Business Archives - Sanket Tv

ଓଡ଼ିଶାରେ ହେବ ପ୍ରଥମ ବିଶାଳ ପଣ୍ୟବାହୀ ଜାହାଜ ନିର୍ମାଣ କ୍ଲଷ୍ଟର
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ଐତିହ୍ୟ ଏବଂ ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଏବେ ଏକ ନୂଆ ଶିଳ୍ପ ବିପ୍ଳବ ଆଡ଼କୁ ଆଗେଇବାକୁ ଯାଉଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଶାଳ ପଣ୍ୟବାହୀ ଜାହାଜ ନିର୍ମାଣ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାନଦୀ କୂଳରେ ପ୍ରସ୍ତାବିତ ଏହି ରାଜ୍ୟର ପ୍ରଥମ ପ୍ରମୁଖ ଜାହାଜ ନିର୍ମାଣ କ୍ଲଷ୍ଟରକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିଛି।

ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ ଏହି ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ‘ଜାହାଜ ନିର୍ମାଣ ବିକାଶ ଯୋଜନା’ ଅଧୀନରେ ‘ନ୍ୟାସନାଲ ସିପ୍ବିଲ୍ଡିଂ ଆଣ୍ଡ ହେଭି ଇଣ୍ଡଷ୍ଟ୍ରିଜ୍ ପାର୍କ ଓଡ଼ିଶା ଲିମିଟେଡ୍’କୁ ଏହି ୨୪,୭୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି।

ପାରାଦୀପସ୍ଥିତ ଇଫ୍କୋ (IFFCO) ପ୍ଲାଣ୍ଟ ନିକଟରେ ମହାନଦୀର ଉତ୍ତର କୂଳରେ ଏହି ପ୍ରସ୍ତାବିତ ଶିଳ୍ପ କ୍ଲଷ୍ଟର ନିର୍ମାଣ କରାଯିବ। ଓଡ଼ିଶା ନୌବାଣିଜ୍ୟ ବୋର୍ଡ ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ବୃହତ୍ ପ୍ରକଳ୍ପଟି ଏକ ‘ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ’ ମାଧ୍ୟମରେ ବିକଶିତ ହେବ।

ଏହି କ୍ଲଷ୍ଟରରେ ଜାହାଜ ନିର୍ମାଣ, ଜାହାଜ ମରାମତି ଏବଂ ଆନୁସଙ୍ଗିକ ଭାରୀ ଶିଳ୍ପ ପାଇଁ ଏକ ସମନ୍ୱିତ ଇକୋସିଷ୍ଟମ୍ ଗଢ଼ିଉଠିବ। ମୂଳ ଯୋଜନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ପ୍ରାୟ ୨,୦୦୦ରୁ ୨,୫୦୦ ଏକର ଜମି ଏବଂ ୨ରୁ ୨.୫ କିଲୋମିଟର ଦୀର୍ଘ ସ୍ୱତନ୍ତ୍ର ଜଳପ୍ରାନ୍ତ (Waterfront) ବ୍ୟବହାର କରାଯିବ।

ଏହି କ୍ଲଷ୍ଟରରେ ଗୋଟିଏ କିମ୍ବା ଏକାଧିକ ବଡ଼ ଜାହାଜ ନିର୍ମାଣ ୟୁନିଟ୍ ରହିବ, ଯାହାର ମିଳିତ ନିର୍ମାଣ କ୍ଷମତା ବାର୍ଷିକ ପ୍ରାୟ ୧.୨ ନିୟୁତ ଗ୍ରସ୍ ଟନ୍ ହେବ। ଏହି ସମନ୍ୱିତ ଶିଳ୍ପାଞ୍ଚଳରେ କେବଳ ଜାହାଜ ତିଆରି ନୁହେଁ, ବରଂ ଇଞ୍ଜିନ୍ ନିର୍ମାଣ, ଇସ୍ପାତ ପ୍ରସେସିଂ ଏବଂ ସାମୁଦ୍ରିକ ଉପକରଣ ଯୋଗାଣ ଭଳି ଅନେକ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ।

ଏହାସହିତ ଗବେଷଣା ଓ ବିକାଶ (R&D) କେନ୍ଦ୍ର, ବିଶେଷଜ୍ଞ ତାଲିମ କେନ୍ଦ୍ର ଏବଂ ସାଧାରଣ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ। ଏହି ବୃହତ୍ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଶା ବିଶ୍ୱ ନୌବାଣିଜ୍ୟ ମାନଚିତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ।

The post ଓଡ଼ିଶାରେ ହେବ ପ୍ରଥମ ବିଶାଳ ପଣ୍ୟବାହୀ ଜାହାଜ ନିର୍ମାଣ କ୍ଲଷ୍ଟର appeared first on Sanket Tv.

ଓଡିଶାକୁ ନିବେଶ ଆଣିବା ପାଇଁ ସେପ୍ଟମ୍ବର ୮ରେ ୟୁଏଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି) ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଆକୃଷ୍ଟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ସେପ୍ଟମ୍ବର ୮ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ (UAE) ଗସ୍ତ କରିବେ। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯୋଗ ଦେବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଆଜି ସୂଚନା ଦେଇଛନ୍ତି।

ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଦୁବାଇରେ ଆୟୋଜିତ ଏକ ବିଶେଷ ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରର ଶିଳ୍ପପତି ଓ ନିବେଶକଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିବେ। ଏହି ସମ୍ମିଳନୀ ସହିତ ଏକ ରୋଡ୍ ଶୋ ମଧ୍ୟ ଆୟୋଜନ କରାଯିବ, ଯେଉଁଠାରେ ଓଡ଼ିଶାରେ ଉପଲବ୍ଧ ନିବେଶ ସୁଯୋଗ, ଶିଳ୍ପ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ନିବେଶ ଅନୁକୂଳ ନୀତି ସମ୍ପର୍କରେ ନିବେଶକମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯିବ।

ଧାତୁ, ପେଟ୍ରୋକେମିକାଲ୍, ସବୁଜ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ, ଇଲେକ୍ଟ୍ରୋନିକ୍ସ, ବନ୍ଦର ଓ ଲଜିଷ୍ଟିକ୍ସ ଭଳି ପ୍ରମୁଖ କ୍ଷେତ୍ରରେ ନିବେଶ ସମ୍ଭାବନା ନେଇ ଏହି ଆଲୋଚନା ଗୁରୁତ୍ୱ ପାଇବ। ନୂଆ ଶିଳ୍ପ ସ୍ଥାପନ ଦ୍ୱାରା ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହାବ୍ୟତୀତ, ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବେ। ସେମାନଙ୍କ ସହ ଓଡ଼ିଶାର ସାମ୍ଗ୍ରିକ ବିକାଶ, ଶିଳ୍ପ ଅବସ୍ଥାନ ଓ ନିବେଶ ସୁଯୋଗ ସମ୍ପର୍କରେ ଭାବ ବିନିମୟ କରାଯିବ ଏବଂ ପ୍ରବାସୀମାନଙ୍କୁ ରାଜ୍ୟର ଉନ୍ନୟନରେ ସାମିଲ କରିବାର ଉପାୟ ବାହାର କରାଯିବ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଓଡ଼ିଶା ପାଇଁ ଯେଉଁ ନିବେଶ ପ୍ରସ୍ତାବ ଆସିଛି, ତାହାକୁ ଆହୁରି ବଢ଼ାଇବା ପାଇଁ ଏହି UAE ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶିଳ୍ପମନ୍ତ୍ରୀ ମତ ଦେଇଛନ୍ତି। ଏହି ଗସ୍ତ ମାଧ୍ୟମରେ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଆକୃଷ୍ଟ କରି ଓଡ଼ିଶାର ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି।

The post ଓଡିଶାକୁ ନିବେଶ ଆଣିବା ପାଇଁ ସେପ୍ଟମ୍ବର ୮ରେ ୟୁଏଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ appeared first on Sanket Tv.

ବାଣିଜ୍ୟିକ ଏଲପିଜି, ସିଏନଜି ଓ ବିମାନ ଇନ୍ଧନ ଦରବୃଦ୍ଧି
ଭୁବନେଶ୍ୱର (ସଂକେତ ଟିଭି) ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦରରେ ବୃଦ୍ଧି କରାଯାଇଛି। ଏହି ସଂଶୋଧନ ଅନୁଯାୟୀ, ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ପିଛା ପ୍ରାୟ ୧୦ ଟଙ୍କା ଏବଂ ୫ କେଜିଆ ସିଲିଣ୍ଡର ପିଛା ୨ ଟଙ୍କା ବୃଦ୍ଧି ଘଟିଛି।

ଫଳରେ ଭୁବନେଶ୍ବର ସହରରେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ନୂତନ ଦର ୨,୯୧୯ ଟଙ୍କା ନିର୍ଦ୍ଧାରଣ ହୋଇଥିବା ବେଳେ ୫ କେଜିଆ ସିଲିଣ୍ଡରର ଦର ୮୧୦ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ଯାହା ଗୃହିଣୀମାନଙ୍କ ପାଇଁ ଆଶ୍ୱସ୍ତିର ଖବର।

ସେହିପରି, ଆଜି ଭୁବନେଶ୍ବରରେ ସିଏନଜି (ସଙ୍କୋଚିତ ପ୍ରାକୃତିକ ଗ୍ୟାସ)ର ଦର କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି ପାଇ ୯୫ ଟଙ୍କା ହୋଇଛି। ପୂର୍ବରୁ ଏହାର ଦର କିଲୋଗ୍ରାମ ପିଛା ୯୪ ଟଙ୍କା ରହିଥିଲା।

ଅନ୍ୟପକ୍ଷରେ, ବିମାନ ଇନ୍ଧନ (ଏଟିଏଫ) ଦରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଲିଟର ପିଛା ୬ ଟଙ୍କା ୨୮ ପଇସା (ଅର୍ଥାତ୍ ୫.୪୬ ପ୍ରତିଶତ) ବୃଦ୍ଧି ହେତୁ ଏହାର ନୂତନ ଦର ୧୨୧ ଟଙ୍କା ୨୮ ପଇସା ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧ ତାରିଖରେ ମଧ୍ୟ ବିମାନ ଇନ୍ଧନ ଦର ଲିଟର ପିଛା ୫ ଟଙ୍କା ବୃଦ୍ଧି ପାଇଥିଲା।

ବିମାନ ପରିଚାଳନା ଖର୍ଚ୍ଚରେ ଇନ୍ଧନର ଅଂଶ ପ୍ରାୟ ୪୦ ପ୍ରତିଶତ ରହିଥାଏ। ତେଣୁ ଏହି ଦରବୃଦ୍ଧି ସିଧାସଳଖ ଭାବେ ଏୟାରଲାଇନ୍ସ କମ୍ପାନିଗୁଡ଼ିକର ମୁନାଫାକୁ ପ୍ରଭାବିତ କରିବା ସହ ଭବିଷ୍ୟତରେ ବିମାନ ଭଡ଼ା ବୃଦ୍ଧିର ଆଶଙ୍କା ମଧ୍ୟ ସୃଷ୍ଟି କରିଛି।

The post ବାଣିଜ୍ୟିକ ଏଲପିଜି, ସିଏନଜି ଓ ବିମାନ ଇନ୍ଧନ ଦରବୃଦ୍ଧି appeared first on Sanket Tv.

୮–୯ ସେପ୍ଟେମ୍ବରରେ ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ୟୁଏଇର ଦୁବାଇରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ବଡ଼ ପ୍ରୟାସ ଅଟେ। ବିଶ୍ୱର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦୁବାଇରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବିଦେଶୀ ନିବେଶକଙ୍କ ସମ୍ମୁଖରେ ରଖିବେ ମୁଖ୍ୟମନ୍ତ୍ରୀ।

ଏହି ଦୁଇଦିନିଆ ନିବେଶକ ସମ୍ମିଳନୀରେ ଓଡ଼ିଶା ସରକାର ମେଟାଲ୍ ଓ ଡାଉନ୍ ଷ୍ଟ୍ରିମ୍ ଶିଳ୍ପ, ପେଟ୍ରୋକେମିକାଲ୍ସ, ଗ୍ରୀନ୍ ଏନର୍ଜି, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍, ଇଲେକ୍ଟ୍ରୋନିକ୍ସ, ପୋର୍ଟ ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଥିବା ନିବେଶ ସୁଯୋଗକୁ ସାମ୍ନାକୁ ଆଣିବା ଆଶା କରାଯାଉଛି। ଦୁବାଇ କେବଳ ୟୁଏଇ ନୁହେଁ, ସମଗ୍ର ମଧ୍ୟପ୍ରାଚ୍ୟର ଏକ ପ୍ରମୁଖ ବ୍ୟବସାୟିକ ଓ ଆର୍ଥିକ ହବ୍ ହୋଇଥିବାରୁ ଏହି ମଞ୍ଚ ଜରିଆରେ ୟୁଏଇ ସହ ମଧ୍ୟପ୍ରାଚ୍ୟରେ କାରବାର କରୁଥିବା ବଡ଼ ବଡ଼ ଅନ୍ତର୍ଜାତୀୟ କମ୍ପାନୀଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବାର ସୁଯୋଗ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ଦୁବାଇ ଗସ୍ତରୁ ନୂଆ ନିବେଶ ପ୍ରସ୍ତାବ, ବଡ଼ ପ୍ରକଳ୍ପ ଏବଂ ରାଜ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି ନେଇ ଆଶା ବଢ଼ିଛି। ସେପ୍ଟେମ୍ବର ୮–୯ର ଏହି ଇନଭେଷ୍ଟର୍ସ ମିଟ୍ ରୁ ଓଡ଼ିଶାକୁ କେତେ ନିବେଶ ପ୍ରତିଶ୍ରୁତି ମିଳୁଛି ଏବଂ କେଉଁ ବଡ଼ କମ୍ପାନୀ ଓଡ଼ିଶା ପ୍ରତି ଆଗ୍ରହ ଦେଖାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।

The post ୮–୯ ସେପ୍ଟେମ୍ବରରେ ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ମୁଖ୍ୟମନ୍ତ୍ରୀ appeared first on Sanket Tv.

୧୧ ସେପ୍ଟେମ୍ବରରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ଘୋଷଣା
ନୂଆଦିଲ୍ଲୀ(ସଂକେତ ଟିଭି): ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ) ସେପ୍ଟେମ୍ବର ୧୧ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି। କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନା, ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ବିଭିନ୍ନ ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି। ଯଦି ଏହି ଧର୍ମଘଟ ହୁଏ ତେବେ ଦେଶର ଅନେକ ସ୍ଥାନରେ ଚାରି ଦିନ ଧରି ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସେପ୍ଟେମ୍ବର ୧୧ ଶୁକ୍ରବାର ପଡୁଥିବାରୁ ଏହାର ପରବର୍ତ୍ତୀ ଦୁଇ ଦିନ ବ୍ୟାଙ୍କ ଛୁଟି ରହିଛି। ସେପ୍ଟେମ୍ବର ୧୪ ଗଣେଶ ଚତୁର୍ଥୀ ଅବସରରେ କେତେକ ରାଜ୍ୟରେ ଛୁଟି ଘୋଷଣା କରାଯାଇଛି। ଫଳରେ ଧର୍ମଘଟ ହେଲେ ଗ୍ରାହକମାନେ ଦୀର୍ଘ ଚାରି ଦିନ ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ରହିପାରନ୍ତି।

୯ଟି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ୟୁନିଅନର ମିଳିତ ସଂଗଠନ ସେପ୍ଟେମ୍ବର ୨୮ ରୁ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟର ମଧ୍ୟ ଚେତାବନୀ ଦେଇଛି। ଏହି ସମୟ ଅର୍ଦ୍ଧବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବାର ସମୟ ସହ ମେଳ ଖାଉଛି, ଯାହା ବ୍ୟାଙ୍କିଙ୍ଗ କାର୍ଯ୍ୟକୁ ଅଧିକ ପ୍ରଭାବିତ କରିପାରେ।

ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଯଦି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବ୍ୟାଙ୍କ ସଂଘ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶର ସମଗ୍ର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରିପାରେ।

ସରକାରଙ୍କ ନକାରାତ୍ମକ ମନୋଭାବ ଯୋଗୁଁ ରବିବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ୟୁଏଫବିୟୁ ଏକ ବିବୃତ୍ତିରେ କହିଛି। ସଂଘର କହିବା ଅନୁଯାୟୀ, ସରକାରୀ ମନୋଭାବ ଯୋଗୁଁ ବାର୍ତ୍ତାଳାପ ପ୍ରକ୍ରିୟା ଠପ୍ ହୋଇଯାଇଛି।

୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗରେ ସଂଘ କହିଛି ଯେ ୮ ମାର୍ଚ୍ଚ ୨୦୨୪ ରେ ସ୍ୱାକ୍ଷରିତ ଦ୍ବାଦଶ ଦ୍ୱିପାକ୍ଷିକ ଚୁକ୍ତିନାମା/୯ମ ମିଳିତ ନୋଟର ଅଂଶ ବିଶେଷ ଭାବରେ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (ଆଇବିଏ) ଏହି ପ୍ରସ୍ତାବରେ ସହମତି ଦେଖାଇଥିଲା। ସେଥିରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଅବଧି ୪୦ ମିନିଟ୍ ବୃଦ୍ଧି କରାଯିବାର ଥିଲା। କିନ୍ତୁ ଏହି ପ୍ରସ୍ତାବ ଦୁଇ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ବିଚାରାଧୀନ ରହିଛି।

ସ୍କେଲ 4 ଏବଂ ତା ଠାରୁ ଉପର ବ୍ୟାଙ୍କ ଅଫିସର ମାନଙ୍କ ପାଇଁ ସରକାରଙ୍କ ପିଏଲଆଇ ଯୋଜନାକୁ ମଧ୍ୟ ସଂଘ ଗୁଡ଼ିକ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଆଇବିଏ ସହିତ ହୋଇଥିବା ବୁଝାମଣା ଠାରୁ ଏହା ଭିନ୍ନ। ଆଇବିଏ ବୁଝାମଣା ଅନୁଯାୟୀ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ବ୍ୟାଙ୍କ ଗୁଡ଼ିକର ସାମଗ୍ରିକ ପ୍ରଦର୍ଶନ ସହିତ ଜଡ଼ିତ ହେବ ଏବଂ ସ୍କେଲ 6 ପର୍ଯ୍ୟନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସମାନ ରହିବ।

କିନ୍ତୁ ସରକାରଙ୍କ ଯୋଜନା ଅନୁଯାୟୀ ସ୍କେଲ 4 ଏବଂ ତା ଠାରୁ ଉପର ଅଫିସରମାନେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେମାନଙ୍କର ମୂଳ ଦରମାର ୩୬୫ ଦିନ ପର୍ଯ୍ୟନ୍ତ ପିଏଲଆଇ ପାଇପାରିବେ। ସେହିପରି ଅନ୍ୟ କର୍ମଚାରୀ ଏବଂ ସ୍କେଲ 3 ପର୍ଯ୍ୟନ୍ତ ଅଫିସରମାନେ ସର୍ବାଧିକ ୧୫ ଦିନର ମୂଳ ଦରମା ସହିତ ମହଙ୍ଗା ଭତ୍ତା ପାଇବେ, ଯାହାକୁ ସଂଘ ଭେଦଭାବପୂର୍ଣ୍ଣ ବୋଲି ଅଭିହିତ କରିଛି।

ୟୁନିଅନ ପକ୍ଷରୁ ଧର୍ମଘଟ ଡାକରା ପରେ ପିଏଲଆଇ ପ୍ରସଙ୍ଗ ବର୍ତ୍ତମାନ ମୁଖ୍ୟ ଶ୍ରମ କମିଶନରଙ୍କ ନିକଟରେ ମଧ୍ୟସ୍ଥତା ପାଇଁ ରହିଛି। ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ବିଚାରାଧୀନ ଅଛି ବୋଲି ସଂଘ ଦାବି କରିଛି।

ସଂଘ ଆହୁରି ଅଭିଯୋଗ କରିଛି ଯେ ମଧ୍ୟସ୍ଥତା ପ୍ରକ୍ରିୟା ଚାଲିଥିବା ଏବଂ ଆଇବିଏ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ଆର୍ଥିକ ସେବା ବିଭାଗ (ଡିଏଫଏସ) ସରକାରଙ୍କ କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗୁ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି।

ସଂଘ ଯୁକ୍ତି ଦର୍ଶାଇଛି ଯେ ଡିଏଫଏସ ଦ୍ୱାରା ପ୍ରସ୍ତାବିତ ବର୍ତ୍ତମାନର ଯୋଜନା କେବଳ ଅଫିସର ମାନଙ୍କ ଏକ ଛୋଟ ଗୋଷ୍ଠୀକୁ ଅସମାନ ଭାବେ ଲାଭାନ୍ୱିତ କରିବ, ଯାହା ନ୍ୟାୟସଙ୍ଗତ ନୁହେଁ।

ପେନସନର ନବୀକରଣ ଓ ସୁଧାର, ସମସ୍ତ ପେନସନଭୋଗୀଙ୍କ ପାଇଁ ଏକ ସମାନ ମହଙ୍ଗା ଭତ୍ତା ଏବଂ ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ) ଅନ୍ତର୍ଭୁକ୍ତ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନାକୁ ଫେରିବାର ସୁଯୋଗ ଦେବା ଭଳି ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟ ଅମୀମାଂସିତ ରହିଛି। ଏସବୁ ଦାବି ଉପରେ ସରକାରୀ ସ୍ତରରୁ କୌଣସି ସକାରାତ୍ମକ ପଦକ୍ଷେପ ନ ନେବା ଯୋଗୁଁ ସଂଘ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇଛି।

The post ୧୧ ସେପ୍ଟେମ୍ବରରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ଘୋଷଣା appeared first on Sanket Tv.

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କରନ ଆଦାନୀ
ଭୁବନେଶ୍ୱର (ସଂକେତ ଟିଭି): ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡର ପରିଚାଳନା ନିର୍ଦ୍ଦେଶକ କରନ ଆଦାନୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଆଦାନୀ ଗ୍ରୁପ୍ର ବିପୁଳ ନିବେଶ ଯୋଜନା ପ୍ରସଙ୍ଗରେ ଏହି ସାକ୍ଷାତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗ୍ରୁପ୍ ପକ୍ଷରୁ ଆଲୁମିନିୟମ ଶିଳ୍ପରେ ୧୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରାଯାଇଥିବା ବେଳେ, ଏହି ବୈଠକରେ ଆଲୁମିନିୟମଠାରୁ ଆରମ୍ଭ କରି ଶକ୍ତି କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ସେହିପରି, କରନ ଆଦାନୀ ଖାରବେଳ ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ସାକ୍ଷାତରେ ରାଜ୍ୟର ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁପ୍ କରୁଥିବା ନିବେଶ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟର ଦୀର୍ଘକାଳୀନ ଶକ୍ତି ସୁରକ୍ଷା ଏବଂ ସ୍ବଚ୍ଛ ଶକ୍ତି ଆକାଂକ୍ଷା କିପରି ପୂରଣ ହୋଇପାରିବ, ସେ ନେଇ ଉଭୟ ପକ୍ଷ ମଧ୍ୟରେ ବିସ୍ତୃତ ବିଚାର ବିମର୍ଶ ହୋଇଥିଲା।

ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଦାନୀ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ସହ ସମନ୍ଵୟ ବୃଦ୍ଧି କରାଯାଇଥିଲା।

The post ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କରନ ଆଦାନୀ appeared first on Sanket Tv.

୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ପାଇଁ ମଞ୍ଜୁରୀ, କାଗଜ ନୋଟ୍ ଚାଲୁ ରହିବ
ନୂଆଦିଲ୍ଲୀ(ସଂକେତ ଟିଭି): ପଲିମର ନୋଟ୍ ପ୍ରଚଳନକୁ ଭାରତ ସରକାର ମଞ୍ଜୁରି ଦେଇଛନ୍ତି। ରାଜ୍ୟସଭାରେ ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍ (ପରୀକ୍ଷାମୂଳକ ପ୍ରଚଳନ) ପାଇଁ ଅନୁମୋଦନ ମିଳିଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏଁ ପଲିମର ନୋଟ୍ ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ପ୍ରସ୍ତାବ ଦେଇଥିଲେ, ଯାହାକୁ ସରକାର ମଞ୍ଜୁର କରିଛନ୍ତି।

କାଗଜ ନୋଟ୍ ବନ୍ଦ ହେବ ନାହିଁ: ପଲିମର ନୋଟ୍ ସହିତ କାଗଜ ନୋଟ୍ ମଧ୍ୟ ପୂର୍ବପରି ଚାଲୁ ରହିବ ବୋଲି ଆର୍ବିଆଇ ଓ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ପଲିମର ନୋଟ୍ ପର୍ଯ୍ୟାୟ ଅନୁସାରେ ବଜାରରେ ଛଡ଼ାଯିବ। ଧୀରେ ଧୀରେ ପଲିମର ନୋଟ୍ ବ୍ୟାପକ ହେବା ପରେ କାଗଜ ନୋଟ୍ ବନ୍ଦ କରାଯିବ କି ନାହିଁ, ସେନେଇ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇପାରନ୍ତି। ଏଥିପାଇଁ ଏକ ସର୍କୁଲାର୍ ଜାରି କରାଯିବ। ସର୍କୁଲାର୍ ଆସିବା ପର୍ଯ୍ୟନ୍ତ କାଗଜ ନୋଟ୍ ଚାଲୁ ରହିବ।

ପଲିମର ନୋଟ୍ କ’ଣ?: ପଲିମର ନୋଟ୍ କୌଣସି କାଗଜ ନୁହେଁ, ବରଂ ‘ବାଇଆକ୍ସିଆଲି ଓରିଏଣ୍ଟେଡ୍ ପଲିପ୍ରୋପିଲିନ୍’ (BOPP) ନାମକ ଏକ ବିଶେଷ ପ୍ଲାଷ୍ଟିକ୍ ପଲ୍ପରେ ତିଆରି। ଏହା କପା ବା କାଠ ମଣ୍ଡ ଭଳି ତନ୍ତୁ ନୁହେଁ, ବରଂ ଏକ non-porous ପ୍ଲାଷ୍ଟିକ୍ ସିଟ୍। ପ୍ରଥମେ BOPP ପ୍ଲାଷ୍ଟିକ୍ ପଲ୍ପକୁ ଅତ୍ୟନ୍ତ ପତଳା ଓ ନମନୀୟ କରାଯାଏ। ଏହି ସ୍ୱଚ୍ଛ ପ୍ଲାସ୍ଟିକ୍ ଉପରେ ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ଧଳା କାଳି ଲଗାଯାଏ, ଯାହା ଦ୍ୱାରା ନୋଟ୍ କାଗଜ ପରି ଦିଶେ। କିନ୍ତୁ transparent window ଥିବା ସ୍ଥାନରେ କାଳି ଲଗାଯାଏ ନାହିଁ। ଏହାପରେ ଡିଜାଇନ୍, ରଙ୍ଗ, ମୂଲ୍ୟ ଓ ସୁରକ୍ଷା ଚିହ୍ନ ଛପାଯାଏ। ଏଥିରେ କାଳି ପ୍ଲାଷ୍ଟିକ୍ ସହ ଏପରି ମିଶିଯାଏ ଯେ ତାହା ଉଠାଇବା ସମ୍ଭବ ନୁହେଁ। ଶେଷରେ ହୋଲୋଗ୍ରାମ, ରଙ୍ଗ ପରିବର୍ତ୍ତନକାରୀ ଇଙ୍କ୍ ଓ ମାଇକ୍ରୋନପ୍ରିଣ୍ଟିଂ ଯୋଡ଼ାଯାଇ ବଡ଼ ସିଟ୍କୁ ନିର୍ଦ୍ଦିଷ୍ଟ ଆକାରରେ କାଟି ନୋଟ୍ ପ୍ରସ୍ତୁତ କରାଯାଏ।

ପୂର୍ବ ପ୍ରୟାସ ଓ ବୈଶ୍ୱିକ ସ୍ଥିତି: ୨୦୧୨ରେ ଭାରତରେ ପଲିମର ନୋଟ୍ ପ୍ରଚଳନ ପାଇଁ ପ୍ରୟାସ ହୋଇଥିଲା, କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗୁଁ ଏହା ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ, କାନାଡା, ଯୁକ୍ତରାଜ୍ୟ ଓ ନ୍ୟୁଜିଲ୍ୟାଣ୍ଡ ସମେତ ବିଶ୍ୱର ୬୦ରୁ ଅଧିକ ଦେଶରେ ପଲିମର ନୋଟ୍ ଚାଲୁ ଅଛି।

The post ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ପାଇଁ ମଞ୍ଜୁରୀ, କାଗଜ ନୋଟ୍ ଚାଲୁ ରହିବ appeared first on Sanket Tv.

ଓଡ଼ିଶା ଫୁଡ୍ ପ୍ରୋରେ ୩୧ ହଜାର ୬୪୮ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୪୨ ହଜାର ନିଯୁକ୍ତି
ଭୁବନେଶ୍ୱର(ସଂକେତ୍ ଟିଭି): ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନୂଆ ଦିଗ ଦେବାକୁ ଲକ୍ଷ୍ୟ ନେଇ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ ନିବେଶ ସମ୍ମିଳନୀ ଏକ ଐତିହାସିକ ସଫଳତା ପାଇଛି। ଏହି ଅବସରରେ ମୋଟ ୩୧ ହଜାର ୬୪୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୪୨ ହଜାରରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ଶିଳ୍ପ ବିକାଶ ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ବୃହତ ନିବେଶ ସମ୍ମିଳନୀର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଶିଳ୍ପ ପ୍ରତିନିଧି ଏବଂ ୧୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ମିଣ୍ଡା ଇଣ୍ଡଷ୍ଟ୍ରିଜ୍ର ମ୍ୟାନେଜିଂ ଡାଇରେକ୍ଟର ନିର୍ମଳ କୁମାର ମିଣ୍ଡା, ହେକ୍ସାଗନ୍ ନ୍ୟୁଟ୍ରିସନ୍ର ମ୍ୟାନେଜିଂ ଡାଇରେକ୍ଟର ବିକ୍ରମ କେଲକରଙ୍କ ସମେତ ବହୁ ବରିଷ୍ଠ ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ନିବେଶ ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ।

ଏହି ନିବେଶ ସମ୍ମିଳନୀରେ ୨୨ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ବେଭରେଜ୍ ପ୍ରୋସେସିଂ, ଆଗ୍ରୋ ପ୍ରୋସେସିଂ, କୋଲ୍ଡ ଚେନ୍, ଲଜିଷ୍ଟିକ୍ସ ଏବଂ ପ୍ୟାକେଜିଂ ଭଳି ବିଭିନ୍ନ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ। ଏହା ଦ୍ୱାରା କେବଳ ଶିଳ୍ପ ବିକାଶ ହେବ ନାହିଁ, ବରଂ ରାଜ୍ୟରେ ୪୨ ହଜାର ୭୬ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ନଲେଜ୍ ରିପୋର୍ଟ’ର ଉନ୍ମୋଚନ କରିଥିଲେ। ଏହି ରିପୋର୍ଟରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ସମ୍ପଦ ଏବଂ ରାଜ୍ୟର ନିବେଶ ସମ୍ଭାବନା ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ ରହିଛି। ଭବିଷ୍ୟତ ନିବେଶକମାନଙ୍କୁ ଏହି ରିପୋର୍ଟ ଦିଗଦର୍ଶନ ଯୋଗାଇବ ଏବଂ ସେମାନଙ୍କ ନିବେଶ ନିଷ୍ପତ୍ତିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାର ଶିଳ୍ପଗୁଡ଼ିକୁ ଆବଶ୍ୟକୀୟ ରାସ୍ତା, ବିଦ୍ୟୁତ, ପାଣି ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦେବାକୁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ପଷ୍ଟ କରିଛନ୍ତି। ପୂର୍ବ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢ଼ିତୋଳିବା ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନରେ ଏହି ପଦକ୍ଷେପ ଏକ ବଡ଼ ମାଇଲଖୁଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମୁଦାୟ ୩୧ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ଏବଂ ୪୨ ହଜାରରୁ ଅଧିକ ଚାକିରି ସୁଯୋଗର ପ୍ରତିଶ୍ରୁତି ସହ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଗତି ଦେଇଛି। ଏହି ନିବେଶ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ସ୍ତରର ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ବୋଲି ଶିଳ୍ପ ମହଲରେ ଆଶା କରାଯାଉଛି।

The post ଓଡ଼ିଶା ଫୁଡ୍ ପ୍ରୋରେ ୩୧ ହଜାର ୬୪୮ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୪୨ ହଜାର ନିଯୁକ୍ତି appeared first on Sanket Tv.

ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ଓ ଏଆଇ ପାର୍କ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ HCLTech ଓ ‘ସର୍ଭମ AI’ ସହିତ ଆଜି ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୭୩୦ କୋଟି ପୁଞ୍ଜିନିବେଶରେ ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI Park’ । ୫ ବର୍ଷରେ ନିବେଶ ହେବ ୧୫ ହଜାର କୋଟି ଟଙ୍କା । ଆଉ ଏଥିରେ ସିଧାସଳଖ ୬,୦୦୦ରୁ ଊର୍ଦ୍ଧ୍ୱ ଯୋଗ୍ୟ ଯୁବକ-ଯୁବତୀ ନିଯୁକ୍ତି ପାଇବେ । ବିଶ୍ୱର ଯେକୌଣସି ଟେକ୍ନୋଲୋଜି ସହ ସ୍ୱଦେଶୀ AI ସର୍ଭମ ସମକକ୍ଷ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ନୀତି ଆୟୋଗ ତାଲିକାରେ ଟପ୍-୩ରେ ପହଞ୍ଚିବା ଓଡିଶାର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଲୋକସେବା ଭବନର କନଭେନସନ ସେଣ୍ଟରରେ ‘HCLTech’ ଓ ଦେଶର ସ୍ୱଦେଶୀ AI ସଂସ୍ଥା ‘ସର୍ଭମ AI’ ସହିତ ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରେ ଟେକ୍ନୋଲୋଜି-ଭିତ୍ତିକ ଆର୍ଥିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହେବ । ଏହା ସହ ରାଜ୍ୟର ହଜାର ହଜାର ଉଚ୍ଚଶିକ୍ଷିତ ଓ କୁଶଳୀ ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

HCLTech ଓଡ଼ିଶାରେ ନିଜର ଏକ ଡେଭେଲପମେଣ୍ଟ ସେଣ୍ଟର’ ପ୍ରତିଷ୍ଠା କରିବାକୁ ଯାଉଛି । ଯାହା ରାଜ୍ୟର IT ଇକୋସିଷ୍ଟମକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ଦେବ । ଏହି ସଂସ୍ଥାର ନାମ ହେଉଛି HCLTech ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର । ଏଥିସହିତ HCLTech ଏବଂ ‘ସର୍ଭମ AI’ର ମିଳିତ ସହଯୋଗରେ ଓଡ଼ିଶାରେ ଏକ ‘AI – ଅପ୍ଟିମାଇଜ ଡାଟା ସେଣ୍ଟର’ ମଧ୍ୟ ପ୍ରତିଷ୍ଠା କରାଯିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡି଼ଶାରେ ଏକ ସୋଭରେନ୍ ବା ସମ୍ପୂର୍ଣ୍ଣ ସ୍ୱଦେଶୀ AI Park ପ୍ରତିଷ୍ଠା କରାଯିବ । ଏହି ଡାଟା ସେଣ୍ଟର ଉକ୍ତ AI Park ମଧ୍ୟରେ ପ୍ରତିଷ୍ଠିତ ହେବ । HCL ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ପାଇଁ ପ୍ରାୟ ୭୩୦ କୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି । ଯାହା ରାଜ୍ୟର ଡିଜିଟାଲ୍ ଇକୋସିଷ୍ଟମକୁ ବହୁତ ମଜବୁତ କରିବ । ଏହି ଗ୍ଲୋବାଲ୍ ଡେଲିଭରି ସେଣ୍ଟର ମାଧ୍ୟମରେ ଓଡ଼ିଶାର ୬,୦୦୦ ରୁ ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ-ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ । ଦୁଇଟି ପ୍ରକଳ୍ପରେ ଆସନ୍ତା ୫ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଟେକ୍-ରେଡି ହୋଇପାରିଛି । ଓଡ଼ିଶା ଏହି ନବସୃଜନର ଅଗ୍ରଣୀ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ପୂର୍ବରୁ ଆମେ ବିଦେଶୀ AI ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ଆମର ସ୍ୱଦେଶୀ AI ‘ସର୍ଭମ’, ବିଶ୍ୱର ଯେକୌଣସି ଟେକ୍ନୋଲୋଜି ସହ ସମକକ୍ଷ ହୋଇପାରିଛି । ଆଗାମୀ ଦିନରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ଏହାର ବ୍ୟାପକ ବ୍ୟବହାର କରାଯିବ । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର କେବଳ ଖଣିଜ-କୈନ୍ଦ୍ରିକ ଶିଳ୍ପରେ ସୀମିତ ନରହି ସେମିକଣ୍ଡକ୍ଟର, AI, ଟେକ୍ସଟାଇଲ, ଫାର୍ମା ଓ ଆଇଟି ଭଳି ନୂତନ କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି ।

ସର୍ଭମ୍ ଏଆଇ ଓଡିଆ ସହିତ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ AI ପ୍ଲାଟଫର୍ମ ଓ AI ଆପ୍ଲିକେସନ୍‌ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଓଡିଶାରେ ଏହି AI Park ଓ ଡାଟା ସେଣ୍ଟର ପ୍ରତିଷ୍ଠା ହେବା ଫଳରେ ଓଡିଶାରୁ ହିଁ ଓଡିଆ ସହିତ ବିଭିନ୍ନ ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତାର ସେବା ଉପଲବ୍ଧ ହୋଇପାରିବ ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି । ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି । ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହୋଇଛି । ସମ୍ପ୍ରତି ନୀତି ଆୟୋଗଙ୍କ ନୂତନ ‘Investment Friendliness Index-2026’ ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଖୁବଶୀଘ୍ର ଟପ୍‌-୩ ରେ ପହଞ୍ଚିବା ଲକ୍ଷ୍ୟ ।

ନୂଆ ଶିଳ୍ପ ନୀତି, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଏବଂ ଲ୍ୟାଣ୍ଡ ବ୍ୟାଙ୍କ ବ୍ୟବସ୍ଥା ଯୋଗୁଁ ଚୁକ୍ତି ସ୍ୱାକ୍ଷରଠାରୁ ପ୍ରକଳ୍ପ ଆରମ୍ଭ ହେବା ସମୟ ସୀମାକୁ ୧୦୦ ଦିନରୁ କମ୍‌କୁ ହ୍ରାସ କରାଯାଇଛି । HCLTech, Sarvam AI ଏବଂ ସମସ୍ତ ନିବେଶକଙ୍କୁ ସମ୍ପୂର୍ଣ୍ଣ ସରକାରୀ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ବୁଝାମଣା ପତ୍ର ସ୍ଵାକ୍ଷର ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ, HCL ଚେୟାରପର୍ସନ୍ ରୋଶନୀ ନାଦର ମାଲହୋତ୍ରା,ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, HCLTech ର CEO ତଥା ମ୍ୟାନେଜିଂ ଡାଇରେକ୍ଟର ସି. ବିଜୟକୁମାର, ସର୍ଭମ AI ର CEO ପ୍ରତ୍ୟୁଷ କୁମାର, ଶିଳ୍ପ ଓ ଶିକ୍ଷା ଜଗତର ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରିକଗଣ ଉପସ୍ଥିତ ଥିଲେ ।

The post ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ଓ ଏଆଇ ପାର୍କ appeared first on Sanket Tv.

୨୫ ହଜାର କୋଟି ଟଙ୍କାର ମାଛ ରପ୍ତାନୀ ଲକ୍ଷ୍ୟ ଧାର୍ଯ୍ୟ କଲା ଓଡିଶା
ବ୍ରହ୍ମପୁର(ସଂକେତ ଟିଭି): ଦେଶରେ ନୀଳ ଅର୍ଥନୀତିର ବିକାଶ ଉପରେ ବର୍ତ୍ତମାନ ବିଶେଷ ଗୁରୁତ୍ବାରୋପ କରାଯାଉଛି। ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ପୂର୍ତ୍ତି ପାଇଁ ଏହି କ୍ଷେତ୍ରରେ ଅଗ୍ରଗତି ଦ୍ବାରା ଦେଶକୁ ଆଗକୁ ନେବା ପାଇଁ ଆହ୍ବାନ ରହିଛି। ଏହି ପ୍ରସଙ୍ଗରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜର ମତ ରଖିଛନ୍ତି। ପୂର୍ବରୁ ଗଭୀର ସମୁଦ୍ର ମଧ୍ୟରେ ମାଛ ଧରିବା ପାଇଁ ଯେଉଁ କଟକଣା ରହିଥିଲା, ତାହା ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଦୁଇ ଦିନିଆ ଜାତୀୟ କନକ୍ଳେଭ ଆୟୋଜିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନେ ନିଜର ଅଭିନବ ଉପାୟରେ ପ୍ରସ୍ତୁତ କରିଥିବା ମାଛରୁ ମୂଲ୍ୟଯୁକ୍ତ ଦ୍ରବ୍ୟକୁ ବିଶେଷଜ୍ଞ ସମୁଖରେ ଉପସ୍ଥାପନ କରିଥିଲେ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ପୂର୍ବରୁ ୧୨ ନଟିକାଲ ମାଇଲ୍ (୨୦-୨୨ କିଲୋମିଟର) ମଧ୍ୟରେ ମାଛ ଧରିବାକୁ ଅନୁମତି ଥିଲା, କିନ୍ତୁ ବର୍ତ୍ତମାନ ଏହି ସୀମା ଉଠାଇ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀମାନେ ଅଗଭୀର ସମୁଦ୍ରକୁ ଯାଇ ମାଛ ଧରିପାରିବେ, ଯାହା ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ଆହୁରି କହିଲେ ଯେ, ଓଡ଼ିଶାରୁ ବର୍ତ୍ତମାନ ପ୍ରତିବର୍ଷ ପ୍ରାୟ ୫,୫୦୦ କୋଟି ଟଙ୍କାର ମାଛ ରପ୍ତାନୀ ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ପୂର୍ବରୁ ୨ କିଲୋମିଟର ମଧ୍ୟରେ ଚିଙ୍ଗୁଡ଼ି ଚାଷ କରାଯାଉଥିଲା, କିନ୍ତୁ ବର୍ତ୍ତମାନ କ୍ୟାବିନେଟ ଅନୁମତି ପରେ ସମୁଦ୍ରର ହାଇଟାଇଡ ଅଞ୍ଚଳର ୧୦ କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷ କରାଯାଇପାରିବ। ଡବଲ ଇଞ୍ଜିନ ସରକାରରେ ମତ୍ସ୍ୟଜୀବୀଙ୍କ ପାଇଁ ଡବଲ ପଲିସି ରହିଥିବା ଉଲ୍ଲେଖ କରି ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପୋଖରୀ ଖୋଳିବା, ଯାଆଁଳା ପ୍ରଦାନ, ମାଛ ଖାଦ୍ୟ ପ୍ରଦାନ ଏବଂ ବଜାରରେ ଭାଲ୍ୟୁ ଆଡିସନ ପର୍ଯ୍ୟନ୍ତ ସବ-ସିଡିର ବ୍ୟବସ୍ଥା କରାଯାଇଛି।

ଏହି କନକ୍ଳେଭରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିବା ସହ ମତ୍ସ୍ୟ ଯୋଜନା ପ୍ରଣୟନ ଦ୍ୱାରା ଉତ୍ପାଦନ ବୃଦ୍ଧି ପାଉଥିବା ଏବଂ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ହେବା ଦ୍ୱାରା ଆତ୍ମନିଯୁକ୍ତି ବୃଦ୍ଧି ପାଉଥିବା କହିଥିଲେ। ମୁଖ୍ୟବକ୍ତା ପ୍ରଫେସର ଜି. ଜୟସୀକରନ ମତ୍ସ୍ୟ ଉଦ୍ୟୋଗିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ କହିଲେ ଯେ, ଅଭିନବ ଉପାୟରେ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରିବା ଦ୍ବାରା ମାଛର ଚାହିଦା ବଢ଼ିବା ସହ ନୂଆ ଉଦ୍ୟୋଗୀ ସୃଷ୍ଟି ହୋଇପାରିବ।

ଜଣେ ଛାତ୍ରୀ ନିଜ ମତ ରଖି କହିଲେ, “ଆମେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରକୁ ଏକ ଉଦୀୟମାନ କ୍ଷେତ୍ର ଭାବେ ଦେଖୁଛୁ। ଏହି କ୍ଷେତ୍ରରେ ଭାଲ୍ୟୁ ଆଡିସନ୍ ଓ ସ୍ଥାୟୀ ବିକାଶକୁ ଗୁରୁତ୍ବ ଦେଲେ ନୀଳ ଅର୍ଥନୀତି ଅଗ୍ରଗତି କରିବ, ଯାହା ‘ବିକଶିତ ଭାରତ ୨୦୪୭’ ଓ ‘ବିକଶିତ ଓଡ଼ିଶା ୨୦୩୬’ ସ୍ବପ୍ନକୁ ସାକାର କରିପାରିବ।” ଜୁଲାଇ ୧୮ ଓ ୧୯ ତାରିଖରେ ଆୟୋଜିତ ଏହି ୨ ଦିନିଆ କନକ୍ଳେଭରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜୁରାଟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଅଧ୍ୟାପକ, ବ୍ୟବସାୟୀ, ପ୍ରଶାସକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ନୀଳ ଅର୍ଥନୀତିର ଭବିଷ୍ୟତ ଦିଗନ୍ତ ଉପରେ ଆଲୋଚନା କରିଥିଲେ।

The post ୨୫ ହଜାର କୋଟି ଟଙ୍କାର ମାଛ ରପ୍ତାନୀ ଲକ୍ଷ୍ୟ ଧାର୍ଯ୍ୟ କଲା ଓଡିଶା appeared first on Sanket Tv.