Politics Archives - Sanket Tv

ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ(ସଂକେତ ଟିଭି): ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ପ୍ରକଳ୍ପରେ କଥିତ ଅନିୟମିତତା ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଆଇନଜୀବୀ ଏନ୍. ହରିହରନ୍ କୋର୍ଟରେ ଯୁକ୍ତି ରଖି କହିଥିଲେ ଯେ, ମାମଲା ରୁଜୁ ହେବାର ପ୍ରାୟ ୨୭ ମାସ ପରେ ତାଙ୍କୁ ଗିରଫ କରାଯାଇଛି। ଏହି ଦୀର୍ଘ ସମୟ ମଧ୍ୟରେ ତାଙ୍କୁ କେବଳ ଥରେ ପଚରାଉଚରା ପାଇଁ ଡକାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଥରେ ଡକାଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ଓକିଲ ଉଲ୍ଲେଖ କରିଥିଲେ।

ଓକିଲ ଆହୁରି ଯୁକ୍ତି ଦେଇଥିଲେ ଯେ, ମାମଲା ସହ ଜଡ଼ିତ ସମସ୍ତ ସାମଗ୍ରୀ, ଦସ୍ତାବିଜ ଓ ପ୍ରମାଣ ତଦନ୍ତକାରୀ ସଂସ୍ଥା ଆଗରୁ ଜବତ କରିସାରିଛି। ତେଣୁ ତାଙ୍କୁ ହେପାଜତରେ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ପକ୍ଷର ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ।

ଅପରପକ୍ଷରେ, ଆଣ୍ଟି କରପ୍ସନ୍ ବ୍ରାଞ୍ଚ (ଏସିବି) ଜାମିନକୁ ଜୋରଦାର ବିରୋଧ କରିଥିଲା। ତଦନ୍ତକାରୀ ସଂସ୍ଥା ପକ୍ଷରୁ ସତ୍ୟେନ୍ଦ୍ର ଜୈନଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଦାବି କରାଯିବା ସହ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବା ବେଳେ ଏହି ଦିଗକୁ ବିଚାର କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ଜଳ ବୋର୍ଡର ଏସଟିପି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ କଥିତ ଅନିୟମିତତା ମାମଲାରେ ଏସିବି ଅଗଷ୍ଟ ୧୮ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ୨୦୨୪ ମେ ମାସରେ ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ଡାଇରେକ୍ଟୋରେଟ୍ର ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା।

The post ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ appeared first on Sanket Tv.

ବିକ୍ରମ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ପ୍ରୋସେସନ୍ କଟାକ୍ଷ କଲେ ମନ୍ତ୍ରୀ ବିଭୂତି ଜେନା
ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଜେଲରୁ ବାହାରିବା ପରେ ଭବ୍ୟ ସ୍ୱାଗତ ଓ ପ୍ରୋସେସନ୍ କରାଯାଇଥିବା ଘଟଣାକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ତୀବ୍ର କଟାକ୍ଷ କରିଛନ୍ତି। ସେ ଏହାକୁ ଅଯୌକ୍ତିକ ଓ ଲଜ୍ଜାଜନକ ବୋଲି ଅଭିହିତ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବିକ୍ରମ ପଣ୍ଡାଙ୍କ ରାଜନୈତିକ ପ୍ରାସଙ୍ଗିକତା ଏକ ଏକ୍ସପାୟରୀ ଡେଟ୍ ଔଷଧ ପରି ଅପ୍ରଭାବୀ ହୋଇଗଲାଣି। ତାଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ସମ୍ମାନ ଦେବା ଆମ ସମସ୍ତଙ୍କ ପାଇଁ ଲଜ୍ଜାର ବିଷୟ ବୋଲି ସେ ମତ ଦେଇଛନ୍ତି। ଗଞ୍ଜାମ ଅଞ୍ଚଳର ଭାଷାରେ ଏହାକୁ ‘ଅଲାଜୁକ’ ବୋଲି କୁହାଯାଏ, ଯାହାର ଅର୍ଥ ହେଉଛି ଅସମ୍ଭବ ଓ ଅନୁଚିତ।

ମଙ୍ଗଳବାର ବ୍ରହ୍ମପୁରରେ ବିକ୍ରମ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ କରିଥିବା ବିଜେଡି ନେତାମାନଙ୍କୁ ଉଦ୍ଦେଶ୍ୟ କରି ମନ୍ତ୍ରୀ କହିଛନ୍ତି ଯେ, ସେମାନେ ଏହା ଭାବିବା ଉଚିତ୍ ଥିଲା ଯେ ବିକ୍ରମ ପଣ୍ଡା ଦେଶ ବା ରାଜ୍ୟ ପାଇଁ କୌଣସି ବଡ଼ କାର୍ଯ୍ୟ କରି ଜେଲ୍ ଯାଇନାହାନ୍ତି। ବରଂ ସେ ଏକ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ଏବଂ ବର୍ତ୍ତମାନ ଜାମିନ ପାଇବା ପରେ ବାହାରକୁ ଆସିଛନ୍ତି। ତେଣୁ ଏଭଳି ଘଟଣାକୁ ନେଇ ଗର୍ବ କରିବା କିମ୍ବା ବଡ଼ ପ୍ରୋସେସନ୍ କରିବା ଠିକ୍ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ଏହି ମାମଲାରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ନ୍ୟାୟିକ ପ୍ରକ୍ରିୟା ପ୍ରତି ଆସ୍ଥା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି କହିଛି ଯେ, ବିକ୍ରମ ପଣ୍ଡାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏହି ହତ୍ୟା ମାମଲାରେ ଫସାଯାଇଛି। ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହେବା ପରେ ତାଙ୍କ ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତାକୁ ଦେଖି ବିଜେପି ନେତାମାନେ ତାଙ୍କୁ ସହ୍ୟ କରିପାରି ନଥିଲେ, ଯାହା ଫଳରେ ଏହି ଷଡ଼ଯନ୍ତ୍ର କରାଯାଇଥିଲା।

ବିଜେଡି ଆହୁରି ମଧ୍ୟ କହିଛି ଯେ, ବିକ୍ରମଙ୍କ ଗିରଫଦାରୀ ଅସାମ୍ବିଧାନିକ ଥିଲା ଏବଂ ହାଇକୋର୍ଟ ଜାମିନ ବେଳେ ଯେଉଁ ରିପୋର୍ଟ ଦେଇଛନ୍ତି, ମନ୍ତ୍ରୀ ଯଦି ସେହି ରିପୋର୍ଟ ପଢିବେ ତେବେ ସତ୍ୟ ଜାଣିପାରିବେ। ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ମନୋଭାବ ଜାଣିବା ପାଇଁ ଯିବା ଉଚିତ୍ ବୋଲି ବିଜେଡି କହିଛି। ସେମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ମନ୍ତ୍ରୀ କ’ଣ ଜ୍ୟୋତିଷ ଯେ ସେ ବିଜେଡିର ‘ଏକ୍ସପାୟରୀ ଡେଟ୍’ ନିର୍ଦ୍ଧାରଣ କରିବେ?

The post ବିକ୍ରମ ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ପ୍ରୋସେସନ୍ କଟାକ୍ଷ କଲେ ମନ୍ତ୍ରୀ ବିଭୂତି ଜେନା appeared first on Sanket Tv.

୧୦ ମାସ ପରେ ଜାମିନରେ ମୁକୁଳିଲେ ବିକ୍ରମ ପଣ୍ଡା
ବ୍ରହ୍ମପୁର(ସଂକେତ ଟିଭି): ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୀର୍ଘ ୧୦ ମାସ ବ୍ୟବଧାନ ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଜାମିନରେ ମୁକୁଳିଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସସର୍ତ୍ତ ଜାମିନ୍ ପାଇବା ପରେ ସେ ଜେଲ୍ ଗେଟ୍ ବାହାରକୁ ଆସିଥିଲେ। ଏହି ସମୟରେ କାରାଗାର ବାହାରେ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ଜେଲ୍ରୁ ମୁକ୍ତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିକ୍ରମ ପଣ୍ଡା କହିଛନ୍ତି, “ମୋ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କୃପା ରହିଛି। ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ରାଜନୈତିକ ଆକ୍ରୋଶ ରଖି ଚକ୍ରାନ୍ତପୂର୍ବକ ଫସାଯାଇଥିଲା ଏବଂ ଅନ୍ୟାୟ ଭାବେ ଜେଲ୍ ପଠାଯାଇଥିଲା। ତେବେ ସତ୍ୟର ସଦାବେଳେ ଜୟ ହୁଏ।”

ଏହାସହ ସେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଗଞ୍ଜାମ ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ସଦାସର୍ବଦା ତାଙ୍କ ସହିତ ରହିଛି। ସେମାନଙ୍କ ସ୍ନେହ ଏବଂ ବିଶ୍ୱାସ ହିଁ ତାଙ୍କର ସବୁଠାରୁ ବଡ଼ ବଳ ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ବିଜେପି ନେତା ତଥା ବ୍ରହ୍ମପୁରର ଆଇନଜୀବୀ ଓ ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲ୍ ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଏକ ହାଇପ୍ରୋଫାଇଲ୍ ମାମଲା। ୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୯:୪୦ ରୁ ୧୦:୦୦ ମଧ୍ୟରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନ ନିକଟରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ।

ପୋଲିସ ତଦନ୍ତରେ ୧୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ୧୨ ଜଣଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ, ରାଜନୈତିକ ଏବଂ ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ବିଜେଡିର ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର (ପିଣ୍ଟୁ) ଦାସ ଏବଂ କର୍ପୋରେଟର ମଳୟ ବିଷୋୟୀଙ୍କୁ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ସହଯୋଗୀ ଭାବେ ୨୦୨୫ ଅକ୍ଟୋବର ୨୨ ତାରିଖରେ ଗିରଫ କରିଥିଲା। ଗିରଫ ହେବାର ୧୦ ମାସ ପରେ ହାଇକୋର୍ଟ ତାଙ୍କୁ ସସର୍ତ୍ତ ଜାମିନ୍ ପ୍ରଦାନ କରିଛନ୍ତି।

The post ୧୦ ମାସ ପରେ ଜାମିନରେ ମୁକୁଳିଲେ ବିକ୍ରମ ପଣ୍ଡା appeared first on Sanket Tv.

ସୋଫିଆଙ୍କ ଦଳବଦଳ ନେଇ ଭକ୍ତଙ୍କ କଟାକ୍ଷ: କହିଲେ- ପ୍ରଥମେ କଂଗ୍ରେସରୁ ଇସ୍ତଫା ଦିଅନ୍ତୁ
ଭୁବନେଶ୍ୱର (ସଂକେତ ଟିଭି): ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଜାତୀୟ କଂଗ୍ରେସ ଟିକେଟରୁ ନ ଲଢ଼ି ଓଡ଼ିଶା ଜନତା କଂଗ୍ରେସ (OJC)ରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏହାକୁ ନେଇ ତୀବ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ସୋଫିଆ ଯଦି ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ସ୍ଥିର କରିସାରିଛନ୍ତି, ତେବେ ପ୍ରଥମେ କଂଗ୍ରେସ ଦଳରୁ ଇସ୍ତଫା ଦେଇଦିଅନ୍ତୁ। ଜଣେ ଗୋଟିଏ ଦଳରେ ରହି ଅନ୍ୟ ଦଳରେ ନିର୍ବାଚନ ଲଢ଼ିବା କଥା କହିବା ନୈତିକତା ବିରୋଧୀ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ, ପୂର୍ବତନ ବିଧାୟକ ତଥା ସୋଫିଆଙ୍କ ପିତା ମହମ୍ମଦ ମୋକିମ୍ ନିଜେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ତାଙ୍କ ଝିଅ ସୋଫିଆ ଆସନ୍ତା ନିର୍ବାଚନରେ କଂଗ୍ରେସ ଟିକେଟରେ ନ ଲଢ଼ି ତାଙ୍କ ନେତୃତ୍ୱାଧୀନ ନୂତନ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ରୁ ପ୍ରାର୍ଥୀ ହେବେ। ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ ଖେଳିଯାଇଛି। ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ, ଏକ ସାକ୍ଷାତକାରରେ ମହମ୍ମଦ ମୋକିମ୍ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ କାର୍ଯ୍ୟଶୈଳୀ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସରେ ଆଉ ପୂର୍ବଭଳି ନୀତି, ଆଦର୍ଶ ବା ଶୃଙ୍ଖଳା ବଞ୍ଚି ନାହିଁ। ଯେଉଁ ରାଜ୍ୟରେ କଂଗ୍ରେସ ଲଗାତାର ଚାରି ଥର ପରାଜିତ ହୋଇଛି, ସେଠାରେ ଦଳ ଆଉ କେବେ ମୁଣ୍ଡ ଟେକି ଛିଡ଼ା ହୋଇପାରିନାହିଁ ବୋଲି ଇତିହାସ ସାକ୍ଷ୍ୟ ଦେଉଛି।

କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରର ଭୁଲ୍ ନେତୃତ୍ୱ ଏବଂ ନେତାମାନଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଓ ଗୋଡ଼ ଟଣାଟଣି ଯୋଗୁଁ କଂଗ୍ରେସ ଆଜି ସମ୍ପୂର୍ଣ୍ଣ ତଳକୁ ଚାଲିଯାଇଛି। ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଥିବାରୁ ସୋଫିଆ ଆଉ ଏହି ଦଳରେ ରହିବେ ନାହିଁ ବୋଲି ମୋକିମ୍ ସ୍ପଷ୍ଟ କରିଛନ୍ତି। ଏହି ଘଟଣାକ୍ରମ ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆଣିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

The post ସୋଫିଆଙ୍କ ଦଳବଦଳ ନେଇ ଭକ୍ତଙ୍କ କଟାକ୍ଷ: କହିଲେ- ପ୍ରଥମେ କଂଗ୍ରେସରୁ ଇସ୍ତଫା ଦିଅନ୍ତୁ appeared first on Sanket Tv.

ଖଣିଜ ଅଧିକାର ପାଇଁ ୮ ସେପ୍ଟେମ୍ବରରୁ ଇଣ୍ଡିଆ ବ୍ଲକର ଜୋରଦାର ଆନ୍ଦୋଳନ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ ପୁଣି ତୀବ୍ର ହେଉଛି ରାଜନୈତିକ ଲଢ଼େଇ । ଏମ୍‌ଏମ୍‌ଡିଆର୍ ସଂଶୋଧନ ଆଇନ (MMDR Amendment Act) ୨୦୨୬କୁ ରଦ୍ଦ କରିବା ଦାବିରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଘୋଷଣା କରିଛି ଇଣ୍ଡିଆ ବ୍ଲକ୍‌ । ବୁଧବାର ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଳିତ ବୈଠକରେ ଆଗାମୀ ଆନ୍ଦୋଳନର ରୂପରେଖ ସ୍ଥିର ହୋଇଛି ।

ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଯେ, ଏହି ସଂଶୋଧନ ରାଜ୍ୟର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଏବଂ ଖଣି ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ଉପରେ ପ୍ରଭାବ ପକାଇପାରେ । ବିଶେଷକରି ଆଦିବାସୀ ଓ ଖଣି ଅଞ୍ଚଳର ଲୋକଙ୍କ ଅଧିକାରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ଇଣ୍ଡିଆ ବ୍ଲକ୍‌ ।

ପୂର୍ବରୁ ଅଗଷ୍ଟ ୨୩ରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ, ୨୪ରେ ଜନଜାଗରଣ ଅଭିଯାନ ଏବଂ ୨୫ ଅଗଷ୍ଟରେ ରାଜ୍ୟବ୍ୟାପୀ ପ୍ରତିରୋଧ ଦିବସ ପାଳନ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ଖଣି ଅଞ୍ଚଳକୁ ଆନ୍ଦୋଳନର କେନ୍ଦ୍ରବିନ୍ଦୁ କରିବାକୁ ଯୋଜନା ହୋଇଛି ବୋଲି ଇଣ୍ଡିଆ ବ୍ଲକ ବୈଠକ ପରେ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି ।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, “ସେପ୍ଟେମ୍ବର ୮ ତାରିଖରେ ଭୁବନେଶ୍ବରରେ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଦଳର ମିଳିତ କନ୍‌ଭେନସନ ହେବ । ପରେ ଆଉ ୪ଟି ଜିଲ୍ଲାରେ ୪ଟି ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛୁ । ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭା ଘେରାଉ କରାଯିବ ।”

ଆଗାମୀ କାର୍ଯ୍ୟକ୍ରମ ଅନୁସାରେ..

୮ ସେପ୍ଟେମ୍ବର: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କନଭେନସନ୍

୧୩ ସେପ୍ଟେମ୍ବର: କେନ୍ଦୁଝର

୧୭ ସେପ୍ଟେମ୍ବର: ସୁନ୍ଦରଗଡ଼

୧୯ ସେପ୍ଟେମ୍ବର: ଅନୁଗୋଳ

୨୧ ସେପ୍ଟେମ୍ବର: ରାୟଗଡ଼ାରେ ବିଶାଳ ଜନସମାବେଶ

ଏହାପରେ ଆନ୍ଦୋଳନର ସବୁଠୁ ବଡ଼ କାର୍ଯ୍ୟକ୍ରମ ରହିଛି ୨୯ ସେପ୍ଟେମ୍ବରରେ । ଭୁବନେଶ୍ୱରରେ ବିଶାଳ ଜନସମାବେଶ ପରେ ବିଧାନସଭା ଘେରାଉ କରିବାକୁ ଘୋଷଣା କରିଛି ଇଣ୍ଡିଆ ବ୍ଲକ୍‌ ।

ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଓଡ଼ିଶାର ବିକାଶ ଏବଂ ଜନକଲ୍ୟାଣରେ ବ୍ୟବହାର ହେବା ଦରକାର ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ, ରାଜ୍ୟର ଖଣିଜ ସମ୍ପଦ ଉପରେ କୌଣସି ପ୍ରକାରର କେନ୍ଦ୍ରୀକୃତ ନିୟନ୍ତ୍ରଣ କିମ୍ବା କର୍ପୋରେଟ୍ ସ୍ୱାର୍ଥକୁ ସୁଯୋଗ ଦିଆଯିବ ନାହିଁ । ଏହି ଆନ୍ଦୋଳନ କେବଳ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସୀମିତ ନରହି, ଖଣି ଶ୍ରମିକ, କୃଷକ, ଆଦିବାସୀ, ଯୁବ, ମହିଳା, ଟ୍ରାନ୍ସପୋର୍ଟ ୟୁନିଅନ୍ ଏବଂ ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିଙ୍କୁ ସାମିଲ କରି ବ୍ୟାପକ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ ଦିଆଯାଇଛି ।

ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍‌ଏଲ୍) ଲିବରେସନ୍, ଫରୱାର୍ଡ ବ୍ଲକ୍, ଏନ୍‌ସିପି, ସମାଜବାଦୀ ପାର୍ଟି ଓ ଆର୍‌ଜେଡିର ନେତାମାନେ ଯୋଗଦେଇଥିଲେ । ଖଣିଜ ସମ୍ପଦ, ରାଜ୍ୟର ଅଧିକାର ଓ ରାଜସ୍ୱ ଭାଗବଣ୍ଟାକୁ ନେଇ ଆଗକୁ ରାଜନୈତିକ ଲଢ଼େଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।

The post ଖଣିଜ ଅଧିକାର ପାଇଁ ୮ ସେପ୍ଟେମ୍ବରରୁ ଇଣ୍ଡିଆ ବ୍ଲକର ଜୋରଦାର ଆନ୍ଦୋଳନ appeared first on Sanket Tv.

ଏସଆଇଆର୍ ଯୋଗୁଁ ମତାଧିକାର ହରାଇବେ ୧୦ କୋଟି ନାଗରିକ : ଚିଦାମ୍ବରମ
ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ଚଳାଯାଇଥିବା ଭୋଟର ତାଲିକାର ଗହନ ପୁନରୀକ୍ଷଣ (ଏସଆଇଆର) ଅଭିଯାନକୁ ନେଇ ବର୍ତ୍ତମାନ ରାଜନୈତିକ ବିତର୍କ ତୀବ୍ର ହୋଇଛି। ଏହି ପ୍ରକ୍ରିୟା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ଏହି ଅଭିଯାନ ଦ୍ୱାରା ଦେଶର ପ୍ରାୟ ୧୦% ବୟସ୍କ ଜନସଂଖ୍ୟା, ଅର୍ଥାତ୍ ୧୦ କୋଟି ଲୋକ, ନାଗରିକ ଥାଇ ମଧ୍ୟ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ ହୋଇପାରନ୍ତି।

ଚିଦାମ୍ବରମ ଏହି ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, “ଏପର୍ଯ୍ୟନ୍ତର ପରିଣାମ ଆଧାରରେ ଏସଆଇଆର ପ୍ରକ୍ରିୟା ଅନ୍ତରେ ଭାରତର ୧0% ବୟସ୍କ ଜନସଂଖ୍ୟା ‘ନାଗରିକ’ ତ ରହିବେ, ହେଲେ ନିର୍ବାଚନ ଆୟୋଗଙ୍କ ବ୍ୟବସ୍ଥା କାରଣରୁ ସେମାନଙ୍କ ପାଖରେ ମତଦାନର ଅଧିକାର ରହିବ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ଆୟୋଗ ଏକ ପ୍ରକାର ‘ଅଣ-ମତଦାତା ନାଗରିକ’ଙ୍କ ନୂତନ ଶ୍ରେଣୀ ସୃଷ୍ଟି କରିଛନ୍ତି, ଯାହା ଲୋକତନ୍ତ୍ର ପାଇଁ ଚିନ୍ତାଜନକ।

ଅନ୍ୟପଟେ, ଏହି ବିଷୟରେ ପୂର୍ବତନ କୂଟନୀତିଜ୍ଞ ତଥା ଇଜିପ୍ଟ ଓ ୟୁଏଇରେ ଭାରତର ରାଜଦୂତ ରହିଥିବା ନଭଦୀପ ସୁରୀ ତାଙ୍କ ଅଭିଜ୍ଞତା ବାଣ୍ଟି ଚିନ୍ତା ପ୍ରକଟ କରିଛନ୍ତି। ପଞ୍ଜାବରେ ଏହି ପୁନରୀକ୍ଷଣ ଅଭିଯାନ ବେଳେ ସୁରୀଙ୍କୁ ନାଗରିକତା ପ୍ରମାଣ କରିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ସୁରୀ କହିଛନ୍ତି, “ଅଧିକାରୀମାନେ ମୋତେ ମୋର ପାସପୋର୍ଟ ଉପସ୍ଥାପନ କରିବାକୁ କହିଥିଲେ। ମୁଁ ବିଏଲଓ (ବୁଥ୍ ଲେଭଲ ଅଫିସର)ଙ୍କ ସହ କଥା ହେଲା ପରେ ମୋତେ କୁହାଗଲା, ‘ଆସନ୍ତୁ, ନୋଟିସ୍ ନିଅନ୍ତୁ ଏବଂ ଏପରି କାଗଜପତ୍ର ଦାଖଲ କରନ୍ତୁ ଯାହା ଆପଣଙ୍କ ନାଗରିକତା ପ୍ରମାଣ କରୁ।’ ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ ସମେତ ଅନ୍ୟାନ୍ୟ ଦଲିଲ୍ ରହିଥିଲା ମଧ୍ୟ ଏହି ପ୍ରକ୍ରିୟା ସହଜ ହୋଇନଥିଲା।

ଏହି ପ୍ରସଙ୍ଗରେ ଚିଦାମ୍ବରମ ସୁରୀଙ୍କ ପୋଷ୍ଟକୁ ଉଦ୍ଧୃତ କରି କହିଛନ୍ତି, “ଯେତେବେଳେ ୩ଟି ଦେଶରେ ଭାରତର ପ୍ରତିନିଧିତ୍ୱ କରିଥିବା ଏକ ବରିଷ୍ଠ କୂଟନୀତିଜ୍ଞଙ୍କୁ ନିଜର ନାଗରିକତା ସାବ୍ୟସ୍ତ କରିବାରେ ଅସୁବିଧା ହେଉଛି, ତେବେ ସାଧାରଣ ନାଗରିକମାନେ କି ଅବସ୍ଥା ଭୋଗୁଛନ୍ତି?” ଚିଦାମ୍ବରମ ପ୍ରଶ୍ନ କରି କହିଛନ୍ତି ଯେ ଏହି ପ୍ରକ୍ରିୟା ଜୀବନର ସୁଗମତାକୁ ବିପନ୍ନ କରିପାରେ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଭୋଟର ତାଲିକାକୁ ଶୁଦ୍ଧ ଓ ତ୍ରୁଟିହୀନ କରିବା ପାଇଁ ଏହି ବ୍ୟାପକ ପୁନରୀକ୍ଷଣ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଏହି ପ୍ରକ୍ରିୟା ଅନେକ ବୈଧ ନାଗରିକଙ୍କୁ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ କରୁଛି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି। ଏହି ଘଟଣା ଏବେ ରାଜନୈତିକ ଏବଂ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

The post ଏସଆଇଆର୍ ଯୋଗୁଁ ମତାଧିକାର ହରାଇବେ ୧୦ କୋଟି ନାଗରିକ : ଚିଦାମ୍ବରମ appeared first on Sanket Tv.

ଏମଏମଡିଆର ବିଲ୍ ବିବାଦ ତୀବ୍ର; ଆନ୍ଦୋଳନକୁ ଓହ୍ଲାଇବେ ବିଜେଡି ଓ କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): MMDR (ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମନ) ସଂଶୋଧିତ ବିଲ୍ କୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। ବିଜୁ ଜନତା ଦଳ (ବିଜେଡି) ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବିଲ୍କୁ ତୀବ୍ର ବିରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି। ବିଜେଡି ବିଧାୟକମାନେ କହିଛନ୍ତି ଯେ, ଯେତେବେଳେ ଏହି ବିଲ୍ ସଂସଦରେ ପାରିତ ହେଲା, ସେତେବେଳେ ଓଡ଼ିଶାର ବିଜେପି ସାଂସଦମାନେ ଚୁପ ରହିଥିଲେ। ସେମାନେ ଆହ୍ୱାନ ଦେଇଛନ୍ତି ଯେ, ଲୋକେ ଏହା ଭୁଲିବେ ନାହିଁ ଯେ ଦିଲ୍ଲୀରେ ଓଡ଼ିଶାର ହିତକୁ ଆକ୍ରମଣ କରି ରକ୍ତାକ୍ତ କରାଯାଇଛି।

ବିଜେଡି ଅଭିଯୋଗ କରିଛି ଯେ, ଏହି ବିଲ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ଖଣି ମାଲିକଙ୍କୁ ଖୁସି କରିବା ପାଇଁ ପ୍ରଣୟନ କରାଯାଇଛି। ଫଳରେ ଖଣି ମାଲିକମାନେ ବିଜେପିକୁ ବଡ଼ ଅର୍ଥରାଶି ପାଣ୍ଠି ଦେଇପାରିବେ। ବିଜେଡି ଏହାକୁ ତୀବ୍ର ନିନ୍ଦା କରୁଥିବାବେଳେ ବିଜେପି ନିଜର ଅପାରଗତା ଓ ଭୁଲ୍ ଲୁଚାଇବାକୁ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛି ବୋଲି କହିଛି। ବିଜେପିର ସାହସ ନାହିଁ ବୋଲି ସେମାନେ MMDR ଉପରେ ଆଲୋଚନା କରୁନାହାନ୍ତି।

୨୦୨୪ ମସିହାରେ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ଖଣିଜ ଉପରେ ଅଧିକାର ଦେଇଥିଲେ। ବିଜେଡି ଦାବି କରିଛି ଯେ, ଏହି ନୂଆ ବିଲ୍ ଯୋଗୁଁ ଓଡ଼ିଶା ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ହରାଇବ। ସେମାନେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଯେ, ରାଜ୍ୟ କିପରି ଏହି ଏକ ଲକ୍ଷ କୋଟି ଟଙ୍କା ହରାଉଛି, ତାହା ସମ୍ମୁଖୀନ ହେବାକୁ ବିଜେପି ଆସୁ। ବିଜେଡି କହିଛି, ଖଣି ଓଡ଼ିଶାର, ପ୍ରଦୂଷଣ ଓଡ଼ିଶାକୁ ସହିବାକୁ ପଡ଼ୁଛି, କିନ୍ତୁ ବାହାର ରାଜ୍ୟର ସ୍ୱାର୍ଥ ପାଇଁ ଏହି MMDR ବିଲ୍ ପାରିତ କରାଯାଇଛି। ଏହାକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ୧୫ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲେ, କିନ୍ତୁ ବିଜେପି MMDR ବିଲ୍ ଉପରେ ଆଲୋଚନା ନ କରି ଅନ୍ୟ ଆଡ଼କୁ ଧ୍ୟାନ ଦେଉଛି। ଆବଶ୍ୟକ ପଡ଼ିଲେ, ବିଜେଡି ଅର୍ଥନୈତିକ ଅବରୋଧ କରିବ ଏବଂ ଓଡ଼ିଶାବାସୀଙ୍କ ଟଙ୍କା ଯାହା କେନ୍ଦ୍ରକୁ ଦେଇ ଦିଆଯାଇଛି, ତାହା ବିରୋଧରେ ସ୍ୱର ଉତ୍ତୋଳନ କରିବ। ବିଜେପି ଖଣିକୁ ଜାତୀୟ ସମ୍ପତ୍ତି ବୋଲି କହୁଥିବାରୁ ଓଡ଼ିଶାକୁ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ନେତାମାନେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଓଡ଼ିଶାକୁ ଭଲ ପାଆନ୍ତି ଏବଂ ସେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିଛନ୍ତି। ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେମାନେ କହିଛନ୍ତି।

ଅନ୍ୟପଟେ, କଂଗ୍ରେସ ଦଳ ମଧ୍ୟ ଏହି ବିଲ୍ ବିରୋଧରେ ମାଇଦାନରେ ଓହ୍ଲାଇଛି। କେନ୍ଦ୍ର MMDR ବିଲକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି କଂଗ୍ରେସ ଘୋଷଣା କରିଛି। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସରକାର ଡରୁଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଓଡ଼ିଶାର ସ୍ୱାର୍ଥକୁ ବଳି ଦେଉଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ ରହିଥିବାରୁ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ ଏବଂ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରୁଛି। ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ରାଜ୍ୟମାନେ ବକେୟା ଅର୍ଥ ପାଇପାରିବେ। ଝାଡ଼ଖଣ୍ଡ ଏହି ବକେୟା ଅର୍ଥ ଆଣିଥିବାବେଳେ ଓଡ଼ିଶା କୌଣସି ଚେଷ୍ଟା କରି ନାହିଁ ବୋଲି କଡ଼ାମ ଅଭିଯୋଗ କରିଛନ୍ତି। ତଥାପି, ଦଳ କହୁଛି ଯେ ରାଜ୍ୟର ଟଙ୍କାଟିଏ କ୍ଷତି ହେବାକୁ ଦିଆଯିବ ନାହିଁ। ବିଜେପି ଦୋମୁହାଁ କଥା କହୁଥିବାରୁ ଆଗାମୀ ଦିନରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ କଂଗ୍ରେସ ଜନ ଆନ୍ଦୋଳନ ଜୋରଦାର କରିବ। ଖଣି ଖାଦାନଗୁଡ଼ିକୁ ବନ୍ଦ କରାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। ଏହି ସରକାର ବିଧାନସଭାର ସମ୍ମୁଖୀନ ହେବାକୁ ଡରୁଛନ୍ତି ଏବଂ ଓଡ଼ିଶାକୁ ଶୋଷଣ କରିବାର ଢାଞ୍ଚାରେ କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

MMDR ବିଲ୍ ନେଇ ବିରୋଧୀଙ୍କ ସ୍ୱତନ୍ତ୍ର ଅଧିବେଶନ ଦାବି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି ବିଷୟରେ ସରକାର ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଗାମୀ ବିଧାନସଭା ଅଧିବେଶନ ନେଇ ନୋଟିଫିକେସନ୍ ଶୀଘ୍ର ଜାରି ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

The post ଏମଏମଡିଆର ବିଲ୍ ବିବାଦ ତୀବ୍ର; ଆନ୍ଦୋଳନକୁ ଓହ୍ଲାଇବେ ବିଜେଡି ଓ କଂଗ୍ରେସ appeared first on Sanket Tv.

ଯୋଗୀ, ଅଖିଳେଶ, ମାୟାବତୀଙ୍କ ସମେତ ୫୨ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍
ଲକ୍ଷ୍ନୌ(ସଂକେତ ଟିଭି): ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ଜଣ ପ୍ରମୁଖ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ଭଳି ବରିଷ୍ଠ ବ୍ୟକ୍ତିତ୍ଵଙ୍କୁ ସାମିଲ କରାଯାଇଛି।

ଏହି ତାଲିକାରେ ରାଜ୍ୟ ସରକାରଙ୍କ ୧୧ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି। ମନ୍ତ୍ରୀ ସଞ୍ଜୟ ନିଷାଦ, ନନ୍ଦ ଗୋପାଳ ଗୁପ୍ତା ‘ନନ୍ଦୀ’, ଓମ ପ୍ରକାଶ ରାଜଭର ଏବଂ ଅପର୍ଣ୍ଣା ଯାଦବଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଛି। ସେହିପରି ସ୍ବତନ୍ତ୍ର ଦେବ ସିଂହ, ଜୟବୀର ସିଂହ ଏବଂ ମହେନ୍ଦ୍ର ସିଂହଙ୍କ ଭଳି ଅନ୍ୟ ନେତାମାନେ ମଧ୍ୟ ଏହି ସୁରକ୍ଷା ଜ୍ୟାକେଟ୍ ପାଇଛନ୍ତି।

ଆଗାମୀ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ ରାଜନୈତିକ ନେତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଅତ୍ୟାବଶ୍ୟକ। ଏହି ଜ୍ୟାକେଟ୍ ଦୁଇ ପର୍ଯ୍ୟାୟରେ ବଣ୍ଟନ କରାଯାଇଥିଲା – ପ୍ରଥମ ପର୍ଯ୍ୟାୟରେ ୮ ଜଣ ନେତା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୪ ଜଣ ନେତା ଏହି ସୁରକ୍ଷା କବଚ ପାଇଛନ୍ତି।

ଏହା ବ୍ୟତୀତ, ଉତ୍ତର ପ୍ରଦେଶରେ ୯୮ ଜଣ ନେତା ଏବଂ ପ୍ରମୁଖ ବ୍ୟକ୍ତିଙ୍କୁ ‘Y’ ଠାରୁ ‘Z’ ବର୍ଗ ପର୍ଯ୍ୟନ୍ତ ସୁରକ୍ଷା କଭର ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୫୨ ଜଣଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯାଉଛି। ଏହି ଆବଶ୍ୟକତାକୁ ଆଧାର କରି ସୁରକ୍ଷା ମୁଖ୍ୟାଳୟ ଆବଶ୍ୟକୀୟ ଜ୍ୟାକେଟ୍ ବ୍ୟବସ୍ଥା କରିଛି।

ଉଲ୍ଲେଖନୀୟ ଯେ, ସୁରକ୍ଷା ମୁଖ୍ୟାଳୟ ପ୍ରତିବର୍ଷ ବୁଲେଟପ୍ରୁଫ୍ ଜ୍ୟାକେଟ୍ କିଣିଥାଏ। ଏହି ଜ୍ୟାକେଟ୍ଗୁଡ଼ିକ ବିଭିନ୍ନ ସୁରକ୍ଷା ବର୍ଗରେ ନିୟୋଜିତ ସୁରକ୍ଷା କର୍ମୀ ଏବଂ ରାଜନୈତିକ ନେତାଙ୍କ ପାଇଁ ତିଆରି କରାଯାଏ। ଏଗୁଡ଼ିକ ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ କର୍ମଚାରୀଙ୍କ ସୁରକ୍ଷା ସ୍ତରକୁ ଆଧାର କରି ପିନ୍ଧାଯାଏ। ଏଥର ପୂର୍ବରୁ ସୁରକ୍ଷା କବଚ ଥିବା ନେତାମାନଙ୍କୁ ମଧ୍ୟ ନୂଆ ଜ୍ୟାକେଟ୍ ଯୋଗାଇ ଦିଆଯାଉଛି।

The post ଯୋଗୀ, ଅଖିଳେଶ, ମାୟାବତୀଙ୍କ ସମେତ ୫୨ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ appeared first on Sanket Tv.

ବିଜେପିର ୧୩ ଉପାଧ୍ୟକ୍ଷ ଓ ୮ ସାଧାରଣ ସମ୍ପାଦକ ମନୋନୀତ
ନୂଆଦିଲ୍ଲୀ(ସଂକେତ ଟିଭି): ବିଜେପିର ନୂତନ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ଦିନ ଦଳର ନୂଆ ଜାତୀୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ନୂତନ ଟିମରେ ୧୩ ଜଣ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିବା ବେଳେ ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତି ମିଳିଛି। ସେହିପରି ୧୬ ଜଣ ନେତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ବ ଦେଇଛନ୍ତି ନୀତିନ ନବୀନ।

ଉପାଧ୍ୟକ୍ଷ ପଦବୀରେ ବୈଜୟନ୍ତ ପଣ୍ଡା ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଅନ୍ୟ ନୂତନ ମନୋନୀତ ଉପାଧ୍ୟକ୍ଷମାନେ ହେଲେ: ବସୁନ୍ଧରା ରାଜେ ସିନ୍ଧିଆ, ତିରଥ ସିଂହ ରାୱତ, ରାମ ମାଧବ, ସର୍ଦ୍ଦାର ମନପ୍ରୀତ ସିଂହ ବାଦଲ, ରେଖା ବର୍ମା ଏବଂ ଅନ୍ୟାନ୍ୟ। ଏଥିସହ ୬ ଜଣ ମହିଳା ନେତା ମଧ୍ୟ ଏହି ପଦବୀରେ ସ୍ଥାନ ପାଇଛନ୍ତି, ଯାହା ଦଳରେ ମହିଳା ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଇଥାଏ।

ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ବିଏଲ ସନ୍ତୋଷଙ୍କୁ ସଂଗଠନର ଦାୟିତ୍ବ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିନୋଦ ତାୱଡେ, ସୁନୀଲ ବଂଶଲ, ସ୍ମୃତି ଇରାନୀ, ବିପ୍ଳବ କୁମାର ଦେବ, ସତୀଶ ପୁନିଆ, ସଞ୍ଜୟ ଭାଟିଆ, ହରିଶ ଦ୍ୱିବେଦୀ ଏବଂ ସୁନୀଲ ବଂଶଲ ଅନ୍ତର୍ଭୁକ୍ତ। ଏଥିରେ ୩ ଜଣ ମହିଳା ସାଧାରଣ ସମ୍ପାଦକ ଭାବରେ ସ୍ଥାନ ପାଇଛନ୍ତି।

ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବ ସଂଯୋଜକ ଦାୟିତ୍ବ ଦିଆଯାଇଥିବା ବେଳେ ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ମଧ୍ୟ ନୂତନ ମୁଖ୍ୟ ଘୋଷିତ ହୋଇଛି—ଯୁବ ମୋର୍ଚ୍ଚା ସଭାପତି ଭାବରେ ଡାକ୍ତର ହେମାଙ୍ଗ ଯୋଶୀ, ମହିଳା ମୋର୍ଚ୍ଚା ସଭାପତି ଭାବରେ ରୂପ କୁମାରୀ ଚୌଧୁରୀ ଏବଂ କିଷାନ ମୋର୍ଚ୍ଚା ସଭାପତି ଭାବରେ ବଂଶୀଲାଲ ଗୁର୍ଜର ନିଯୁକ୍ତି ପାଇଛନ୍ତି।

ଆଇଟି ସେଲ୍ର ନୂତନ ମୁଖ୍ୟ ଭାବରେ ଦୀପକ ମହସ୍କେ ନିଯୁକ୍ତ ହୋଇଛନ୍ତି, ଯାହାଙ୍କ ସ୍ଥାନରେ ଅମିତ ମାଲବ୍ୟ ରହିଥିଲେ। ଏହାବ୍ୟତୀତ, ବିଜେପି ପୂର୍ବତନ ଆମ ଆଦମୀ ପାର୍ଟି (ଆପ) ନେତା ସନ୍ଦୀପ ପାଠକ, ଅନିଲ ଆଣ୍ଟୋନି ଏବଂ ରୋହନ ଗୁପ୍ତାଙ୍କ ସମେତ ୧୬ ଜଣଙ୍କୁ ରାଷ୍ଟ୍ରୀୟ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂତନ ଟିମ୍କୁ ଅଭିନନ୍ଦନ ଜଣାଇ ଟ୍ଵିଟ୍ କରିଛନ୍ତି, “ନବନିଯୁକ୍ତ ବିଜେପି ଜାତୀୟ ପଦାଧିକାରୀ ଏବଂ ଦଳ ମଧ୍ୟରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରୁଥିବା ସମସ୍ତଙ୍କୁ ଅଭିନନ୍ଦନ। ଏହି ନୂତନ ଦଳ ସାଂଗଠନିକ ଅଭିଜ୍ଞତା, ଶକ୍ତି ଏବଂ ତୃଣମୂଳ ସ୍ତରର ସଂଯୋଗର ମିଶ୍ରଣ। ମୁଁ ନିଶ୍ଚିତ ଯେ ସେମାନେ ଆମ ଦଳକୁ ମଜବୁତ କରିବା ଏବଂ ଜନସେବା ଉପରେ ଧ୍ୟାନ ଦେବାରେ ସର୍ବୋତ୍ତମ ଯୋଗଦାନ ଦେବେ। ସେମାନଙ୍କୁ ମୋର ଶୁଭକାମନା।”

The post ବିଜେପିର ୧୩ ଉପାଧ୍ୟକ୍ଷ ଓ ୮ ସାଧାରଣ ସମ୍ପାଦକ ମନୋନୀତ appeared first on Sanket Tv.

ସାୟନୀ ଘୋଷଙ୍କ କାର୍ଯ୍ୟାଳୟରେ ତାଲା ଓ ନାମଫଳକ ଉପାଡ଼ି ଫିଙ୍ଗି ଦେଲେ ଟିଏମସି କର୍ମୀ
ନୂଆଦିଲ୍ଲୀ(ସଂକେତ ଟିଭି): ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ନୂଆ ବିବାଦ ଦେଖାଦେଇଛି। ଯାଦବପୁର ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି) ଟିକେଟରେ ନିର୍ବାଚିତ ହୋଇଥିବା ଅଭିନେତ୍ରୀ ତଥା ସାଂସଦ ସାୟନୀ ଘୋଷ ଏବେ ନିଜ ଦଳର କର୍ମୀମାନଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି।

କୋଲକାତାର ଗଡ଼ଫା ଅଞ୍ଚଳରେ ଥିବା ସାୟନୀଙ୍କ କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ତାଲା ପକାଇ ଦେବା ସହ କାର୍ଯ୍ୟାଳୟ ବାହାରେ ଲାଗିଥିବା ତାଙ୍କ ନାମଫଳକକୁ ଉପାଡ଼ି ଫିଙ୍ଗି ଦେଇଛନ୍ତି। ଏହାସହ ‘ବିଶ୍ବାସଘାତକ (ଗଦ୍ଦାର)’ ଓ ‘ଗୋ ବ୍ୟାକ୍ ସାୟନୀ’ ଲେଖାଥିବା ପୋଷ୍ଟର ମଧ୍ୟ କର୍ମୀମାନେ ଲଗାଇଛନ୍ତି, ଯାହା ଦ୍ୱାରା ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି।

ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ସାୟନୀ ଘୋଷ ଟିଏମସି ଟିକେଟ୍ରେ ଯାଦବପୁର ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ସାମ୍ପ୍ରତିକ ଘଟଣାକ୍ରମରେ, ତାଙ୍କୁ ଦଳୀୟ ଆଦେଶ ଉଲ୍ଲଂଘନ କରି ବିଦ୍ରୋହୀ ଗୋଷ୍ଠୀ ‘ନ୍ୟାସନାଲ ନ୍ୟାସନାଲିଷ୍ଟ କଂଗ୍ରେସ’ (NCPI)କୁ ସମର୍ଥନ କରିବା ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ବୈଠକରେ ସାମିଲ ହେବାର ଅଭିଯୋଗ ହୋଇଛି।

ଏହି କାର୍ଯ୍ୟକୁ ନେଇ ମମତା ବାନାର୍ଜୀଙ୍କ ସମର୍ଥକ କର୍ମୀମାନେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡ଼ିଛନ୍ତି। ବିକ୍ଷୋଭକାରୀ କର୍ମୀମାନେ କହିଛନ୍ତି ଯେ, ସାୟନୀ ଟିଏମସିର ସମ୍ବଳ ଓ କର୍ମୀମାନଙ୍କ ପରିଶ୍ରମରେ ତିଆରି ଏହି କାର୍ଯ୍ୟାଳୟ ବ୍ୟବହାର କରି ଅନ୍ୟ ଦଳ ପାଇଁ କାମ କରୁଛନ୍ତି, ଯାହାକୁ ସେମାନେ କଦାପି ସହ୍ୟ କରିବେ ନାହିଁ। “ବିଶ୍ୱାସଘାତକଙ୍କ ପାଇଁ ଟିଏମସିରେ କୌଣସି ସ୍ଥାନ ନାହିଁ” ବୋଲି ସ୍ଲୋଗାନ ଦେଇ କର୍ମୀମାନେ ନିଜ ରୋଷ ପ୍ରକାଶ କରିଛନ୍ତି।

ଉତ୍ତେଜନା ବଢ଼ିବା ପରେ ସ୍ଥାନୀୟ ଗଡ଼ଫା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା। ସୂଚନାଥାଉ କି, ଏହି ସମ୍ପୂର୍ଣ୍ଣ ବିବାଦ ଓ କାର୍ଯ୍ୟାଳୟ ବନ୍ଦ ଘଟଣାରେ ଏପର୍ଯ୍ୟନ୍ତ ସାୟନୀ ଘୋଷ କିମ୍ବା ଟିଏମସିର ବରିଷ୍ଠ ନେତୃତ୍ୱ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି।

The post ସାୟନୀ ଘୋଷଙ୍କ କାର୍ଯ୍ୟାଳୟରେ ତାଲା ଓ ନାମଫଳକ ଉପାଡ଼ି ଫିଙ୍ଗି ଦେଲେ ଟିଏମସି କର୍ମୀ appeared first on Sanket Tv.