Education Archives - Sanket Tv

ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାଜରାସ୍ତା ଅବରୋଧ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଉତ୍କଟ ଅବ୍ୟବସ୍ଥାକୁ ନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ପାଦରେ ଚାଲି ଚାଲି ବାହାରିଥିଲେ। ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ଆବଶ୍ୟକ ପଡ଼ିଲେ ମୋଟ ୫୦ କିଲୋମିଟର ପଦଯାତ୍ରା କରିବେ ବୋଲି ଛାତ୍ରଛାତ୍ରୀମାନେ ଜିଦ୍ ଧରିଛନ୍ତି।

ଏହି ପଦଯାତ୍ରା ବାଙ୍ଗିରିପୋଷି ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି କଲିକତା ଛକ ନିକଟରେ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଥିଲେ।

ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମଟର ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା। ଛାତ୍ରଛାତ୍ରୀଙ୍କ ଏଭଳି ପ୍ରତିବାଦ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଖବର ପାଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ଜାରି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ତଦନ୍ତ କରାଯିବା ପାଇଁ ଆଶ୍ୱାସନା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

The post ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାଜରାସ୍ତା ଅବରୋଧ appeared first on Sanket Tv.

ଭଦ୍ରକର ଦୁଇ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ
ଭଦ୍ରକ (ସଂକେତ ଟିଭି): ଭଦ୍ରକରେ ଦୁଇଟି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି । ଏନେଇ ମହାବିଦ୍ୟାଳୟ ପରିସରରେ ନୋଟିସ ଲାଗିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଖବର ଅନୁଯାୟୀ, ଦୀର୍ଘ ୮ ବର୍ଷ ପରେ କଲେଜ ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହାପରେ କଲେଜ କ୍ୟାମ୍ପସ ଉଠୁଛି ପଡୁଛି । ପ୍ରାର୍ଥୀମାନେ ଜୋରଦାର କଲେଣି ପ୍ରଚାର ।

ହେଲେ ଏସବୁ ଭିତରେ ଭଦ୍ରକରୁ ଆସିଛି ବଡ଼ ଖବର । ଭଦ୍ରକରେ ଦୁଇଟି ମହାବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଛି । ସମ୍ବେଦନଶୀଳ ଘଟଣା ପାଇଁ ନିର୍ବାଚନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ ।

ତେବେ ନିର୍ବାଚନ ବାତିଲ ହୋଇଥିବା ମହାବିଦ୍ୟାଳୟ ଗୋଟିଏ ହେଲା ଭଦ୍ରକ ମହାବିଦ୍ୟାଳୟ । ଅନ୍ୟଟି ହେଉଛି ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ । ଦୁଇଟି ମହାବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି ।

The post ଭଦ୍ରକର ଦୁଇ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ appeared first on Sanket Tv.

୧୨ ହଜାର ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଏକଲବ୍ୟ ମଡେଲ ସ୍କୁଲ ପ୍ରିନ୍ସିପାଲ
ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ଜିଲ୍ଲା ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ କ୍ରିଷ୍ଣମୂର୍ତ୍ତି ନାଇଡ଼ୁ ଦୁର୍ନୀତି ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଅକ୍ସିଲାରି ନର୍ସ ମିଡୱାଇଫ୍ ବା ଏଏନଏମ୍ (ANM) ଙ୍କ ଚାକିରି ଅବଧି ବୃଦ୍ଧି ପାଇଁ ସୁପାରିଶ କରିବାକୁ ଲାଞ୍ଚ ନେଉଥିବା ସମୟରେ ସେ ଧରାପଡ଼ିଛନ୍ତି।

ସିବିଆଇ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଧ୍ୟକ୍ଷ ପ୍ରଥମେ ଅଭିଯୋଗକାରିଣୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ସ୍କୁଲରେ ଏଏନଏମ୍ ଭାବରେ ତାଙ୍କର ସେବା କାର୍ଯ୍ୟକାଳ ବୃଦ୍ଧି ପାଇଁ ଅନୁମୋଦନ ଦେବା ବଦଳରେ ଏହି ଅର୍ଥ ମଗାଯାଇଥିଲା। ଅଭିଯୋଗ ପାଇବା ପରେ ସିବିଆଇ ପକ୍ଷରୁ ଅକ୍ଟୋବର ୭ ତାରିଖରେ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ଆଲୋଚନା ସମୟରେ ଅଧ୍ୟକ୍ଷ ମୂଳ ଦାବି ପରିବର୍ତ୍ତେ ୧୨,୦୦୦ ଟଙ୍କା ନେବାକୁ ରାଜି ହୋଇଥିଲେ।

ତଦନ୍ତକାରୀ ସଂସ୍ଥା ଏହା ପରେ ଏକ ଯୋଜନାବଦ୍ଧ ଢଙ୍ଗରେ ଜାଲ ବିଛାଇଥିଲା। ଅକ୍ଟୋବର ୭ ତାରିଖ ଦିନ ଅଭିଯୋଗକାରିଣୀଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ଅଧ୍ୟକ୍ଷଙ୍କୁ ରଙ୍ଗେହାତ ଧରିଥିଲା। ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

The post ୧୨ ହଜାର ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଏକଲବ୍ୟ ମଡେଲ ସ୍କୁଲ ପ୍ରିନ୍ସିପାଲ appeared first on Sanket Tv.

ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ: ୪୬ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ
ବାରିପଦା(ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସଏସଡି) ବାଳିକା ହାଇସ୍କୁଲ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲରେ ରହୁଥିବା ୪୬ରୁ ଉର୍ଦ୍ଧ୍ୱ ଛାତ୍ରୀ ହଠାତ୍ ଝାଡ଼ାବାନ୍ତି ଏବଂ ପେଟ ବ୍ୟଥାର ଶିକାର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ହଷ୍ଟେଲରେ ରାତ୍ରିଭୋଜନ ସାରି ଶୋଇବା ପରେ ବିଳମ୍ବିତ ରାତିରୁ କିଛି ଛାତ୍ରୀଙ୍କଠାରେ ବାନ୍ତି, ଝାଡ଼ା ଓ ପେଟକଟା ଲକ୍ଷଣ ଦେଖାଦେଇଥିଲା। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୬ରୁ ଉର୍ଦ୍ଧ୍ୱରେ ପହଞ୍ଚିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଏବଂ ଅନ୍ୟ ଗାଡ଼ି ଯୋଗେ ଅସୁସ୍ଥ ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମାଣତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ଥାନାଭାବ ଏବଂ ଗୁରୁତର ଥିବା କିଛି ଛାତ୍ରୀଙ୍କୁ ତୁରନ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତ ଛାତ୍ରୀମାନଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଖାଦ୍ୟ ବିଷକ୍ରିୟା (ଫୁଡ୍ ପଏଜନିଂ) କିମ୍ବା ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ଜିଲ୍ଲାପାଳ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜିଲ୍ଲାପାଳ ସିଧାସଳଖ ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲ ପରିଦର୍ଶନ କରି ରୋଷେଇ ଘର, ଡାଇନିଂ ହଲ୍ ଏବଂ ପାନୀୟ ଜଳ ବ୍ୟବସ୍ଥାର ତନଖି କରିଛନ୍ତି।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟରେ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

The post ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ: ୪୬ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ appeared first on Sanket Tv.

ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର (ସଂକେତ ଟିଭି): ୮ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚୀ ଅନୁଯାୟୀ, ଆସନ୍ତା ଅକ୍ଟୋବର ୭ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ।

ଅକ୍ଟୋବର ୧୫ ତାରିଖରେ ରାଜ୍ୟବ୍ୟାପୀ ଭୋଟଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ଶେଷ ଥର ପାଇଁ ରାଜ୍ୟରେ ୨୦୧୭ ମସିହାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କ୍ୟାମ୍ପସରେ ହିଂସା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ କୋଭିଡ୍ ମହାମାରୀ କାରଣରୁ ପୂର୍ବ ସରକାର ୨୦୧୮ ମସିହାରୁ ଏହି ନିର୍ବାଚନକୁ ବାତିଲ କରିଥିଲେ।

ଦୀର୍ଘ ବର୍ଷ ଧରି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନିର୍ବାଚନ ପୁନଃ ଆରମ୍ଭ କରିବା ନେଇ ଦାବି ହୋଇଆସୁଥିଲା। ଏବେ ସରକାରଙ୍କ ଏହି ଘୋଷଣା ପରେ କ୍ୟାମ୍ପସଗୁଡ଼ିକରେ ଛାତ୍ରନେତା ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ଏବଂ ନିର୍ବାଚନୀ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି।

The post ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ appeared first on Sanket Tv.

ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ରାଜ୍ୟପାଳ ତଥା କୂଳାଧିପତି ଡ. ହରି ବାବୁ କମ୍ଭମପଟି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗ କମିଶନର-ତଥା-ସଚିବ ଅରବିନ୍ଦ ଅଗ୍ରୱାଲ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଲୋକ ଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜ୍ୟପାଳ କହିଥିଲେ ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା ହେଉଛି ପରବର୍ତ୍ତୀ ବଡ଼ ଆହ୍ୱାନ। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା କଥା ମନେପକାଇ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ସ୍ପଷ୍ଟ ସମୟସୀମା (ଟାଇମଲାଇନ୍) ଧାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳଙ୍କ ପ୍ରସ୍ତାବଗୁଡ଼ିକୁ ସମର୍ଥନ କରିବା ସହ ସମୟସୀମା ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କୁଳପତିମାନଙ୍କୁ କହିଥିଲେ। ବୈଠକର ପ୍ରାରମ୍ଭରେ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ବିଶ୍ୱବିଦ୍ୟାଳୟଗୁଡ଼ିକର ବର୍ତ୍ତମାନର ନିଯୁକ୍ତି ସ୍ଥିତି ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ।

The post ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ appeared first on Sanket Tv.

କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ ଘୋଷଣା କଲେ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ହଜାର ହଜାର କନିଷ୍ଠ ଶିକ୍ଷକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ମାନଙ୍କୁ ନିୟମିତ କରିବା ନେଇ ଓଡ଼ିଶା ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ।

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଯଥାବିଧି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମନୋନୀତ ହୋଇ କାର୍ଯ୍ୟରତ ଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ମାନଙ୍କୁ ଏବେ ଏଲିମେଣ୍ଟାରୀ କ୍ୟାଡରର ଲେଭଲ୍-୫ (ଏ) ବା Level-V(A)ରେ ସହକାରୀ ଶିକ୍ଷକ ଭାବରେ ନିୟମିତ କରାଯିବ ।

ନିୟମିତ ହୋଇଥିବା ଶିକ୍ଷକମାନଙ୍କୁ ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପ୍ରଦାନ କରାଯିବ । ଯୋଗ୍ୟ ଶିକ୍ଷକମାନେ ଲେଭଲ୍-୫ (ଏ) ସ୍କେଲ୍ ଅନୁଯାୟୀ ନିୟମିତ ଦରମା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସେବା ସୁବିଧା ପାଇବାକୁ ହକ୍‌ଦାର୍ ହେବେ । ଏହି ନିଷ୍ପତ୍ତି ଯୋଗୁଁ ଅନେକ ଦିନ ଧରି ଅପେକ୍ଷା କରିଥିବା ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

The post କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ ଘୋଷଣା କଲେ ସରକାର appeared first on Sanket Tv.

ନିଟ୍ ପିଜି ୨୦୨୬: ପିଜି ମେଡିକାଲ୍ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୫୮,୦୦୦କୁ ପହଞ୍ଚିଲା
ନୂଆଦିଲ୍ଲୀ(ସଂକେତ ଟିଭି): ନିଟ୍ ପିଜି (NEET PG 2026) ପରୀକ୍ଷା ଦେଇ କାଉନସେଲିଂକୁ ଅପେକ୍ଷା କରି ରହିଥିବା ମେଡିକାଲ୍ ଆଶାୟୀଙ୍କ ପାଇଁ ଏକ ବଡ଼ ଏବଂ ଖୁସିର ଖବର ସାମ୍ନାକୁ ଆସିଛି। ମେଡିକାଲ୍ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବଢ଼ିଛି। ଜାତୀୟ ମେଡିକାଲ୍ କମିଶନ (NMC) ଏବଂ ମେଡିକାଲ୍ କାଉନସେଲିଂ କମିଟି (MCC) ପକ୍ଷରୁ ନିଟ୍ ପିଜି ୨୦୨୬ ପାଇଁ ସିଟ୍ ମ୍ୟାଟ୍ରିକ୍ସ ଜାରି କରାଯାଇଛି।

ନୂତନ ତଥ୍ୟ ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏମଡି, ଏମଏସ ଏବଂ ଅନ୍ୟାନ୍ୟ ପିଜି ମେଡିକାଲ୍ ପ୍ରୋଗ୍ରାମରେ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୫୮,୦୦୦କୁ ପହଞ୍ଚିଛି। ଗତ ବର୍ଷ ଏହି ସଂଖ୍ୟା ୫୨,୧୭୩ ଥିଲା, ଯାହାକି ଚଳିତ ବର୍ଷ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଛି।

ମେଡିକାଲ୍ କଲେଜଗୁଡ଼ିକରେ ଏହି ସିଟ୍ ବୃଦ୍ଧି କେବଳ ସରକାରୀ ସ୍ତରରେ ନୁହେଁ, ବରଂ ବେସରକାରୀ ଏବଂ ଡିମ୍ଡ ମେଡିକାଲ୍ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା, ବେସରକାରୀ ଏବଂ ଡିମ୍ଡ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସିଟ୍ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି।

ନୂତନ ସିଟ୍ ମ୍ୟାଟ୍ରିକ୍ସ ଅନୁଯାୟୀ ଏନାସ୍ଥେସିଆ, ଅପଥଲ୍ମୋଲୋଜି, ଇଏନଟି, ପାଥୋଲୋଜି, ସାଇକ୍ରିଆଟ୍ରି ଏବଂ ରେସ୍ପିରେଟୋରୀ ମେଡିସିନ୍ ଭଳି ପ୍ରମୁଖ ବିଶେଷଜ୍ଞ କୋର୍ସଗୁଡ଼ିକରେ ସିଟ୍ ସଂଖ୍ୟା ବ୍ୟାପକ ଭାବେ ସମ୍ପ୍ରସାରିତ ହୋଇଛି।
ସରକାରୀ ମେଡିକାଲ୍ କଲେଜରେ ଏନାସ୍ଥେସିଓଲୋଜିରେ ୩,୨୦୫ଟି, ଜେନେରାଲ୍ ମେଡିସିନରେ ୩,୨୦୧ଟି, ଜେନେରାଲ୍ ସର୍ଜରୀରେ ୨,୮୦୫ଟି, ଓବିଜି (OBG)ରେ ୨,୬୩୫ଟି, ପିଡାଟ୍ରିକ୍ସରେ ୨,୧୭୬ଟି ଏବଂ ପାଥୋଲୋଜିରେ ୧,୮୩୩ଟି ସିଟ୍ ରହିଛି।

ଏହାବ୍ୟତୀତ ଅର୍ଥୋପେଡିକ୍ସରେ ୧,୬୦୩, ଅପଥଲ୍ମୋଲୋଜିରେ ୧,୨୨୩ ଏବଂ ରାଡିଓ ଡାଏଗ୍ନୋସିସରେ ୧,୧୮୨ଟି ସରକାରୀ ସିଟ୍ ରହିଥିବା ଜଣାପଡ଼ିଛି।

ଏନଏମସି ସ୍ପଷ୍ଟ କରିଛି ଯେ ଆବଶ୍ୟକତା ଅନୁଯାୟୀ ଏହି ଜାରି କରାଯାଇଥିବା ସିଟ୍ ମ୍ୟାଟ୍ରିକ୍ସରେ ପରିବର୍ତ୍ତନ କରାଯାଇପାରିବ। ଯେଉଁ କଲେଜଗୁଡ଼ିକରୁ ନୂତନ ପିଜି କୋର୍ସ କିମ୍ବା ଅଧିକ ସିଟ୍ ପାଇଁ ଆବେଦନ କରାଯାଇଛି ଏବଂ ଆଗକୁ ଯେଉଁଗୁଡ଼ିକର ଅନୁମୋଦନ ମିଳିବ, ସେଗୁଡ଼ିକୁ ପରବର୍ତ୍ତୀ ଅପଡେଟ୍ ସିଟ୍ ମ୍ୟାଟ୍ରିକ୍ସରେ ସାମାହିକ କରାଯିବ। କାଉନସେଲିଂ ସମୟରେ ସିଟ୍ ସମ୍ବନ୍ଧୀୟ କୌଣସି ଅସୁବିଧା ଦେଖାଗଲେ ମେଡିକାଲ୍ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (MARB) ନିକଟକୁ ମାମଲା ପଠାଯିବ।

ନିଟ୍ ପିଜି କାଉନସେଲିଂରେ ଦିବ୍ୟାଙ୍ଗ (PwBD) ପ୍ରାର୍ଥୀମାନଙ୍କ ପାଇଁ ରାଉଣ୍ଡ-୧ର ରେଜିଷ୍ଟ୍ରେସନ୍ ପୋର୍ଟାଲ୍ ଅକ୍ଟୋବର ୧, ୨୦୨୬ ତାରିଖରୁ ଖୋଲିବ। ପ୍ରାର୍ଥୀମାନେ ଏମସିସି (MCC)ର ଅଫିସିଆଲ୍ ୱେବସାଇଟ୍ mcc.nic.in ମାଧ୍ୟମରେ ରେଜିଷ୍ଟ୍ରେସନ୍ ଏବଂ ଚଏସ୍ ଫିଲିଂ କରିପାରିବେ। ଏହାଛଡ଼ା ମେଡିକାଲ୍ ଆସେସମେଣ୍ଟ ବୋର୍ଡର ଯାଞ୍ଚ ପ୍ରକ୍ରିୟା ଅକ୍ଟୋବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

The post ନିଟ୍ ପିଜି ୨୦୨୬: ପିଜି ମେଡିକାଲ୍ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୫୮,୦୦୦କୁ ପହଞ୍ଚିଲା appeared first on Sanket Tv.

ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ ସଂଶୋଧିତ ପାଠ୍ୟପୁସ୍ତକ
ଭୁବନେଶ୍ୱର (ସଂକେତ ଟିଭି):ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିବାଦ ଓ ଆପତ୍ତି ପରେ ଏବେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆବଶ୍ୟକୀୟ ସଂଶୋଧନ ଓ ପରିମାର୍ଜନ ପରେ ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚିବା ଆରମ୍ଭ କରିଛି।

ପର୍ଯ୍ୟାୟକ୍ରମେ ଏହି ବହିଗୁଡ଼ିକୁ ବିଦ୍ୟାଳୟଗୁଡ଼ିକରେ ବଣ୍ଟନ କରାଯାଉଛି। ପୂର୍ବରୁ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାର ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ଗୁରୁତ୍ୱ ଦେଇ ଆବଶ୍ୟକ ସ୍ଥାନରେ ସଂଶୋଧନ କରାଯାଇ ନୂଆ ସଂସ୍କରଣ ପ୍ରସ୍ତୁତ କରାଯାଇଛି। ଏବେ ନୂତନ ବହି ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କୁ ଏହା ବଣ୍ଟନ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭାବରେ ପୁନର୍ବାର ଯେପରି ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନରହେ, ସେଥିପାଇଁ ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସତର୍କତାର ସହ କରାଯାଇଥିବା କୁହାଯାଉଛି। ନୂଆ ପାଠ୍ୟପୁସ୍ତକ ମିଳିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଥିବା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

ଚଳିତ ନୂଆ ଶିକ୍ଷାବର୍ଷରେ ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ସ୍କୁଲ ପାଠ୍ୟପୁସ୍ତକରେ ହଜାର ହଜାର ଭୁଲ ନଜର ଆସିଥିଲା। ପାଖାପାଖି ୧୬୭୮ରୁ ଅଧିକ ଭୁଲ ଦେଖିବାକୁ ମିଳିଥିଲା। ଯାହା NEPକୁ ଆଧାର କରି ପ୍ରଥମ ଥର ପାଇଁ ସ୍କୁଲର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା। ବହିରେ ପରିବର୍ତ୍ତନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଡେରିରେ ପାଠ୍ୟପୁସ୍ତକ ମିଳିଥିଲା। ତେବେ କେଉଁଠି ବନାନ ଭୁଲ ରହିଛି ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ ରହିଥିବା ଭଳି ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା।

ଏପରିକି ଓଡ଼ିଶା ବିଧାନସଭାର ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ରକୁ ଦର୍ଶାଯାଇଥିଲା। ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି। ଏଭଳି ପାଖାପାଖି ୧୬୭୮ଟି ଭୁଲ ଚିହ୍ନଟ କରାଯାଇଥିଲା। ତେବେ ବଡ଼ ବିବାଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ସଂଶୋଧନ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଥିଲା। ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବରୁ ବହି ବଣ୍ଟନକୁ ସ୍ୱାଗତ କରିଛନ୍ତି ଶିକ୍ଷକ ସଂଘ।

ପୁସ୍ତକ ତ୍ରୁଟି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହିତ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଆନୁସାରେ, SCERTର ପୂର୍ବତନ ନିର୍ଦ୍ଦେଶକ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ସହିତ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।

The post ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ ସଂଶୋଧିତ ପାଠ୍ୟପୁସ୍ତକ appeared first on Sanket Tv.

ହଷ୍ଟେଲ ଅବ୍ୟବସ୍ଥା ନେଇ ୮ କି.ମି ଚାଲି ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇଲେ ଆଶ୍ରମ ସ୍କୁଲ ଅନ୍ତେବାସୀ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲାର ବିସିପୁର ଆଶ୍ରମ ବିଦ୍ୟାଳୟରେ ହଷ୍ଟେଲ ଅବ୍ୟବସ୍ଥା ନେଇ ଏକ ଗୁରୁତର ଘଟଣା ସାମ୍ନାକୁ ଆସିଛି। ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୧୦୦ ଛାତ୍ର ଏବଂ ୧୫୦ ଛାତ୍ରୀ ରହିଛନ୍ତି। ହେଲେ ଅନ୍ତେବାସୀ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ପାନୀୟ ଜଳ ଏବଂ ବିଦ୍ୟୁତ୍ ସେବା ପାଇପାରୁ ନାହାନ୍ତି। ଏପରିକି ହଷ୍ଟେଲରେ ପୋକରା ଚାଉଳ ଭାତ ଖାଇବାକୁ ଦିଆଯାଉଥିବା ଅଭିଯୋଗ କରିଛନ୍ତି।

ଛାତ୍ରୀଛାତ୍ରମାନେ ହଷ୍ଟେଲର ଅବ୍ୟବସ୍ଥାକୁ ନେଇ ବାରମ୍ବାର ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମ୍ୟାଟ୍ରୋନ୍ଙ୍କୁ ଅବଗତ କରାଇଛନ୍ତି। ଏପରିକି ମ୍ୟାଟ୍ରୋନ୍ ଏନେଇ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ସୁଦ୍ଧା ପ୍ରଧାନ ଶିକ୍ଷକ ସମସ୍ୟା ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ବରଂ ଅନେକ ସମୟରେ ଅନ୍ତେବାସୀମାନଙ୍କୁ ଗାଳିଗୁଲଜ କରାଯାଉଥିବା ଛାତ୍ରୀଛାତ୍ରମାନେ କହିଛନ୍ତି।

ବାରମ୍ବାର ସମସ୍ୟା ବାବଦରେ ଜଣାଇ କୌଣସି ସମାଧାନ ନ ହେବାରୁ ଶେଷରେ ବାଧ୍ୟହୋଇ ଅନ୍ତେବାସୀମାନେ ସୋମବାରେ ହଷ୍ଟେଲରୁ ବାହାରି ଚାଲିଚାଲି ଜିଲାପାଳ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ବାହାରି ଥିଲେ।

ଉଦଳା-ବାରିପଦା ରାଜ୍ୟ ରାଜପଥରେ ଅନ୍ତେବାସୀମାନେ ଚାଲି ଚାଲି ଯାଉଥିବା ବେଳେ ରାସ୍ତାରେ ପୋଲିସ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇ ବୁଝାସୁଝା କରିଥିଲେ। ହେଲେ କୌଣସି ସୁଫଳ ମିଳିପାରିନାହିଁ। ଅନ୍ତେବାସୀମାନେ ୮ କି.ମି ଦୂର ଚାଲିଥିବା ବେଳେ ଅଧିକାରୀଙ୍କୁ ଭେଟିବାକୁ ଜିଦ୍ ଧରି ବସିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ହଷ୍ଟେଲ ଅବ୍ୟବସ୍ଥା ନେଇ ୮ କି.ମି ଚାଲି ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇଲେ ଆଶ୍ରମ ସ୍କୁଲ ଅନ୍ତେବାସୀ appeared first on Sanket Tv.