EducationFeaturedLatestNews

ଭଦ୍ରକର ଦୁଇ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ଭଦ୍ରକ (ସଂକେତ ଟିଭି): ଭଦ୍ରକରେ ଦୁଇଟି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି । ଏନେଇ ମହାବିଦ୍ୟାଳୟ ପରିସରରେ ନୋଟିସ ଲାଗିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଖବର ଅନୁଯାୟୀ, ଦୀର୍ଘ ୮ ବର୍ଷ ପରେ କଲେଜ ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହାପରେ କଲେଜ କ୍ୟାମ୍ପସ ଉଠୁଛି ପଡୁଛି । ପ୍ରାର୍ଥୀମାନେ ଜୋରଦାର କଲେଣି ପ୍ରଚାର ।

ହେଲେ ଏସବୁ ଭିତରେ ଭଦ୍ରକରୁ ଆସିଛି ବଡ଼ ଖବର । ଭଦ୍ରକରେ ଦୁଇଟି ମହାବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଛି । ସମ୍ବେଦନଶୀଳ ଘଟଣା ପାଇଁ ନିର୍ବାଚନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ ।

ତେବେ ନିର୍ବାଚନ ବାତିଲ ହୋଇଥିବା ମହାବିଦ୍ୟାଳୟ ଗୋଟିଏ ହେଲା ଭଦ୍ରକ ମହାବିଦ୍ୟାଳୟ । ଅନ୍ୟଟି ହେଉଛି ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ । ଦୁଇଟି ମହାବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି ।

Leave a Reply

Your email address will not be published. Required fields are marked *