Cultural Archives - Sanket Tv

ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି ମଣତି ସମ୍ପନ୍ନ
ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି କାର୍ଯ୍ୟ ଆଜି ଶେଷ ହୋଇଯାଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଅଳଙ୍କାର ଓଲାଗି ପରେ ଆଜି ଏହି ଗଣତି କାର୍ଯ୍ୟ କରାଯାଇଥିଲା। ଦିନ ୧୧ଟା ୩୬ ମିନିଟରେ ଗଣତି ଆରମ୍ଭ ହୋଇ ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ୯ଟି ଯାକ ବହୁମୂଲ୍ୟ ଅଳଙ୍କାରର ଗଣତି, ଓଜନ, ଭିଡିଓଗ୍ରାଫି ଓ ୩ଡି ମ୍ୟାପିଂ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଖଟଶେଜ ଘରେ ଏହି ସମସ୍ତ ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପା ରସିକ ଶୁଆ ଥଣ୍ଟିଆ (୩ଟି), ରାହୁ ରେଖା (୩ଟି) ଓ ରତ୍ନ ଚିତା (୩ଟି) — ଏହି ୯ଟି ଅଳଙ୍କାରର ଗଣତି ଓ ମେଳକ କରାଯାଇଛି। ଏହି ସମସ୍ତ ଅଳଙ୍କାର ଚଳନ୍ତି ଭଣ୍ଡାରର ଅଂଶ ବିଶେଷ ହୋଇଥିଲେ ହେଁ ଶ୍ରୀଅଙ୍ଗରେ ଲାଗି ରହିଥିବାରୁ ପୂର୍ବରୁ ଏହାର ଗଣତି ହୋଇପାରିନଥିଲା। ସ୍ନାନ ପୂର୍ଣ୍ଣିମା ପରେ ଏହି ଅଳଙ୍କାର ଓଲାଗି ହୋଇଥିଲା ଏବଂ ନୀଳାଦ୍ରି ବିଜେ ପୂର୍ବରୁ ଆଜି ଏହାର ଗଣତି ସମ୍ପନ୍ନ ହୋଇଛି।

ତେବେ ମହାପ୍ରଭୁଙ୍କ ଝୋବା କଣ୍ଠୀର ଗଣତି ମଣତି କାର୍ଯ୍ୟ ଆଜି ହୋଇପାରିନାହିଁ। କାରଣ ଝୋବା କଣ୍ଠୀ ଏବେ ବି ଶ୍ରୀଅଙ୍ଗରେ ଲାଗି ରହିଛି। ତେଣୁ ଏହାର ଗଣତି ପରବର୍ତ୍ତୀ ସମୟରେ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଆଜିର ଗଣତି କାର୍ଯ୍ୟ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ, ଜେମୋଲୋଜିଷ୍ଟ, ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ୍ ଏବଂ ପ୍ରାଧିକୃତ ସେବାୟତମାନେ ଉପସ୍ଥିତ ଥିଲେ। ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକୁ ଚିହ୍ନଟ କରାଯାଇଥିଲା ଏବଂ ସମସ୍ତ ଅଳଙ୍କାରର ଓଜନ ମାପ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋଟ ୭୮ ଘଣ୍ଟା ୩ ମିନିଟ୍ ଧରି ଏହି ଗଣତି କାର୍ଯ୍ୟ ଚାଲିଛି। ଆଜିର ଗଣତି ଅପରାହ୍ନ ୧ଟା ୫୮ ମିନିଟ୍ରେ ଶେଷ ହୋଇଥିଲା।

The post ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି ମଣତି ସମ୍ପନ୍ନ appeared first on Sanket Tv.

ଶ୍ରୀମନ୍ଦିରରେ ଏଏସଆଇ ଟିମ୍: ଆରମ୍ଭ ହେଲା ସଂରକ୍ଷଣ କାର୍ଯ୍ୟ
ପୁରୀ(ସଂକେତ ଟିଭି): ଶ୍ରୀମନ୍ଦିରରେ ଏଏସଆଇ (ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ) ଟିମ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ରଥଯାତ୍ରା ପାଇଁ ରତ୍ନସିଂହାସନ ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବାରୁ ଏହି ସମୟରେ ଶ୍ରୀମନ୍ଦିରର ଗର୍ଭଗୃହ, ନାଟମଣ୍ଡପ ଏବଂ ଭୋଗମଣ୍ଡପର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଉଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ସ୍ଥାନୀୟ ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆର୍ଆଇ) ଏବଂ ମାଡ୍ରାସ ଆଇଆଇଟି ପକ୍ଷରୁ ଏହି ସଂରକ୍ଷଣ କାର୍ଯ୍ୟ ପରିଚାଳନା କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ (ଏୟାର କଣ୍ଡିସନିଂ) କରାଯିବା ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ଆସନ୍ତା ରବିବାର (୨୦ ଜୁଲାଇ) ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରତ୍ନ ଓ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁଙ୍କ ରାହୁ ରେଖା, ଝୋବା, ସୁନା ଚିତା, ରୂପା ରସିକ ସୁରା ଥଣ୍ଟିଆ ଆଦିର ଗଣତି ସହିତ ସେମାନଙ୍କର ଥ୍ରୀଡି ସ୍କାନିଂ ମଧ୍ୟ କରାଯିବ। ଏହା ରତ୍ନଭଣ୍ଡାରର ସମ୍ପତ୍ତିର ଏକ ବ୍ୟାପକ ତାଲିକା ପ୍ରସ୍ତୁତ କରିବାରେ ସହାୟକ ହେବ।

ଅନ୍ୟପଟେ, ଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ‘ଆଡ଼ପ ବିଜେ’ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସନ୍ଧ୍ୟାରେ ଠାକୁରଙ୍କ ଆଡ଼ପ ପହଣ୍ଡି ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ଗତକାଲି ରାତିରୁ ଆଜି ସକାଳୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମୁଖ୍ୟ ପ୍ରଶାସକ ଡଃ ପାଢୀ ସମସ୍ତ ଭକ୍ତଙ୍କୁ ପ୍ରଶାସନିକ ନିୟମ ମାନି ମହାପ୍ରଭୁଙ୍କ ଦର୍ଶନ ଓ କୃପା ଲାଭ କରିବାକୁ ନିବେଦନ କରିଛନ୍ତି।

ରବିବାର ଦିନ ଆଡ଼ପ ଅବଢ଼ା (ଖାଲି ପହଣ୍ଡି) ବାହାରିବ। ଏହି ସମସ୍ତ ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସୁଆର ମହାସୁଆର ନିଯୋଗ ଓ ଅନ୍ୟାନ୍ୟ ସେବାୟତ ନିଯୋଗଙ୍କ ସହ ଉତ୍ତମ ସମନ୍ବୟ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହି ସମୟରେ, ଶ୍ରୀମନ୍ଦିରରେ ‘ଚୁଲି ଭଙ୍ଗା’ ଘଟଣାକୁ ନେଇ ମୁଖ୍ୟ ପ୍ରଶାସକ ଡଃ ପାଢୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏଭଳି କୌଣସି ଅଭିଯୋଗ ଆସିନାହିଁ। ଯଦି କୌଣସି ଅଭିଯୋଗ ଆସେ, ତେବେ ପ୍ରଶାସନ ତାହାର ଉପଯୁକ୍ତ ସମାଧାନ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

The post ଶ୍ରୀମନ୍ଦିରରେ ଏଏସଆଇ ଟିମ୍: ଆରମ୍ଭ ହେଲା ସଂରକ୍ଷଣ କାର୍ଯ୍ୟ appeared first on Sanket Tv.

ଶରଧାବାଲିରେ ତିନି ରଥ, ଭକ୍ତିମୟ ହୋଇଉଠିଲା ବଡ଼ଦାଣ୍ଡ
ପୁରୀ(ସଂକେତ ଟିଭି): ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି। ତିନି ରଥ ପହଞ୍ଚିବା ପରେ ଶ୍ରୀକ୍ଷେତ୍ରର ବାତାବରଣ ଏକ ଦିବ୍ୟ ଭକ୍ତିମୟ ରୂପ ଧାରଣ କରିଛି।

ଘଣ୍ଟ, ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ ସାରା ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନିରେ ଶ୍ରୀକ୍ଷେତ୍ର ପୁରୀ ଗଜଗଜ ହୋଇଉଠିଥିଲା। ଏହି ଦିବ୍ୟ ଦୃଶ୍ୟର ସାକ୍ଷୀ ହୋଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ନିଜକୁ ଧନ୍ୟ ମନେକରିଥିଲେ। ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଅତୁଟ ଭକ୍ତି ଏବଂ ଶ୍ରଦ୍ଧା ଏହି ପବିତ୍ର କ୍ଷଣରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା।

ବୁଧବାର ଦିନ ଅପରାହ୍ନ ସମୟରେ ଆରମ୍ଭ ହୋଇଥିବା ରଥ ଟଣା ଦିନ ଗଡ଼ିବା ପରେ ମଧ୍ୟ ସମ୍ପନ୍ନ ହୋଇପାରିନଥିଲା। ଫଳରେ ଗୁରୁବାର ଦିନ ପୁଣିଥରେ ରଥ ଟଣା ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଭକ୍ତମାନେ ଶ୍ରଦ୍ଧା ଓ ଉତ୍ସାହର ସହିତ ରଥ ଟାଣିଥିଲେ। ଏହି ନିରନ୍ତର ପ୍ରୟାସ ଫଳରେ ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତେଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚି ଏହି ବାର୍ଷିକ ରଥଯାତ୍ରାର ମୁଖ୍ୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିଥିଲା।

The post ଶରଧାବାଲିରେ ତିନି ରଥ, ଭକ୍ତିମୟ ହୋଇଉଠିଲା ବଡ଼ଦାଣ୍ଡ appeared first on Sanket Tv.

ପୁରୀ ରଥଯାତ୍ରା : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ପୁରୀ(ସଂକେତ ଟିଭି): ରଥଯାତ୍ରା ଉତ୍ସବର ପବିତ୍ର ମୁହୂର୍ତ୍ତରେ ଆଜି ଏକ ଅଭୂତପୂର୍ବ ଘଟଣା ଘଟିଛି। ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତିନି ଠାକୁରଙ୍କୁ ନେଇ ଜନ୍ମବେଦୀ ଅଭିମୁଖେ ତିନି ରଥ – ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ। ଘର୍ଘର ନାଦ କରି ଭକ୍ତଙ୍କ ଗହଣରେ ଗଡ଼ୁଛି ତିନି ରଥ।

ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ପରିବେଶ। ଆଗରେ ତାଳଧ୍ବଜ ରଥରେ ଯାଉଛନ୍ତି ବଡ଼ ଠାକୁର ବଳଭଦ୍ର। ମଝିରେ ଦର୍ପଦଳନ ରଥରେ ବିଜେ ହୋଇ ବଡ଼ ଭାଇଙ୍କ ପଛେପଛେ ଯାଉଛନ୍ତି ଭଉଣୀ ସୁଭଦ୍ରା। ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ବିଳମ୍ବରେ ଟଣା ହୋଇଥିଲା ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ବିଶ୍ଵମୋହିନୀ ‘ପହଣ୍ଡି ବିଜେ’ ସମ୍ପୂର୍ଣ୍ଣ ରୂପେ ବିନା ‘ଟାହିଆ’ (ପାରମ୍ପରିକ ଫୁଲ ମୁକୁଟ) ରେ ଅନୁଷ୍ଠିତ ହୋଇଛି। କାଳିଆ ସାଆନ୍ତ ଆଜି ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସାଧାରଣତଃ ପହଣ୍ଡି ସମୟରେ ପ୍ରବଳ ଭିଡ଼ କିମ୍ବା ମହାପ୍ରଭୁଙ୍କ ଝୁଲଣ ଗତି ଯୋଗୁଁ ଟାହିଆ ଭାଙ୍ଗିଯିବାର ନଜିର ରହିଛି। ମାତ୍ର ଆଜିର ଘଟଣା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସୂଚନା ଅନୁଯାୟୀ, ଆଜି ପହଣ୍ଡିର ପ୍ରାରମ୍ଭିକ ଓ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟରେ ମହାପ୍ରଭୁଙ୍କ ମସ୍ତକରେ ସେହି ପବିତ୍ର ଟାହିଆ ଶୋଭା ପାଉନଥିଲା, ଅର୍ଥାତ୍ ଏହା ସେଠାରେ ଉପଲବ୍ଧ ହିଁ ନଥିଲା।

ବିନା ଟାହିଆରେ ମହାପ୍ରଭୁଙ୍କ ଏହି ଅଳଙ୍କାରବିହୀନ ରୂପ ଦେଖି ବରିଷ୍ଠ ସେବାୟତ, ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏତେ ବଡ଼ ସେବା ଓ ନୀତିକାନ୍ତିରେ ଏଭଳି ସମନ୍ଵୟର ଅଭାବ ଏବଂ ପ୍ରଶାସନିକ ବିଭ୍ରାଟ କେମିତି ହେଲା, ସେ ନେଇ ଏବେ ଚାରିଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘ଟାହିଆ’ କେବଳ ଏକ ସାଧାରଣ ସାଜସଜ୍ଜା ବା ଡେକୋରେଟିଭ୍ ଜିନିଷ ନୁହେଁ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ପରମ୍ପରାରେ ଏହାର ଏକ ଗଭୀର ଆଧ୍ୟାତ୍ମିକ, ତାତ୍ତ୍ଵିକ ଏବଂ ରୀତିନୀତିଗତ ଗୁରୁତ୍ଵ ରହିଛି। ଏହାକୁ ‘ଇଚ୍ଛାଧୀନ’ ବା ‘ଅନାବଶ୍ୟକ’ କୁହାଯାଇପାରିବ ନାହିଁ।

ଧାଡ଼ି ପହଣ୍ଡି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ବାଟରେ କେବଳ ଚାଲନ୍ତି ନାହିଁ, ବରଂ ଏକ ସ୍ଵତନ୍ତ୍ର ଛନ୍ଦରେ ଝୁଲି ଝୁଲି ଆଗକୁ ବଢ଼ନ୍ତି। ଏହାକୁ ‘ପହଣ୍ଡି ଗତି’ କୁହାଯାଏ। ଏହି ଭାରୀ ଓ ବିଶାଳ ଟାହିଆଟି ସେହି ଝୁଲଣ ଗତି ସହିତ ତାଳ ଦେଇ ଆଗପଛ ହୋଇ ଦୋଳନ ହୋଇଥାଏ। ଏହା ଦେଖିବାକୁ ଅତ୍ୟନ୍ତ ମନୋରମ ଲାଗେ। ଟାହିଆ ବିନା ପହଣ୍ଡିର ସେହି ପାରମ୍ପରିକ ଗୌରବ ଓ ଆଧ୍ୟାତ୍ମିକ ଛନ୍ଦ ଅଧୁରା ରହିଯାଏ।

ଟାହିଆ ତିଆରି କରିବା ଏକ ପବିତ୍ର ଓ ବଂଶାନୁକ୍ରମିକ ସେବା। ପୁରୀର ରାଘବ ଦାସ ମଠର କାରିଗରମାନେ ଅକ୍ଷୟ ତୃତୀୟାରୁ ସମ୍ପୂର୍ଣ୍ଣ ପ୍ରାକୃତିକ ସାମଗ୍ରୀ ଯଥା: ବାଉଁଶ, ବେତ, ସୋଲ ଏବଂ ବିଭିନ୍ନ ପ୍ରକାର ସୁଗନ୍ଧିତ ଧଳା ଫୁଲ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରନ୍ତି।

ଏହାର ପରିମାପ ମଧ୍ୟ ଶାସ୍ତ୍ରାନୁମୋଦିତ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ ପାଇଁ ୩୭ ଟି ବାଉଁଶ କାଠି, ବଳଭଦ୍ରଙ୍କ ପାଇଁ ୩୩ଟି ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ୧୨ଟି ବାଉଁଶ କାଠିର ବ୍ୟବହାର କରାଯାଏ। ତେଣୁ ଏହାକୁ ନ ଲଗାଇବା ଦ୍ୱାରା ରଥଯାତ୍ରାର ଏକ ନିର୍ଦ୍ଦିଷ୍ଟ ନୀତି ଶୃଙ୍ଖଳା ଭଙ୍ଗ ହୋଇଥାଏ।

ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ ଖୋଲାଯିବା ପ୍ରସଙ୍ଗ ନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଟାହିଆ ଅଧିକ ଓଜନିଆ ହୋଇଯାଇଥିଲା। ତେଣୁ ଏହାକୁ ଖୋଲି ଦିଆଯାଇଥିଲା ବୋଲି ସେ କହିଛନ୍ତି। ବର୍ଷା ଯୋଗୁଁ ଟାହିଆ ଓଜନ ଆହୁରି ବଢ଼ି ଯାଇଥିଲା। ବର୍ଷାରେ ତୁଳସୀ ଭିଜି ଯିବାରୁ ଅଧିକ ଓଜନିଆ ହୋଇଯାଇଥିଲା।

ଟାହିଆ ଖୋଲା ନଯାଇଥିଲେ ମହାପ୍ରଭୁଙ୍କ ଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା ବୋଲି ଯୁବ ଦଇତାପତି କିର୍ତ୍ତି ପ୍ରକାଶ ଦାସମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେଣୁ ପହଣ୍ଡିବେଳେ ମହାପ୍ରଭୁଙ୍କ ଟାହିଆ ଖୋଲା ଯାଇଥିଲା ବୋଲି କୁହାଯାଇଛି।

The post ପୁରୀ ରଥଯାତ୍ରା : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି appeared first on Sanket Tv.

ଓଡ଼ିଶା ସରକାର ଓ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ବୁଝାମଣାପତ୍ର
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ଏବଂ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଜିରାଙ୍ଗ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାରର ସଭାପତି ହିଜ୍ ଏମିନେନ୍ସ ଗ୍ୟେତ୍ରୁଲ ଜିଗ୍ମେ ରିନପୋଛେ ଉପସ୍ଥିତ ରହି ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ବରିଷ୍ଠ ପଦାଧିକାରୀ, ବୌଦ୍ଧ ସନ୍ନ୍ୟାସୀ ସମ୍ପ୍ରଦାୟର ସଦସ୍ୟ ଏବଂ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।

ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶାର ବୌଦ୍ଧ ଐତିହ୍ୟ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ସାଂସ୍କୃତିକ ସମ୍ପଦ ଏବଂ ଏହା ରାଜ୍ୟର ପର୍ଯ୍ୟଟନ ସମ୍ଭାବନାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତୀୟ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ସହଭାଗିଦାରୀ ସହାୟକ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ।

ସେହିପରି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଓଡ଼ିଶାର ବୌଦ୍ଧ ପରମ୍ପରା ଇତିହାସ, ଦର୍ଶନ ଏବଂ ଜୀବନ୍ତ ସଂସ୍କୃତିର ଏକ ଅନନ୍ୟ ସମନ୍ୱୟ। ଏହି ଭାଗିଦାରୀ ଦ୍ୱାରା ମୂଲ୍ୟବାନ ଐତିହ୍ୟର ସଂରକ୍ଷଣ, ଗବେଷଣା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଜନସାଧାରଣଙ୍କ ଗଭୀର ସମ୍ପୃକ୍ତିକୁ ପ୍ରୋତ୍ସାହିତ କରାଯିବ। ଐତିହ୍ୟ ସଂରକ୍ଷଣ, ପର୍ଯ୍ୟଟକଙ୍କ ଉତ୍ତମ ଅନୁଭୂତି ଏବଂ ସ୍ଥାୟୀ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ୱ ଦେଇ ରତ୍ନଗିରି-ଉଦୟଗିରି-ଲଳିତଗିରି-ଜିରାଙ୍ଗ ବୌଦ୍ଧ ସର୍କିଟ୍‌କୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ, ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ଗନ୍ତବ୍ୟ ସ୍ଥଳ ଭାବରେ ସମନ୍ୱିତ ବିକାଶ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ।

The post ଓଡ଼ିଶା ସରକାର ଓ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ବୁଝାମଣାପତ୍ର appeared first on Sanket Tv.

ଶାସ୍ତ୍ରୀୟ ତିଥି ଓ ସୂର୍ଯ୍ୟୋଦୟ କାଳକୁ ଆଧାର କରି ନିର୍ଦ୍ଧାରିତ ହେବ ମହାପ୍ରଭୁଙ୍କ ରଥଯାତ୍ରା
ପୁରୀ(ସଂକେତ ଟିଭି): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତସଭା ପକ୍ଷରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେବଙ୍କୁ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ତିଥି ନିର୍ଣ୍ଣୟ ସମ୍ପର୍କରେ ଏକ ସ୍ପଷ୍ଟ ଶାସ୍ତ୍ରୀୟ ବ୍ୟବସ୍ଥା ପତ୍ର ପ୍ରଦାନ କରାଯାଇଛି। ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ନୀଳାଦ୍ରି ମହୋତ୍ସବ ଏବଂ ବାମଦେବ ସଂହିତା ଭଳି ପ୍ରାମାଣିକ ଶାସ୍ତ୍ରକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।

ସ୍କନ୍ଦ ପୁରାଣ ଅନୁଯାୟୀ, ଜ୍ୟେଷ୍ଠ-ପୂର୍ଣ୍ଣିମା ତିଥି ହିଁ ମହାପ୍ରଭୁଙ୍କର ପବିତ୍ର “ଜନ୍ମଦିନ” ଓ ଏହା ‘ମହା-ସ୍ନାନ’ ଭାବେ ପାଳିତ ହୁଏ। ଏହା କେବଳ ସୂର୍ଯ୍ୟୋଦୟ ସମୟକୁ ଭୋଗ କରୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ହିଁ ଅନୁଷ୍ଠିତ ହେବ। ସେହିପରି, ମହାପ୍ରଭୁଙ୍କ ରଥଯାତ୍ରା ଏକ ଶାସ୍ତ୍ରୀୟ ‘ନବଦିନାତ୍ମକ ଯାତ୍ରା’। ଏହା ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ସହ ସମାପ୍ତ ହୋଇଥାଏ।

ଯଦି କୌଣସି ତିଥି ଲଗାତାର ଦୁଇଦିନ ପଡ଼ିଥାଏ, ତେବେ ‘ନିର୍ଣ୍ଣୟ ସିନ୍ଧୁ’ ଅନୁସାରେ ଯେଉଁଦିନ ଉକ୍ତ ତିଥି ସୂର୍ଯ୍ୟୋଦୟ ଭୋଗକାଳକୁ ପ୍ରାପ୍ତ ହୁଏ, ସେହିଦିନ ହିଁ ଉତ୍ସବ ପାଳନ କରାଯିବା ଶାସ୍ତ୍ରସମ୍ମତ। ଲୋକଙ୍କ ସୁବିଧା ପାଇଁ ଶାସ୍ତ୍ରୀୟ ତିଥିର ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ପଣ୍ଡିତସଭା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ତିଥି ନିର୍ଣ୍ଣୟ ପ୍ରକ୍ରିୟା ଭାରତ ଏବଂ ଭାରତ ବାହାରେ ପ୍ରତିଷ୍ଠିତ ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ବାଧ୍ୟତାମୂଳକ। ବିଶ୍ୱର ଯେକୌଣସି ସ୍ଥାନରେ ଯାତ୍ରା ହେଲେ ମଧ୍ୟ, ସେହି ସ୍ଥାନର ସୂର୍ଯ୍ୟୋଦୟ ସମୟର ଉଦୟକାଳୀନ ତିଥିକୁ ବିଚାରକୁ ନେଇ ସ୍ନାନ ଓ ରଥଯାତ୍ରାର ଦିନାଙ୍କ ନିର୍ଣ୍ଣୟ କରାଯିବା ଆବଶ୍ୟକ।

The post ଶାସ୍ତ୍ରୀୟ ତିଥି ଓ ସୂର୍ଯ୍ୟୋଦୟ କାଳକୁ ଆଧାର କରି ନିର୍ଦ୍ଧାରିତ ହେବ ମହାପ୍ରଭୁଙ୍କ ରଥଯାତ୍ରା appeared first on Sanket Tv.

ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ (ସଂକେତ ଟିଭି): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ ହୋଇଯାଇଛି। ସକାଳୁ ସକାଳୁ ଧାଡି ପହଣ୍ଡି କରି ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ବିଜେ କରିବା ପରେ ମଙ୍ଗଳ ଆଳତୀ, ଜଳ ବିଜେ ଓ ପୂଜା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା, ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଚତୁଃପାର୍ଶ୍ୱରେ ଜମା ହୋଇଥିଲେ।

ସ୍ନାନ ନୀତି ଶେଷ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନବେଦୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ରାଜାଙ୍କ ଏହି ବିଶେଷ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ଦୁର୍ଲଭ ‘ଗଜାନନ ବେଶ’ ଆରମ୍ଭ ହୋଇଥିଲା। ଏହି ବେଶରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଇ ହାତୀ ମୁଣ୍ଡ ପରି ବେଶ କରାଯାଇଥିଲା।

ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି ଶ୍ରୀଜଗନ୍ନାଥଙ୍କର ଏହି ବିଶେଷ ରୂପ ଦେଖିବା ପାଇଁ ଆଜି ପୁରୀସହିତ ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପକୁ ଆକର୍ଷିତ ହୋଇଛନ୍ତି। ସମସ୍ତ ନୀତି ଶୃଙ୍ଖଳାବଦ୍ଧ ଭାବରେ ସମ୍ପନ୍ନ ହେବା ପରେ ଆଗାମୀ ଅନ୍ୟ ବେଶ ଓ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

The post ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି appeared first on Sanket Tv.

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ହରିବଳଦେବଙ୍କ ପବିତ୍ର ସ୍ନାନ ଯାତ୍ରା ସମ୍ପନ୍ନ
ବାରିପଦା (ସଂକେତ ଟିଭି): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ସୋମବାର ଦିନ ଅତି ନିଷ୍ଠା ଓ ଭକ୍ତିର ସହିତ ସମ୍ପନ୍ନ ହୋଇଯାଇଛି । ନିର୍ଦ୍ଧାରିତ ନୀତିକାନ୍ତି ସୂଚୀ ଅନୁଯାୟୀ ସକାଳୁ ଉଠି ସମସ୍ତ କାର୍ଯ୍ୟ କ୍ରମାନୁଯାୟୀ ସମ୍ପାଦନ କରାଯାଇଥିଲା । ସକାଳ ୫ଟା ୩୦ ମି ସମୟରେ ତିନି ଦିଅଁଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ଏହାପରେ ଗଙ୍ଗାଙ୍କ ଆବାହନ କରାଯାଇ ପ୍ରଥମେ ଅମୃତ ସ୍ନାନ, ପଇଡ ପାଣି ସ୍ନାନ ଏବଂ ଶେଷରେ ପ୍ରତ୍ୟେକ ଠାକୁରଙ୍କୁ ୧୦୮ କୁମ୍ଭ ଜଳରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା ।

ସ୍ନାନ ନୀତି ସମାପ୍ତ ହେବା ପରେ ତିନି ଠାକୁରଙ୍କର ଚନ୍ଦନ ବେଶ ଏବଂ ଫୁଲ ବେଶ କରାଯାଇଥିଲା । ଏହାପରେ ସାହାଣମେଲା ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ଠାକୁରଙ୍କୁ ଦର୍ଶନ କରିଥିଲେ । ସନ୍ଧ୍ୟା ବେଳକୁ ଶ୍ରୀଜୀଉମାନେ ଗଜାନନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ, ଯାହା ପାଇଁ ଭକ୍ତମାନେ ଉତ୍ସୁକ ଅପେକ୍ଷା କରିରହିଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିର ପରିସରରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଭଗବାନ ଓ ଭକ୍ତ ମଧ୍ୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି । ଦିଅଁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସକାଳ ସମୟରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାନବାହାନ ଚଳାଚଳ ପାଇଁ ରୁଟ୍ ପରିବର୍ତ୍ତନ କରାଯାଇଥିବାରୁ ସାଧାରଣ ଯାତାୟାତ ପ୍ରଭାବିତ ହୋଇଛି ।

The post ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ହରିବଳଦେବଙ୍କ ପବିତ୍ର ସ୍ନାନ ଯାତ୍ରା ସମ୍ପନ୍ନ appeared first on Sanket Tv.

ନୀଳଗିରିରେ ସମାପିତ ହେଲା ଦେବସ୍ନାନ ପୂର୍ଣ୍ଣିମା
ବାଲେଶ୍ବର (ସଂକେତ ଟିଭି): ‘ତୃତୀୟ ଶ୍ରୀକ୍ଷେତ୍ର’ ଭାବରେ ପରିଚିତ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ବିଧିବଦ୍ଧ ଭାବରେ ସମାପନ ହୋଇଯାଇଛି । ସୋମବାର ଦିନ ପ୍ରତ୍ୟୁଷରୁ ମନ୍ଦିରରେ ନୀତିକାଣ୍ଡ ଆରମ୍ଭ ହୋଇଥିଲା । ପ୍ରଥମେ ‘ଦ୍ୱାରଫିଟା’ ନୀତି ସମାପନ ପରେ ‘ସେନାପଟା ନୀତି’, ‘ମଙ୍ଗଳାର୍ପଣ’ ଏବଂ ‘ରାଜନୀତି ବନ୍ଦାପନା’ ନୀତି ଶେଷ ହୋଇଥିଲା ।

ଏହି ଅବସରରେ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ସୁପୁତ୍ର ଜନ୍ମଞ୍ଜୟ ହରିଚନ୍ଦନ ରାଜପ୍ରାସାଦରୁ ଆସି ବିଶେଷ ପୂଜାର୍ଚ୍ଚନା କରିଥିଲେ । ସେ ତିନି ଠାକୁରଙ୍କୁ ବନ୍ଦାପନା କରିବା ସହ ‘ଛେରାପହଁରା’ ନୀତି ସମ୍ପାଦନ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପକୁ ପାଛୋଟି ନେଇଥିଲେ ।

ସ୍ନାନ ମଣ୍ଡପକୁ ଠାକୁରମାନେ ଏକ ନିର୍ଦ୍ଦିଷ୍ଟ କ୍ରମରେ ବିଜେ କରିଥିଲେ । ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଏବଂ ସବୁଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିଥିଲେ । ଏହାପରେ ‘ମଙ୍ଗଳ ଆଳତୀ’, ‘ଅବକାଶ ଓ ସୂର୍ଯ୍ୟପୂଜା’ ଏବଂ ‘ରୋଷହୋମ’ ସମାପନ କରାଯାଇଥିଲା ।

ମହାସ୍ନାନ ପାଇଁ ୧୦୮ ସୁବାସିତ ଜଳ କଳଶ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ଏହି ଜଳରେ ଶାଳପର୍ଣ୍ଣି, ନାଗପର୍ଣ୍ଣି, ମଂଚିଷ୍ଠା, ଅଶ୍ଵଗନ୍ଧା, ତ୍ରିଫଳା, ଗରଚନା, କସ୍ତୁରୀ, ଜଟାମାସି, ଜାଇଫଳ, ହରିତାଳ, ଶ୍ରୀକର୍ପୂର, ଅଗୁର ଓ ଚନ୍ଦନ ମିଶ୍ରିତ ଥିଲା । ନିୟମାନୁସାରେ ମହାପ୍ରଭୁଙ୍କୁ ୩୫ କଳଶ, ବଳଭଦ୍ରଙ୍କୁ ୩୩ କଳଶ, ସୁଭଦ୍ରାଙ୍କୁ ୨୨ କଳଶ ଏବଂ ସୁଦର୍ଶନଙ୍କୁ ୧୮ କଳଶ ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।

ଏହି ପବିତ୍ର ମହାସ୍ନାନ ଜଳର ଟିକେ ପାଇବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ । ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଯେ, ଏହି ସ୍ନାନ ଜଳ ସେବନ କଲେ ଶରୀର ସୁସ୍ଥ ଓ ନୀରୋଗ ରହେ ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ପରେ ‘ସକାଳଧୂପ’ ପୂଜା ସମାପନ କରାଯାଇଥିଲା । ଏହାପରେ ତିନିଠାକୁର ‘ଗଜାନନ ବେଶ’ରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ସନ୍ଧ୍ୟା ସମୟରେ ‘ସନ୍ଧ୍ୟା ଆଳତୀ’ ଓ ‘ଦକ୍ଷିଣ ଆଳତୀ’ ପରେ ରାତ୍ରରେ ତିନିଠାକୁର ‘ଗୋଟି ପହଣ୍ଡି’ ବିଜେ କରି ଅଣସର ଘରକୁ ଯିବେ ।

The post ନୀଳଗିରିରେ ସମାପିତ ହେଲା ଦେବସ୍ନାନ ପୂର୍ଣ୍ଣିମା appeared first on Sanket Tv.

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ
ଭୁବନେଶ୍ୱର (ସଂକେତ ଟିଭି): ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ‘ଜଗନ୍ନାଥ ମନ୍ଦିର’ ସୂଚନା ଫଳକ। ସ୍ଥାନୀୟ ବିଧାୟକ ଚନ୍ଦ୍ରଶେଖର ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଏହି ‘ଧାମ’ ଶବ୍ଦ ହଟାଯାଇଛି। ଫଳରେ ଦୀଘାର ନବନିର୍ମିତ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବା ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି।

କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀକ୍ଷେତ୍ର ହେଉଛି ଚାରି ଧାମ ମଧ୍ୟରୁ ଅନ୍ୟତମ। ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବା ଦ୍ଵାରା ଓଡ଼ିଆ ସଂସ୍କୃତି ଓ ଭକ୍ତଙ୍କ ଭାବନାକୁ ଆଘାତ ଲାଗୁଥିଲା। ଏବେ ଏହି ନିଷ୍ପତ୍ତି ପରେ ସମସ୍ତ ବିବାଦର ସମାଧାନ ହୋଇଛି।

ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ‘ଧାମ’ ଶବ୍ଦ ହଟାଇବାକୁ ଅନୁରୋଧ କରିଥିଲେ। ସରକାର ବଦଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ‘ଧାମ’ ଶବ୍ଦ ହଟିବା ପରେ ଓଡ଼ିଶା ସମେତ ସମଗ୍ର ବିଶ୍ଵର ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀଘାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ା ହୋଇଛି ଦୀଘା ଜଗନ୍ନାଥ ମନ୍ଦିର। ୨୦ ଏକର ଜମିରେ ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ମନ୍ଦିର ୨୦୧୯ରେ ଆରମ୍ଭ ହୋଇ ୨୦୨୫ ଏପ୍ରିଲ ୩୦ରେ ଉଦଘାଟିତ ହୋଇଥିଲା। ବର୍ତ୍ତମାନ ଏହାକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ନାମରେ ନାମିତ କରାଯାଇଛି।

The post ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ appeared first on Sanket Tv.