Education Archives - Sanket Tv

କଲେଜ କ୍ୟାଣ୍ଟିନ୍‌ରେ ପୁରି-ବରା ବନ୍ଦ, ରନ୍ଧନ ତେଲ ବ୍ୟବହାର କମାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର କ୍ୟାଣ୍ଟିନ୍ ଓ ହଷ୍ଟେଲରେ ଅଧିକ ତେଲିଆ ଖାଦ୍ୟ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁରି, ବରା, ଆଳୁଚପ୍ ଭଳି ଖାଦ୍ୟ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ରନ୍ଧନ ତେଲର ବ୍ୟବହାର ହ୍ରାସ କରିବାକୁ ମଧ୍ୟ କୁହାଯାଇଛି।

ବିଶ୍ୱବ୍ୟାପୀ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗୁରୁତ୍ବ ଦେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଏ ନେଇ ଚିଠି ଜାରି କରାଯାଇଛି। ଚିଠିରେ କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ କମ୍ ତେଲିଆ ଖାଦ୍ୟ ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଥାନୀୟ ତେଲ ବ୍ୟବହାରକୁ ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଇଛି। ଏଥିସହିତ ପାରମ୍ପରିକ ଘିଅ, ସୋରିଷ ଓ ବାଦାମ ତେଲ ଭଳି ସ୍ୱାସ୍ଥ୍ୟକର ତେଲ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ତେଲ ବ୍ୟବହାର କମିବା ସହ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି।

The post କଲେଜ କ୍ୟାଣ୍ଟିନ୍‌ରେ ପୁରି-ବରା ବନ୍ଦ, ରନ୍ଧନ ତେଲ ବ୍ୟବହାର କମାଇବାକୁ ନିର୍ଦ୍ଦେଶ appeared first on Sanket Tv.

ଜେପିଏସସି ପରୀକ୍ଷା ଓ ନିଯୁକ୍ତି ବାତିଲ୍ ଉପରେ ରୋକ୍ ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ
ରାଞ୍ଚି(ସଂକେତ ଟିଭି): ଝାଡ଼ଖଣ୍ଡ ଲୋକସେବା ଆୟୋଗ (JPSC) ଦ୍ୱାରା ଆୟୋଜିତ ୨୨ଟି ନିଯୁକ୍ତି ପରୀକ୍ଷା ଓ ଏହା ଆଧାରରେ ହୋଇଥିବା ନିଯୁକ୍ତିକୁ ବାତିଲ୍ କରିବାକୁ ସରକାର ଜାରି କରିଥିବା ଆଦେଶ ଉପରେ ଝାଡ଼ଖଣ୍ଡ ହାଇକୋର୍ଟ ଗୁରୁବାର ରୋକ୍ ଲଗାଇଛନ୍ତି। ଏହି ଆଦେଶ ବିରୋଧରେ ଦାଖଲ ହୋଇଥିବା ଏକାଧିକ ଯାଚିକା ଉପରେ ଶୁଣାଣି କରି କୋର୍ଟ ଯାଚିକାକାରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ଗତ ଅଗଷ୍ଟ ୧୮ ତାରିଖରେ ଏକ ଅଧିସୂଚନା ଜାରି କରି JPSC ଏବଂ ଏକ ବାହ୍ୟ ଏଜେନ୍ସି ଦ୍ୱାରା ଆୟୋଜିତ ୨୨ଟି ନିଯୁକ୍ତି ପରୀକ୍ଷାକୁ ବାତିଲ୍ କରିଥିଲେ। ସେହିପରି ଆଉ ୨୩ଟି ପରୀକ୍ଷାରେ କୌଣସି ଅନିୟମିତତା ହୋଇଛି କି ନାହିଁ, ତାହାର ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ହାଇକୋର୍ଟରେ ଯାଚିକା ଦାଖଲ କରି ଅଭ୍ୟର୍ଥୀମାନେ ଯୁକ୍ତି କରିଛନ୍ତି ଯେ, ସରକାର ସେମାନଙ୍କ ପକ୍ଷ ଶୁଣିବା ପୂର୍ବରୁ ଏକତରଫା ଭାବେ ପରୀକ୍ଷା ଓ ନିଯୁକ୍ତିକୁ ବାତିଲ୍ କରିଛନ୍ତି। ଏଥିରେ ଅନେକ ଅଭ୍ୟର୍ଥୀ ଚୟନ ପରେ ସରକାରୀ ଚାକିରିରେ ଯୋଗ ଦେଇସାରିଛନ୍ତି ବୋଲି ସେମାନେ ଉଲ୍ଲେଖ କରିଛନ୍ତି।

ଅଭ୍ୟର୍ଥୀମାନଙ୍କ ଅନୁସାରେ, ଯଦି ଯାଞ୍ଚ ସମୟରେ କୌଣସି ଅଭ୍ୟର୍ଥୀଙ୍କ ଭୂମିକା ସନ୍ଦେହଜନକ ବୋଲି ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। କିନ୍ତୁ ଯାଞ୍ଚ କିମ୍ବା ଶୁଣାଣି ନକରି ସମସ୍ତ ସଫଳ ଅଭ୍ୟର୍ଥୀଙ୍କ ନିଯୁକ୍ତି ବାତିଲ୍ କରିବା ଠିକ୍ ନୁହେଁ ବୋଲି ସେମାନେ ଦାବି କରିଛନ୍ତି।

ସମସ୍ତ ଅଭ୍ୟର୍ଥୀ ନିର୍ଦ୍ଧାରିତ ପ୍ରକ୍ରିୟାରେ ପରୀକ୍ଷା ଦେଇ, ମେରିଟ୍ ତାଲିକାରେ ସ୍ଥାନ ପାଇ ଏବଂ ନିୟମ ଅନୁଯାୟୀ ନିଯୁକ୍ତି ପାଇଥିଲେ। ତେଣୁ କିଛି ଅନିୟମିତତା ପାଇଁ ସମସ୍ତଙ୍କୁ ଦାୟୀ କରିବା ଉଚିତ୍ ନୁହେଁ ବୋଲି ଯାଚିକାକାରୀମାନେ କୋର୍ଟରେ ଯୁକ୍ତି ଦେଇଛନ୍ତି। ଶୁଣାଣି ପରେ କୋର୍ଟ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇ ଯାଚିକାକାରୀମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି।

The post ଜେପିଏସସି ପରୀକ୍ଷା ଓ ନିଯୁକ୍ତି ବାତିଲ୍ ଉପରେ ରୋକ୍ ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ appeared first on Sanket Tv.

୩ ସପ୍ତାହ ମଧ୍ୟରେ ସ୍କୁଲ ସୁରକ୍ଷା ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଲେ ହାଇକୋର୍ଟ
କଟକ(ସଂକେତ ଟିଭି): ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଂଗକୁ ନେଇ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କୁ ଆସନ୍ତା ୩ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟରେ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ କ’ଣ ପଦକ୍ଷେପ ନିଆଯାଇଛି, ତାହା ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୩ ତାରିଖ ଧାର୍ଯ୍ୟ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଯେ, ନିକଟ ଅତୀତରେ ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାର ସରକାରୀ ସ୍କୁଲଗୁଡ଼ିକରେ ପାଚେରି ଓ କଂକ୍ରିଟ ଫଳକ ଭୁଶୁଡ଼ି ପଡ଼ି ଏକାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସ୍କୁଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଏକ ଟାସ୍କଫୋର୍ସ ବା ବିଶେଷଜ୍ଞ କମିଟି ଗଠନ କରାଯିବା ଉଚିତ୍ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଆବେଦନକାରୀ ଆହୁରି ମଧ୍ୟ ଦାବି କରିଥିଲେ ଯେ, ଏହି ଅଘଟଣଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କ୍ଷତିଗ୍ରସ୍ତ ଅଭିଭାବକମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ।

ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ, ଚଳିତ ଅଗଷ୍ଟ ମାସରେ ସମଗ୍ର ରାଜ୍ୟର ସ୍କୁଲଗୁଡ଼ିକରେ ‘ସୁରକ୍ଷା ସପ୍ତାହ’ ପାଳନ କରାଯାଇଛି। ଏଥିସହ ଏପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣାଗୁଡ଼ିକର ତଦନ୍ତ ସମାପ୍ତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଇଛି। ସରକାର ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସତ୍ୟପାଠ ଦାଖଲ କରାଯିବ ବୋଲି ମଧ୍ୟ କୋର୍ଟକୁ ଅବଗତ କରାଯାଇଥିଲା।

ତେବେ, ପାଠ ପଢ଼ିବାକୁ ଆସୁଥିବା ଛୋଟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ହାଇକୋର୍ଟ ଅତ୍ୟନ୍ତ ଗୁରୁତ୍ବର ସହିତ ବିଚାର କରିଛନ୍ତି। କୋର୍ଟ କହିଛନ୍ତି ଯେ, କେବଳ ତଦନ୍ତ ଓ କ୍ଷତିପୂରଣ ପର୍ଯ୍ୟାପ୍ତ ନୁହେଁ; ଭବିଷ୍ୟତରେ ଏଭଳି ଘଟଣା ପୁନର୍ବାର ନଘଟିବା ପାଇଁ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବା ସରକାରଙ୍କ ନୈତିକ ଦାୟିତ୍ୱ।

ଏହି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଚିବ, ଗଜପତି, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। କୋର୍ଟ ଏହି ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ବକ୍ତବ୍ୟ ମଧ୍ୟ ଆହ୍ୱାନ କରିଛନ୍ତି।

The post ୩ ସପ୍ତାହ ମଧ୍ୟରେ ସ୍କୁଲ ସୁରକ୍ଷା ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଲେ ହାଇକୋର୍ଟ appeared first on Sanket Tv.

ଛାତ୍ରକୁ କୁକୁର କାମୁଡ଼ା ଘଟଣା : ସ୍କୁଲ୍ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ରସଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ସତ୍ୟନାରାୟଣ ସରକାରୀ ନୋଡାଲ ହାଇସ୍କୁଲର ଜଣେ ଛାତ୍ରଙ୍କୁ ବୁଲା କୁକୁର ଆକ୍ରମଣ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହି ଘଟଣାର ପ୍ରତିବାଦରେ ବୁଧବାର ଦିନ ସ୍ଥାନୀୟ ଲୋକେ ଏବଂ ସ୍କୁଲ ପରିଚାଳନା କମିଟି (SMC) ସଦସ୍ୟମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।

ଘଟଣାର ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଜଣେ ଛାତ୍ର ସ୍କୁଲ ଶୌଚାଳୟକୁ ଯାଉଥିବା ବେଳେ ହଠାତ୍ ଏକ ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲା। କୁକୁରଟି ଛାତ୍ରଙ୍କର ଡାହାଣ ହାତ ବୁଢ଼ା ଆଙ୍ଗୁଠିକୁ ଗୁରୁତର ଭାବେ କାମୁଡ଼ି ଦେବା ସହ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କ୍ଷତାକ୍ତ କରିଥିଲା। ଛାତ୍ରଙ୍କ ଚିତ୍କାର ଶୁଣି ସହପାଠୀମାନେ ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ଘଉଡ଼ାଇ ଥିଲେ।

ପରେ ଆହତ ଛାତ୍ରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ଥିତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ (S.C.B.) କୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣା ପରେ ଗ୍ରାମବାସୀ ଓ SMC ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସ୍କୁଲ ପରିସରରେ ବୁଲା କୁକୁରଙ୍କ ଉପସ୍ଥିତିକୁ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ବିପଦ ଭାବି ବିକ୍ଷୋଭକାରୀମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ବୁଲା କୁକୁରମାନେ ଯେପରି ସ୍କୁଲ୍‌ ପରିସରକୁ ପ୍ରବେଶ କରି ନ ପାରନ୍ତି, ସେଥିପାଇଁ ଦୃଢ଼ ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଛନ୍ତି।

The post ଛାତ୍ରକୁ କୁକୁର କାମୁଡ଼ା ଘଟଣା : ସ୍କୁଲ୍ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ appeared first on Sanket Tv.

ଜଣିକିଆ ଶିକ୍ଷକ ବିଦ୍ୟାଳୟରେ ୧୫ ଦିନ ମଧ୍ୟରେ ନୂଆ ଶିକ୍ଷକ ନିଯୁକ୍ତି କରିବେ ସରକାର
ଭୁବନେଶ୍ଵର(ସଂକେତ୍ ଟିଭି): ରାଜ୍ୟର ଜଣିକିଆ ଶିକ୍ଷକ ଥିବା ସ୍କୁଲଗୁଡ଼ିକରେ ଶୀଘ୍ର ନୂଆ ଶିକ୍ଷକ ନିଯୁକ୍ତି କରିବେ ସରକାର। ଗଣଶିକ୍ଷା ମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୧୫ ଦିନ ଭିତରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁଇ ମାସ ହେଲା ଶିକ୍ଷକ ନଥିବା ସ୍କୁଲ ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସରକାର ତତ୍ପର ହୋଇଛନ୍ତି। ଜଣିକିଆ ଶିକ୍ଷକ ବିଶିଷ୍ଟ ସ୍କୁଲଗୁଡ଼ିକୁ ଚିହ୍ନଟ କରି ସେଠାରେ ଶିକ୍ଷକ ନିଯୁକ୍ତିକୁ ସରକାର ଗୁରୁତ୍ୱର ସହ ବିଚାର କରିଛନ୍ତି।

ଶିକ୍ଷା ଅଧିକାର ଆଇନର ଧାରା ୧୯ ଓ ୨୫ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନ୍ୟୂନତମ ଭିତ୍ତିଭୂମି ସୁବିଧା ସହ ନିର୍ଦ୍ଧାରିତ ଶିକ୍ଷକ ସଂଖ୍ୟା ଓ ଶିକ୍ଷକ-ଛାତ୍ର ଅନୁପାତ ରହିବା ବାଧ୍ୟତାମୂଳକ। ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟର ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ମଧ୍ୟ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପରିଚାଳିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ଜଣେ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ତୁରନ୍ତ ସମୀକ୍ଷା କରିବାକୁ କୁହାଯାଇଛି।

ଯେଉଁ ସବୁ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଛନ୍ତି, ସେହି ସବୁ ସ୍କୁଲକୁ ଚିହ୍ନଟ କରି ୧୫ ଦିନରେ ନିଯୁକ୍ତି ପ୍ରକ୍ରିୟା ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ସମନ୍ୱୟ, ବଦଳି କିମ୍ବା ନିୟୋଜନ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୧୫ ଦିନ ମଧ୍ୟରେ ଏ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପର ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି।

The post ଜଣିକିଆ ଶିକ୍ଷକ ବିଦ୍ୟାଳୟରେ ୧୫ ଦିନ ମଧ୍ୟରେ ନୂଆ ଶିକ୍ଷକ ନିଯୁକ୍ତି କରିବେ ସରକାର appeared first on Sanket Tv.

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ୩ ବିଶେଷଜ୍ଞଙ୍କ ବିରୋଧରେ ଗୁରୁତର ଅଭିଯୋଗ
ନୂଆଦିଲ୍ଲୀ(ସଂକେତ୍ ଟିଭି): NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍ ବ୍ୟାପକ ଡିଜିଟାଲ୍ ଫରେନ୍ସିକ୍ ପ୍ରମାଣ ଉପରେ ଆଧାରିତ। ଏଥିରେ ପୁଣେରେ ଥିବା NTAର କେମିଷ୍ଟ୍ରି ବିଶେଷଜ୍ଞ ତଥା ଅଭିଯୁକ୍ତ ପି. ଭି. କୁଲକର୍ଣ୍ଣୀ ରହୁଥିବା ଆବାସିକ ସୋସାଇଟିର ଆକ୍ସେସ୍ କଣ୍ଟ୍ରୋଲ୍ ଆପ୍‌ର ରେକର୍ଡ ମଧ୍ୟ ସାମିଲ ରହିଛି ବୋଲି ଅଧିକାରୀମାନେ କହିଛନ୍ତି।

ଜୁଲାଇ ୨୮ରେ ଦିଲ୍ଲୀର ଏକ ସ୍ୱତନ୍ତ୍ର CBI ଅଦାଲତରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ କୁଲକର୍ଣ୍ଣୀଙ୍କ ସୋସାଇଟିର ଆପ୍‌ରୁ ସଂଗ୍ରହ କରାଯାଇଥିବା ରେକର୍ଡକୁ ପ୍ରମାଣ ଭାବେ ଦର୍ଶାଯାଇଛି। ଏଥିରେ ତାଙ୍କ ଦ୍ୱାରା ପରିଚାଳିତ ବିଶେଷ କୋଚିଂ କ୍ଲାସ୍‌କୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ ରେକର୍ଡ ମଧ୍ୟ ରହିଛି। ଏହି ଆପ୍‌କୁ ଗେଟେଡ୍ ହାଉସିଂ ସୋସାଇଟିଗୁଡ଼ିକରେ ଆଗନ୍ତୁକଙ୍କ ପ୍ରବେଶ ଓ ପ୍ରସ୍ଥାନ ନିୟନ୍ତ୍ରଣ ଏବଂ ରେକର୍ଡ ରଖିବା ପାଇଁ ବ୍ୟବହାର କରାଯାଏ।

CBI ଏହି ରେକର୍ଡକୁ ବ୍ୟବହାର କରି ଏପ୍ରିଲ୍ ମାସରେ, ଅର୍ଥାତ୍ ମେ ୩ରେ ହୋଇଥିବା NEET-UG ୨୦୨୬ ପରୀକ୍ଷା ପୂର୍ବରୁ, କୁଲକର୍ଣ୍ଣୀ ପୁଣେରେ ଥିବା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ସୋସାଇଟିକୁ ଆସିଥିବା ଉପସ୍ଥିତିକୁ ପ୍ରମାଣିତ କରିଥିଲା। ଏହାକୁ ସେମାନଙ୍କ ଫୋନ୍‌ର କଲ୍ ଡାଟା ରେକର୍ଡ (CDR) ଓ ଲୋକେସନ୍ ବିଶ୍ଳେଷଣ ଦ୍ୱାରା ମଧ୍ୟ ସମର୍ଥନ କରାଯାଇଥିଲା।

CBI ଚାର୍ଜସିଟ୍‌ର କେନ୍ଦ୍ରବିନ୍ଦୁରେ ରହିଛନ୍ତି ପୁଣେର ତିନିଜଣ ବିଷୟ ବିଶେଷଜ୍ଞ, ଯେଉଁମାନେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)-ର ପ୍ୟାନେଲର ସଦସ୍ୟ ଥିଲେ। ସେମାନେ ହେଲେ କେମିଷ୍ଟ୍ରି ପାଇଁ ପି. ଭି. କୁଲକର୍ଣ୍ଣୀ, ଜୁଓଲୋଜି ଓ ବଟାନି ପାଇଁ ମନୀଷା ଗୁରୁନାଥ ମାନ୍ଧାରେ ଏବଂ ଫିଜିକ୍ସ ପାଇଁ ମନୀଷା ସଞ୍ଜୟ ହାଭାଲଦାର। ଅଭିଯୋଗ ଅନୁଯାୟୀ, ସେମାନେ NTAର ପ୍ରକ୍ରିୟାଗତ ତ୍ରୁଟିର ସୁଯୋଗ ନେଇ ବହୁ ପରିମାଣର ଅର୍ଥର ବିନିମୟରେ ଗୋପନୀୟ ପ୍ରଶ୍ନଗୁଡ଼ିକୁ ଲିକ୍ କରିଥିଲେ।

ସଞ୍ଜୟ ୱାଘମାରେ (ଯିଏ ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ରାଜସ୍ଥାନ ଏବଂ ହରିୟାଣା ପର୍ଯ୍ୟନ୍ତ ଆଶାୟୀମାନଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରିଥିଲେ) ଏପ୍ରିଲ୍ ମାସରେ କୁଲକର୍ଣ୍ଣୀ ଓ ମାନ୍ଧାରେ ପରିଚାଳନା କରୁଥିବା ବିଶେଷ କୋଚିଂ କ୍ଲାସ୍‌ରେ କିଛି ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରାଇଥିଲେ। ପରେ ସେ ସେମାନଙ୍କ ନୋଟବୁକ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଉଭୟ ବିଶେଷଜ୍ଞ ଡିକ୍ଟେଟ୍ କରିଥିବା ପ୍ରଶ୍ନଗୁଡ଼ିକ ଲେଖାଯାଇଥିଲା। ସେଥିରେ କିଛି ପ୍ରଶ୍ନକୁ ‘ଗୁରୁତ୍ୱପୂର୍ଣ୍ଣ’ ଓ ‘ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ବୋଲି ମଧ୍ୟ ଚିହ୍ନଟ କରାଯାଇଥିଲା।

CBI ହାଭାଲଦାରଙ୍କ ଭୂମିକାକୁ ମଧ୍ୟ ଚିହ୍ନଟ କରିଛି। ଅଭିଯୋଗ ଅନୁଯାୟୀ, ମାନ୍ଧାରେଙ୍କ ଅନୁରୋଧ କ୍ରମେ ସେ ଜଣେ ପରୀକ୍ଷାର୍ଥୀଙ୍କ ମା’ଙ୍କୁ ୧୬ ପୃଷ୍ଠାର ଫିଜିକ୍ସ ପ୍ରଶ୍ନପତ୍ର ଯୋଗାଇଥିଲେ, ଯେଉଁଥିରେ ୬୮ଟି ପ୍ରଶ୍ନ ଥିଲା।

CBI ବିଭିନ୍ନ ପରୀକ୍ଷାର୍ଥୀ ଓ ମଧ୍ୟସ୍ଥଙ୍କ ନିକଟରୁ ଜବତ ହୋଇଥିବା ଲିକ୍ ପ୍ରଶ୍ନପତ୍ର ସମ୍ବନ୍ଧୀୟ ସମସ୍ତ ସାମଗ୍ରୀକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗଠିତ ଏକ ବିଶେଷଜ୍ଞ କମିଟି ପାଖକୁ ପଠାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଉଦ୍ଧାର ହୋଇଥିବା ସାମଗ୍ରୀର ବଡ଼ ଅଂଶ NEET-UG ୨୦୨୬-ର ଚାରିଟି ପ୍ରଶ୍ନପତ୍ର ସେଟ୍—‘କୈଳାଶ’, ‘ଶିୱାଲିକ’, ‘ସେଟ୍-୨’ ଓ ‘ସେଟ୍-୩’—ସହ ବିଭିନ୍ନ ସ୍ତରରେ ମେଳ ଖାଉଥିଲା।

ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଯେଉଁ ପ୍ରଶ୍ନପତ୍ର ସେଟ୍‌ଗୁଡ଼ିକୁ ଏହି ବିଶେଷଜ୍ଞମାନଙ୍କ ପ୍ରବେଶାଧିକାର ଥିଲା, ସେଗୁଡ଼ିକ ସହ ସର୍ବାଧିକ ୮୫ ପ୍ରତିଶତ ପର୍ଯ୍ୟନ୍ତ ମେଳ ମିଳିଥିଲା। ଅନ୍ୟପଟେ, ଯେଉଁ ସେଟ୍‌ରେ ସେମାନଙ୍କ ପ୍ରବେଶାଧିକାର ନଥିଲା, ସେଥିରେ ସବୁଠାରୁ କମ୍ ମେଳ ମିଳିଥିଲା।

CBI ତଦନ୍ତରେ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର ପ୍ରସ୍ତୁତି, ଅନୁବାଦ ଓ ବ୍ୟାକ୍-ଟ୍ରାନ୍ସଲେସନ୍ କାମ ଦିଲ୍ଲୀର ଓଖଲାସ୍ଥିତ NTA କାର୍ଯ୍ୟାଳୟରେ ଅତ୍ୟନ୍ତ ସୁରକ୍ଷିତ ପରିବେଶରେ କରାଯାଉଥିଲା। କିନ୍ତୁ ସେଠାରେ ଥିବା ଅନେକ ତ୍ରୁଟିର ସୁଯୋଗ ନେଇ କୁଲକର୍ଣ୍ଣୀ, ମାନ୍ଧାରେ ଓ ହାଭାଲଦାର ହୋଟେଲ୍ କକ୍ଷକୁ ଫେରିବା ପରେ ପ୍ରଶ୍ନପତ୍ରର ସାମଗ୍ରୀକୁ ପୁନଃ ଗଠନ କରୁଥିଲେ।

ଅଭିଯୋଗ ଅନୁଯାୟୀ, କୁଲକର୍ଣ୍ଣୀ ରଫ୍ ସିଟ୍ ବ୍ୟବହାର କରି ପ୍ରଶ୍ନର ସଂକ୍ଷିପ୍ତ ବିବରଣୀ ଓ ବିକଳ୍ପ ଉତ୍ତରଗୁଡ଼ିକୁ ଛୋଟ ଛୋଟ ଚିଠିରେ ଲେଖି ବାହାରକୁ ନେଉଥିଲେ। ସହଜ ପ୍ରଶ୍ନଗୁଡ଼ିକୁ ସେ ମନେ ରଖି ହୋଟେଲ୍‌କୁ ଫେରିବା ପରେ ପୁନଃ ଲେଖୁଥିଲେ। CBI ଅଭିଯୋଗ କରିଛି ଯେ, କୁଲକର୍ଣ୍ଣୀ NEET-UG ୨୦୨୬-ର ତିନୋଟି ପ୍ରଶ୍ନପତ୍ର ସେଟ୍‌ର ବ୍ୟାକ୍-ଟ୍ରାନ୍ସଲେସନ୍ କରିଥିଲେ। ତଦନ୍ତକାରୀ ସଂସ୍ଥା ଜବତ କରିଥିବା ଲିକ୍ ସାମଗ୍ରୀରେ କେମିଷ୍ଟ୍ରି ବିଷୟରେ ଏହି ସେଟ୍‌ଗୁଡ଼ିକ ସହ ସର୍ବାଧିକ ମେଳ ମିଳିଥିଲା।

ହାଭାଲଦାର ଓ ୱାଘମାରେ ପ୍ରାୟତଃ ନିଜ ସ୍ମୃତି ଉପରେ ନିର୍ଭର କରୁଥିଲେ। ହୋଟେଲ୍‌କୁ ଫେରିବା ପରେ ସେମାନେ ନିଜ ବିଷୟର ପୁସ୍ତକରେ ପ୍ରଶ୍ନ ଲେଖିବା ସହ ସେଗୁଡ଼ିକୁ ଚିହ୍ନଟ ମଧ୍ୟ କରୁଥିଲେ ବୋଲି CBI ଅଭିଯୋଗ କରିଛି। ମାର୍ଚ୍ଚ ଓ ଏପ୍ରିଲ୍ ମାସର ବିଭିନ୍ନ ତାରିଖରେ ସେମାନଙ୍କୁ ଏହି କାମରେ ନିୟୋଜିତ କରାଯାଇଥିଲା। ଫଳରେ ମେ ୩ରେ ପରୀକ୍ଷା ହେବା ପୂର୍ବରୁ ସେମାନଙ୍କ ପାଖରେ ପୁଣେ ଫେରି କୋଚିଂ ଜାରି ରଖିବା ପାଇଁ ପର୍ଯ୍ୟାପ୍ତ ସମୟ ଥିଲା। ଯଦିଓ NTA-ର ନିୟମ ଅନୁଯାୟୀ ଏହା ଅନୁମତିପ୍ରାପ୍ତ ନୁହେଁ।

CBI ଏହି ମାମଲାରେ ଏକ କୋଚିଂ ସେଣ୍ଟର ମାଲିକ ଶିବରାଜ ରଘୁନାଥ ମୁଟଗାଓଁକରଙ୍କୁ ମଧ୍ୟ ଅଭିଯୁକ୍ତ କରିଛି। ତଦନ୍ତକାରୀ ସଂସ୍ଥାର କହିବା ଅନୁଯାୟୀ, ସେ ଜଣେ ମଧ୍ୟସ୍ଥଙ୍କ ମାଧ୍ୟମରେ କୁଲକର୍ଣ୍ଣୀଙ୍କଠାରୁ ପ୍ରଶ୍ନପତ୍ର ହାସଲ କରିଥିଲେ। ଆର୍ଥିକ ଲାଭ ପାଇଁ ତାହାକୁ ନିଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରିଥିଲେ ବୋଲି CBI ଅଭିଯୋଗ କରିଛି।

The post ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ୩ ବିଶେଷଜ୍ଞଙ୍କ ବିରୋଧରେ ଗୁରୁତର ଅଭିଯୋଗ appeared first on Sanket Tv.

ଅଙ୍ଗନବାଡ଼ିରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀ: ୭ ରୁ ଅଧିକ ଗୁରୁତର
ବାଲେଶ୍ବର (ସଂକେତ ଟିଭି): ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ଝିଟିପିଟି (କୀଟନାଶକ ବିଷ) ପଡ଼ିଥିବା ଏକ ଅଭାବନୀୟ ଘଟଣା ଘଟିଛି। ଏହି ବିଷାକ୍ତ ଖାଦ୍ୟ ଖାଇବା ପରେ ୭ ରୁ ଅଧିକ ଛାତ୍ର ଗୁରୁତର ଅବସ୍ଥାରେ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ୍ ଅନ୍ତର୍ଗତ ମଇତାପୁର ପଞ୍ଚାୟତର ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି।

ସୂଚନା ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟରୁ ମଲା ଝିଟିପିଟି ବାହାରିବା ଦେଖିବାକୁ ମିଳିଛି। ଜଣେ ପିଲା ଡାଲି ଖାଇବା ପାଇଁ ହାତ ପୁରାଇବା ପରେ ପ୍ରଥମେ ବିଲାତି ବାଇଗଣ (ଆଳୁ) ବୋଲି ଭ୍ରମ ହୋଇଥିଲା। କିନ୍ତୁ ଯେତେବେଳେ ସେ ତାହାକୁ ଉପରକୁ ଟେକି ଦେଖିଲା, ସେତେବେଳେ ତାହା ମଲା ଝିଟିପିଟି ବୋଲି ଚିହ୍ନଟ ହୋଇଥିଲା। ଏହି ଦୃଶ୍ୟ ଦେଖି ଅଭିଭାବକମାନେ ତୁରନ୍ତ ପିଲାମାନଙ୍କୁ ସିମୁଳିଆ ମେଡ଼ିକାଲକୁ ନେଇ ଆସିଥିଲେ।

ଖବର ପାଇବା ପରେ ଅଭିଭାବକମାନେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଉତ୍ତେଜନା ପ୍ରକାଶ କରିବା ସହ ପିଲାମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଏବେ ସମସ୍ତ ଗୁରୁତର ପିଲାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି। ଡାକ୍ତରମାନେ ସେମାନଙ୍କ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post ଅଙ୍ଗନବାଡ଼ିରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀ: ୭ ରୁ ଅଧିକ ଗୁରୁତର appeared first on Sanket Tv.

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜ୍ୟର ରାଜନୈତିକ ସରଗରମ ହୋଇଛି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଏହି ଗମ୍ଭୀର ଅବହେଳା ପାଇଁ ସେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ଦଳ ଗତ ଦୁଇରୁ ତିନି ସପ୍ତାହ ଧରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛି। ଏପରି ଗୁରୁତର ବିଷୟରେ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ ବୋଲି ସେ ଜୋର ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଜଡ଼ିତ ଏହି ପ୍ରସଙ୍ଗରେ ସରକାରଙ୍କ ଗମ୍ଭୀରତା ନେଇ ପ୍ରଶ୍ନ ଉଠାଇ ବିରୋଧୀ ଦଳ ମୋର୍ଚ୍ଚା ଖୋଲିଛି।

ଅପରପକ୍ଷରେ, ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ ଏହି ଦାବିକୁ ଖାରଜ କରି ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ବାଗ୍ କହିଛନ୍ତି ଯେ, ବିରୋଧୀମାନେ ନୀତି ନୈତିକତାର ପାଠ ନ ପଢାନ୍ତୁ। ଗତ ସରକାର ସମୟରେ ବିଭିନ୍ନ ପରୀକ୍ଷା ତ୍ରୁଟି ଓ ବିଭ୍ରାଟ ଘଟିଥିଲା, ସେତେବେଳେ କେତେଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ବାଗ୍ ଆହୁରି କହିଛନ୍ତି ଯେ, ଇସ୍ତଫା ଦେଇଦେଲେ କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ରାଜ୍ୟ ସରକାର ଏବଂ ନେତୃତ୍ୱ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ବିଷୟରେ ସରକାର ଗମ୍ଭୀର ଭାବରେ ଚିନ୍ତା କରୁଛନ୍ତି ବୋଲି ଶ୍ରୀ ବାଗ୍ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତୀବ୍ର ବାକ୍ୟଯୁଦ୍ଧ ଜାରି ରହିଛି।

The post ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ appeared first on Sanket Tv.

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ନବୀନଙ୍କ ଦାବି
ଭୁବନେଶ୍ୱର (ସଂକେତ ଟିଭି): ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତାର ସହ ଉଠାଇ ବିସ୍ତୃତ ଆଲୋଚନା କରିବା ପାଇଁ ସେ ଦାବି କରିଛନ୍ତି। ଏହା ସହ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।

ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ତୁରନ୍ତ ସକାରାତ୍ମକ ସଂଳାପ ଆରମ୍ଭ କରନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି, “ଦେଶର କୋଟି କୋଟି ଶିଶୁଙ୍କ ପାଇଁ ଶିକ୍ଷା ହେଉଛି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ଏକମାତ୍ର ଭରସା।”

ବିଶ୍ୱର ପ୍ରତ୍ୟେକ ବିକଶିତ ରାଷ୍ଟ୍ରର ପ୍ରଗତି ପଛରେ ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ସ୍ୱଚ୍ଛ, ନିରପେକ୍ଷ ପରୀକ୍ଷା ପ୍ରଣାଳୀ ରହିଛି। ଭାରତ ମଧ୍ୟ ଏହି ଶିକ୍ଷା ବ୍ୟବସ୍ଥାର ଶକ୍ତି ବଳରେ ଅନେକ ପିଢ଼ିର ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଓ ନବପ୍ରବର୍ତ୍ତକଙ୍କୁ ସୃଷ୍ଟି କରିଛି। ସେମାନଙ୍କ ଅବଦାନ ହିଁ ଆଧୁନିକ ଭାରତର ବିକାଶର ମୂଳ ଭିତ୍ତି। କିନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ଏହି ସମଗ୍ର ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ଗୁରୁତର ଭାବେ କ୍ଷୁଣ୍ଣ ହୋଇଛି। ଏହା କେବଳ ଗୋଟିଏ ପରୀକ୍ଷାର ବିଫଳତା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି। ଏଭଳି ଘଟଣା ପରିଶ୍ରମୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଏହି ଧାରଣା ସୃଷ୍ଟି କରୁଛି ଯେ, କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ।

ନବୀନ ଆହୁରି ମଧ୍ୟ କହିଛନ୍ତି, “ଆର୍ଥିକ ଭାବେ ପଛୁଆ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ହିଁ ଦାରିଦ୍ର୍ୟରୁ ମୁକ୍ତି ପାଇବାର ସବୁଠୁ ବଡ଼ ସୋପାନ। ସେହି ସୁଯୋଗକୁ ଦୁର୍ବଳ କରିବା ଅର୍ଥ ଦେଶର ଭବିଷ୍ୟତକୁ ବିପଦ ମୁହାଁକୁ ଠେଲି ଦେବା ସହ ସମାନ।” ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଜଡ଼ିତ ଏଭଳି ଗମ୍ଭୀର ପ୍ରସଙ୍ଗକୁ ସଂସଦରେ ସର୍ବାଧିକ ଗୁରୁତ୍ୱ ଦେଇ ଆଲୋଚନା କରାଯିବା ଉଚିତ।

ପ୍ରଶ୍ନପତ୍ର ଲିକ, ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଓ ପରୀକ୍ଷା ପରିଚାଳନାରେ ଥିବା ବ୍ୟବସ୍ଥାଗତ ଦୁର୍ବଳତାର ପୁନରାବୃତ୍ତି ଯେପରି ନ ଘଟେ, ସେଥିପାଇଁ ଦୃଢ଼ ଓ ସ୍ଥାୟୀ ସଂସ୍କାର ଅତ୍ୟାବଶ୍ୟକ। ଏହା ସହିତ ଏଭଳି ବିଶ୍ୱାସଘାତ ପାଇଁ ଦାୟୀ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବା ଦରକାର।

“ଏହି ପ୍ରସଙ୍ଗକୁ ରାଜନୀତିର ସୀମା ମଧ୍ୟରେ ବନ୍ଦୀ କରି ନ ରଖି ସରକାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଖୋଲାମନରେ ଆଲୋଚନା ଆରମ୍ଭ କରିବା ଉଚିତ,” ବୋଲି ନବୀନ ପ୍ରକାଶ କରିଛନ୍ତି। ସେମାନଙ୍କ ମତାମତ ଓ ଅଭିଯୋଗ ରଖିବା ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇ ଦିଆଯିବା ଆବଶ୍ୟକ। ଏକ ସୁସ୍ଥ ଓ ସଜୀବ ଗଣତନ୍ତ୍ରରେ ନୀରବତା ନୁହେଁ, ବରଂ ସଂଳାପ ହିଁ ସମାଧାନର ପଥ।

ବିଶେଷକରି ଯେତେବେଳେ ଏହି ସଂଳାପ ଦେଶର ଯୁବପିଢ଼ିଙ୍କ ସହ ଜଡ଼ିତ, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଏ। ଦେଶର ଯୁବପିଢ଼ି ଓ ଛାତ୍ରସମାଜ ନେତୃତ୍ୱଙ୍କଠାରୁ ଦିଗଦର୍ଶନ ଓ ନ୍ୟାୟସଙ୍ଗତ ପଦକ୍ଷେପ ଆଶା କରୁଛନ୍ତି। ସେମାନଙ୍କ ବିଶ୍ୱାସକୁ ଭାଙ୍ଗିବାର ସୁଯୋଗ ଆମେ ଦେଇପାରିବା ନାହିଁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆନ୍ତରିକ ଓ ସକାରାତ୍ମକ ସଂଳାପ ହିଁ ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ଏବଂ ଦେଶର ନେତୃତ୍ୱ ପ୍ରତି ଯୁବପିଢ଼ିଙ୍କ ବିଶ୍ୱାସକୁ ପୁନଃ ସୁଦୃଢ଼ କରିପାରିବ।

ନବୀନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, “ଦେଶର ଯୁବକ ଓ ଛାତ୍ରଛାତ୍ରୀଙ୍କ ନ୍ୟାୟ ସଙ୍ଗତ ସ୍ୱାର୍ଥ ସୁରକ୍ଷା ପାଇଁ ବିଜେଡି ସଦା ସେମାନଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇଛି।” ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନବୀନଙ୍କ ବାର୍ତ୍ତା ଏକ ପ୍ରକାର ସମର୍ଥନ ବୋଲି ଆକଳନ କରାଯାଉଛି। ସେହିପରି ବିଜେଡି ଉକ୍ତ ଆନ୍ଦୋଳନରେ ସାମିଲ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

The post ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ନବୀନଙ୍କ ଦାବି appeared first on Sanket Tv.

କେଜିରୁ ପିଜି ମାଗଣା ଶିକ୍ଷା ଦ୍ୱନ୍ଦ୍ୱ ଦୂରୀକରଣ ପାଇଁ ଏସଓପି, ଛାତ୍ରଙ୍କ ଫି ଫେରସ୍ତ ହେବ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହେବାକୁ ଯାଉଛି। ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସୋମବାର ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗରେ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।

ନୂତନ ବ୍ୟବସ୍ଥା ଅନୁସାରେ, ସରକାରୀ, ଅଣଅନୁଦାନପ୍ରାପ୍ତ, ବ୍ଲକ୍ ଗ୍ରାଣ୍ଟ କଲେଜ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କଠାରୁ ଆଡମିଶନ୍ କିମ୍ବା ରି-ଆଡମିଶନ୍ ବାବଦରେ କୌଣସି ଅର୍ଥ ଆଦାୟ କରିପାରିବେ ନାହିଁ। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯେଉଁ ଛାତ୍ରଛାତ୍ରୀ ଏହି ଶିକ୍ଷାବର୍ଷରେ ପୂର୍ବରୁ ଆଡମିଶନ୍ ଫି ଦେଇସାରିଛନ୍ତି, ସେମାନଙ୍କ ଅର୍ଥ ଏକ ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ଫେରସ୍ତ କରାଯିବ। ଏହା ସହିତ ୬୬୨ ଏବଂ ୪୮୮ ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥ ପ୍ରଦାନ କରାଯିବ ଏବଂ ପୂର୍ବରୁ ଛାତ୍ରମାନେ ଯେଉଁ ଅର୍ଥ ଦେଉଥିଲେ, ସେହି ଅର୍ଥ ଏବେ ସରକାର ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ଏହି ଘୋଷଣାକୁ ନେଇ ଅଣଅନୁଦାନପ୍ରାପ୍ତ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସେମାନଙ୍କ କହିବା ଅନୁସାରେ, ଛାତ୍ରଛାତ୍ରୀଙ୍କଠାରୁ ଆଦାୟ ହେଉଥିବା ଫି’ରେ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା, ଲାଇବ୍ରେରୀ, ଲ୍ୟାବ୍, ସଫେଇ, ସୁରକ୍ଷା ବ୍ୟବସ୍ଥା ଓ ବିଦ୍ୟୁତ୍ ବିଲ୍ ଭଳି ଦୈନନ୍ଦିନ ଖର୍ଚ୍ଚ ବହନ କରାଯାଉଥିଲା। ସରକାର ଯଦି ଠିକ୍ ସମୟରେ ଅର୍ଥ ପ୍ରଦାନ ନ କରନ୍ତି, ତେବେ କଲେଜ ପରିଚାଳନାରେ ଗୁରୁତର ସମସ୍ୟା ଦେଖାଦେଇପାରେ।

କଲେଜ ପରିଚାଳନା କମିଟିର ଅଭିଯୋଗ, ଅଧ୍ୟକ୍ଷ, ଅଧ୍ୟାପକ ଓ ଶିକ୍ଷାବିତ୍ମାନଙ୍କ ସହ ଆଲୋଚନା ନକରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କଲେଜ ପାଖରେ ପର୍ଯ୍ୟାପ୍ତ ଗଚ୍ଛିତ ପାଣ୍ଠି ନଥିବାରୁ ସରକାର ଯଦି ଆବଶ୍ୟକ ଅର୍ଥ ଆଗୁଆ ନ ଦିଅନ୍ତି, ତେବେ ସଂସ୍ଥା ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ, ବୋଲି ୬୬୨ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ ପ୍ରକାଶ କରିଛନ୍ତି।

ତେବେ ସରକାର କେଉଁ କେଉଁ ବାବଦରେ କେତେ ପରିମାଣର ଅର୍ଥ ପ୍ରଦାନ କରିବେ, ତାହା ସୋମବାର ପ୍ରକାଶ ପାଇବାକୁ ଥିବା ଏସଓପି ପରେ ସ୍ପଷ୍ଟ ହେବ। ଏହି ଏସଓପି ଉପରେ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାନୁଷ୍ଠାନମାନଙ୍କ ନଜର ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷାଦାନ ପାଇଁ ‘ଜ୍ଞାନଦୋୟ ଯୋଜନା’ର ଶୁଭାରମ୍ଭ ଚଳିତ ବର୍ଷ କରାଯାଇଛି। ଏହି ଯୋଜନା ୨୦୨୬-୨୭ ଶିକ୍ଷା ବର୍ଷଠାରୁ ଲାଗୁ ହେବ। ଏନେଇ ସାରା ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ‘ଜ୍ଞାନଦୋୟ ଯୋଜନା’ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।

The post କେଜିରୁ ପିଜି ମାଗଣା ଶିକ୍ଷା ଦ୍ୱନ୍ଦ୍ୱ ଦୂରୀକରଣ ପାଇଁ ଏସଓପି, ଛାତ୍ରଙ୍କ ଫି ଫେରସ୍ତ ହେବ appeared first on Sanket Tv.