Crime Archives - Sanket Tv

ଝାରସୁଗୁଡ଼ାରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ବଣ୍ଟି ପ୍ରସାଦ ଆହତ
ଝାରସୁଗୁଡ଼ା (ସଂକେତ ଟିଭି): ଝାରସୁଗୁଡ଼ା ଜିଲ୍ଲାର ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ଆଜି (ସୋମବାର) ଭୋର୍ ସମୟରେ ପୋଲିସ ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସର ପାଲଟା ଗୁଳି ଚାଳନାରେ ହନୁମାନ ନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଏନକାଉଣ୍ଟରରେ ସେ ଗୁରୁତର ଆହତ ହୋଇଛି। ପୋଲିସ ତାକୁ କାବୁ କରିବା ସହିତ ତୁରନ୍ତ ଚିକିତ୍ସା ପାଇଁ ଖଳିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

ପୋଲିସ ସୂଚନା ମୁତାବକ, ଓରିଏଣ୍ଟ ଥାନା କେସ୍ ନଂ ୨୪୯/୨୦୨୬ (ଦଫା ୩୦୮(୫) ବିଏନଏସ ଏବଂ ୨୫(୧-ବି)/୨୭(୧) ଆର୍ମସ ଆକ୍ଟ) ମାମଲାରେ ପୁଲିସ ବଣ୍ଟିକୁ ଧରିବା ପାଇଁ ଖୋଜୁଥିଲା। ଆଜି ପ୍ରାତଃ ପ୍ରାୟ ୬ଟା ସମୟରେ ବଣ୍ଟି ଆମଦରା ଜଙ୍ଗଲ ନିକଟରେ ଲୁଚି ରହିଥିବା ସୂଚନା ପାଇ ଓରିଏଣ୍ଟ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା।

ପୋଲିସ ଘେରାବନ୍ଦୀ କରୁଥିବା ଦେଖି ଧରାପଡ଼ିବା ଭୟରେ ବଣ୍ଟି ପୋଲିସ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା। ପୋଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯିବା ସହ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ଖସିପଡ଼ିଥିଲା ଏବଂ ପୋଲିସ ତାକୁ କାବୁ କରିନେଇଥିଲା।

ଘଟଣା ପରେ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଛି, “ଜିଲ୍ଲାରେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମର ପ୍ରାଥମିକତା। ଅପରାଧୀ ବଣ୍ଟି ପ୍ରସାଦ ପୋଲିସ ଟିମ୍ ଉପରକୁ ସିଧାସଳଖ ଗୁଳି ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିଲା। ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୋଲିସ ବାଧ୍ୟ ହୋଇ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଛି। ଝାରସୁଗୁଡ଼ାରେ ସଙ୍ଗଠିତ ଅପରାଧ ଏବଂ ବେଆଇନ ମାରଣାସ୍ତ୍ର କାରବାର ବିରୋଧରେ ଆମର ଜିରୋ ଟଲରାନ୍ସ ନୀତି ରହିଛି। ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।”

ଏସପି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଓ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସମଗ୍ର ନେଟୱାର୍କର ଚେର ଖୋଜାଯିବ। ବଣ୍ଟି ନାଁରେ ୧୭ଟି ସଙ୍ଗୀନ ଅପରାଧିକ ମାମଲା ରହିଛି। ପୋଲିସ ରେକର୍ଡ ଅନୁଯାୟୀ, ବଣ୍ଟି ପ୍ରସାଦ ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଏବଂ ବେଆଇନ ବନ୍ଧୁକ କାରବାର ଘଟଣାରେ ମାମଲା ରହିଛି।

ପୋଲିସ ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରିଛି। ଏନକାଉଣ୍ଟର ପରେ ସମଗ୍ର ବ୍ରଜରାଜନଗର ଓ ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ଜାରି ରହିଛି।

The post ଝାରସୁଗୁଡ଼ାରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ବଣ୍ଟି ପ୍ରସାଦ ଆହତ appeared first on Sanket Tv.

ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ୬୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ୩ ଗିରଫ
ଢେଙ୍କାନାଳ (ସଂକେତ ଟିଭି): ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଆର୍ଥିକ ଅନିୟମିତତାର ପର୍ଦ୍ଦାଫାସ ହୋଇଛି। ପ୍ରାୟ ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀ ସୁଜିତ କୁମାର ଜେନା ଏବଂ ତାଙ୍କର ଦୁଇ ସହଯୋଗୀ ସୌମ୍ୟରଞ୍ଜନ ବେହେରା ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି।

୨୦୧୬ରୁ ୨୦୨୬ ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ଯାଞ୍ଚରୁ ସରକାରୀ ଅର୍ଥ ହଡ଼ପର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସୁଜିତ ନିଜ ପଦବୀର ଅପବ୍ୟବହାର କରି ଚାକିରିରୁ ବହିଷ୍କୃତ ଓ ଫେରାର କର୍ମଚାରୀଙ୍କ ଦରମା, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା, ଅସ୍ଥାୟୀ ପେନସନ୍, କର୍ମଚାରୀଙ୍କ ବକେୟା ଦରମା, କାର୍ଯ୍ୟାଳୟର ଖର୍ଚ୍ଚ ଓ ଜାଲ୍ ଯାତ୍ରା ଭତ୍ତା ବିଲ୍ ଜରିଆରେ ସରକାରୀ ଅର୍ଥକୁ ବିଭିନ୍ନ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଇଥିବା ଜଣାପଡ଼ିଛି।

ତଦନ୍ତରୁ ଜଣାପଡ଼ିଛି ଯେ ସୁଜିତଙ୍କ ମା’ଙ୍କ ବ୍ୟାଙ୍କ ଖାତାକୁ ୮ ଲକ୍ଷ ୭୨ ହଜାର ୫୨୦ ଟଙ୍କା, ସୌମ୍ୟରଞ୍ଜନ ବେହେରାଙ୍କ ଖାତାକୁ ୧୦ ଲକ୍ଷ ୪୮ ହଜାର ୮୬୬ ଟଙ୍କା ଏବଂ ରଶ୍ମିରଞ୍ଜନ ସ୍ୱାଇଁଙ୍କ ଖାତାକୁ ୮ ଲକ୍ଷ ୮୬ ହଜାର ୧୯୩ ଟଙ୍କା ପଠାଯାଇଥିଲା।

ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତମାନେ ଦୀର୍ଘ ସମୟ ଧରି ଗିରଫଦାରି ଏଡ଼ାଇ ଚାଲିଥିଲେ। ତେବେ ବୈଷୟିକ ତଥ୍ୟ ଓ ମୋବାଇଲ୍ ଲୋକେସନ୍ ଆଧାରରେ ଭିଜିଲାନ୍ସ ସେମାନଙ୍କୁ ଠାବ କରି ଗିରଫ କରିଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଗିରଫ ତିନି ଅଭିଯୁକ୍ତଙ୍କୁ ଢେଙ୍କାନାଳର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି। ଏହି ଅର୍ଥ ହଡ଼ପରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

The post ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ୬୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ୩ ଗିରଫ appeared first on Sanket Tv.

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ନଗଦ ୨୧ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର (ସଂକେତ ଟିଭି): ଭିଜିଲାନ୍ସ ସ୍କାନରରେ ଫସିଲେ ଆଉ ଜଣେ ସରକାରୀ ବାବୁ। ନଗଦ ୭.୨୮ ଲକ୍ଷ ଟଙ୍କା ସହ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ ବିଭାଗ। ଗତରାତିରେ (ଶୁକ୍ରବାର) ଭୁବନେଶ୍ୱର ଏଜି ଛକ ନିକଟରେ ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରସନଜିତ ଦାସଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ସେ ବୋଲେରୋ ଗାଡ଼ିରେ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଧରି ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା।

ମହାନଦୀ ଉତ୍ତର ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରସନଜିତ ଦାସଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଭୁବନେଶ୍ୱର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହ କାବୁ କରିଥିଲା। ଏହି ଟଙ୍କା ବିଷୟରେ ପଚରାଉଚରା କରାଯିବାରୁ ପ୍ରସନଜିତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ଭିଜିଲାନ୍ସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା (ନଂ.୨୪/୨୦୨୬) ରୁଜୁ କରାଯାଇଛି।

ଆଜି (ଶନିବାର) ପ୍ରସନଜିତଙ୍କ ଭୁବନେଶ୍ୱର ଘାଟିକିଆ ସ୍ଥିତ ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି। ସେହିପରି ବରଗଡ଼ସ୍ଥିତ ପୈତୃକ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଘାଟିକିଆସ୍ଥିତ ଫ୍ଲାଟରୁ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଟିମ୍, ପ୍ରସନଜିତଙ୍କୁ ଅଟକ ରଖିବା ସହିତ ଜବତ ହୋଇଥିବା ଟଙ୍କା ନେଇ ପଚରାଉଚରା କରୁଛି। ମୋଟ୍ ଜବତ ଟଙ୍କା ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାରେ ପହଞ୍ଚିଛି। ପ୍ରସନଜିତ କୌଣସି ବ୍ୟକ୍ତିଙ୍କଠାରୁ ଲାଞ୍ଚ ଆକାରରେ ଏହି ଟଙ୍କା ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ସନ୍ଦେହ କରୁଛି। ଭିଜିଲାନ୍ସ ଟିମ୍ ଯାଞ୍ଚ ଜାରି ରଖିଥିବା ବେଳେ, ଆହୁରି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି।

ସେପଟେ ଗତକିଛି ଦିନ ତଳେ ଜମି କିସମ ବଦଳାଇବାକୁ ନେଇ ତିନି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ସଂପୃକ୍ତ ଆରଆଇଙ୍କୁ ବାନ୍ଧିଥିଲା। ସଇଁନ୍ତଲା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଚାଷ ଜମିକୁ ଘରବାରି କିସମର ବଦଳାଇବା ପାଇଁ ଅନଲାଇନରେ ଆବେଦନ କରିଥିଲେ। ଏହି କାମ କରାଇଦେବା ପାଇଁ ଅଧିକାରୀ ଉପୁରି ମାଗି ଭିଜିଲାନ୍ସ ଜାଲରେ ଫସିଥିଲେ।

The post ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ନଗଦ ୨୧ ଲକ୍ଷ ଟଙ୍କା ଜବତ appeared first on Sanket Tv.

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ରାଜସ୍ୱ ନିରୀକ୍ଷକ
ଭୁବନେଶ୍ୱର (ସଂକେତ ଟିଭି): ବଲାଙ୍ଗୀର ଜିଲ୍ଲା ସାନ୍ତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଆଲାନ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି କିସମ ଜମିରେ ପରିବର୍ତ୍ତନ କରିବା ସଂକ୍ରାନ୍ତ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ।

ଆବେଦନକାରୀ ଜଣକ ଗତ ସେପ୍ଟେମ୍ବର ୭ ତାରିଖରେ ଏଥିପାଇଁ ଅନଲାଇନରେ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ରାଜସ୍ୱ ନିରୀକ୍ଷକ ଫାଇଲ୍ ପ୍ରକ୍ରିୟା ଆଗକୁ ବଢ଼ାଉ ନଥିଲେ। ସେ ପ୍ରଥମେ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୩ ହଜାର ଟଙ୍କାକୁ କମାଇ ଦେଇଥିଲେ।

ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ନେବା ସମୟରେ ଆଲାନ ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ୩ ହଜାର ଟଙ୍କା ଜବତ କରାଯାଇଛି।

ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

The post ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ରାଜସ୍ୱ ନିରୀକ୍ଷକ appeared first on Sanket Tv.

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜରେ ପୁଣି ଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି। ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ଏକ ସ୍କୁଲ ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ଶୁକୃଳି ବ୍ଲକ ଘାଗି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟର କବାଟ ଝରକା ବନ୍ଦ କରିବାକୁ ଡାକିଥିଲେ। ଛାତ୍ରୀ ଜଣଙ୍କୁ କାର୍ଯ୍ୟାଳୟ ଭିତରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।

ପୀଡ଼ିତା ଛାତ୍ରୀ ଜଣଙ୍କ ଘଟଣା ବିଷୟରେ ହଷ୍ଟେଲର ଦୁଇ ଜଣ ମାଟ୍ରନଙ୍କୁ କହିବା ପରେ ବି ସେମାନେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିଲେ। ତେବେ ସୋମବାର ଫୋନ ଯୋଗେ ପୀଡ଼ିତା ଛାତ୍ରୀ ତାଙ୍କ ଅଭିଭାବକଙ୍କୁ ସବୁ କଥା କହିବା ପରେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି।

ଏ ଘଟଣାକୁ ନେଇ ରରୁଆଁ ଥାନାରେ ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାଁରେ ପୀଡ଼ିତା ଛାତ୍ରୀଙ୍କ ବାପା ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ଫେରାର ଥିବା ବେଳେ ପୋଲିସ ବିଦ୍ୟାଳୟକୁ ଯାଇ ଅଧିକ ତଦନ୍ତ କରି BNS ଧାରା ୨୦୬/୭୫, ୭୭, ୭୮ ଏବଂ RWL ଧାରା ୮, ୧୦, ୧୨ ଓ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଥିଲା।

ସମ୍ପୃକ୍ତ ଫେରାର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କୁ ତାଙ୍କ ବାରିପଦା ସ୍ଥିତ ବାସଭବନରୁ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି ବୋଲି ରାଇରଙ୍ଗପୁର SP ସୁରେଶ ପାତ୍ର ସୂଚନା ଦେଇଛନ୍ତି।

The post ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ appeared first on Sanket Tv.

୯ କୋଟି ଟଙ୍କାର ବିଦେଶୀ ସୁନା ଜବତ, ୨ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ଦୀର୍ଘ ସମୟ ଧରି ପିଛା କରିବା ପରେ ଡି.ଆର.ଆଇ. (DRI) ଅଧିକାରୀମାନେ କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କାରକୁ ବିଶାଖାପାଟଣାରେ ଅଟକାଇଥିଲେ। ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସୁନା ଜବତ ହୋଇଥିଲା। ଗାଡ଼ିରେ ଦୁଇ ଜଣ ଯାତ୍ରୀ ଥିଲେ।

ଦୀର୍ଘ ସମୟ ଧରି ପଚରାଉଚରା ଏବଂ ଗାଡ଼ିରେ ବ୍ୟବସ୍ଥିତ ଭାବେ ଯାଞ୍ଚ କରିବା ପରେ ସାମ୍ନା ସିଟ୍ ତଳେ ଥିବା ଗୋଡ଼ ରଖିବା ସ୍ଥାନରେ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଗୁପ୍ତ ଚାମ୍ବର ଠାବ କରାଯାଇଥିଲା।

ଏହି ସିକ୍ରେଟ ଚାମ୍ବରରୁ ତିନିଟି ପ୍ୟାକେଟ୍‌ରେ ରଖାଯାଇଥିବା ୨୪ କ୍ୟାରେଟର ବିଦେଶୀ ସୁନା ଜବତ କରାଯାଇଛି। ଜବତ ସୁନାର ବଜାର ମୂଲ୍ୟ ୮ କୋଟି ୯୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ସୁନା ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ କରାଯାଉଥିଲା।

ଏହାକୁ ହାଇଦ୍ରାବାଦ ନିଆଯାଉଥିବା ସମ୍ପୃକ୍ତ ବ୍ୟକ୍ତିମାନେ ସ୍ୱୀକାର କରିଥିବା ସୂଚନା ମିଳିଛି। କଷ୍ଟମ୍ ଆଇନ, ୧୯୬୨ର ବିଭିନ୍ନ ଧାରା ଅନୁଯାୟୀ ଜବତ ସୁନାକୁ ଜବତ କରାଯାଇଛି।

ଏହି ଘଟଣାରେ ଉଭୟ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇଥିଲା। ପରେ ଅଦାଲତ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

The post ୯ କୋଟି ଟଙ୍କାର ବିଦେଶୀ ସୁନା ଜବତ, ୨ ଗିରଫ appeared first on Sanket Tv.

ଭୁବନେଶ୍ୱର ଦୁର୍ନୀତି ମାମଲା: ୯.୨୪ କୋଟି ଟଙ୍କା ହଡ଼ପରେ ଆଉ ୩ ଜଣ ଗିରଫ
ଭୁବନେଶ୍ୱର (ସଂକେତ ଟିଭି): ସଡକ ଓ ଗୃହ ନିର୍ମାଣ ବିଭାଗରେ ଘଟିଥିବା ଏକ ବଡଧରଣର ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ୩ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱରସ୍ଥିତ ଆର ଆଣ୍ଡ ବି ଡିଭିଜନ୍-୧ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ହଡ଼ପ ମାମଲାରେ ଏହି ଗିରଫଦାରୀ କରାଯାଇଛି। ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି।

ନୂତନ ଭାବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ ଅଫିସର ବରିଷ୍ଠ ଆକାଉଣ୍ଟାଣ୍ଟ କୃଷ୍ଣ ଚନ୍ଦ୍ର ବେହେରା, ପୁରୀ ଆର ଆଣ୍ଡ ବି ଡିଭିଜନର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍-୧ର ପିଅନ କୁମୁଦ ସାହୁ। ସମସ୍ତ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଥିଲା।

ଏହି ମହାଦୁର୍ନୀତି ଘଟଣାରେ ମୋଟ ୯,୨୪,୧୦,୧୯୩ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନଂ ୨୧/୨୦୨୬ ରୁଜୁ କରାଯାଇଛି। ଏହାପୂର୍ବରୁ ଗତ ସେପ୍ଟେମ୍ବର ୨୭ ତାରିଖରେ ମୁଖ୍ୟ ଅଭିଯୁକ୍ତ ତଥା ସେକ୍ସନ୍ ଅଫିସର ବନଲତା ମହାନ୍ତି ଏବଂ କନିଷ୍ଠ ସହାୟକ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ବିଭୁଦତ୍ତ ନାୟକ ଜାଲ୍ ବିଲ୍‌ଗୁଡ଼ିକୁ ବିନା ବାଧାରେ ପାସ୍ କରାଇବା ପାଇଁ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଫୋନ୍‌ପେ ମାଧ୍ୟମରେ ୩.୯୦ ଲକ୍ଷ ଟଙ୍କା ଦେଇଥିଲେ। ମାର୍ଚ୍ଚ ୨୦୨୫ ରୁ ଜୁଲାଇ ୨୦୨୬ ମଧ୍ୟରେ ମୋଟ ୧୧ ଥର ଏହି ଟଙ୍କା ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷରେ, ପୂର୍ବରୁ ଏହି ଅଫିସରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିଥିବା ବିଶ୍ୱନାଥ ଦାସ ନିଜର, ନିଜ ମା’ଙ୍କ ଏବଂ ସମ୍ପର୍କୀୟ କାହ୍ନୁ ଚରଣ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମୁଖ୍ୟ ଅଭିଯୁକ୍ତଙ୍କୁ ଦେଇଥିଲେ। ଗ୍ରାଚ୍ୟୁଇଟି ଏବଂ ଛୁଟି ଦରମା ବାବଦକୁ ହଡ଼ପ ହୋଇଥିବା ଟଙ୍କା ଏହି ଆକାଉଣ୍ଟଗୁଡ଼ିକୁ ପଠାଯାଉଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ତାଙ୍କ ମା’ଙ୍କ ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କା, କାହ୍ନୁଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଏବଂ ନିଜ ଆକାଉଣ୍ଟରେ ୩୭ ଲକ୍ଷ ଟଙ୍କା ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଥିରୁ କିଛି ଅଂଶ ସେ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାଇଥିଲେ ଏବଂ ବାକି ନଗଦ ଆକାରରେ ଉଠାଇ ନେଇଥିଲେ।

ସେହିପରି ପିଅନ କୁମୁଦ ସାହୁ ନିଜ ପତ୍ନୀଙ୍କ ଆକାଉଣ୍ଟ ନମ୍ବର ଦେଇ ଗ୍ରାଚ୍ୟୁଇଟି ବାବଦକୁ ୧୧,୨୫,୧୨୦ ଟଙ୍କା ହାତେଇଥିଲେ। ପରେ ତାହାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଉଠାଇ ନେଇଥିଲେ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

The post ଭୁବନେଶ୍ୱର ଦୁର୍ନୀତି ମାମଲା: ୯.୨୪ କୋଟି ଟଙ୍କା ହଡ଼ପରେ ଆଉ ୩ ଜଣ ଗିରଫ appeared first on Sanket Tv.

୧୨ ହଜାର ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଏକଲବ୍ୟ ମଡେଲ ସ୍କୁଲ ପ୍ରିନ୍ସିପାଲ
ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ଜିଲ୍ଲା ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ କ୍ରିଷ୍ଣମୂର୍ତ୍ତି ନାଇଡ଼ୁ ଦୁର୍ନୀତି ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ଅକ୍ସିଲାରି ନର୍ସ ମିଡୱାଇଫ୍ ବା ଏଏନଏମ୍ (ANM) ଙ୍କ ଚାକିରି ଅବଧି ବୃଦ୍ଧି ପାଇଁ ସୁପାରିଶ କରିବାକୁ ଲାଞ୍ଚ ନେଉଥିବା ସମୟରେ ସେ ଧରାପଡ଼ିଛନ୍ତି।

ସିବିଆଇ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଧ୍ୟକ୍ଷ ପ୍ରଥମେ ଅଭିଯୋଗକାରିଣୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ସ୍କୁଲରେ ଏଏନଏମ୍ ଭାବରେ ତାଙ୍କର ସେବା କାର୍ଯ୍ୟକାଳ ବୃଦ୍ଧି ପାଇଁ ଅନୁମୋଦନ ଦେବା ବଦଳରେ ଏହି ଅର୍ଥ ମଗାଯାଇଥିଲା। ଅଭିଯୋଗ ପାଇବା ପରେ ସିବିଆଇ ପକ୍ଷରୁ ଅକ୍ଟୋବର ୭ ତାରିଖରେ ଏକ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ଆଲୋଚନା ସମୟରେ ଅଧ୍ୟକ୍ଷ ମୂଳ ଦାବି ପରିବର୍ତ୍ତେ ୧୨,୦୦୦ ଟଙ୍କା ନେବାକୁ ରାଜି ହୋଇଥିଲେ।

ତଦନ୍ତକାରୀ ସଂସ୍ଥା ଏହା ପରେ ଏକ ଯୋଜନାବଦ୍ଧ ଢଙ୍ଗରେ ଜାଲ ବିଛାଇଥିଲା। ଅକ୍ଟୋବର ୭ ତାରିଖ ଦିନ ଅଭିଯୋଗକାରିଣୀଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ଅଧ୍ୟକ୍ଷଙ୍କୁ ରଙ୍ଗେହାତ ଧରିଥିଲା। ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

The post ୧୨ ହଜାର ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଏକଲବ୍ୟ ମଡେଲ ସ୍କୁଲ ପ୍ରିନ୍ସିପାଲ appeared first on Sanket Tv.

ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି ପରିବାରକୁ ବାନ୍ଧି ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଏକ ଭୟାବହ ଲୁଟ୍ ଘଟଣା ଘଟିଛି। ଗାଁର କୈଳାଶ ମହାନ୍ତି ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କ ସହ ଘରେ ରହିଥିବା ବେଳେ ଗତକାଲି ରାତି ୯ ଟା ସମୟରେ ମୁଖା ପିନ୍ଧା ୪ ଜଣ ଦୁର୍ବୃତ୍ତ ହଠାତ ଘର ଭିତରକୁ ପଶି ଆସିଥିଲେ।

ଦୁର୍ବୃତ୍ତମାନେ ପରିବାର ସଦସ୍ୟମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ସେମାନଙ୍କୁ ବାନ୍ଧି ପକାଇଥିଲେ। ଏହାପରେ ସେମାନେ ଘରୁ ୬ ଲକ୍ଷ ଟଙ୍କାର ସୁନା ଗହଣା ସହ ୫ ହଜାର ଟଙ୍କା ଲୁଟି ନେଇଥିଲେ।

ଲୁଟ୍ କରିବା ପରେ ୪ ଜଣ ଦୁର୍ବୃତ୍ତ ଘର ଭିତରେ ସୁନା ଗହଣା ଭାଗ ବଣ୍ଟା କରିଥିଲେ ଏବଂ ବିଳମ୍ବିତ ରାତିରେ ସେମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି ପରିବାରକୁ ବାନ୍ଧି ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ appeared first on Sanket Tv.

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର
ଭୁବନେଶ୍ୱର (ସଂକେତ ଟିଭି): ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ ଘଟଣାରେ କମିଶନରେଟ୍ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। ଅଭିଯୁକ୍ତକୁ ପୋଲିସ ଆଜି (ଶନିବାର) ଏନକାଉଣ୍ଟର କରିଛି। ଆହତ ଅଭିଯୁକ୍ତର ନାମ ଶ୍ରୀଧର ପଣ୍ଡା ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଶ୍ରୀଧର ପଣ୍ଡା ଖସିଯିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିଥିଲା। ଫଳରେ ନିଜ ସୁରକ୍ଷା ପାଇଁ ପୋଲିସକୁ ଏନକାଉଣ୍ଟର କରିବାକୁ ପଡ଼ିଥିଲା। ଅଭିଯୁକ୍ତ ଶ୍ରୀଧରଙ୍କ ଶରୀରରେ ଦୁଇଟି ଗୁଳି ବାଜିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ସମ୍ପର୍କରେ ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମ୍ ସୂଚନା ଦେଇଛନ୍ତି ଯେ, “ଅଭିଯୁକ୍ତ ଶ୍ରୀଧର ପଣ୍ଡାଙ୍କ ଶରୀରରେ ୨ଟି ଗୁଳି ବାଜିଛି। ସେ ସୁସ୍ଥ ହେବା ପରେ ତାଙ୍କୁ ନୟାପଲ୍ଲୀ ଥାନା ପକ୍ଷରୁ ଗିରଫ କରାଯିବ।”

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ଠାବ କରାଯାଇଥିଲା। ଏହାପରେ ସେ ଖସିଯିବାକୁ ଉଦ୍ୟମ କରିବା ସହିତ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ଅଭିଯୁକ୍ତ ଶ୍ରୀଧର ଉପରକୁ ଗୁଳି ମାଡ଼ କରିଥିଲା। ଗୁଳିମାଡ଼ରେ ଆହତ ହୋଇ ଶ୍ରୀଧର ଟଳିପଡ଼ିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ଶ୍ରୀଧର ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଗତ ବୁଧବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଗୁରୁବାର ଏହା ଜଣା ପଡ଼ିଥିଲା। ଅଭିଯୁକ୍ତ ଶ୍ରୀଧର ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ ଘଟାଇଥିବା ଅଭିଯୋଗ ହୋଇଥିଲା।

୨୬ ବର୍ଷୀୟା ପୀଡ଼ିତା ଜଣକ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ପୀଡ଼ିତା ଏତଲାରେ ଦର୍ଶାଇଥିଲେ ଯେ, ସେ ଭଡ଼ା ଘରେ ଥିବାବେଳେ ଜଣେ ଅଜଣା ବ୍ୟକ୍ତି ଘରକୁ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତକୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ଏଥିପାଇଁ ପୋଲିସ ଟିମ୍ ଗଠନ କରାଯାଇଥିଲା। ତେବେ ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଚାଲି ଚାଲି ସିଆରପି ଯିବା ପରେ ଆମ ବସ୍ ଯୋଗେ ପଳାଇ ଯାଇଥିବା ପୋଲିସ ସିସିଟିଭିରୁ ଜାଣିବାକୁ ପାଇଥିଲା।

ଗତକାଲି ଏହି ଘଟଣାରେ ରାଜ୍ୟ ମହିଳା କମିଶନ ହସ୍ତକ୍ଷେପ କରିଥିଲେ। କମିଶନ ନିଜ ଆଡ଼ୁ ଏହି ଘଟଣାରେ ମାମଲା ରୁଜୁ କରିଥିଲେ। ଏଥିସହ ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ନିର୍ଦ୍ଦେଶ ଦେଇଥିଲେ।

The post ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର appeared first on Sanket Tv.