେ ମଧ୍ୟ ଏହି ସୁରକ୍ଷା ଜ୍ୟାକେଟ୍ ପାଇଛନ୍ତି।

ଆଗାମୀ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ ରାଜନୈତିକ ନେତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଅତ୍ୟାବଶ୍ୟକ। ଏହି ଜ୍ୟାକେଟ୍ ଦୁଇ ପର୍ଯ୍ୟାୟରେ ବଣ୍ଟନ କରାଯାଇଥିଲା – ପ୍ରଥମ ପର୍ଯ୍ୟାୟରେ ୮ ଜଣ ନେତା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଜଣ ନେତା ଏହି ସୁରକ୍ଷା କବଚ ପାଇଛନ୍ତି।

ଏହା ବ୍ୟତୀତ, ଉତ୍ତର ପ୍ରଦେଶରେ ୯୮ ଜଣ ନେତା ଏବଂ ପ୍ରମୁଖ ବ୍ୟକ୍ତିଙ୍କୁ ‘Y’ ଠାରୁ ‘Z’ ବର୍ଗ ପର୍ଯ୍ୟନ୍ତ ସୁରକ୍ଷା କଭର ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୫୨ ଜଣଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯାଉଛି। ଏହି ଆବଶ୍ୟକତାକୁ ଆଧାର କରି ସୁରକ୍ଷା ମୁଖ୍ୟାଳୟ ଆବଶ୍ୟକୀୟ ଜ୍ୟାକେଟ୍ ବ୍ୟବସ୍ଥା କରିଛି।

ଉଲ୍ଲେଖନୀୟ ଯେ, ସୁରକ୍ଷା ମୁଖ୍ୟାଳୟ ପ୍ରତିବର୍ଷ ବୁଲେଟପ୍ରୁଫ୍ ଜ୍ୟାକେଟ୍ କିଣିଥାଏ। ଏହି ଜ୍ୟାକେଟ୍ଗୁଡ଼ିକ ବିଭିନ୍ନ ସୁରକ୍ଷା ବର୍ଗରେ ନିୟୋଜିତ ସୁରକ୍ଷା କର୍ମୀ ଏବଂ ରାଜନୈତିକ ନେତାଙ୍କ ପାଇଁ ତିଆରି କରାଯାଏ। ଏଗୁଡ଼ିକ ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ କର୍ମଚାରୀଙ୍କ ସୁରକ୍ଷା ସ୍ତରକୁ ଆଧାର କରି ପିନ୍ଧାଯାଏ। ଏଥର ପୂର୍ବରୁ ସୁରକ୍ଷା କବଚ ଥିବା ନେତାମାନଙ୍କୁ ମଧ୍ୟ ନୂଆ ଜ୍ୟାକେଟ୍ ଯୋଗାଇ ଦିଆଯାଉଛି।

The post ଯୋଗୀ, ଅଖିଳେଶ, ମାୟାବତୀଙ୍କ ସମେତ ୫୨ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ appeared first on Sanket Tv.