Latest Archives - Sanket Tv

କେରଳ ଛୁଇଁଲା ମୌସୁମୀ, ୧୦ ତାରିଖ ଛୁଇଁପାରେ ଓଡିଶା
ଭୁବନେଶ୍ୱର (ସଂକେତ ଟିଭି): ଆଜି (ଗୁରୁବାର) କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ସହିତ ଚାରି ମାସର ବର୍ଷା ଋତୁର ଆରମ୍ଭ ହୋଇଛି। ଯାହା ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ଆଣିଛି। ଭାରତ ପାଣିପାଗ ବିଭାଗ (IMD) ମୌସୁମୀର ଆଗମନ ଘୋଷଣା କରିଛି। ଫଳସ୍ବରୁପ ଆଜି ରାଜ୍ୟର ଅନେକ ଭାଗରେ ପ୍ରବଳ ବର୍ଷା ହୋଇଯାଇଛି।

ଯଦିଓ କେରଳକୁ ମୌସୁମୀର ସାଧାରଣ ଆଗମନ ତାରିଖ ଜୁନ୍ ୧ ଅଟେ, ଏହି ବର୍ଷ ଏହା ଜୁନ୍ ୪ରେ, ଅର୍ଥାତ୍ ତିନି ଦିନ ବିଳମ୍ବରେ ପହଞ୍ଚିଛି। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ଆରମ୍ଭ (ଜୁନ୍ ରୁ ସେପ୍ଟେମ୍ବର)କୁ ଚିହ୍ନିତ କରେ।

IMD କହିଛି ଯେ ଜୁନ୍ ୪ ରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରର ଅବଶିଷ୍ଟ ଅଂଶ, ପଶ୍ଚିମ-କେନ୍ଦ୍ରୀୟ ଏବଂ ପୂର୍ବ-କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ସମଗ୍ର ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ, କେରଳ ଏବଂ ମାହେ, କର୍ଣ୍ଣାଟକ ଏବଂ ତାମିଲନାଡୁର କିଛି ଅଂଶ, କୋମୋରିନ୍ ଅଞ୍ଚଳର ଅବଶିଷ୍ଟ ଅଂଶ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅନ୍ୟ ଅଞ୍ଚଳକୁ ଅଗ୍ରସର ହୋଇଥିଲା।

ଏପରି ବି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିବା ତାରିଖରେ ୧୦ ଦିନର ବିଳମ୍ବ ଦେଖିବାକୁ ମିଳିଛି। ମୌସୁମୀ ୨୬ ମେ’ରେ କେରଳ ପହଞ୍ଚିବା ନେଇ ପୂର୍ବାନୁମାନ କରିଥିଲା ବିଭାଗ। ଗତ ସପ୍ତାହରେ IMD ଏହାର ମୌସୁମୀ ବର୍ଷା ପୂର୍ବାନୁମାନକୁ ସଂଶୋଧନ କରି କହିଛି ଯେ, ଚଳିତ ବର୍ଷ ବର୍ଷା ସ୍ୱାଭାବିକଠାରୁ କମ୍ ହେବାର ସମ୍ଭାବନା ଅଛି।

ଏହିକ୍ରମରେ ମୌସୁମୀ ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥାଏ ବା ଓଡ଼ିଶାକୁ ଅଗ୍ରସର ହୋଇଥାଏ। ହେଲେ ଏଥର ସେହି ସମୟରେ କିମ୍ବା ୩ ଦିନ ପୂର୍ବରୁ ପାଗ ଅନୁକୂଳ ରହିଲେ ବି ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ୪ ଦିନ ପରେ କୁହାଯାଇପାରିବ ବୋଲି ବିଭାଗ କହିଛି।

The post କେରଳ ଛୁଇଁଲା ମୌସୁମୀ,  ୧୦ ତାରିଖ ଛୁଇଁପାରେ ଓଡିଶା appeared first on Sanket Tv.

ଜିରୋ କାଜୁଆଲିଟି ପାଇଁ ବିଶ୍ଵପ୍ରଶଂସିତ ଓଡ଼ିଶା, ବ୍ରିକ୍ସ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀ(ସଂକେତ ଟିଭି): ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ ୧୧ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି। ଆଜିର ବୈଠକରେ ବିଶ୍ବ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିହତ ନେଇ ମନ୍ଥନ ହୋଇଛି।

ବୈଠକରେ ବାତ୍ୟା ପରିଚାଳନା, ପୂର୍ବ ସତର୍କତା, ସ୍ଥାନାନ୍ତରଣ କାର୍ଯ୍ୟ, ଗୋଷ୍ଠୀ ଭିତ୍ତିକ ସ୍ତରରେ କାର୍ଯ୍ୟକ୍ରମ ଏବଂ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ରାଜ୍ୟର ବିଶ୍ବସ୍ତରୀୟ ସଫଳତା ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବ୍ରିକ୍ସ ଦେଶ ଆଗରେ ଓଡ଼ିଶାର ବାତ୍ୟା ମୁକାବିଲାର ସଫଳତା ସୂତ୍ର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

‘ଜଗନ୍ନାଥଙ୍କ ଭୂମିରେ ଆପଣଙ୍କୁ ସ୍ବାଗତ’ କହି ମୁଖ୍ୟମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇଥିବା ଅତିଥିମାନଙ୍କୁ ସ୍ବାଗତ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିପର୍ଯ୍ୟୟ ପରିଚାଳନା ଓ ହ୍ରାସ ଏକ ଜାତୀୟ ପ୍ରୟାସ। ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ସାରା ବିଶ୍ବରେ ପ୍ରଶଂସିତ। ବୈଠକରୁ ପ୍ରାପ୍ତ ଉପଯୋଗୀ ନିଷ୍କର୍ଷ ଆଗାମୀ ଦିନରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ପାଇଁ ଲାଭଦାୟକ ହେବ।” ସେ ବିପର୍ଯ୍ୟୟ ପରିଚାଳନାରେ ବୈଷୟିକ ଅନୁଷ୍ଠାନ, ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଗୁରୁତ୍ବାରୋପ କରିଛନ୍ତି।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ବକ୍ତବ୍ୟରେ ୧୯୯୯ ମହାବାତ୍ୟାର ଭୟଙ୍କର ସ୍ମୃତିକୁ ମନେପକାଇ ସେତେବେଳେ ଓଡ଼ିଶାର ଅସହାୟତା ବର୍ଣ୍ଣନା କରିଥିଲେ। ପରେ ରାଜ୍ୟ କିପରି ବିପର୍ଯ୍ୟୟ ପରିଚାଳନାରେ ସମ୍ପୂର୍ଣ୍ଣ ନୂଆ ଆଭିମୁଖ୍ୟ ଆପଣେଇଲା, ତାହା ଉପରେ ଆଲୋକପାତ କରିଥିଲେ। ପୂର୍ବ ସତର୍କ ସୂଚନା, ସ୍ଥାନାନ୍ତରଣ, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଓ ଆଞ୍ଚଳିକ ଗୋଷ୍ଠୀଙ୍କ ଯୋଗଦାନ ଭଳି ପଦକ୍ଷେପ ରାଜ୍ୟକୁ ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

ବୈଠକରେ ୧୧ଟି ସଦସ୍ୟ ରାଷ୍ଟ୍ର – ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସରେ ପାରସ୍ପରିକ ସହଯୋଗର ଆହ୍ବାନ ଦେଇଛନ୍ତି।

ବ୍ରିକ୍ସ ସମ୍ମିଳନୀ ୨୦୨୬ର ଥିମ୍ “ବିଲ୍ଡିଂ ଫର ରେଜିଲିଏନ୍ସ, ଇନୋଭେସନ, କୋଅପରେସନ ଆଣ୍ଡ ସଷ୍ଟେନାବିଲିଟି” ରଖାଯାଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଯୋଗଦେଇଛନ୍ତି। ଭାରତର ବ୍ରିକ୍ସ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ପକ୍ଷରୁ ଜୁନ୍ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ (ଡିଆରଆରଜି)ର ବୈଠକ ଆୟୋଜିତ ହେଉଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁରୀ ବ୍ରିକ୍ସ ବୈଠକକୁ ପ୍ରଶଂସା କରି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, “ପୁରୀରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନ କରୁଥିବା ଦେଖି ଗର୍ବିତ। ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ପ୍ରକୃତିର କ୍ରୋଧକୁ ସାହସ ଓ ଦୃଢ଼ତାର ସହ ସାମ୍ନା କରିଛି, ଗୋଟିଏ ନୀତି ଦ୍ବାରା ପରିଚାଳିତ – ପ୍ରତ୍ୟେକ ଜୀବନ ମୂଲ୍ୟବାନ। ସ୍ଥିର ଭିତ୍ତିଭୂମି ନିର୍ମାଣ ଓଡ଼ିଶାକୁ ଦୁର୍ବଳତାରୁ ବିପର୍ଯ୍ୟୟ ପରିଚାଳନାର ବିଶ୍ବବ୍ୟାପୀ ଆଲୋକପଥରେ ପରିଣତ କରିଛି।”

ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ବର ରୋଲ୍ ମଡେଲ ସାଜିଛି। ଘୂର୍ଣ୍ଣିଝଡ଼ ଓ ଭୀଷଣ ବାତ୍ୟା ପରିଚାଳନା ପାଇଁ ପ୍ରାରମ୍ଭିକ ଚେତାବନୀ, ସ୍ଥାନାନ୍ତରଣ ଓ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରଦାନ କ୍ଷେତ୍ରରେ ରାଜ୍ୟର ସଫଳତା ବିଶ୍ବସ୍ତରରେ ସ୍ବୀକୃତ। ଏହି ବୈଠକ ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ମନୋନୀତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୭ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।

The post ଜିରୋ କାଜୁଆଲିଟି ପାଇଁ ବିଶ୍ଵପ୍ରଶଂସିତ ଓଡ଼ିଶା, ବ୍ରିକ୍ସ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Sanket Tv.

ଉପକୂଳ ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ ରଣନୀତି, ଡ୍ରୋନ୍ ଓ ନାଭାମିତ୍ର ଆପ୍‌ର ହେବ ବ୍ୟବହାର
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି (ଗୁରୁବାର) ପୋଲିସ ଭବନଠାରେ ରାଜ୍ୟସ୍ତରୀୟ “ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଅନୁଷ୍ଠିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି, ପ୍ରମୁଖ ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଅଭିଭାଷଣରେ ସେ କହିଛନ୍ତି ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଏବଂ ଜନସୁରକ୍ଷା ସହ ଏହା ନିବିଡ଼ ଭାବେ ସମ୍ପୃକ୍ତ। ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦ୍ବୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଉପକୂଳ ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।

ଡିଜିପି ଆହୁରି କହିଛନ୍ତି ଯେ, ଉପକୂଳ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପୋଲିସ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ବର୍ତ୍ତମାନ ଉପକୂଳ ଅଞ୍ଚଳରେ ଥିବା ୧୮ଟି ମେରାଇନ ପୋଲିସ ଥାନାରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଏହାସହ ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ ସୁଦୃଢ଼ କରାଯାଇଛି। ଭୁବନେଶ୍ୱରରେ ଅବସ୍ଥାପିତ ଥିବା କମାଣ୍ଡ, କଣ୍ଟ୍ରୋଲ ଓ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଏବଂ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ସେହିପରି ‘ନାଭାମିତ୍ର’ (NABHAMITRA) ଆପ୍ ମାଧ୍ୟମରେ ମାଛଧରା ଡଙ୍ଗାଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଉଛି ଏବଂ ଅବସରପ୍ରାପ୍ତ ନୌସେନା ଓ ତଟରକ୍ଷୀ ବାହିନୀର ଅଧିକାରୀମାନଙ୍କ ସେବାକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ଉପକୂଳ ସୁରକ୍ଷାକୁ ଅଧିକ ଆଧୁନିକ ଓ ପ୍ରଭାବଶାଳୀ କରିବା ପାଇଁ ୧୦ଟି ନୂତନ ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ଅତିରିକ୍ତ ଟ୍ରଲର, ମିନି କଣ୍ଟ୍ରୋଲ ସେଣ୍ଟର, ମାଛଧରା ବନ୍ଦର ଏବଂ ଫିଶ୍ ଲ୍ୟାଣ୍ଡିଂ ସେଣ୍ଟରଗୁଡ଼ିକରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା, ମଡ୍ୟୁଲାର ଜେଟି ଏବଂ ଆଧୁନିକ ଆଣ୍ଟି-ଡ୍ରୋନ୍ ପ୍ରଣାଳୀ ସ୍ଥାପନ କରାଯିବ। ଉପକୂଳ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ, ଆଧୁନିକ ପ୍ରଯୁକ୍ତିର ଦକ୍ଷ ବ୍ୟବହାର ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏଡିଜି (ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା ସ୍ୱାଗତ ଅଭିଭାଷଣ ଦେଇ ସମ୍ମିଳନୀର ଉଦ୍ଦେଶ୍ୟ, ସମୁଦ୍ର ଏବଂ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ସମ୍ବେଦନଶୀଳ ସ୍ଥାନଗୁଡ଼ିକର ଚିହ୍ନଟ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଡିଜିପି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଏଆଇଜି (ଉପକୂଳ ସୁରକ୍ଷା) ସତ୍ୟଜିତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଏବଂ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ।

ପୂର୍ବାହ୍ନ ଅଧିବେଶନରେ ଗୃହ ମନ୍ତ୍ରଣାଳୟ, ନୂଆଦିଲ୍ଲୀର କୋଷ୍ଟାଲ୍ ସିକ୍ୟୁରିଟି ଏବଂ ବର୍ଡର ମ୍ୟାନେଜମେଣ୍ଟ ବିଭାଗର କମାଣ୍ଡାଣ୍ଟ ଉଦୟ କୁମାର ଚୌଧୁରୀ ଭାରତର ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି ଓ ନୀତିଗତ ଦିଗ ଉପରେ ଆଲୋଚନା କରିଥିଲେ। ସେହିପରି ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ଉପ-ନିର୍ଦ୍ଦେଶକ ମନୀଷ କୁମାର ବର୍ମା ଉପକୂଳ ସୁରକ୍ଷା କ୍ଷେତ୍ରର ପ୍ରମୁଖ ଚ୍ୟାଲେଞ୍ଜ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ମତବ୍ୟକ୍ତ କରିଥିଲେ।

ଅପରାହ୍ନ ଅଧିବେଶନରେ ଭାରତୀୟ ତଟରକ୍ଷୀ ବାହିନୀର ପୂର୍ବ-ଉତ୍ତର ଆଞ୍ଚଳିକ ମୁଖ୍ୟାଳୟର ଡିଆଇଜି ଏବଂ ଚିଫ୍ ଷ୍ଟାଫ୍ ଅଫିସର ପଙ୍କଜ ବର୍ମା ଆଧୁନିକ ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ପ୍ରଣାଳୀ ମାଧ୍ୟମରେ ଉପକୂଳ ସୁରକ୍ଷାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ସିଆଇଏସଏଫ୍, କୋଚିର ଉପ-କମାଣ୍ଡାଣ୍ଟ ସିଦ୍ଧାର୍ଥ ପଲ ବନ୍ଦର ଏବଂ ଏସ୍ପିଏମ୍ ସୁରକ୍ଷା ସମ୍ବନ୍ଧୀୟ ବିପଦ ଓ ପରିଚାଳନାଗତ ଚ୍ୟାଲେଞ୍ଜ ଉପରେ ଆଲୋକପାତ କରିଥିଲେ। କେରଳ ପୋଲିସର ଇନ୍ସପେକ୍ଟର ଭିବିନ ମତ୍ସ୍ୟଜୀବୀ ସମୁଦାୟଙ୍କୁ ଉପକୂଳ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ସମ୍ବନ୍ଧୀୟ କେରଳ ରାଜ୍ୟର ଅନୁଭୂତି ଏବଂ ସଫଳ ଅଭ୍ୟାସଗୁଡ଼ିକ ଉପସ୍ଥାପନ କରିଥିଲେ।

The post ଉପକୂଳ ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ ରଣନୀତି, ଡ୍ରୋନ୍ ଓ ନାଭାମିତ୍ର ଆପ୍‌ର ହେବ ବ୍ୟବହାର appeared first on Sanket Tv.

କାର୍ଯ୍ୟକାରୀ ହେଲା ଡିଏମଏଫ୍ ପାଣ୍ଠିର ନୂତନ ବଣ୍ଟନ ବ୍ୟବସ୍ଥା
ଭୁବନେଶ୍ୱର (ସଂକେତ ଟିଭି): ଖଣିଜ ସମ୍ପଦରୁ ଆଦାୟ ହେଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ନ୍ୟାୟସଙ୍ଗତ ବଣ୍ଟନ ପାଇଁ ରାଜ୍ୟ ସରକାର ଏକ ନୂତନ ବ୍ୟବସ୍ଥା ଲାଗୁ କରିଛନ୍ତି। ଯଦି କୌଣସି ଖଣିର ପ୍ରଭାବିତ ଅଞ୍ଚଳ ଏକାଧିକ ଜିଲ୍ଲାକୁ ବ୍ୟାପିଥାଏ, ତେବେ ସେହି ଖଣିରୁ ଆଦାୟ ହୋଇଥିବା DMF ପାଣ୍ଠି ପ୍ରଭାବିତ ଅଞ୍ଚଳର ପରିମାଣ ଅନୁସାରେ ସମ୍ପୃକ୍ତ ଜିଲ୍ଲାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଏନେଇ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ବୁଧବାର ଏକ ପ୍ରସ୍ତାବ ଜାରି କରାଯାଇଛି।

ଯୋଜନା ଏବଂ ସମନ୍ୱୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ପ୍ରସ୍ତାବ ଅନୁଯାୟୀ, ଖଣି ସୀମାରୁ ୧୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ‘ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ’ ଏବଂ ୧୫ରୁ ୨୫ କିଲୋମିଟର ମଧ୍ୟର ଅଞ୍ଚଳକୁ ‘ପରୋକ୍ଷ ପ୍ରଭାବିତ ଅଞ୍ଚଳ’ ଭାବେ ଗଣନା କରାଯିବ। DMF ପାଣ୍ଠିର ୭୦ ପ୍ରତିଶତ ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳ ଏବଂ ୩୦ ପ୍ରତିଶତ ପରୋକ୍ଷ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟୟ କରାଯିବ। ୨୫ କିଲୋମିଟର ବାହାରେ ଥିବା ଅଞ୍ଚଳରେ ଏହି ପାଣ୍ଠି ବ୍ୟବହାର କରାଯିବ ନାହିଁ।

ନୂତନ ନୀତି ଅନୁସାରେ, ଖଣି ଯେଉଁ ଜିଲ୍ଲାରେ ଅବସ୍ଥିତ, ସେହି ଜିଲ୍ଲା ସମସ୍ତ DMF ଅର୍ଥ ସଂଗ୍ରହ କରିବ। ପରେ ଖଣି ପ୍ରଭାବିତ ଅଞ୍ଚଳର ଭୌଗୋଳିକ ପରିସର ଆଧାରରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସେମାନଙ୍କ ହକ୍‌ର ଅର୍ଥ ପ୍ରଦାନ କରାଯିବ। ଏଥିପାଇଁ ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର (ORSAC) ଖଣି ପ୍ରଭାବିତ ଅଞ୍ଚଳ ଚିହ୍ନଟ କରିବ। ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଏହାର ସମନ୍ୱୟ କରିବେ।

ସରକାର ଏହାର ଏକ ଉଦାହରଣ ମଧ୍ୟ ଦେଇଛନ୍ତି। ଯଦି ରାୟଗଡ଼ା ଜିଲ୍ଲାର ଏକ ଖଣିରୁ ୧୦୦ କୋଟି ଟଙ୍କା DMF ପାଣ୍ଠି ମିଳେ ଏବଂ ତାହାର ପ୍ରଭାବିତ ଅଞ୍ଚଳ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥାଏ, ତେବେ ପ୍ରଭାବିତ ଅଞ୍ଚଳର ଅନୁପାତ ଅନୁସାରେ ରାୟଗଡ଼ା ୬୬.୫ କୋଟି ଟଙ୍କା ରଖିବ ଏବଂ କଳାହାଣ୍ଡିକୁ ୩୩.୫ କୋଟି ଟଙ୍କା ପ୍ରଦାନ କରିବ। ସେହିପରି ଅନୁଗୁଳ ଜିଲ୍ଲାର ଏକ ଖଣିର ପ୍ରଭାବ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ବ୍ୟାପିଲେ, ୧୦୦ କୋଟି ଟଙ୍କାର DMF ପାଣ୍ଠି ମଧ୍ୟରୁ ଅନୁଗୁଳ ୪୪ କୋଟି, ସମ୍ବଲପୁର ୩୩ କୋଟି ଏବଂ ଦେବଗଡ଼ ୨୩ କୋଟି ଟଙ୍କା ପାଇବେ।

ସରକାରଙ୍କ ମତରେ ଏହି ବ୍ୟବସ୍ଥା ଦ୍ୱାରା ଖଣି କାର୍ଯ୍ୟକଳାପର ପ୍ରଭାବ ବହନ କରୁଥିବା ସମସ୍ତ ଜିଲ୍ଲା ନ୍ୟାୟସଙ୍ଗତ ଭାବେ DMF ପାଣ୍ଠିର ସୁବିଧା ପାଇପାରିବେ। ଏହି ନୂତନ ଶେୟାରିଂ ମେକାନିଜମ ୨୦୨୬ ଜୁନ ୧ରୁ କାର୍ଯ୍ୟକାରୀ ହୋଇଛି।

The post କାର୍ଯ୍ୟକାରୀ ହେଲା ଡିଏମଏଫ୍ ପାଣ୍ଠିର ନୂତନ ବଣ୍ଟନ ବ୍ୟବସ୍ଥା appeared first on Sanket Tv.

ସୁପ୍ରିମକୋର୍ଟଙ୍କ ଏଆଇ କମିଟିର ଡ୍ରାଫ୍ଟ ଜାରି, ଜୁନ ୨୦ ସୁଦ୍ଧା ମତାମତ ଆମନ୍ତ୍ରିତ
ନୂଆଦିଲ୍ଲୀ(ସଂକେତ ଟିଭି): ସୁପ୍ରିମକୋର୍ଟଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମିଟି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁସେଜ ଇନ କୋର୍ଟସ ୨୦୨୬’ର ଏକ ଚିଠା (Draft) ଜାରି କରିଛନ୍ତି। ଏଥିରେ ରହିଯାଇଥିବା ତ୍ରୁଟିଗୁଡ଼ିକୁ ଦୂର କରି ଏହାକୁ ଲାଗୁ କରିବା ପାଇଁ ଦେଶର ସମସ୍ତ ଓକିଲ, ସାଧାରଣ ଜନତା, ନ୍ୟାୟିକ ଅଧିକାରୀ ଏବଂ ଆଇନ ବିଶେଷଜ୍ଞମାନଙ୍କୁ ଜୁନ ୨୦ ତାରିଖ ସୁଦ୍ଧା ନିଜର ମତାମତ ଓ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ସାରା ଦେଶର ଅଦାଲତଗୁଡ଼ିକରେ ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ AIର ବ୍ୟବହାର କରାଯାଇପାରିବ। ଏହା ଦ୍ୱାରା କେସ୍ ମ୍ୟାନେଜମେଣ୍ଟ, କଜ୍ ଲିଷ୍ଟ (Cause List) ପ୍ରସ୍ତୁତ କରିବା, ଶୁଣାଣିର ତାରିଖ ଧାର୍ଯ୍ୟ କରିବା ଏବଂ ମାମଲାଗୁଡ଼ିକର ପ୍ରାଥମିକତା ସ୍ଥିର କରିବାରେ ସହାୟତା ମିଳିବ। ଏହାସହ କୋର୍ଟ କାର୍ଯ୍ୟଧାରାର ଟ୍ରାନ୍ସକ୍ରିପ୍ସନ (Transcription), ରାୟ ଏବଂ ଆବେଦନଗୁଡ଼ିକର ଅନୁବାଦ, ଆଇନଗତ ଗବେଷଣା (Legal Research), ସାଇଟେସନ ଭେରିଫିକେସନ (Citation Verification) ଏବଂ ପ୍ରଶାସନିକ କାର୍ଯ୍ୟ ମଧ୍ୟ AIର ସହାୟତାରେ କରାଯାଇପାରିବ।

ଏହି ଡ୍ରାଫ୍ଟ ରିଲିଜ୍ କରିବା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, AI କୌଣସି ବି ମାମଲାର ପରିଣାମ ବିଷୟରେ ଭବିଷ୍ୟବାଣୀ କରିପାରିବ ନାହିଁ କିମ୍ବା ଜଜ୍ (ବିଚାରପତି)ଙ୍କ ଭୂମିକା ଗ୍ରହଣ କରିପାରିବ ନାହିଁ। ଏଭଳି ପରିସ୍ଥିତିରେ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ବିଚାରପତିମାନଙ୍କ ପାଖରେ ହିଁ ରହିବ।

ଡ୍ରାଫ୍ଟ ଅନୁଯାୟୀ, ଅଦାଲତଗୁଡ଼ିକରେ AI କେବଳ ଏକ ସହାୟକ ଭାବରେ କାର୍ଯ୍ୟ କରିବ। AI ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୌଣସି ବି କଣ୍ଟେଣ୍ଟ, ଦିଆଯାଇଥିବା ପରାମର୍ଶ, କରାଯାଇଥିବା ଅନୁବାଦ ଏବଂ ଟ୍ରାନ୍ସକ୍ରିପ୍ସନକୁ ସଠିକ୍ ଭାବେ ଯାଞ୍ଚ (Verification) କରାଯିବା ପରେ ହିଁ ବ୍ୟବହାର କରାଯିବ, ନଚେତ୍ ବଡ଼ ଧରଣର ଭୁଲ ହେବାର ସମ୍ଭାବନା ରହିଛି।

ଏହି ଡ୍ରାଫ୍ଟରେ କେତେକ ନିର୍ଦ୍ଦିଷ୍ଟ ମାମଲାରେ AI ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରାବଧାନ ମଧ୍ୟ ରହିଛି। ଯେପରିକି ଜାମିନ ମିଳିବାର ସମ୍ଭାବନା, ଅଭିଯୁକ୍ତର ଭବିଷ୍ୟତର ବ୍ୟବହାର, ପୁନର୍ବାର ଅପରାଧ କରିବାର ଆଶଙ୍କା, ସାକ୍ଷୀର ବିଶ୍ୱସନୀୟତା କିମ୍ବା କୌଣସି ମୋକଦ୍ଦମାର ସମ୍ଭାବ୍ୟ ପରିଣାମର ଆକଳନ AI ଦ୍ୱାରା କରାଯାଇପାରିବ ନାହିଁ।

ଶେଷରେ, ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ଯେ କୌଣସି ବି AI ସିଷ୍ଟମକୁ କୋର୍ଟରେ ଲାଗୁ କରିବା ପୂର୍ବରୁ ଏହାର ‘କଣ୍ଟ୍ରୋଲ୍ଡ ଏନଭାଇରନମେଣ୍ଟ ଟେଷ୍ଟିଂ’ (Controlled Environment Testing) କରାଯିବ। ଅର୍ଥାତ୍ ଏକ ନିୟନ୍ତ୍ରିତ ଏବଂ ସୁରକ୍ଷିତ ପରିବେଶରେ ଏହାର ବ୍ୟବହାରକୁ ପରଖାଯିବ। ଟେଷ୍ଟିଂ ସମୟରେ AIରୁ ମିଳୁଥିବା ଆଉଟପୁଟକୁ କୌଣସି ପ୍ରକୃତ ନ୍ୟାୟିକ ପ୍ରକ୍ରିୟା କିମ୍ବା ପ୍ରଶାସନିକ ନିଷ୍ପତ୍ତିରେ ବ୍ୟବହାର କରାଯିବ ନାହିଁ।

The post ସୁପ୍ରିମକୋର୍ଟଙ୍କ ଏଆଇ କମିଟିର ଡ୍ରାଫ୍ଟ ଜାରି, ଜୁନ ୨୦ ସୁଦ୍ଧା ମତାମତ ଆମନ୍ତ୍ରିତ appeared first on Sanket Tv.

ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ
ନୂଆଦିଲ୍ଲୀ(ସଂକେତ ଟିଭି): ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୧୬୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଏହି ମଞ୍ଜୁରୀ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୁଧବାର ଦିନ ଏହି ବଡ଼ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ହାଇବ୍ରିଡ୍ ଆନ୍ୟୁଇଟି ମଡେଲ୍ (HAM) ଆଧାରରେ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏହି ନୂତନ ଉପକୂଳ ରାଜପଥ (କୋଷ୍ଟାଲ୍ ହାଇୱେ) ନିର୍ମାଣ କରାଯିବ।

ଏହି ନୂତନ ରାଜପଥ ପ୍ରକଳ୍ପ ଦୁଇଟି ପ୍ୟାକେଜ୍‌ରେ ନିର୍ମାଣ କରାଯିବ। ଏହାର ସମୁଦାୟ ଦୈର୍ଘ୍ୟ ୧୬୦.୧୮ କିଲୋମିଟର ହୋଇଥିବା ବେଳେ ଏଥିପାଇଁ ମୋଟ ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରଥମ ପ୍ୟାକେଜ୍‌ରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ, ଦ୍ୱିତୀୟ ପ୍ୟାକେଜ୍‌ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ପେଭଡ୍ ସୋଲ୍ଡର ସହିତ ୨-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ।

ଏହି ରାଜପଥରେ ଯାନବାହନଗୁଡ଼ିକ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଯାତାୟାତ କରିପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଗମନାଗମନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।

ଏହି ନୂତନ ରାଜପଥ ନିର୍ମାଣ ଫଳରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ କମିଯିବ। ଯାତ୍ରୀ ଏବଂ ମାଲବାହୀ ଯାନଗୁଡ଼ିକ ପାଇଁ ଏହା ଏକ ନିରାପଦ, ବାଧାମୁକ୍ତ ଓ ଦ୍ରୁତ ଯୋଗାଯୋଗର ମାଧ୍ୟମ ପାଲଟିବ। ସରକାରୀ ବିବୃତ୍ତି ଅନୁଯାୟୀ, ଏହାଦ୍ୱାରା ଇନ୍ଧନ ବ୍ୟବହାର, କାର୍ବନ୍ ନିର୍ଗମନ ଏବଂ ଯାନ ପରିଚାଳନା ଖର୍ଚ୍ଚ (VOC) ମଧ୍ୟ ଯଥେଷ୍ଟ ହ୍ରାସ ପାଇବ।

ବର୍ତ୍ତମାନ ଥିବା ଏନ୍‌ଏଚ୍-୩୧୬ ରାସ୍ତାରେ ସ୍ଥାନୀୟ ଟ୍ରାଫିକ୍ ସମସ୍ୟା ରହୁଥିବାରୁ ଏହି ନୂତନ ବିକଳ୍ପ ଦୂରଗାମୀ ଯାନବାହନ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ। କେନ୍ଦ୍ର ସରକାରଙ୍କ ପିଏମ୍ ଗତିଶକ୍ତି (PM GatiShakti) ନୀତି ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ୯ଟି ଅର୍ଥନୈତିକ ନୋଡ୍ ଏବଂ ୫ଟି ଲଜିଷ୍ଟିକ୍ ନୋଡ୍‌କୁ ସଂଯୋଗ କରିବ।

ଏହା ଦେଶର ଲଜିଷ୍ଟିକ୍ ପରଫର୍ମାନ୍ସ ଇଣ୍ଡେକ୍ସ (LPI) ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। କେବଳ ସେତିକି ନୁହେଁ, ଏହି ଉପକୂଳ ରାଜପଥ ଓଡ଼ିଶାର ଆଞ୍ଚଳିକ ସଂଯୋଗୀକରଣରେ ବିପ୍ଳବ ଆଣିବା ସହ ପର୍ଯ୍ୟଟନ ଓ ସାମାଜିକ-ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ।

The post ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ appeared first on Sanket Tv.

ପୁରୀରେ ୩-ଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆରମ୍ଭ
ପୁରୀ (ସଂକେତ ଟିଭି): ବିପର୍ଯ୍ୟୟ ବିପତ୍ତିକୁ କିଭଳି ହ୍ରାସ କରାଯାଇପାରିବ ଏବଂ ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ତାହାର ମୁକାବିଲା କିପରି କରିହେବ, ସେନେଇ ପୁରୀରେ ୩-ଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ରିକ୍ସ ଦେଶମାନଙ୍କର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଇ, ବିପର୍ଯ୍ୟୟ ବିପତ୍ତି ହ୍ରାସରେ ପରସ୍ପରକୁ ସହଯୋଗ କରିବା ଉପରେ ଗୁରୁତ୍ଵ ଦେଉଛନ୍ତି।

ଏହି ସମ୍ମିଳନୀରେ ବିପର୍ଯ୍ୟୟ ବିପତ୍ତି ହ୍ରାସ, ପରିଚାଳନା ପାଣ୍ଠି ଯୋଗାଣ, ଆଗୁଆ ସୂଚନା ପ୍ରଦାନ, ପ୍ରକୃତି ଆଧାରିତ ସମାଧାନ ଏବଂ ବିପର୍ଯ୍ୟୟ ସହନଶୀଳତା ମଜବୁତ କରିବା ପାଇଁ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି। ବ୍ରିକ୍ସ ରାଷ୍ଟ୍ର ସମୂହର ଦେଶ ଗୁଡ଼ିକ ଯଥା ଚୀନ୍, ବ୍ରାଜିଲ, ଇଜିପଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଏବଂ ୟୁଏଇର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି।

ଓଡ଼ିଶାର ବିଶ୍ଵସ୍ତରରେ ସ୍ଵୀକୃତିପ୍ରାପ୍ତ ବିପର୍ଯ୍ୟୟ ପ୍ରସ୍ତୁତି ପ୍ରଣାଳୀ, ବାତ୍ୟା ପରିଚାଳନାରେ ଶୂନ୍ୟ ମୃତ୍ୟୁ ହାରର ରେକର୍ଡ, ଆଗୁଆ ସୂଚନା ପ୍ରଦାନ, ସ୍ଥାନାନ୍ତରଣ ଯୋଜନା ଏବଂ ସମୁଦାୟ ଭିତ୍ତିକ ମୁକାବିଲା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଏହି ବୈଠକର ଆୟୋଜକ ରାଜ୍ୟ ଭାବେ ଚୟନ କରାଯାଇଛି।

କାର୍ଯ୍ୟକ୍ରମର ଅଂଶ ସ୍ବରୂପ, ବ୍ରିକ୍ସ ପ୍ରତିନିଧିମାନେ ପୁରୀ ରାମଚଣ୍ଡୀଠାରେ ଓଡ୍ରାଫ୍ ଦ୍ଵାରା ଜଳ ଉଦ୍ଧାର ପ୍ରସ୍ତୁତି ଓ ମୁକାବିଲାର ଏକ ପ୍ରଦର୍ଶନୀ ଦେଖିବେ। ସେହିପରି, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ପ୍ରସ୍ତୁତି ଉପରେ ପ୍ରଦର୍ଶନୀ ମଧ୍ୟ ଦେଖିବେ। ଏଥିସହିତ ବ୍ରିକ୍ସ ପ୍ରତିନିଧିମାନେ ୟୁନେସ୍କୋର ବିଶ୍ଵ ଐତିହ୍ୟ ସ୍ଥଳ କୋଣାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେପଟେ, ବ୍ରିକ୍ସ ସମ୍ମିଳନୀକୁ ଦୃଷ୍ଟିରେ ରଖି ପୁରୀ ସହର ସମେତ କୋଣାର୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, NDMAର ସଦସ୍ୟ, ବିଭାଗୀୟ ମୁଖ୍ୟ, ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ସାମିଲ ହେବେ।

The post ପୁରୀରେ ୩-ଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆରମ୍ଭ appeared first on Sanket Tv.

ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ କଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପ୍ରତି ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟା ସମ୍ପନ୍ନ ହୋଇଛି। ହେଲେ ଏହି ବଦଳି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେଡି।

ଶିକ୍ଷକମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ନିର୍ଯାତନାକୁ ବିଜୁ ଜନତା ଦଳ କଡ଼ା ଭାଷାରେ ନିନ୍ଦା କରିଛି। ଏଥିସହ ପଦୋନ୍ନତି ତାଲିକା ବାତିଲ ଓ ନିର୍ଦ୍ଦେଶକଙ୍କ ନିଲମ୍ବନ ନେଇ ଦଳ ପକ୍ଷରୁ ଦାବି କରାଯାଇଛି।

ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, “ଶିକ୍ଷକଙ୍କର ଜୁନିଅର ସେକେଣ୍ଡାରୀ ଏଜୁକେସନ ସର୍ଭିସରୁ ସିନିଅର ସେକେଣ୍ଡାରୀ ଏଜୁକେସନ ସର୍ଭିସକୁ ପଦୋନ୍ନତି ହୋଇଥିଲା। ହେଲେ ଏଥିରେ ୨୫ ଡିସେମ୍ବର ୨୦୨୫ରେ ପ୍ରକାଶିତ ମେରିଟ ଓ ଗ୍ରେଡେସନ ତାଲିକାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି।”

“ଏଥିରେ ବହୁ ବରିଷ୍ଠ ଓ ଯୋଗ୍ୟ ଶିକ୍ଷକଙ୍କୁ ଅଣଦେଖା କରାଯାଇଛି। କନିଷ୍ଠ ଶିକ୍ଷକମାନେ ଅର୍ଥବଳ ଓ ଦୁର୍ନୀତିର ଆଶ୍ରୟ ନେଇ ପଦୋନ୍ନତି ପାଇଛନ୍ତି,” ବୋଲି ସେ ଅଭିଯୋଗ କରିଛନ୍ତି।

ଅନେକ ଶିକ୍ଷୟିତ୍ରୀଙ୍କ ବରିଷ୍ଠତା, ପାରିବାରିକ ଦାୟିତ୍ୱ ଓ ଲିଙ୍ଗଗତ ସମ୍ବେଦନଶୀଳତାକୁ ଅବହେଳା କରି ଦୂରବର୍ତ୍ତୀ ଅଞ୍ଚଳକୁ ବଦଳି କରାଯାଇଛି। ଅପରପକ୍ଷରେ ଶାସକ ବିଜେପି ସହ ସମ୍ପୃକ୍ତ କିଛି ପୁରୁଷ ଶିକ୍ଷକଙ୍କୁ ସେମାନଙ୍କ ଘର ନିକଟସ୍ଥ ଓ ସୁବିଧାଜନକ ସ୍ଥାନକୁ ବଦଳି କରାଯାଇଥିବା ଅଭିଯୋଗ ରହିଛି।

ସରକାରଙ୍କର ପ୍ରଚଳିତ ବଦଳି ନୀତି ସ୍ୱଚ୍ଛତା ଓ ନ୍ୟାୟସଙ୍ଗତାର ମୌଳିକ ନୀତିକୁ ସ୍ପଷ୍ଟ ଉଲ୍ଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ସମଗ୍ର ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। ଏହା ଫଳରେ ରାଜ୍ୟବ୍ୟାପୀ ଶିକ୍ଷକ ସମାଜ ମଧ୍ୟରେ ଗଭୀର ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି ହୋଇଛି।

ପରୀକ୍ଷା ଓ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ପରେ ବର୍ତ୍ତମାନ ବିଜେପି ସରକାର ଏକପାଖିଆ ଓ ମନମୁଖୀ ପଦୋନ୍ନତି ଏବଂ ବଦଳି କରି ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି।

ବିଜେଡିଙ୍କ ୫-ଦଫା ଦାବି

ଲେନିନ ଆହୁରି ମଧ୍ୟ କହିଛନ୍ତି:

୧. ପଦୋନ୍ନତି ତାଲିକାକୁ ବାତିଲ କରାଯାଉ।

୨. ପ୍ରକାଶିତ ଗ୍ରେଡେସନ ତାଲିକା ଓ ବରିଷ୍ଠତା ଆଧାରରେ ସ୍ୱଚ୍ଛ ଏବଂ ମେରିଟ ଭିତ୍ତିକ ପଦୋନ୍ନତି ପ୍ରକ୍ରିୟା କରାଯାଉ।

୩. ନିର୍ଯାତିତ ଶିକ୍ଷକମାନଙ୍କ ଅଭିଯୋଗର ଶୁଣାଣି କରାଯାଉ।

୪. ଦୁର୍ନୀତି ଓ ପକ୍ଷପାତିତାର ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେଉ।

୫. ନିରପେକ୍ଷ ତଦନ୍ତ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ତୁରନ୍ତ ନିଲମ୍ବନ କରାଯାଉ।

ବିଜେଡି ଶିକ୍ଷକ ସମାଜ ସହ ସଦା ଦୃଢ଼ତାର ସହିତ ଛିଡ଼ା ହୋଇ ରହିବ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନ୍ୟାୟ, ସମତା ଓ ଦାୟିତ୍ୱବୋଧ ପୁନଃ ପ୍ରତିଷ୍ଠିତ ନହେବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଜ ସ୍ୱର ଉତ୍ତୋଳନ ଜାରି ରଖିବ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।

The post ଶିକ୍ଷକ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ କଲା ବିଜେଡି appeared first on Sanket Tv.

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିବା ମହଙ୍ଗା ପଡ଼ିଲା, ବଡସାହି ବିଡିଓ ନିଲମ୍ବିତ
ବାରିପଦା (ସଂକେତ ଟିଭି): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟରେ ଚରମ ଅବହେଳା ପ୍ରଦର୍ଶନ କରିବା ମହଙ୍ଗା ପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ବନଜା ଦାସ କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ସୃଷ୍ଟି କରିବା ପରି ଅଭିଯୋଗ ହୋଇଥିଲା।

କାର୍ଯ୍ୟରେ ସାଂଘାତିକ ତ୍ରୁଟି ଏବଂ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବହେଳା କରିବା ଅଭିଯୋଗରେ ତାଙ୍କୁ ତୁରନ୍ତ ସରକାରୀ ସେବାରୁ ନିଲମ୍ବନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ, ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ସରକାରୀ ଚିଠି (ସଂଖ୍ୟା: ୩୫୮୩, ତାରିଖ: ୨ ଜୁନ୍ ୨୦୨୬) ମାଧ୍ୟମରେ ଶ୍ରୀମତୀ ବନଜା ଦାସଙ୍କ ବିରୋଧରେ ଓଡ଼ିଶା ନାଗରିକ ସେବା (OCS Rules, 1962) ଅନୁଯାୟୀ ନିଲମ୍ବନ ପ୍ରକ୍ରିୟା ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମତୀ ବନଜା ଦାସଙ୍କ ବିରୋଧରେ ଏକରୁ ଅଧିକ ସାଂଘାତିକ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଗତ ୨୩ ମଇ ୨୦୨୬ ରେ ERO/AERO ମାନଙ୍କ ପାଇଁ ଆୟୋଜିତ ଭର୍ଚୁଆଲ୍ ଟ୍ରେନିଂ ପ୍ରୋଗ୍ରାମରେ ସେ ଯୋଗ ଦେଇ ନଥିଲେ। ପୂର୍ବରୁ ସୂଚନା ମିଳିବା ସତ୍ତ୍ୱେ ସେ ଟ୍ରେନିଂ ରେ ଯୋଗ ଦେଇନଥିଲେ। କାର୍ଯ୍ୟରେ ଅନୁପସ୍ଥିତ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା, ହେଲେ ସେ କୌଣସି ଜବାବ ରଖି ନଥିଲେ। ଯାହାକି ସରକାରୀ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଥିବା ଜଣା ପଡ଼ିଥିଲା।

ମେ ମାସ ୨୬ ଓ ୨୭ ତାରିଖରେ BLO ଏବଂ BLO ସୁପରଭାଇଜର ମାନଙ୍କ ପାଇଁ ଉଦ୍ଦିଷ୍ଟ ଜରୁରୀକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସେ EROଙ୍କ ବିନା ଅନୁମତିରେ ସ୍ଥଗିତ ରଖି ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଏବଂ କୌଣସି ଅନୁମତି ନ ନେଇ ସେ ଛୁଟିରେ ରହିବା ସହ ପରବର୍ତ୍ତୀ ପ୍ରଶିକ୍ଷଣ ସମୟରେ ମଧ୍ୟ ଅନୁପସ୍ଥିତ ରହିଥିଲେ।

ରିପୋର୍ଟ ଅନୁସାରେ, ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ଏଭଳି ବାରମ୍ବାର ମନମୁଖୀ କାର୍ଯ୍ୟ ଓ ଚରମ ଶୃଙ୍ଖଳାଗତ ଅବହେଳା ଯୋଗୁଁ ବଡ଼ସାହି ବ୍ଲକରେ ଚାଲିଥିବା ‘SIR-2026’ ନିର୍ବାଚନୀ କାର୍ଯ୍ୟକ୍ରମର ସ୍ୱଚ୍ଛତା ଓ ସଠିକ୍ ସମୟସୀମା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖା ଦେଇଛି। ଫଳରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟ ସରକାର ଅନ୍ୟ ଅଧିକାରୀମାନଙ୍କ ପାଇଁ ଏକ ଶକ୍ତ ଚେତାବନୀ ଜାରି କରିଛନ୍ତି।

The post ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିବା ମହଙ୍ଗା ପଡ଼ିଲା, ବଡସାହି ବିଡିଓ ନିଲମ୍ବିତ appeared first on Sanket Tv.

ବାଲେଶ୍ଵରରେ ବିଜେଡିର ‘ନାରୀ ଅଧିକାର ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବୁଧବାର ଏକ ବିଶାଳ “ନାରୀ ଅଧିକାର ଅଭିଯାନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବାଲେଶ୍ଵର ସଦରର ସମସ୍ତ ନେତୃବୃନ୍ଦଙ୍କ ପ୍ରତିନିଧିତ୍ୱରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ବିଜେପି କରୁଥିବା ପ୍ରହସନ ବିରୁଦ୍ଧରେ ଏହି ଅଭିଯାନ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମ ଅବସରରେ ହଜାର ହଜାର ମହିଳା ଏକ ବିଶାଳ ଶୋଭାଯାତ୍ରାରେ ମିଶନ ପଡ଼ିଆରୁ ବାହାରି ଫାଣ୍ଡି ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପିନ୍ଧାଇବା ପରେ ଗାନ୍ଧୀ ସ୍ମୃତି ଭବନ ଠାରେ ପହଞ୍ଚିଥିଲେ। ସମସ୍ତେ ପ୍ଲାକାର୍ଡ଼ ଓ ଦଳୀୟ ପତାକା ଧରିବା ସହ ବିଜେପିର ମିଛ ପ୍ରଚାର ବିରୁଦ୍ଧରେ ନାରାବାଜି କରିଥିଲେ। ପରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ମୁକ୍ତ ମଞ୍ଚରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।

ଏହି “ନାରୀ ଅଧିକାର ଅଭିଯାନ” ସଭାରେ ବାଲେଶ୍ଵର ସାଂସଦ ପ୍ରାର୍ଥୀନୀ ଡ. ଲେଖାଶ୍ରୀ ସାମନ୍ତସିଂହାର ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ ମଞ୍ଚ ଆହ୍ୱାନ କରିଥିଲେ। ବାଲେଶ୍ଵର ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଛାତ୍ର ବିଜେଡିର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତନ ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାସ ଓ ଉର୍ମିଲତା ଦାସ, ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲା ପୂର୍ବତନ ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ, ନୀଳଗିରି ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ଜିଲ୍ଲା ପରିଷଦ ସୋନାଲି ବିଶ୍ଵାଳ ଓ ଅଭିମନ୍ୟୁ ଦିନ୍ଦା, ରେମୁଣା ବିଧାୟିକା ପ୍ରାର୍ଥୀନୀ ବିଦ୍ୟାସ୍ମିତା ମହାଳିକ, ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସ, କାଉନସିଲର ମୀନା ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ବିଜେପିର ମିଥ୍ୟା ପ୍ରହେଳିକା ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ।

ଗୋଟିଏ ପଟେ ନାରୀ ସଶକ୍ତିକରଣର ନାରା ଦେଉଥିବା ବେଳେ ଅପରପକ୍ଷେ ନାରୀ ନିର୍ଯ୍ୟାତନା ରୋକିବାରେ ଅପାରଗ ବିଜେପି ସରକାର ଅସଫଳ ହୋଇଥିବା ବକ୍ତାମାନେ ପ୍ରକାଶ କରିଥିଲେ। ସେହିପରି ବାଲେଶ୍ଵର ପୌର ଉପାଧ୍ୟକ୍ଷ କୈଳାଶ ସେଠୀ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, କାଉନସିଲର ମିତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ଜେନା, ଶଶୀରେଖା ମହାନ୍ତି, ସବିତା ଦାସ, କବିତା ମୁର୍ମୁ, ମୀରାଜ ବାନୋ, ସୋନିଆ ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଟାଉନ ବିଜେଡିର ସଞ୍ଜୟ ବେହେରା, ସୁବୋଧ ମହାନ୍ତି, ସେକ ଅନସର ଅଲ୍ଲୀ, ବିଶ୍ୱଜିତ ମହାପାତ୍ର, ସାକିର ଖାଁ, ସେକ ଆୟୁବ, କାର୍ତ୍ତିକ ସାହୁ, ରମେଶ ମାଝୀ, ନଳିନୀ ରଞ୍ଜନ ଦାସ, ଅତୁଲ ଶତପଥୀ, ଜଗନ୍ନାଥ ମହାରଣା, ସେକ ରାଜୁ, ରୀତିକ ଜୀ, ସେକ ଅସଲାମ, ସେକ ଆଲାମ, ଶକ୍ତିକାନ୍ତ ଜେନା, ଯୁବ ନେତା ଉମାଶଙ୍କର ତିଆଡ଼ି, ଛାତ୍ର ନେତା ହରେକୃଷ୍ଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ। ସଦର ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ନେତୃତ୍ୱ ଏବଂ ବିଜୁ ଜନତା, ମହିଳା, ଯୁବ ଓ ଛାତ୍ରର ଶତାଧିକ ନେତୃତ୍ୱ ଓ କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଟାଉନ ବିଜେଡି ସଭାପତି ମନୋଜ କୁମାର ରାଉତ ଧନ୍ୟବାଦ ଦେଇଥିଲେ। ସଭା ପରେ ନେତୃତ୍ୱମାନେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

The post ବାଲେଶ୍ଵରରେ ବିଜେଡିର ‘ନାରୀ ଅଧିକାର ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ appeared first on Sanket Tv.