Crime Archives - Sanket Tv

ଡାକ୍ତରଙ୍କ ଉପରକୁ ଷ୍ଟୁଲ୍‌ ଫିଙ୍ଗି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତ ଥାନାରେ ଅଟକ
ବରଗଡ଼ (ସଂକେତ ଟିଭି): ବରଗଡ଼ ସହରର ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଆସିଥିବା ଏକ ଯୁବକ କାର୍ଯ୍ୟରତ ଡାକ୍ତରଙ୍କୁ ଷ୍ଟୁଲ୍ ଫୋପାଡ଼ି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ, ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ୱାର୍ଡ ନମ୍ବର ୧୪ର ବିକି ସିଂ ନାମକ ଯୁବକ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସୁଦୀପ୍ତ ରୋଗୀର ଚିକିତ୍ସା ସାରିବା ପରେ, ଅଭିଯୁକ୍ତ ନିଜର ରକ୍ତଚାପ ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ। ଡାକ୍ତର ତାଙ୍କୁ ଦୌଡ଼ି ଆସିଥିବାରୁ କିଛି ସମୟ ବସି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଏହାକୁ ନେଇ ଯୁବକ ଉତ୍ତେଜିତ ହୋଇ ପଡ଼ିଥିଲା।

ଅଭିଯୋଗ ଅନୁଯାୟୀ, ଉତ୍ତକ୍ତ ଯୁବକ ହଠାତ୍ ନିକଟରେ ଥିବା କାଠ ଷ୍ଟୁଲ୍ ଉଠାଇ ଡାକ୍ତରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଏହାଫଳରେ ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଆକ୍ରମଣ ପରେ, ଅଭିଯୁକ୍ତ ଡାକ୍ତରଖାନାର ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରି ସେଠାରୁ ଫେରାର ହୋଇଯାଇଥିଲା। ଡାକ୍ତରଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଆକ୍ରମଣର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି।

ଆକ୍ରମଣରେ ଗୁରୁତର ଡାକ୍ତର ସୁଦୀପ୍ତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି। ଏହି ଘଟଣାକୁ ନେଇ ସିଏଚସିର ସମସ୍ତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାତିରେ ଚଢ଼ାଉ କରି ଅଭିଯୁକ୍ତ ବିକି ସିଂଙ୍କୁ ତାଙ୍କ ବାସଭବନରୁ ଅଟକ ରଖିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ।

ଡାକ୍ତରଙ୍କ ଉପରେ ଏହି ନୃଶଂସ ଆକ୍ରମଣକୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଚିକିତ୍ସକ ସଂଗଠନ ତୀବ୍ର ନିନ୍ଦା କରିଛନ୍ତି। ସେମାନେ ଦୋଷୀ ବିରୋଧରେ କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଡାକ୍ତରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି, ଯାହାର ତଦନ୍ତ ଚାଲିଛି।

The post ଡାକ୍ତରଙ୍କ ଉପରକୁ ଷ୍ଟୁଲ୍‌ ଫିଙ୍ଗି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତ ଥାନାରେ ଅଟକ appeared first on Sanket Tv.

୮ ମହିଳାଙ୍କ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ୍ ଭୁବନେଶ୍ୱରରେ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରରେ କୃତ୍ରିମ ଭିଡ଼ ସୃଷ୍ଟି କରି ଚୋରି କରୁଥିବା ୮ ଜଣିଆ ଆନ୍ତଃରାଜ୍ୟ ମହିଳା ଚୋର ଗ୍ୟାଙ୍ଗକୁ କମିଶନରେଟ୍ ପୋଲିସ ଗିରଫ କରିଛି। ନୟାପଲ୍ଲୀ ଥାନା ପୋଲିସ ଆଜି (ଶୁକ୍ରବାର) ଏହି ଅଭିଯୁକ୍ତାମାନଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୧୦ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଏହି ଚୋରୀ ଗ୍ୟାଙ୍ଗର ସମସ୍ତ ସଦସ୍ୟା ମହାରାଷ୍ଟ୍ରର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି। କିଛିମାସ ହେଲା ସେମାନେ ଭୁବନେଶ୍ୱର ଆସି ମାଷ୍ଟରକ୍ୟାଣ୍ଟିନ ନିକଟରେ ରହୁଥିଲେ। ଗିରଫ ଅଭିଯୁକ୍ତାମାନେ ହେଲେ: ମଙ୍ଗଳା ଅଶୋକ, ମୀନା ନିକେଶ ସିନ୍ଦେ, ରେଣୁ ଲଣ୍ଡେ, ନନୁ ବିରାଜ ପତ୍ରେ, ରାଣୀ ଅନିଲ୍କ ବିଷେ, ସପ୍ନା ପତ୍ରେ, ରତ୍ନା ଲଣ୍ଡେ ଓ ଚକୋଲି ଲଣ୍ଡେ।

ଏହି ଘଟଣାରେ ନୟାପଲ୍ଲୀ ଥାନାରେ ଚୋରି ମାମଲା (ନଂ.୫୮୦/୨୦୨୬) ରୁଜୁ କରାଯାଇଛି। ଅଭିଯୁକ୍ତାମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସନ୍ଦେହ କରୁଛି ଯେ, ଏହି ଗ୍ୟାଙ୍ଗର ଆଉ କିଛି ସଦସ୍ୟା ରାଜଧାନୀରେ ଲୁଚି ରହିଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଚୋରି ପାଇଁ ଏହି ଗ୍ୟାଙ୍ଗ ଅତ୍ୟନ୍ତ ଅଭିନବ ଉପାୟ ଆପଣାଉଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ଅତି ଚତୁରତାର ସହ ଲୋକଙ୍କ ଭ୍ୟାନିଟି ବ୍ୟାଗ୍, ମୋବାଇଲ, ସୁନା ଚେନ୍ ଓ ଟଙ୍କା ଚୋରି କରୁଥିଲେ। ଗତକାଲି ଇସ୍କନ ରଥଯାତ୍ରା ସମୟରେ ମଧ୍ୟ ସେମାନେ ଚୋରି କରୁଥିବା ବେଳେ ପୋଲିସ ଭିଡ଼ ମଝିରୁ ଦୁଇ ଜଣ ମହିଳାଙ୍କୁ ଧରିଥିଲା। ପରେ ପଚରାଉଚରା କରିବାରୁ ସମଗ୍ର ଗ୍ୟାଙ୍ଗର ଖୁଲାସା ହୋଇଥିଲା।

The post ୮ ମହିଳାଙ୍କ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ୍ ଭୁବନେଶ୍ୱରରେ ଗିରଫ appeared first on Sanket Tv.

୪ ବର୍ଷର ପୁଅକୁ କଟୁରିରେ ହାଣି ହତ୍ୟା କଲା ବାପା
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜର ୪ ବର୍ଷର ନାବାଳକ ପୁତ୍ରକୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଗ୍ରାମର ସୋହନ ସିଂ ତାଙ୍କ ପୁଅ ଦୁମ୍ବି ସିଂଙ୍କୁ ଘର ଭିତରେ ବନ୍ଦ କରି କଟୁରିରେ ହାଣିଥିଲେ। ହତ୍ୟା ପରେ ସେ କବାଟ ବାହାରୁ ବନ୍ଦ କରି ଦେଇଥିଲେ। ଘରେ ସେତେବେଳେ ଆଉ କେହି ନଥିଲେ।

ଦୁମ୍ବିଙ୍କ ମାଆ ସୁକାନ୍ତି ଘରକୁ ଫେରିବା ପରେ କବାଟ ବନ୍ଦ ଦେଖି ପଡ଼ୋଶୀଙ୍କୁ ଖୋଲିବାକୁ କହିଥିଲେ। କବାଟ ଖୋଲିବା ପରେ ଗୁରୁତର ଅବସ୍ଥାରେ ପୁଅକୁ ପଡ଼ିଥିବା ଦେଖି ସେ ତୁରନ୍ତ ଶରତ ମେଡିକାଲ ଓ ପରେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ନାବାଳକଟିର ମୃତ୍ୟୁ ହୋଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ହତ୍ୟା ପରେ ଫେରାର ଥିବା ଅଭିଯୁକ୍ତ ବାପା ସୋହନ ସିଂଙ୍କୁ ପୋଲିସ ଗିରଫ କରିଛି। ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ କହିଛି ।

The post ୪ ବର୍ଷର ପୁଅକୁ କଟୁରିରେ ହାଣି ହତ୍ୟା କଲା ବାପା appeared first on Sanket Tv.

୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ
ରାୟଗଡ଼ା (ସଂକେତ ଟିଭି): ରାୟଗଡ଼ା ଜିଲା ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ସେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଛି। ଘଟଣାସ୍ଥଳରୁ ତାଙ୍କୁ ଗୁଣପୁର ତହସିଲ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଇଛି।

ଏହି ଘଟଣା ପରେ ଭିଜିଲାନ୍ସ ଟିମ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ଟାଉନ ଆର୍ ଆଇ କାର୍ଯ୍ୟାଳୟ, ସିରିଝୋଲି ଆର୍ ଆଇ କାର୍ଯ୍ୟାଳୟ ଏବଂ ଗୁଣପୁର ଶ୍ରୀନଗରରେ ଥିବା ତାଙ୍କ ଭଡ଼ା ଘରେ ଭିଜିଲାନ୍ସ ଟିମ ଯାଞ୍ଚ କରିଛି। ଏହି ଚଢ଼ାଉ ବେଳେ ନଥି ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି।

ଜୟପୁର, ରାୟଗଡ଼ା ଓ ଭବାନୀପାଟଣା ଭିଜିଲାନ୍ସ ୟୁନିଟ୍ର ପ୍ରାୟ ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଦୁଇ ଜଣ ଡିଏସ୍ପିଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା। ଅଧିକ ତଦନ୍ତ ଜାରି ରହିଛି।

The post ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ appeared first on Sanket Tv.

୪ଟି ମନ୍ଦିରରୁ ୫ ଲକ୍ଷ ଟଙ୍କାର ସୁନା-ରୁପା ଲୁଟ୍
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲା ପଣପଣା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମର ୫ ନମ୍ବର ୱାର୍ଡରେ ଥିବା ଏକାଧିକ ମନ୍ଦିର ଓ ପୂଜାସ୍ଥଳୀରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ରୁପା ଓ ଆସବାବପତ୍ର ଲୁଟି ନେଇଥିବା ନେଇ ଆଜି ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଲୁଟ୍ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବାବା ମଦନ ଜୀଉ ମନ୍ଦିର, ମା ମଙ୍ଗଳା ମନ୍ଦିର, ବରୁଣେଇ ମନ୍ଦିର ଏବଂ ହରିହାଟ ଘରେ ଥିବା ଠାକୁରଙ୍କ ଆସ୍ଥାନା ରହିଛି। ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଲୁଟ୍ ହୋଇଥିବା ସମସ୍ତ ଅଳଙ୍କାର ଓ ଆସବାପତ୍ରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ।

ଖବର ପାଇ ଖନ୍ତାପଡ଼ା ଥାନାର ଏଏସ୍ଆଇ ଅମିତା ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେ ଗ୍ରାମବାସୀଙ୍କ ସହ କଥା ହୋଇ ସବିଶେଷ ତଥ୍ୟ ପଚାରି ବୁଝିବା ସହିତ ଘଟଣାର ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି।

ଦିନକୁ ଦିନ ଦୁର୍ବୃତ୍ତମାନେ ଲୁଟ୍ ପାଇଁ ମନ୍ଦିରଗୁଡ଼ିକୁ ଟାର୍ଗେଟ କରୁଥିବା ବେଳେ, ଏହି ଘଟଣାର ଅଧିକ ଯାଞ୍ଚ ପାଇଁ ସାଇଣ୍ଟିଫିକ ଟିମ୍ ମୁତୟନ କରାଯିବ ବୋଲି ଖନ୍ତାପଡ଼ା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଥାନା ପକ୍ଷରୁ ଚୋରମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଜୋରଦାର କରାଯାଉଛି।

The post ୪ଟି ମନ୍ଦିରରୁ ୫ ଲକ୍ଷ ଟଙ୍କାର ସୁନା-ରୁପା ଲୁଟ୍ appeared first on Sanket Tv.

ନୂଆପଡ଼ାରେ ପୁଣି ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ନୂଆପଡ଼ା(ସଂକେତ ଟିଭି): ନୂଆପଡ଼ା ଜିଲ୍ଲାର ବୋଡେନ ଥାନା ଅନ୍ତର୍ଗତ ପାଟଧରା ଜଙ୍ଗଲର ବରପାଟ ଡଙ୍ଗରରୁ ପୁଣି ଏକ ବୃହତ ମାଓ ଡମ୍ପ ଠାବ କରାଯାଇଛି। ଡିଭିଏଫ (DVF) ଏବଂ ସିଆରପିଏଫ (CRPF)ର ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଉଦ୍ଧାର କରାଯାଇଛି।

ଗୁଇନ୍ଦା ସୂତ୍ରରୁ ଖବର ପାଇ ମିଳିତ ଟିମ୍ ପାଟଧରା ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚଳାଇଥିଲା। ଏହି ମାଓ କ୍ୟାମ୍ପରୁ ବିପୁଳ ପରିମାଣର ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଉଦ୍ଧାର ସାମଗ୍ରୀ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ କାରବାଇନ, ଦୁଇଟି ଟିଫିନ ବୋମା, ୮୩ ଗୁଳି, ଜିଲେଟିନ, ବ୍ୟାଟେରୀ, ଗନ ପାଉଡର, ତାର, ମେଡ଼ିସିନ ଏବଂ ପୁସ୍ତିକା ରହିଛି। ଏହି ସବୁ ସାମଗ୍ରୀ ଜବତ କରାଯାଇଥିବା ନେଇ ନୂଆପଡ଼ା ଏସପି ଅମ୍ରିତପାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୩୧ ତାରିଖରେ ନୂଆପଡ଼ା ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା। ତେବେ ସାଧାରଣ ଜନତାଙ୍କର କୌଣସି ପ୍ରକାର କ୍ଷତି ନହେବା ପାଇଁ ମାଓବାଦୀମାନେ ଲୁଚାଇ ରଖିଥିବା ସମସ୍ତ ବିସ୍ଫୋରକ ସାମଗ୍ରୀକୁ ଖୋଜି ଖୋଜି ଉଦ୍ଧାର କରାଯାଉଛି। ଏହି ଅପରେସନ ଜାରି ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

The post ନୂଆପଡ଼ାରେ ପୁଣି ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ appeared first on Sanket Tv.

ଗୋମାଫିଆଙ୍କୁ ସହଯୋଗ କରିବା ଘଟଣାରେ ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଗୋମାଫିଆଙ୍କୁ ସହଯୋଗ କରିବା ଘଟଣାରେ ଜଣେ ପୋଲିସ ଏଏସଆଇ, ଜଣେ କନଷ୍ଟେବଳ ଏବଂ ଜଣେ ହୋମଗାର୍ଡ ଫସି ଯାଇଛନ୍ତି। ଗୋମାଫିଆଙ୍କୁ ପୋଲିସ ରେଡ୍ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିବା ଅଭିଯୋଗରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ଏଏସଆଇ ଓ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ହୋଇଥିବା ପୋଲିସ ଏଏସଆଇ ରଣଜିତ ନାଏକ ଓ କନଷ୍ଟେବଳ ଆଶିଷ ନାଏକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାରେ କାର୍ଯ୍ୟରତ ଥିଲେ। ଦୁଇ ଜଣଙ୍କ ବିରୋଧରେ ଗୋମାଫିଆଙ୍କୁ ସହଯୋଗ କରିଥିବା ପ୍ରମାଣ ଆଧାରରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଗତ ଜୁନ ୧୩ ତାରିଖରେ ପୂର୍ବାଞ୍ଚଳ ଏଡିଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲିଙ୍କ ତତ୍ତ୍ଵାବଧାନରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋମାଫିଆଙ୍କ ଘରେ ରେଡ୍ କରିଥିଲା। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ଝାରପୋଖରିଆ ଥାନା ଓ ବୈଶିଙ୍ଗା ଥାନା ଅଞ୍ଚଳର ଗୋମାଫିଆଙ୍କ ଘରେ ପୋଲିସ ବଡ଼ ଧରଣର ଚଢ଼ାଉ କରିଥିଲା।

ଝାରପୋଖରିଆ ଥାନା ଅଞ୍ଚଳର ଗୋମାଫିଆ ଉତ୍ତମ ଦଣ୍ଡପାଟଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ। ଚଢ଼ାଉ ପୂର୍ବରୁ ଉତ୍ତମ ଦଣ୍ଡପାଟ ନିଜ ଘରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଯାଞ୍ଚ କରାଯିବାରୁ ମାଫିଆ ଫେରାର ହେବା ଘଟଣା ସିସିଟିଭିରେ ଦେଖିବାକୁ ମିଳିଥିଲା।

ଚଢ଼ାଉ ପୂର୍ବରୁ ଗୋମାଫିଆଙ୍କୁ ଖବର ଦେବା ଓ ଫେରାର ହେବାରେ ଝାରପୋଖରିଆ ଥାନାର ଦୁଇ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଝାରପୋଖରିଆ ଥାନା ଏଏସଆଇ ରଣଜିତ ନାଏକ ଓ କନେଷ୍ଟବଳ ଆଶିଷ ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସପି। ଏଥି ସହିତ ଜଣେ ହୋମଗାର୍ଡଙ୍କୁ ବହିଷ୍କୃତ କରିବାକୁ ଚିଠି କରିଛନ୍ତି ଏସପି ବରୁଣ ଗୁଣ୍ଠୁପାଲି।

ବାରିପଦା ଏଏସପି ଦୀପକ ଗୋଚ୍ଛାୟତ କହିଛନ୍ତି, “ଗତ ଜୁନ ୧୩ ତାରିଖ ଦିନ ପୂର୍ବାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଝାରପୋଖରିଆ ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ହେଲେ ସେଠାରେ କିଛି ମିଳି ନଥିଲା। ମାଫିଆଙ୍କୁ ଖସି ପଳାଇବାକୁ କେହି ସାହାଯ୍ୟ କରିଥିବା ସନ୍ଦେହ କରାଯାଇଥିଲା।”

“ପ୍ରାଥମିକ ତଦନ୍ତରୁ ମାଫିଆଙ୍କୁ ଫେରାର କରାଇବାରେ ପୋଲିସ କର୍ମଚାରୀମାନେ ସାହାଯ୍ୟ କରିଥିବା ପ୍ରମାଣ ମିଳିଥିଲା। ସେହିଦିନ ଏଏସଆଇ ରଣଜିତ ନାଏକ, କନଷ୍ଟେବଳ ଆଶିଷ ନାଏକ ଓ ହୋମଗାର୍ଡ ସୁବ୍ରତ ଡ୍ୟୁଟିରେ ନଥିଲେ। ଏହି ତିନି ଜଣ ମାଫିଆଙ୍କୁ ପୂର୍ବରୁ ଚଢ଼ାଉ ସମ୍ପର୍କରେ ସୂଚନା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।”

“ତେଣୁ ଚଢ଼ାଉ ପୂର୍ବରୁ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଏସଆଇ ଓ କନଷ୍ଟେବଳଙ୍କୁ ନିଲମ୍ବିତ ସହ ହୋମଗାର୍ଡଙ୍କୁ ବହିଷ୍କୃତ କରିବାକୁ ମୟୂରଭଞ୍ଜ ଏସପି ଚିଠି କରିଛନ୍ତି।”

The post ଗୋମାଫିଆଙ୍କୁ ସହଯୋଗ କରିବା ଘଟଣାରେ ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ appeared first on Sanket Tv.

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ଓ ଆପତ୍ତିଜନକ ଫଟୋ ପୋଷ୍ଟ୍ କରି ଯୁବକ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପ୍ରଦର୍ଶନ କରିବା ଜଣେ ଇଲେକ୍ଟ୍ରିସିଆନ୍ଙ୍କୁ ଭାରୀ ମହଙ୍ଗା ପଡ଼ିଛି। ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିମାନଙ୍କ ପ୍ରତି ଏଭଳି ବ୍ୟଙ୍ଗାତ୍ମକ ଓ ଅଶ୍ଳୀଳ ଢଙ୍ଗରେ ପୋଷ୍ଟ୍ କରିବା ଅପରାଧ ବୋଲି ବିବେଚନା କରାଯାଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କଟକ ଜଗତପୁର ଅଞ୍ଚଳର ଇଲେକ୍ଟ୍ରିସିଆନ୍ ବିଶ୍ୱଜିତ ସାହୁଙ୍କୁ ସାଇବର ଥାନା ପୋଲିସ୍ ଗିରଫ କରିଛି। ତାଙ୍କ ଠାରୁ ଏହି କାର୍ଯ୍ୟରେ ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେ କୃତ୍ରିମ ବୁଦ୍ଧିମତ୍ତା (AI) ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ୍ କରୁଥିଲେ।

ଗତ ପ୍ରାୟ ଏକ ମାସ ଧରି ‘M.R.ବିଶ୍ଵ’ ନାମକ ଏକ ଆକାଉଣ୍ଟରୁ ଏଭଳି ଆପତ୍ତିଜନକ ପୋଷ୍ଟ୍ କରାଯାଉଥିଲା। ସୋସିଆଲ ମିଡିଆ ପାଟ୍ରୋଲିଂ ସମୟରେ ଏହା ପୋଲିସ୍ର ନଜରକୁ ଆସିବା ପରେ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଟ୍ରାକ୍ କରାଯାଉଥିଲା।

ଶେଷରେ ପୋଲିସ୍ ତାଙ୍କ ମୋବାଇଲ୍ ସିଗନାଲ୍ ଓ ଟେକ୍ନିକାଲ୍ ତଥ୍ୟ ଆଧାରରେ ତାଙ୍କୁ ଜଗତପୁରଠାରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜର ସୋସିଆଲ ମିଡିଆ ଭ୍ୟୁସ୍ ବଢ଼ାଇବା ଲାଗି ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିଲା ବୋଲି ପୋଲିସ୍ ସୂଚନା ଦେଇଛି।

The post ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ଓ ଆପତ୍ତିଜନକ ଫଟୋ ପୋଷ୍ଟ୍ କରି ଯୁବକ ଗିରଫ appeared first on Sanket Tv.

ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବହୁ ସମ୍ପତ୍ତି ଜବତ
ସମ୍ବଲପୁର(ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁର୍ଲାସ୍ଥିତ VIMSAR ହସ୍ପିଟାଲର ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ ଆରମ୍ଭ କରାଯାଇଛି। ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ), ସମ୍ବଲପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ମୋଟ ୦୯ ଟି ସ୍ଥାନରେ ଏକକାଳୀନ ତଲାସୀ କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ମୋଟ ୧୯ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

VIMSARର ପ୍ରତିଷ୍ଠାନ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ସମ୍ବଲପୁର ଜିଲ୍ଲାର ୦୪ ଟି ପୃଥକ ସ୍ଥାନରେ ଭିଜିଲାନ୍ସ ଟିମ୍ ଖାନତଲାସୀ କରୁଛି। ଏହି ସ୍ଥାନଗୁଡ଼ିକ ହେଲା: ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କର ଦୁଇ ମହଲା ନିଜସ୍ୱ କୋଠା, ଗୁଡେସିଙ୍ଗାରେ ଥିବା ଅନ୍ୟ ଏକ କୋଠା, VIMSAR ମେଡିକାଲ ଷ୍ଟାଫ୍ କଲୋନିରେ ଥିବା ସରକାରୀ କ୍ୱାର୍ଟର ଏବଂ ତାଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଠ। ଏହି ଚଢ଼ାଉରେ ୦୨ ଜଣ ଡିଏସ୍‌ପି, ୦୫ ଜଣ ଇନ୍ସପେକ୍ଟର, ୦୩ ଜଣ ଏଏସ୍‌ଆଇ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଛନ୍ତି।

ସେହିପରି, VIMSARର ସୁପରିଣ୍ଟେଣ୍ଡେଣ୍ଟ ଅଫିସ୍‌ର ପରିଚାଳକ ତଥା ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗରେ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୦୫ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ତାଙ୍କର ମେଡିକାଲ ଷ୍ଟାଫ୍ କଲୋନିସ୍ଥିତ ସରକାରୀ କ୍ୱାର୍ଟର, ସୌରଭ ବିହାରରେ ନିର୍ମାଣାଧୀନ ୦୪ ମହଲା କୋଠା, ପଠାଣବନ୍ଧସ୍ଥିତ ଘର, ବରଗଡ଼ ଜିଲ୍ଲା ଗୋବିନ୍ଦପାଲିରେ ଥିବା କୋଠା ଏବଂ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭିଜିଲାନ୍ସ ଟିମ୍ ସନ୍ଧାନ କରୁଛି। ଏହି ରେଡ୍‌ରେ ୦୫ ଜଣ ଡିଏସ୍‌ପି, ୦୫ ଜଣ ଇନ୍ସପେକ୍ଟର, ୦୩ ଜଣ ଏଏସ୍‌ଆଇ ଓ ସହାୟକ କର୍ମଚାରୀ ନିୟୋଜିତ ଅଛନ୍ତି।

ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁଙ୍କ କହିବାନୁସାରେ, ଉଭୟ ଅଧିକାରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ସମ୍ପର୍କିତ ଦସ୍ତାବିଜ, ବ୍ୟାଙ୍କ ନେଣଦେଣ ଏବଂ ଆର୍ଥିକ କାଗଜପତ୍ରଗୁଡ଼ିକୁ ଭିଜିଲାନ୍ସ ଟିମ୍ ଯତ୍ନର ସହ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ଜବତ ହୋଇଥିବା ୧୯ ଲକ୍ଷ ଟଙ୍କା ବ୍ୟତୀତ ଅଧିକ ସମ୍ପତ୍ତି ମିଳିପାରେ ବୋଲି ଆଶଙ୍କା କରାଯାଉଛି। ସମସ୍ତ ସ୍ଥାନରେ ତଲାସୀ ଜାରି ରହିଛି ଓ ବିଭାଗୀୟ ତଦନ୍ତ ଆଗକୁ ବଢ଼ୁଛି।

The post ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବହୁ ସମ୍ପତ୍ତି ଜବତ appeared first on Sanket Tv.

ପୂର୍ବତନ ସାଂସଦଙ୍କ ପୁଅ କହି ୫ କୋଟି ଠକେଇ; ନେପାଳ-ପଶ୍ଚିମବଙ୍ଗ ସୀମାରୁ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀରୁ ଏକ ହାଇପ୍ରୋଫାଇଲ ଠକକୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ଜଣକ ନିଜକୁ ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ ବୋଲି ଦାବି କରି ଲୋକଙ୍କ ଠାରୁ ବହୁ ଟଙ୍କା ଠକେଇ କରୁଥିଲେ। ଭୁବନେଶ୍ଵର ଇନ୍ଫୋସିଟି ପୋଲିସ ତାଙ୍କୁ ନେପାଳ ଓ ପଶ୍ଚିମବଙ୍ଗ ସୀମାରୁ ଗିରଫ କରିବାରେ ସଫଳ ହୋଇଛି।

ଖବର ଅନୁଯାୟୀ, ଅଭିଯୁକ୍ତ ‘ଗୋ-ବ୍ୟାକ୍ କାର୍ ସର୍ଭିସ’ ନାମକ ଏକ କମ୍ପାନୀ ଆଳରେ ଲୋକଙ୍କଠାରୁ ପ୍ରାୟ ୫ କୋଟି ଟଙ୍କାର ଠକେଇ କରିଥିଲେ। ଏହି ଘଟଣାରେ ଶହୀଦ ନଗର, ସ୍ପେଶାଲ କ୍ରାଇମ ୟୁନିଟ୍, ପାହାଳ ପୋଲିଷ ଷ୍ଟେସନ୍ ସମେତ ରାଜ୍ୟର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ହୋଇଥିଲା।

ଏତଦ୍ ବ୍ୟତୀତ, ଅଭିଯୁକ୍ତଙ୍କ ନାମରେ ନ୍ୟାୟାଳୟ ପକ୍ଷରୁ NBW (Non-Bailable Warrant) ମଧ୍ୟ ଜାରି କରାଯାଇଥିଲା। ତେବେ ଫେରାର ଥିବା ଅଭିଯୁକ୍ତ ଜଣକ NBW ଜାରି ହେବା ପରେ ନେପାଳ ବର୍ଡର ଦେଇ ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି।

ଅଧିକ ଯାଞ୍ଚ ପାଇଁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡ ମାଗିବା ପାଇଁ ପୋଲିସ ପ୍ରସ୍ତୁତ ହେଉଛି। ଏହି ଠକ ରାଜ୍ୟ ବାହାରେ ଅନ୍ୟ କୌଣସି ଠକେଇରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି।

The post ପୂର୍ବତନ ସାଂସଦଙ୍କ ପୁଅ କହି ୫ କୋଟି ଠକେଇ; ନେପାଳ-ପଶ୍ଚିମବଙ୍ଗ ସୀମାରୁ ଗିରଫ appeared first on Sanket Tv.