Politics Archives - Sanket Tv

ପୁରୀରେ ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ଫଟୋକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର (ସଂକେତ ଟିଭି): ସାଧାରଣ ନିର୍ବାଚନ ୨୦୨୪ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି ନେତାଙ୍କ ସହ ଫଟୋ ଉଠାଇବା ପରେ ଏଭଳି ପ୍ରଶ୍ନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ରାଜ୍ୟରେ ନୂଆ ରାଜ୍ୟପାଳ ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରେ ପାଣ୍ଡିଆନଙ୍କ ଆବିର୍ଭାବ ଅନେକ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି।

୨୦୨୪ ଜୁନ ମାସ ପରଠାରୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଛନ୍ତି। କିନ୍ତୁ ପ୍ରଚ୍ଛଦପଟରେ ରହି ପାଣ୍ଡିଆନ ବିଜେଡିକୁ ପରିଚାଳନା କରୁଥିବା ବିଜେଡିର ଅନେକ ନେତା ଅତୀତରେ ଅଭିଯୋଗ କରିଛନ୍ତି। ପତ୍ନୀ ସୁଜାତାଙ୍କୁ ବିଜେଡି ରାଜନୀତିରେ ଏଣ୍ଟ୍ରି କରାଇବାରେ ପାଣ୍ଡିଆନଙ୍କ ହାତ ଥିବା କୁହାଯାଏ। ଦଳ ଭିତରେ ଓ ବାହାରେ ହେଉଥିବା ଏହି ଚର୍ଚ୍ଚାରେ ସତ୍ୟତା ଥିବା ଶନିବାର ପାଣ୍ଡିଆନଙ୍କ ପୁରୀ ଗସ୍ତରୁ ସ୍ପଷ୍ଟ ହେବାରେ ଲାଗିଛି।

ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ଯୁବ ଓ ଛାତ୍ର ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ ସ୍ଥାନୀୟ ବିଜେଡି ନେତାଙ୍କ ସହ ଫଟୋ ଉଠାଇଥିଲେ। ତେବେ ଏହି ସମୟରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

୨୦୨୪ ନିର୍ବାଚନ ପରେ ପାଣ୍ଡିଆନ ରାଜନୀତିରୁ ଅବସର ଘୋଷଣା କରିଥିଲେ। ଏହାପରଠାରୁ ବିଜେଡି ନେତାଙ୍କ ସହ ତାଙ୍କର ଏଭଳି ଖୋଲାଖୋଲି ଫଟୋ ସାମ୍ନାକୁ ଆସିନଥିଲା। ଏବେ ଶ୍ରୀମନ୍ଦିରରେ ଦର୍ଶନ ଏବଂ ଦଳୀୟ ନେତାଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣର ଆଲୋଚନା ଆରମ୍ଭ ହୋଇଛି। ବିଶେଷ କରି ସମ୍ପ୍ରତି ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଂଗଠନର ପ୍ରଦର୍ଶନ ପରେ ପାଣ୍ଡିଆନଙ୍କ ଏହି ଉପସ୍ଥିତିକୁ ଅନେକ ଦିଗରୁ ଗୁରୁତ୍ୱ ବହନ କରୁଛି। ବିଜେଡିର ସାଂଗଠନିକ କାର୍ଯ୍ୟକଳାପରେ ସେ ପୁଣି ଭୂମିକା ନେବେ କି, ନା ଏହା କେବଳ ଏକ ଧାର୍ମିକ ଗସ୍ତ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ରାଜନୀତିକୁ ଫେରିବା ନେଇ ପାଣ୍ଡିଆନଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ସହ ସାକ୍ଷାତ ସମ୍ପର୍କରେ ଲେଖିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ଭି.କେ. ପାଣ୍ଡିଆନ ଶ୍ରୀମନ୍ଦିର ଆସିଥିବା ଅବସରରେ ସାକ୍ଷାତ କରିବା ସହ ସ୍ୱାଗତ ଜଣାଇଲୁ। ମହାପ୍ରଭୁଙ୍କ ପବିତ୍ର ଧାମରେ ଏହି ଆତ୍ମୀୟ ସାକ୍ଷାତ ଆମ ପାଇଁ ଏକ ନିଆରା ଅନୁଭୂତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ତାଙ୍କର ଅପାର କରୁଣା ଓ ଆଶୀର୍ବାଦ ପ୍ରଦାନ କରନ୍ତୁ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଭକ୍ତିଭାବରେ ପରିପୂର୍ଣ୍ଣ ହେଉ। ମହାପ୍ରଭୁଙ୍କ ଇଚ୍ଛା ହିଁ ସର୍ବୋପରି।”

ପାଣ୍ଡିଆନଙ୍କ ଏହି ଗସ୍ତ ଓ ଫଟୋକୁ ନେଇ ବିଜେଡିର ଆଗାମୀ ରାଜନୈତିକ ରଣନୀତି ସମ୍ପର୍କରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପାଣ୍ଡିଆନଙ୍କର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

The post ପୁରୀରେ ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ଫଟୋକୁ ନେଇ ଚର୍ଚ୍ଚା appeared first on Sanket Tv.

ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ୧୪୨ ଓ ବିସିଜେଡି ୧୨୧ ଆସନରେ ବିଜୟୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ ପ୍ରତିବାଦ ମଧ୍ୟରେ ଶେଷ ହୋଇଛି । ରାତି ସାଢ଼େ ୨ଟା ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ସବୁଠି ଦେଖିବାକୁ ମିଳିଛି କଡ଼ା ଟକ୍କର ।

ଫଳାଫଳ ଅନୁସାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୪୨ଟି ଏବଂ ବିଜୁ ଛାତ୍ର ଜନତା ଦଳ ୧୨୧ଟି ଆସନରେ ବାଜିମାତ୍ କରିଥିବା ଦାବି କରିଛି । କେନ୍ଦୁଝର, ଗଞ୍ଜାମ ଓ ସମ୍ବଲପୁରରେ ଏବିଭିପି ଦବଦବା ଦେଖାଇଥିବା ବେଳେ କଟକ, କେନ୍ଦ୍ରାପଡ଼ା ଓ ବରଗଡ଼ରେ ବିସିଜେଡି ବିଜୟୀ ହୋଇଛି ।

ବାଣୀବିହାରରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଜେଡି ନିଜର ଗଡ଼ ରକ୍ଷା କରିଛି । ଏଠାରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ନିର୍ବାଚିତ ହୋଇଛନ୍ତି । ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି ।

ତେବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ । କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି, ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ ଏବଂ କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଛୁ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ତଥା ସେମାନଙ୍କ ସ୍ୱରକୁ ସମ୍ମାନ ଜଣାଇ ଆପଣମାନେ ନିଜ ନିଜର ଦାୟିତ୍ୱକୁ ନିଷ୍ଠା ଓ ସଚ୍ଚୋଟତାର ସହ ତୁଲାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । କ୍ୟାମ୍ପସରେ ଶୃଙ୍ଖଳା, ଶୈକ୍ଷିକ ବାତାବରଣ, ଏକତା ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ଆହୁରି ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନରେ ଆପଣମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ । ସମସ୍ତ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ସଫଳ କାର୍ଯ୍ୟକାଳ କାମନା କରୁଛି ।

ଏହି ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଜୟ ଓଡ଼ିଶାର GenZ, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।

ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ନବୀନ ସାଧୁବାଦ ଜଣାଇଛନ୍ତି। କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

The post ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ୧୪୨ ଓ ବିସିଜେଡି ୧୨୧ ଆସନରେ ବିଜୟୀ appeared first on Sanket Tv.

ରାଜ୍ୟପାଳଙ୍କ ବିବୃତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା: ବିରୋଧୀଙ୍କ କଡ଼ା ନିନ୍ଦା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ୍‌ଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ଶ୍ରୀ ରାମ୍‌ ଦେଇଥିବା ମନ୍ତବ୍ୟକୁ ବିରୋଧୀ ରାଜନୈତିକ ଦଳ ସମେତ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସୂଚନା ଥାଉ କି, ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜ ମୋହନ ରାମ କହିଛନ୍ତି, “ମୋ ଭଳି ଜଣେ ସାଧାରଣ କର୍ମୀଙ୍କୁ ଦଳ ସ୍ୱୀକୃତି ଦେଇଛି। ସଂଗଠନ ପାଇଁ ମୁଁ କରିଥିବା କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସକୁ ଦଳ ସ୍ୱୀକାର କରିଛି। ଟିକଟ୍‌ ନ ମିଳିବା ସତ୍ତ୍ୱେ ମୁଁ ସଚ୍ଚୋଟତାର ସହ ଦଳ ପାଇଁ ସକ୍ରିୟ ଭାବେ କାମ କରିଚାଲିଥିଲି। ଆଜିକାଲି ଟିକଟ୍‌ ନ ମିଳିଲେ ଅନେକ ଲୋକ ସେହିଦିନ ସନ୍ଧ୍ୟାରେ ହିଁ ଅନ୍ୟ ଦଳକୁ ଚାଲିଯାଉଛନ୍ତି। କିନ୍ତୁ ମୋତେ ତିନିଥର ଟିକଟ୍‌ ମିଳି ନ ଥିଲେ ମଧ୍ୟ ମୁଁ ଦଳ ଛାଡ଼ି ନ ଥିଲି; ବରଂ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ କାମ କରିଥିଲି। ମୋର ଦୃଢ଼ ଆଶା ଥିଲା ଯେ ଦଳ ନିଶ୍ଚିତ ଭାବେ ମୋତେ କୌଣସି ଦାୟିତ୍ୱ ଦେବା ପାଇଁ ବିଚାର କରିବ। ମାତା ରାଣୀଙ୍କ କୃପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଆଶୀର୍ବାଦରୁ ମୋତେ ଏବେ ଏହି ଉପଯୁକ୍ତ ସାମ୍ବିଧାନିକ ପଦବୀ ମିଳିଛି। ମୁଁ ଝାଡ଼ଖଣ୍ଡର ୩ ଥର ଏସ୍‌ସି ମୋର୍ଚ୍ଚା ଅଧ୍ୟକ୍ଷ ଭାବେ କାମ କରିଛି। ମୋର୍ଚ୍ଚାକୁ ଆଗକୁ ବଢ଼ାଇବାକୁ ଅନେକ କାମ କରିଛୁ। ସମାନ ଭାବେ ଓଡ଼ିଶାରେ ମଧ୍ୟ କିପରି ସ୍ଥିତି ଅଛି ଦେଖିବି। ଓଡ଼ିଶାରେ ଏସ୍‌ସି ମୋର୍ଚ୍ଚାକୁ ସକ୍ରିୟ କରାଇବା ସହ ବିଜେପିକୁ କିପରି ଭୋଟ୍‌ ଆସିବ ସେନେଇ ଚିନ୍ତା କରିବି।”

ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବାର ଦିନକ ପରେ ଶ୍ରୀ ରାମଙ୍କ ଏହି ମନ୍ତବ୍ୟ ଉପରେ ବିଭିନ୍ନ ଦଳ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀ ରାମଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି। ନବୀନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ମନୋନୀତ ବ୍ରଜ ମୋହନ ରାମଙ୍କୁ ହାର୍ଦ୍ଦିକ ସ୍ୱାଗତ। ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି। ଆଶା, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଟିକେ ଉତ୍ସାହ ଓ ଶକ୍ତି ପ୍ରଦାନ କରିବେ; ଯାହାଦ୍ୱାରା ସେ ନିରପେକ୍ଷ ଭାବେ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ ବୋଲି ନବୀନ ଉଲ୍ଲେଖ କରିଛନ୍ତି।

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ମନ୍ତବ୍ୟକୁ ନିନ୍ଦା କରିବା ସହ ନିରପେକ୍ଷ ଭାବେ ସମ୍ବିଧାନର ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା କରିବା ରାଜ୍ୟପାଳଙ୍କ କାମ ବୋଲି କହିଛନ୍ତି। କୌଣସି ରାଜନୈତିକ ଦଳର ନିର୍ବାଚନୀ ସ୍ୱାର୍ଥକୁ ଆଗକୁ ବଢ଼ାଇବା ନୁହେଁ। ସାମ୍ବିଧାନିକ ପଦପଦବୀ ସବୁବେଳେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

ଜାତୀୟ ସ୍ତରରେ ମଧ୍ୟ ଶ୍ରୀ ରାମ୍‌ଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଚାଲିଛି। ଏଆଇସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ପୱନ ଖେରା ଏହି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି। ସେ ନିଜ ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ତଥା ବିଜେପି ନେତା ବ୍ରଜ ମୋହନ ରାମ୍‌ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି ଯେ, ସେ ଓଡ଼ିଶାରେ ବିଜେପିକୁ ଅଧିକ ଭୋଟ୍‌ ଓ ନିର୍ବାଚନୀ ବିଜୟୀ କରିବା ପାଇଁ ନିଜର ସାମ୍ବିଧାନିକ ପଦବୀକୁ ବ୍ୟବହାର କରିବେ। ତାଙ୍କ ପାଇଁ ଜନସାଧାରଣ, ସମ୍ବିଧାନ ଓ ଦେଶଠାରୁ ଦଳ ଊର୍ଦ୍ଧ୍ୱରେ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି। ସେଥିପାଇଁ ତାଙ୍କ ଚେହେରାକୁ ଭଲ ଭାବେ ଦେଖନ୍ତୁ ଓ ମନେ ରଖନ୍ତୁ। ଜଣେ ଦେଶଦ୍ରୋହୀ ଦେଖିବାକୁ ଏମିତି ହୋଇଥାଏ ବୋଲି ଶ୍ରୀ ଖେରା ଉଲ୍ଲେଖ କରିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୌତ୍ର ମଧ୍ୟ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

ଅନ୍ୟପଟେ ଏପରି କୌଣସି ମନ୍ତବ୍ୟ ଦେଇନାହିଁ ବୋଲି ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ୍‌ କହିଛନ୍ତି। ସେ କହିଛନ୍ତି କି, “ମୁଁ କହିଥିଲି ଯେ ସମସ୍ତଙ୍କ ସହିତ ସମନ୍ୱୟ ରଖି କାମ କରିବି। ମୁଁ ଏବେ ଦଳୀୟ ରାଜନୀତିରୁ ଉଦ୍ଧ୍ୱରେ ଅଛି। କିନ୍ତୁ ମୁଁ ଯେଉଁ ଦଳରେ ଥିଲେ, ସେ ମୋର ପୁଞ୍ଜି। ସେହି ଦଳ ପ୍ରତି ମୋର ସର୍ବଦା ଆଗ୍ରହ ଓ ପ୍ରେମ ରହିବ। କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ। ହମ୍ ସବକେ ହୈ, ସବ ହମାରେ ହୈ” ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ।

The post ରାଜ୍ୟପାଳଙ୍କ ବିବୃତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା: ବିରୋଧୀଙ୍କ କଡ଼ା ନିନ୍ଦା appeared first on Sanket Tv.

ବିଜେଡିର ଜନ ସମ୍ପର୍କ ପଦଯାତ୍ରା: ଡବଲ ଇଞ୍ଜିନ ସରକାରକୁ ନବୀନଙ୍କ ତୀବ୍ର ସମାଲୋଚନା
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା । କିନ୍ତୁ ଏ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି ।

ନବୀନ ପଟ୍ଟନାୟକ କହିଥିଲେ ଯେ, ଏ ସରକାର ଅମଳରେ ସମସ୍ତେ ହଇରାଣ । ଚାଷୀ ହଇରାଣ, ମହିଳା ହଇରାଣ, ବୁଢା ବୁଢ଼ୀ ହଇରାଣ, ଗରିବ ଲୋକ ହଇରାଣ, ମଧ୍ୟବିତ୍ତ ହଇରାଣ, Gen Zର ଭବିଷ୍ୟତ ଅନ୍ଧାର ।

ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରଦାମ ବଢ଼ି ଚାଲିଛି । ସମସ୍ତେ ହଇରାଣ । କିନ୍ତୁ ସରକାର ନିଦା ବିଷ୍ଣୁ । ଅପାରଗତାରେ ଓଡ଼ିଶା ସରକାର ସାରା ଦେଶରେ ନମ୍ବର ଓ୍ବାନ୍ ବୋଲି ନବୀନ କଟାକ୍ଷ କରିଥିଲେ । ତେଣୁ ଲୋକଙ୍କ ସହ ରହି ଏ ଅପାରଗ ସରକାରର ମୁଖା ଖୋଲି ଦେବାକୁ ନବୀନ ଦଳର କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାବେଶରେ ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିପୁଳ ଜନ ସମାବେଶ ହୋଇଥିଲା ।

The post ବିଜେଡିର ଜନ ସମ୍ପର୍କ ପଦଯାତ୍ରା: ଡବଲ ଇଞ୍ଜିନ ସରକାରକୁ ନବୀନଙ୍କ ତୀବ୍ର ସମାଲୋଚନା appeared first on Sanket Tv.

ଜନ୍ତର ମନ୍ତର ଘଟଣା: ଦୁଇ ସିଜେପି ନେତା ଗିରଫ, ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କ ସମର୍ଥନ
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ SIR ପ୍ରକ୍ରିୟା ବିରୋଧରେ ଜାରି ଆନ୍ଦୋଳନ ଥମିବାର ନାଁ ନେଉନି। ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ ଆଉ ଜ୍ଞାନେଶ କୁମାରଙ୍କ ଠାରେ ସୀମିତ ହୋଇ ରହି ନାହିଁ। ଏହା ମଧ୍ୟରେ ବିରୋଧୀଙ୍କ ରାଜନୀତିରେ ଆସିଛି ଐତିହାସିକ ମୋଡ଼।

ଗେଟ୍ ଡେଇଁ ଜନ୍ତର ମନ୍ତରରେ ଜାତୀୟ ପତାକା ଉଡ଼ାଇବା ଏବଂ ବିରୋଧ ପ୍ରକାଶ କରିବା ଅଭିଯୋଗରେ କକରୋଚ ଜନତା ପାର୍ଟି (CJP)ର ସହସଂଯୋଜକ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଏବେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।

ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳର ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର CJP ସମର୍ଥନରେ ଖୋଲାଖୋଲି ଆଗେଇ ଆସିଛନ୍ତି। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କେନ୍ଦ୍ର ସରକାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ଜନ୍ତର ମନ୍ତରକୁ ଧାରଣା ପ୍ରଦର୍ଶନ ତାଲିକାରୁ ହଟାଇବା ଏବଂ ଯୁବକଙ୍କୁ ଜେଲ୍ ପଠାଇବାର କାର୍ଯ୍ୟାନୁଷ୍ଠାନ ସରକାରଙ୍କ ‘କାପୁରୁଷପଣ’କୁ ଦର୍ଶାଉଛି। ଶାନ୍ତିପୂର୍ଣ୍ଣ ଢଙ୍ଗରେ ଜନ୍ତର ମନ୍ତରରେ ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ। କେବଳ ଏଥିପାଇଁ ଯୁବକଙ୍କୁ ଜେଲରେ ଭର୍ତ୍ତି କରିବା ହେଉଛି କାପୁରୁଷଙ୍କ କାମ।

ସେ ଲେଖିଛନ୍ତି, ଛାତ୍ର, ଯୁବ, INDIA ବ୍ଲକ- ଅଲଗା ଅଲଗା ପତାକା, ମାତ୍ର ସଭିଙ୍କର ଗୋଟିଏ ଉଦ୍ଦେଶ୍ୟ। ନାଗରିକଙ୍କ ପାଇଁ ନିଜର ସାମ୍ବିଧାନିକ ଅଧିକାର ମାଗିବା ହିଁ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ। ଜନ୍ତର ମନ୍ତର ଭାରତୀୟ ଜନତାଙ୍କର। ଏହାକୁ ଆମେ ପୁଣି ଥରେ ଛଡ଼ାଇ କି ରହିବୁ ବୋଲି ରାହୁଲ କହିଛନ୍ତି।

ରାଜନୈତିକ ବିଶ୍ଳେଷକଙ୍କ ମଧ୍ୟରେ କଂଗ୍ରେସ ଏବଂ ସିଜେପି ଏ ପର୍ଯ୍ୟନ୍ତ ନିଜ ନିଜ ରାସ୍ତାରେ ଭିନ୍ନ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆନ୍ଦୋଳନ କରି ଆସୁଥିଲେ। ହେଲେ ରାହୁଲଙ୍କ ଏହି ପଦକ୍ଷେପ ଦୁଇ ପାର୍ଟି ମଧ୍ୟରେ ଲମ୍ବା ସମୟ ଧରି ଚାଲି ଆସିଥିବା ରାଜନୈତିକ ଦୂରତାକୁ କମ କରିବାର ସଙ୍କେତ ଦେଉଛି। କିନ୍ତୁ ରାହୁଲ ଗାନ୍ଧୀ ନିଜ ପୋଷ୍ଟରେ କେଉଁଠି ବି ସିଜେପି କିମ୍ବା ଏହାର ନେତାଙ୍କ ନାଁ ସିଧାସଳଖ ଭାବେ ନେଇ ନାହାନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ନିଟ୍ ୟୁଜି ପେପର ଲିକ୍ ମାମଲାରେ ଜନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନରେ କକରୋଚ ଜନତା ପାର୍ଟି (ସିଜେପି) ଏକ ପ୍ରମୁଖ ଛାତ୍ର-ଯୁବ ଶକ୍ତି ଭାବେ ସାମ୍ନାକୁ ଆସିଛି। ଜୁଲାଇରେ ସିଜେପିର ବଡ଼ ଧରଣର ଆନ୍ଦୋଳନ ପ୍ରଭାବରେ ହିଁ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ହୋଇଥିଲା। ସେହି ସମୟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ମଧ୍ୟ ପରୀକ୍ଷା ପେପର ଲିକ୍ ପ୍ରସଙ୍ଗ ଉଠାଇଥିଲା। ମାତ୍ର ସିଜେପିର ମଞ୍ଚରୁ ଦୂରେଇ ରହିଥିଲେ ରାହୁଲ ଗାନ୍ଧୀ।

କକରୋଚ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସ, ଆଜିଙ୍କ୍ୟ ସିନ୍ଦେ ଏବଂ ଆଶୁତୋଷ ରାଙ୍କାଙ୍କୁ ମଙ୍ଗଳବାର ଦିଲ୍ଲୀ ପୁଲିସ ଗିରଫ କରିଛି। ସେମାନେ ସମର୍ଥକଙ୍କ ସହ ଜନ୍ତରମନ୍ତରରେ ପହଞ୍ଚି ସ୍ଲୋଗାନବାଜି କରିଥିଲେ।

ଏହି ଘଟଣାରେ ପୁଲିସ ଉଭୟଙ୍କ ନାମରେ ଏଫଆଇଆର ରୁଜୁ କରିଛି। ସେମାନେ ପିସ୍ ବଣ୍ଡ୍ ଉଲଂଘନ କରିଥିବାରୁ ମାମଲା ରୁଜୁ କରାଯାଇଛି। ଏଣିକି ଜନ୍ତରମନ୍ତରରେ ଆନ୍ଦୋଳନକୁ ବେଆଇନ ବିବେଚନା କରାଯିବ। ନୂଆ ନିୟମ ଜାରି ହେବା ପରେ ପୁଲିସ ବ୍ୟାରିକେଡ୍ ଲଗାଇଛି। ସମସ୍ତ ଫାଟକ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ସିଜେପି ନେତାମାନେ ମଙ୍ଗଳବାର ଫାଟକ ଉପରେ ଚଢ଼ି ଜନ୍ତରମନ୍ତର ଭିତରେ ପଶିଥିଲେ। ସେଠାରେ ସେମାନେ ଜାତୀୟ ପତାକା ପ୍ରଦର୍ଶନ ସହିତ ସ୍ଲୋଗାନ ଦେଇଥିଲେ।
ପୁଲିସ ଏହା ଦେଖିନେବା ପରେ ସେମାନଙ୍କୁ ଗିରଫ କରିଥିଲା। ଏହି ଗିରଫଦାରିକୁ ସିଜେପି ମୁଖ୍ୟ ଅଭିଜିତ ଦୀପକେ ତୀବ୍ର ସମାଲୋଚନା କରିଛନ୍ତି। ତ୍ରିରଙ୍ଗା ଉଡ଼ାଇବା କେବେଠାରୁ ନିୟମ ଉଲଂଘନ ବିବେଚିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଯେଉଁମାନେ ଏଭଳି ଭାବୁଛନ୍ତି, ସେମାନେ ଦେଶଦ୍ରୋହୀ। ଆମେ ନିଜ ଦେଶରେ ତ୍ରିରଙ୍ଗା ପତାକା ଉଡ଼ାଇଲୁ। କିନ୍ତୁ ଏହାକୁ ବେଆଇନ ଦର୍ଶାଗଲା। ଏକଛତ୍ରବାଦ ମାନସିକତାର ଏହା ସବୁଠୁ ବଡ଼ ଉଦାହରଣ।

ଆଶୁତୋଷ କହିଛନ୍ତି, ସିଇସି ଜ୍ଞାନେଶ କୁମର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ହିଁ ବିକ୍ଷୋଭ ଚାଲିବ। ଆଜି ୧୦ ଲୋକ ଆସିଛନ୍ତି, କାଲି ୧ ହଜାର ଏବଂ ପରଦିନ ୧୦ ହଜାର ଲୋକ ଆସି ପହଞ୍ଚିବେ। ଏହା ପୂର୍ବରୁ ସରକାର ସୋମବାର ଜନ୍ତରମନ୍ତରକୁ ଧର୍ଯ୍ୟ ଧାରଣାସ୍ଥଳ ତାଲିକାରୁ ହଟାଇ ଦେଇଥିଲେ। ତେଣୁ ଏଠାରେ ଆନ୍ଦୋଳନ କରିବା ଏବେ ବେଆଇନ ସାବ୍ୟସ୍ତ ହେବ।

The post ଜନ୍ତର ମନ୍ତର ଘଟଣା: ଦୁଇ ସିଜେପି ନେତା ଗିରଫ, ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କ ସମର୍ଥନ appeared first on Sanket Tv.

ଛାତ୍ର ସଂସଦ ନିର୍ବାଚନରେ ଅନାବଶ୍ୟକ ଚାପ ସୃଷ୍ଟି କରୁଛନ୍ତି ସରକାର : ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଛାତ୍ର ସଂସଦ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ରହିଲା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଗଲାଣି ପ୍ରଚାର। ତେବେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରୀ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

ନିର୍ବାଚନ ପ୍ରକ୍ରିୟାରେ ଶାସକ ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରୁଥିବା ନେଇ ବିଜୁ ଜନତା ଦଳ (ବିଜେଡି) ଗୁରୁତର ଅଭିଯୋଗ ଆଣିଛି। ସରକାର ଅନାବଶ୍ୟକ ଚାପ ସୃଷ୍ଟି ନକରି ନିଜର ସମ୍ବିଧାନିକ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କୁହାଯାଇଛି।

ବିଜେଡି ନେତାଙ୍କ କହିବା ଅନୁଯାୟୀ, ଦୀର୍ଘ ୮ ବର୍ଷ ଧରି କଲେଜ ନିର୍ବାଚନ ହୋଇନାହିଁ। ପୂର୍ବତନ ବିଜେଡି ସରକାର ସମୟର ୬ ବର୍ଷ ମଧ୍ୟରୁ ୩ ବର୍ଷ କୋଭିଡ୍ ମହାମାରୀରେ ବିତିଥିବା ବେଳେ ବାକି ଦୁଇ ବର୍ଷ ବର୍ତ୍ତମାନର ସରକାରଙ୍କ ଶାସନକାଳରେ ହୋଇଛି। ହେଲେ ଏବେ ଚାଲିଥିବା କଲେଜ ନିର୍ବାଚନରେ ସରକାରୀ ଦଳ ସିଧାସଳଖ ହସ୍ତକ୍ଷେପ କରୁଛି। ଯପକୁଦ ମହିଳା ଡିଗ୍ରୀ କଲେଜରେ ଘଟିଥିବା ନିକଟତର ଅପ୍ରୀତିକର ଘଟଣା ପାଇଁ ବିଜେଡି ସଂପୃକ୍ତ ଜିଲ୍ଲାପାଳଙ୍କ ଇସ୍ତଫା ଦାବି କରିଛି।

ବିଜେଡି ଅଭିଯୋଗ କରିଛି ଯେ ଯେଉଁ କଲେଜଗୁଡ଼ିକରେ ବିଜୁ ଛାତ୍ର ଜନତା ଦଳର ବିଜୟ ସମ୍ଭାବନା ଅଧିକ ରହିଛି, ସେଠାରେ ଜାଣିଶୁଣି ଅଶାନ୍ତି ସୃଷ୍ଟି କରାଯାଉଛି କିମ୍ବା ନିର୍ବାଚନ ସ୍ଥଗିତ ରଖାଯାଉଛି। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜାଣିଶୁଣି ପ୍ରାର୍ଥୀଙ୍କ ସିରିଏଲ୍ ନମ୍ବର ବଦଳାଯାଉଛି ଏବଂ ପିଲାମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ନାଁ ନେଇ ଯେକୌଣସି ପ୍ରକାରେ ରମାଦେବୀ ଜିତିବାକୁ ଚାପ ପକାଯାଉଥିବା ଭିଡିଓ ସାମ୍ନାକୁ ଆସିଥିବା ଦାବି କରି ବିଜେଡି ସରକାରଙ୍କୁ ଖୋଲା ଆହ୍ୱାନ ଦେଇଛି।

ବିଜେଡି ପ୍ରେସ୍ ସମ୍ମିଳନୀରେ କହିଛି ଯେ ଆଜିର ଯୁବପିଢ଼ି (ଜେନ୍ ଜି) ନବୀନ ପଟ୍ଟନାୟକ ଏବଂ ବିଜୁ ଛାତ୍ର ଜନତା ଦଳ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ଏହି ଛାତ୍ର ସଂସଦ ନିର୍ବାଚନ ପ୍ରକୃତରେ ‘ଜେନ୍ ଜି’ ଏବଂ ‘ଡବଲ୍ ଇଞ୍ଜିନ୍ ସରକାର’ ମଧ୍ୟରେ ଲଢ଼େଇ। ସରକାର ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଶାସନ ଜରିଆରେ ଯୁବପିଢ଼ିଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର ବିଜେଡି ସଦାସର୍ବଦା ଯୁବପିଢ଼ିଙ୍କ ସହ ଥିଲା, ଅଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

The post ଛାତ୍ର ସଂସଦ ନିର୍ବାଚନରେ ଅନାବଶ୍ୟକ ଚାପ ସୃଷ୍ଟି କରୁଛନ୍ତି ସରକାର : ବିଜେଡି appeared first on Sanket Tv.

ସୁପ୍ରିମକୋର୍ଟଙ୍କ ରାହୁଲ ଗାନ୍ଧୀଙ୍କୁ ଆଶ୍ୱାସନା: ମାନହାନି ମାମଲାରେ ଟ୍ରାଏଲ୍ ଉପରେ ରୋକ୍
ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟକୁ ନେଇ ଦାଏର ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଟ୍ରାଏଲ୍ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଅପରେଶ କୁମାର ସିଂଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିବା ସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମାମଲା ୨୦୧୮ ମସିହାରେ ରାଫେଲ୍ ଯୁଦ୍ଧବିମାନ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କ କଥିତ ମନ୍ତବ୍ୟ ସହ ଜଡ଼ିତ।

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କଥିତ ଭାବେ ‘କମାଣ୍ଡର-ଇନ୍-ଥିଫ୍’ ଏବଂ ‘ଚୋରଙ୍କ ସର୍ଦ୍ଦାର’ ଭଳି ଶବ୍ଦ ବ୍ୟବହାର କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ମାନହାନି ମାମଲାର ନିମ୍ନ ଅଦାଲତରେ ଶୁଣାଣି ସ୍ଥଗିତ ରହିବ।

ଏହାରି ମଧ୍ୟରେ, ଦିଲ୍ଲୀରେ ଭୋଟ୍ ଚୋରି ଏବଂ SIR ବିରୋଧରେ ‘ମାର୍ଚ୍ଚ ଫର୍ ଡେମୋକ୍ରେସି’ ଆୟୋଜନ ହେବାର ଏକ ଦିନ ପରେ ରାହୁଲ ଗାନ୍ଧୀ ଆଜି INDIA ବ୍ଲକ୍‌ର ସାଂସଦ, ସିଭିଲ୍ ସୋସାଇଟିର ପ୍ରତିନିଧି ଏବଂ ଛାତ୍ର ସଂଗଠନଗୁଡ଼ିକୁ ତାଙ୍କ ସରକାରୀ ବାସଭବନକୁ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି।

ସେହିପରି, ସୋମବାର ରାହୁଲ ଗାନ୍ଧୀ INDIA ବ୍ଲକ୍‌ର ନେତାମାନଙ୍କ ସହ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ଏବଂ ସନ୍ଧ୍ୟାରେ SIR ବିରୋଧରେ ଆବେଦନ ଦାଖଲ କରିଥିଲେ। ଯାହା ଖୁବ୍ ଚର୍ଚ୍ଚା ଧରିଥିଲା।
ରାହୁଲ ଗାନ୍ଧୀଙ୍କ ଆଇନଗତ ଟିମ୍ ସୁପ୍ରିମକୋର୍ଟରେ ପହଞ୍ଚି ଆବେଦନ ଦାଖଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, INDIA ବ୍ଲକ୍‌ର ଏହି ଆବେଦନ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିନଥିଲା। ଏଥିରେ ୧୪ଟି ତ୍ରୁଟି ଥିବା ଜଣାପଡ଼ିଥିଲା।

The post ସୁପ୍ରିମକୋର୍ଟଙ୍କ ରାହୁଲ ଗାନ୍ଧୀଙ୍କୁ ଆଶ୍ୱାସନା: ମାନହାନି ମାମଲାରେ ଟ୍ରାଏଲ୍ ଉପରେ ରୋକ୍ appeared first on Sanket Tv.

ଭୋଟର ତାଲିକା ଏସଆଇଆର୍‌କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ବିଜେଡି ଓ କଂଗ୍ରେସର ବିରୋଧ
ଭୁବନେଶ୍ୱର (ସଂକେତ ଟିଭି): ରାଜନୈତିକ ଦଳମାନେ ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ପ୍ରତିବାଦ ଜାରି ରଖିଥିବାବେଳେ ସୋମବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌)କୁ ଦୃଢ଼ ସମର୍ଥନ ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା, ନିର୍ଭରଯୋଗ୍ୟତା ଏବଂ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ପାଇଁ ଏସଆଇଆର୍‌ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ବିଜେଡି ଓ କଂଗ୍ରେସ ନେତାମାନେ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା କରାଯାଇନଥିବା ଅଭିଯୋଗ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ଆମ ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଏସଆଇଆର୍‌ ଏକ ଆବଶ୍ୟକ ଓ ଗଠନମୂଳକ ପଦକ୍ଷେପ। ଏହାକୁ ନିରପେକ୍ଷତାର ସହ ଏବଂ ଯଥୋଚିତ ଯାଞ୍ଚ ସହ କାର୍ଯ୍ୟକାରୀ କରାଗଲେ ଭୋଟର ତାଲିକା ନିର୍ଭରଯୋଗ୍ୟ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ଆସ୍ଥା ଦୃଢ଼ ହେବ।”

ସେ ଆହୁରି କହିଛନ୍ତି ଯେ, ‘ଭୋଟର ତାଲିକାରେ ପ୍ରକୃତ ଯୋଗ୍ୟ ଭୋଟରଙ୍କ ନାମ ରହିଛି କି ନାହିଁ, ତାହା ସୁନିଶ୍ଚିତ କରିବାରେ ଏସଆଇଆର୍‌ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ତାଲିକାରେ ଥିବା ତ୍ରୁଟି ଚିହ୍ନଟ, ଏକାଧିକ ସ୍ଥାନରେ ଥିବା ନାମର ଯାଞ୍ଚ, ମୃତ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ଏବଂ ସ୍ଥାନ ପରିବର୍ତ୍ତନ କରିଥିବା ଭୋଟରଙ୍କ ତଥ୍ୟ ଅପଡେଟ୍‌ କରିବା ସମ୍ଭବ ହେବ। ତେବେ ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି, ସେଥିପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ’ ବୋଲି ସେ ମତ ଦେଇଛନ୍ତି।

ମାଝୀ କହିଛନ୍ତି, “ଏଗୁଡ଼ିକ କେବଳ ପ୍ରଶାସନିକ ପ୍ରକ୍ରିୟାର ଛୋଟ ଛୋଟ ବିଷୟ ନୁହେଁ। ଏହା ନିର୍ବାଚନୀ ନିରପେକ୍ଷତା, ସମାନ ପ୍ରତିନିଧିତ୍ୱ ଏବଂ ପ୍ରତ୍ୟେକ ଭୋଟର ମହତ୍ତ୍ୱ ସହ ଜଡ଼ିତ।” ତାଙ୍କ ମତରେ, ଭୋଟର ତାଲିକାରେ ନକଲି ନାମ, ପୁରୁଣା ତଥ୍ୟ ଓ ମୃତ ବ୍ୟକ୍ତିଙ୍କ ନାମ ରହିବା ତାଲିକାର ସଠିକତାକୁ ପ୍ରଭାବିତ କରିପାରେ।

ତେବେ ନିର୍ବାଚନ କମିଶନଙ୍କ ଏସଆଇଆର୍‌ ପ୍ରକ୍ରିୟାରେ ବହୁ ସଂଖ୍ୟକ ପ୍ରକୃତ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରୁଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଦେଶରେ ପ୍ରାୟ ୧୪ କୋଟି ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି ଏବଂ ଏହାଦ୍ୱାରା ଦୁର୍ବଳ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ପ୍ରଭାବିତ ହୋଇଛନ୍ତି। ଏହି ସଂଖ୍ୟା ଓ ଅଭିଯୋଗର ସ୍ୱତନ୍ତ୍ର ଯାଞ୍ଚ ଆବଶ୍ୟକ ଥିବାବେଳେ ନିର୍ବାଚନ କମିଶନ ଭୋଟର ତାଲିକାର ସଠିକତା ପାଇଁ ସଂଶୋଧନକୁ ଆବଶ୍ୟକ ବୋଲି ଯୁକ୍ତି ଦେଇଆସୁଛନ୍ତି।

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଆମେ ଏସଆଇଆର୍‌ ଆବଶ୍ୟକ ନୁହେଁ ବୋଲି କହୁନାହୁଁ। କିନ୍ତୁ ଏହା ନିରପେକ୍ଷ ଓ ସ୍ୱଚ୍ଛ ଭାବେ ହେବା ଦରକାର। ପ୍ରତିବର୍ଷ ଭୋଟର ତାଲିକା ସଂଶୋଧନ ହେଉଛି। ଅଯୋଗ୍ୟ ଓ ମୃତ ଭୋଟରଙ୍କ ନାମ ବାଦ୍ ପଡ଼ୁଛି। ତେବେ ଏସଆଇଆର୍‌ର ଆବଶ୍ୟକତା କ’ଣ ଥିଲା?”

ନକଲି ଭୋଟରଙ୍କ ନାମ ତାଲିକାରେ ସାମିଲ ହେବା ନେଇ ବିଜେପିକୁ ପ୍ରଶ୍ନ କରି ଆଚାର୍ଯ୍ୟ କହିଛନ୍ତି, “ବିଜେପି ଏକ ଦଶନ୍ଧିରୁ ଅଧିକ ସମୟ ଧରି କେନ୍ଦ୍ରରେ ଶାସନ କରୁଛି। ଯଦି ନକଲି କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ ହୋଇଥିଲା, ତେବେ ଏଥିପାଇଁ ଦାୟୀ କିଏ? ୧୪ କୋଟି ନକଲି ଭୋଟର ଏକ ଛୋଟ ସଂଖ୍ୟା ନୁହେଁ। ଓଡ଼ିଶାରେ ମଧ୍ୟ ୨୦ ଲକ୍ଷରୁ ଅଧିକ ନାମ ଥିବା କୁହାଯାଉଛି। ସେମାନେ କ’ଣ ଭାବୁଛନ୍ତି, ଦେଶର ଲୋକେ ମୁର୍ଖ?”

The post ଭୋଟର ତାଲିକା ଏସଆଇଆର୍‌କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ବିଜେଡି ଓ କଂଗ୍ରେସର ବିରୋଧ appeared first on Sanket Tv.

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ
ଭୁବନେଶ୍ୱର (ସଂକେତ ଟିଭି): ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି।

ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ସୌଦାନ ସିଂଙ୍କ ଏହି ଗସ୍ତ ରାଜ୍ୟ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଦାନ ସିଂଙ୍କ ଭେଟଘାଟକୁ ନେଇ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଶେଷ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚାଇବା ତଥା ରାଜ୍ୟର ସାମଗ୍ରିକ ବିକାଶ ସମ୍ପର୍କରେ ଫଳପ୍ରଦ ବିଚାରବିମର୍ଶ ହୋଇଛି।

ସୌଦାନ ସିଂଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ ବୋଲି ମତ ପ୍ରକାଶ ପାଇଛି।

ସେପଟେ ବିଧାୟକ ଫକୀର ମୋହନ ନାୟକ କହିଛନ୍ତି ଯେ ସୌଦାନ ସିଂଙ୍କ ସହିତ ଚର୍ଚ୍ଚା ଆଲୋଚନା ହୋଇଛି। ସଂଗଠନକୁ ନେଇ ଆଲୋଚନା କରାଯାଇଛି ଏବଂ ସଂଗଠନ ସହିତ ଚାଲିବା ପାଇଁ କୁହାଯାଇଛି। ଦଳ ଯଦି ରହିବ, ସଂଗଠନ ମାଧ୍ୟମରେ ରହିବ ବୋଲି ସେ ମତ ଦେଇଛନ୍ତି।

ସଂଗଠନକୁ ଅଧିକ ଗୁରୁତ୍ୱ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଗାଁକୁ ଯାଆ, ଲୋକଙ୍କ ସୁଖ ଦୁଃଖରେ ରହିବାକୁ କୁହାଯାଇଛି।

ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂ ଦେଓ ରାଜ୍ୟ କାର୍ଯ୍ୟାଳୟରେ ସୌଦାନ ସିଂ ସହିତ ସାକ୍ଷାତ କରିଛନ୍ତି। ସୂଚନା ଅନୁସାରେ ଆସନ୍ତାକାଲି ମଧ୍ୟ ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କ ସହିତ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ଆଲୋଚନା କରିବେ।

The post ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ appeared first on Sanket Tv.

ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବିଶାଳ ବିକ୍ଷୋଭ, ସୁପ୍ରିମକୋର୍ଟରେ ପିଟିସନ ଦାଖଲ
ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହିତ ଇଣ୍ଡିଆ ବ୍ଲକର ୮ ଜଣ ନେତା ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା କରିଥିଲେ । ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟରେ ପହଞ୍ଚି ଅଫିସିଆଲ ଭାବେ ପିଟିସନ ରେଜିଷ୍ଟ୍ରର କରିଛି ।

ସୁପ୍ରିମକୋର୍ଟରେ ପୋଲିସ ଛାଉଣୀ ହୋଇଥିଲା । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପୋଲିସ ଆଲର୍ଟରେ ରହିଥିଲା ଏବଂ ସୁପ୍ରିମକୋର୍ଟକୁ ଯିବା ରାସ୍ତା ବନ୍ଦ କରିଦେଇଥିଲା । ଏହି ମାର୍ଚ୍ଚରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ଅଖିଳେଶ ଯାଦବ, ପ୍ରିୟଙ୍କା ଗାନ୍ଧି ସମେତ ଅନେକ ରାଜନେତା ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ୨୦୦ ଜଣରୁ ଅଧିକ ଅଧିକାରୀ ବର୍ତ୍ତମାନ ବିରୋଧୀଙ୍କ ସଂସ୍ପର୍ଶରେ ଅଛନ୍ତି ଏବଂ ସମସ୍ତ ଗୁପ୍ତ ତଥ୍ୟ ଆମକୁ ଯାଞ୍ଚ କରି ପଠାଉଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ତୀବ୍ର ପ୍ରତିବାଦ ଜାରି ରହିଛି । ସରକାର ଏହି ବିବାଦରେ CEC ଜ୍ଞାନେଶ କୁମାରଙ୍କୁ ରକ୍ଷା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ ଓ ବିରୋଧୀ ନେତାଙ୍କ ସାକ୍ଷାତ ଅନୁରୋଧ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସ୍ପଷ୍ଟୀକରଣ ଦେଇଛନ୍ତି । ବିରୋଧୀ ନେତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ସେ ଅସମର୍ଥ ବୋଲି ଜଣାଇଛନ୍ତି । ତେବେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୋମବାର ଦିନ ନୂଆଦିଲ୍ଲୀରେ ହଜାର ହଜାର ଆନ୍ଦୋଳନକାରୀ ମାର୍ଚ୍ଚ କରି ଭୋଟର ତାଲିକା ସଂଶୋଧନ ସମୟରେ ଅଭିଯୁକ୍ତ ଅନିୟମିତତା ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ସଂଶୋଧନ ଦ୍ୱାରା ୧୩୩ ନିୟୁତରୁ ଅଧିକ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।

The post ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବିଶାଳ ବିକ୍ଷୋଭ, ସୁପ୍ରିମକୋର୍ଟରେ ପିଟିସନ ଦାଖଲ appeared first on Sanket Tv.