News Archives - Sanket Tv

ଓଡ଼ିଶାକୁ ପୁଣି ବାତ୍ୟା ଭୟ: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
ଭୁବନେଶ୍ୱର (ସଂକେତ ଟିଭି): ପୁଣି ଓଡ଼ିଶାକୁ ବାତ୍ୟା ଭୟ ଦେଖାଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବା ଆଶଙ୍କା ରହିଛି।

ବର୍ତ୍ତମାନ ଗଲଫ୍ ଅଫ୍ ଥାଇଲାଣ୍ଡ୍ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତା ୨୦ କିମ୍ବା ୨୧ ତାରିଖ ବେଳକୁ ଆଣ୍ଡାମାନ ଓ ଏହାର ସଂଲଗ୍ନ ଅଞ୍ଚଳରେ ପହଞ୍ଚିପାରେ। ଫଳରେ ୨୩ରୁ ୨୪ ତାରିଖ ସୁଦ୍ଧା ଲଘୁଚାପ ଏବଂ ୨୪ରୁ ୨୫ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀ ବିଶ୍ୱଜିତ୍ ସାହୁ କହିଛନ୍ତି, “ବର୍ତ୍ତମାନର ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି ଏହି ସିଷ୍ଟମକୁ ଅଧିକ ଘନୀଭୂତ କରିପାରେ। ବିଭିନ୍ନ ଗ୍ଲୋବାଲ୍ ମଡେଲ୍‌ରେ ଏହା ବାତ୍ୟାରେ ପରିଣତ ହେବାର ସଙ୍କେତ ମିଳୁଥିବା କୁହାଯାଉଛି। ତେବେ ଏହାର ତୀବ୍ରତା ଓ ଗତିପଥ ନେଇ ଏବେ ଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ।”

ଏହି ସିଷ୍ଟମ୍ ତାମିଲନାଡୁ, ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ଗତି କରିପାରେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ। ତେଣୁ ବାତ୍ୟା ସୃଷ୍ଟି ଓ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ନଜର ରହିଛି।

The post ଓଡ଼ିଶାକୁ ପୁଣି ବାତ୍ୟା ଭୟ: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ appeared first on Sanket Tv.

ଝାରସୁଗୁଡ଼ାରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ବଣ୍ଟି ପ୍ରସାଦ ଆହତ
ଝାରସୁଗୁଡ଼ା (ସଂକେତ ଟିଭି): ଝାରସୁଗୁଡ଼ା ଜିଲ୍ଲାର ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ଆଜି (ସୋମବାର) ଭୋର୍ ସମୟରେ ପୋଲିସ ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସର ପାଲଟା ଗୁଳି ଚାଳନାରେ ହନୁମାନ ନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଏନକାଉଣ୍ଟରରେ ସେ ଗୁରୁତର ଆହତ ହୋଇଛି। ପୋଲିସ ତାକୁ କାବୁ କରିବା ସହିତ ତୁରନ୍ତ ଚିକିତ୍ସା ପାଇଁ ଖଳିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

ପୋଲିସ ସୂଚନା ମୁତାବକ, ଓରିଏଣ୍ଟ ଥାନା କେସ୍ ନଂ ୨୪୯/୨୦୨୬ (ଦଫା ୩୦୮(୫) ବିଏନଏସ ଏବଂ ୨୫(୧-ବି)/୨୭(୧) ଆର୍ମସ ଆକ୍ଟ) ମାମଲାରେ ପୁଲିସ ବଣ୍ଟିକୁ ଧରିବା ପାଇଁ ଖୋଜୁଥିଲା। ଆଜି ପ୍ରାତଃ ପ୍ରାୟ ୬ଟା ସମୟରେ ବଣ୍ଟି ଆମଦରା ଜଙ୍ଗଲ ନିକଟରେ ଲୁଚି ରହିଥିବା ସୂଚନା ପାଇ ଓରିଏଣ୍ଟ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା।

ପୋଲିସ ଘେରାବନ୍ଦୀ କରୁଥିବା ଦେଖି ଧରାପଡ଼ିବା ଭୟରେ ବଣ୍ଟି ପୋଲିସ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା। ପୋଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯିବା ସହ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ଖସିପଡ଼ିଥିଲା ଏବଂ ପୋଲିସ ତାକୁ କାବୁ କରିନେଇଥିଲା।

ଘଟଣା ପରେ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଛି, “ଜିଲ୍ଲାରେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମର ପ୍ରାଥମିକତା। ଅପରାଧୀ ବଣ୍ଟି ପ୍ରସାଦ ପୋଲିସ ଟିମ୍ ଉପରକୁ ସିଧାସଳଖ ଗୁଳି ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିଲା। ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୋଲିସ ବାଧ୍ୟ ହୋଇ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଛି। ଝାରସୁଗୁଡ଼ାରେ ସଙ୍ଗଠିତ ଅପରାଧ ଏବଂ ବେଆଇନ ମାରଣାସ୍ତ୍ର କାରବାର ବିରୋଧରେ ଆମର ଜିରୋ ଟଲରାନ୍ସ ନୀତି ରହିଛି। ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।”

ଏସପି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଓ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସମଗ୍ର ନେଟୱାର୍କର ଚେର ଖୋଜାଯିବ। ବଣ୍ଟି ନାଁରେ ୧୭ଟି ସଙ୍ଗୀନ ଅପରାଧିକ ମାମଲା ରହିଛି। ପୋଲିସ ରେକର୍ଡ ଅନୁଯାୟୀ, ବଣ୍ଟି ପ୍ରସାଦ ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଏବଂ ବେଆଇନ ବନ୍ଧୁକ କାରବାର ଘଟଣାରେ ମାମଲା ରହିଛି।

ପୋଲିସ ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରିଛି। ଏନକାଉଣ୍ଟର ପରେ ସମଗ୍ର ବ୍ରଜରାଜନଗର ଓ ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ଜାରି ରହିଛି।

The post ଝାରସୁଗୁଡ଼ାରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ବଣ୍ଟି ପ୍ରସାଦ ଆହତ appeared first on Sanket Tv.

ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ-ନାତୁଣୀଙ୍କ ମୃତ୍ୟୁ, ୩ ଗୁରୁତର
ଭଦ୍ରକ(ସଂକେତ ଟିଭି): ଭଦ୍ରକ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଖଡ଼ଗପୁର ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଉଛନ୍ତି ନାତୁଣୀ ଖୁସି ଗୁରୁ ଏବଂ ଆଈ ମାଳତୀ ଦଣ୍ଡପାଟ। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି (ସୋମବାର) ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଆମ୍ବୁଲାନ୍ସରୁ ମୃତ ଏବଂ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କ ମଧ୍ୟରୁ ଜଣେ କହିବା ଅନୁସାରେ, ନାତୁଣୀର ଚିକିତ୍ସା ପାଇଁ ସେମାନେ ପଶ୍ଚିମବଙ୍ଗର ଖଡ଼ଗପୁରରୁ ଓଡ଼ିଶାର କଟକ ଏସସିବି ମେଡିକାଲ କଲେଜକୁ ଆସୁଥିଲେ। ଆମ୍ବୁଲାନ୍ସଟି ଭଦ୍ରକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ପ୍ରଥମେ ଏକ ବୋଲେରୋକୁ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା।

ଆମ୍ବୁଲାନ୍ସରେ ଆଈ ମାଳତୀ, ପୁଅ ଓ ବୋହୂ ଏବଂ ଅସୁସ୍ଥ ନାତୁଣୀ ଖୁସି ଥିଲେ। ସେମାନେ ଖଡ଼ଗପୁରରୁ କଟକ ବଡ଼ ମେଡିକାଲକୁ ଆସୁଥିଲେ। ଖୁସିକୁ ଭଲ କରିବାକୁ ଏତେ ଦୂର ଆସୁଥିବା ବେଳେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କ ଜୀବନ ଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଦୁର୍ଘଟଣା ସଂପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସପିଟାଲ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହିତ ଆମ୍ବୁଲାନ୍ସ ଡ୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି।

The post ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ-ନାତୁଣୀଙ୍କ ମୃତ୍ୟୁ, ୩ ଗୁରୁତର appeared first on Sanket Tv.

ପୁରୀରେ ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ଫଟୋକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର (ସଂକେତ ଟିଭି): ସାଧାରଣ ନିର୍ବାଚନ ୨୦୨୪ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି ନେତାଙ୍କ ସହ ଫଟୋ ଉଠାଇବା ପରେ ଏଭଳି ପ୍ରଶ୍ନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ରାଜ୍ୟରେ ନୂଆ ରାଜ୍ୟପାଳ ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରେ ପାଣ୍ଡିଆନଙ୍କ ଆବିର୍ଭାବ ଅନେକ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି।

୨୦୨୪ ଜୁନ ମାସ ପରଠାରୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଛନ୍ତି। କିନ୍ତୁ ପ୍ରଚ୍ଛଦପଟରେ ରହି ପାଣ୍ଡିଆନ ବିଜେଡିକୁ ପରିଚାଳନା କରୁଥିବା ବିଜେଡିର ଅନେକ ନେତା ଅତୀତରେ ଅଭିଯୋଗ କରିଛନ୍ତି। ପତ୍ନୀ ସୁଜାତାଙ୍କୁ ବିଜେଡି ରାଜନୀତିରେ ଏଣ୍ଟ୍ରି କରାଇବାରେ ପାଣ୍ଡିଆନଙ୍କ ହାତ ଥିବା କୁହାଯାଏ। ଦଳ ଭିତରେ ଓ ବାହାରେ ହେଉଥିବା ଏହି ଚର୍ଚ୍ଚାରେ ସତ୍ୟତା ଥିବା ଶନିବାର ପାଣ୍ଡିଆନଙ୍କ ପୁରୀ ଗସ୍ତରୁ ସ୍ପଷ୍ଟ ହେବାରେ ଲାଗିଛି।

ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ଯୁବ ଓ ଛାତ୍ର ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ ସ୍ଥାନୀୟ ବିଜେଡି ନେତାଙ୍କ ସହ ଫଟୋ ଉଠାଇଥିଲେ। ତେବେ ଏହି ସମୟରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

୨୦୨୪ ନିର୍ବାଚନ ପରେ ପାଣ୍ଡିଆନ ରାଜନୀତିରୁ ଅବସର ଘୋଷଣା କରିଥିଲେ। ଏହାପରଠାରୁ ବିଜେଡି ନେତାଙ୍କ ସହ ତାଙ୍କର ଏଭଳି ଖୋଲାଖୋଲି ଫଟୋ ସାମ୍ନାକୁ ଆସିନଥିଲା। ଏବେ ଶ୍ରୀମନ୍ଦିରରେ ଦର୍ଶନ ଏବଂ ଦଳୀୟ ନେତାଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣର ଆଲୋଚନା ଆରମ୍ଭ ହୋଇଛି। ବିଶେଷ କରି ସମ୍ପ୍ରତି ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଂଗଠନର ପ୍ରଦର୍ଶନ ପରେ ପାଣ୍ଡିଆନଙ୍କ ଏହି ଉପସ୍ଥିତିକୁ ଅନେକ ଦିଗରୁ ଗୁରୁତ୍ୱ ବହନ କରୁଛି। ବିଜେଡିର ସାଂଗଠନିକ କାର୍ଯ୍ୟକଳାପରେ ସେ ପୁଣି ଭୂମିକା ନେବେ କି, ନା ଏହା କେବଳ ଏକ ଧାର୍ମିକ ଗସ୍ତ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ରାଜନୀତିକୁ ଫେରିବା ନେଇ ପାଣ୍ଡିଆନଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ସହ ସାକ୍ଷାତ ସମ୍ପର୍କରେ ଲେଖିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ଭି.କେ. ପାଣ୍ଡିଆନ ଶ୍ରୀମନ୍ଦିର ଆସିଥିବା ଅବସରରେ ସାକ୍ଷାତ କରିବା ସହ ସ୍ୱାଗତ ଜଣାଇଲୁ। ମହାପ୍ରଭୁଙ୍କ ପବିତ୍ର ଧାମରେ ଏହି ଆତ୍ମୀୟ ସାକ୍ଷାତ ଆମ ପାଇଁ ଏକ ନିଆରା ଅନୁଭୂତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ତାଙ୍କର ଅପାର କରୁଣା ଓ ଆଶୀର୍ବାଦ ପ୍ରଦାନ କରନ୍ତୁ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଭକ୍ତିଭାବରେ ପରିପୂର୍ଣ୍ଣ ହେଉ। ମହାପ୍ରଭୁଙ୍କ ଇଚ୍ଛା ହିଁ ସର୍ବୋପରି।”

ପାଣ୍ଡିଆନଙ୍କ ଏହି ଗସ୍ତ ଓ ଫଟୋକୁ ନେଇ ବିଜେଡିର ଆଗାମୀ ରାଜନୈତିକ ରଣନୀତି ସମ୍ପର୍କରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପାଣ୍ଡିଆନଙ୍କର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

The post ପୁରୀରେ ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ଫଟୋକୁ ନେଇ ଚର୍ଚ୍ଚା appeared first on Sanket Tv.

ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ଡକ୍ଟର ବ୍ରଜ ମୋହନ ରାମ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ୪୪ତମ ରାଜ୍ୟପାଳ ଭାବେ ଡକ୍ଟର ବ୍ରଜ ମୋହନ ରାମ ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନର ଅଭିଷେକ ହଲରେ ଆୟୋଜିତ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଛନ୍ତି।

ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ, ବିଜେପିର ବରିଷ୍ଠ ନେତା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ରାଜ୍ୟପାଳଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସୁରେଶ ପୂଜାରୀ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୧୨ ତାରିଖରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ। ସେ ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା।

୧୯୫୮ ମସିହା ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ଲାତେହାର ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାରେ ତାଙ୍କର ଜନ୍ମ। ସେ ଲୋହରଦଗାର ବି.ଏସ୍. କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି। ୧୯୯୧ ମସିହାରେ ଲାତେହାର ବିଧାନସଭା ଆସନରୁ ନିର୍ବାଚିତ ହୋଇ ତାଙ୍କର ବିଧାନସଭା ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା, ସେତେବେଳେ ଝାଡ଼ଖଣ୍ଡ ଅବିଭକ୍ତ ବିହାରର ଅଂଶ ଥିଲା।

ଏହାପରେ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ ଲଗାତାର ତିନି ଥର ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ପର୍ଯ୍ୟନ୍ତ ସେ ଲୋକସଭା ସଦସ୍ୟ ରହିଥିଲେ। ସାଂସଦ ଥିବା ସମୟରେ ସେ ଗୃହ ବ୍ୟାପାର, ଶକ୍ତି, ପରିବହନ ଓ ପର୍ଯ୍ୟଟନ ସମେତ ବିଭିନ୍ନ ସଂସଦୀୟ କମିଟିରେ କାର୍ଯ୍ୟ କରିଛନ୍ତି। ଏହାସହ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାରେ ମଧ୍ୟ ସାଂଗଠନିକ ଦାୟିତ୍ୱ ତୁଲାଇଛନ୍ତି।

ଦୀର୍ଘ ରାଜନୈତିକ ଅଭିଜ୍ଞତା ଥିବା ବ୍ରଜ ମୋହନ ରାମ ଏବେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶିକ୍ଷା, ବେକାରୀ ସମସ୍ୟା, କୃଷକଙ୍କ ସମସ୍ୟା ଏବଂ ରାଜ୍ୟର ବିକାଶକୁ ପ୍ରାଥମିକତା ଦେବେ ବୋଲି ସେ ପୂର୍ବରୁ କହିଛନ୍ତି।

The post ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ଡକ୍ଟର ବ୍ରଜ ମୋହନ ରାମ appeared first on Sanket Tv.

ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ୬୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ୩ ଗିରଫ
ଢେଙ୍କାନାଳ (ସଂକେତ ଟିଭି): ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଆର୍ଥିକ ଅନିୟମିତତାର ପର୍ଦ୍ଦାଫାସ ହୋଇଛି। ପ୍ରାୟ ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀ ସୁଜିତ କୁମାର ଜେନା ଏବଂ ତାଙ୍କର ଦୁଇ ସହଯୋଗୀ ସୌମ୍ୟରଞ୍ଜନ ବେହେରା ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି।

୨୦୧୬ରୁ ୨୦୨୬ ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ଯାଞ୍ଚରୁ ସରକାରୀ ଅର୍ଥ ହଡ଼ପର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସୁଜିତ ନିଜ ପଦବୀର ଅପବ୍ୟବହାର କରି ଚାକିରିରୁ ବହିଷ୍କୃତ ଓ ଫେରାର କର୍ମଚାରୀଙ୍କ ଦରମା, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା, ଅସ୍ଥାୟୀ ପେନସନ୍, କର୍ମଚାରୀଙ୍କ ବକେୟା ଦରମା, କାର୍ଯ୍ୟାଳୟର ଖର୍ଚ୍ଚ ଓ ଜାଲ୍ ଯାତ୍ରା ଭତ୍ତା ବିଲ୍ ଜରିଆରେ ସରକାରୀ ଅର୍ଥକୁ ବିଭିନ୍ନ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଇଥିବା ଜଣାପଡ଼ିଛି।

ତଦନ୍ତରୁ ଜଣାପଡ଼ିଛି ଯେ ସୁଜିତଙ୍କ ମା’ଙ୍କ ବ୍ୟାଙ୍କ ଖାତାକୁ ୮ ଲକ୍ଷ ୭୨ ହଜାର ୫୨୦ ଟଙ୍କା, ସୌମ୍ୟରଞ୍ଜନ ବେହେରାଙ୍କ ଖାତାକୁ ୧୦ ଲକ୍ଷ ୪୮ ହଜାର ୮୬୬ ଟଙ୍କା ଏବଂ ରଶ୍ମିରଞ୍ଜନ ସ୍ୱାଇଁଙ୍କ ଖାତାକୁ ୮ ଲକ୍ଷ ୮୬ ହଜାର ୧୯୩ ଟଙ୍କା ପଠାଯାଇଥିଲା।

ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତମାନେ ଦୀର୍ଘ ସମୟ ଧରି ଗିରଫଦାରି ଏଡ଼ାଇ ଚାଲିଥିଲେ। ତେବେ ବୈଷୟିକ ତଥ୍ୟ ଓ ମୋବାଇଲ୍ ଲୋକେସନ୍ ଆଧାରରେ ଭିଜିଲାନ୍ସ ସେମାନଙ୍କୁ ଠାବ କରି ଗିରଫ କରିଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଗିରଫ ତିନି ଅଭିଯୁକ୍ତଙ୍କୁ ଢେଙ୍କାନାଳର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି। ଏହି ଅର୍ଥ ହଡ଼ପରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

The post ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ୬୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ୩ ଗିରଫ appeared first on Sanket Tv.

ଓଡ଼ିଶାରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶନିବାର ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ନବନିଯୁକ୍ତ ରାଜ୍ୟପାଳଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ମନ୍ତ୍ରୀ ଏବଂ ବିଧାୟକମାନେ।

ବିମାନବନ୍ଦରରୁ ସିଧା ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଲୋକଭବନକୁ ଯାଇଥିଲେ ଏବଂ ସେଠାରୁ ସନ୍ଧ୍ୟା ସମୟରେ ସପରିବାରେ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ।

ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ନୂତନ ରାଜ୍ୟପାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଗସ୍ତ ସମୟରେ ଏକ ସ୍ୱତନ୍ତ୍ର ତଥା ଭାବପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ୯୨ ବର୍ଷୀୟା ବୃଦ୍ଧା ମା’ ମଧ୍ୟ ତାଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଚାଲିବାରେ ଅସମର୍ଥ ଥିବାରୁ ପରିବାର ଲୋକେ ତାଙ୍କୁ କାନ୍ଧରେ ବୋହି ଶ୍ରୀମନ୍ଦିର ଭିତରକୁ ନେଇଥିଲେ।

ଅରୁଣ ସ୍ତମ୍ଭ ନିକଟରେ ପ୍ରଣାମ କରିବା ପରେ ରାଜ୍ୟପାଳ ସପତ୍ନୀକ ଶ୍ରୀମନ୍ଦିର ଗର୍ଭଗୃହକୁ ଯାଇ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିବା ସହ ମା’ ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ନୀତି ଓ ସୁରକ୍ଷା ପ୍ରଶାସକ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ଦର୍ଶନ ସାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବନିଯୁକ୍ତ ରାଜ୍ୟପାଳ କହିଛନ୍ତି ଯେ, “ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଶପଥ ଗ୍ରହଣ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାର ଇଚ୍ଛା ଥିଲା, ଯାହା ଆଜି ସଫଳ ହୋଇଛି। ଆସନ୍ତାକାଲି ଶପଥ ଗ୍ରହଣ ପରେ କାର୍ଯ୍ୟଭାର ସମ୍ଭାଳିବି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ପାଇଁ ସମସ୍ତଙ୍କ ସହ ମିଶି କାର୍ଯ୍ୟ କରିବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି।”

The post ଓଡ଼ିଶାରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ appeared first on Sanket Tv.

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ନଗଦ ୨୧ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର (ସଂକେତ ଟିଭି): ଭିଜିଲାନ୍ସ ସ୍କାନରରେ ଫସିଲେ ଆଉ ଜଣେ ସରକାରୀ ବାବୁ। ନଗଦ ୭.୨୮ ଲକ୍ଷ ଟଙ୍କା ସହ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ ବିଭାଗ। ଗତରାତିରେ (ଶୁକ୍ରବାର) ଭୁବନେଶ୍ୱର ଏଜି ଛକ ନିକଟରେ ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରସନଜିତ ଦାସଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ସେ ବୋଲେରୋ ଗାଡ଼ିରେ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଧରି ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା।

ମହାନଦୀ ଉତ୍ତର ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରସନଜିତ ଦାସଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଭୁବନେଶ୍ୱର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହ କାବୁ କରିଥିଲା। ଏହି ଟଙ୍କା ବିଷୟରେ ପଚରାଉଚରା କରାଯିବାରୁ ପ୍ରସନଜିତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ଭିଜିଲାନ୍ସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା (ନଂ.୨୪/୨୦୨୬) ରୁଜୁ କରାଯାଇଛି।

ଆଜି (ଶନିବାର) ପ୍ରସନଜିତଙ୍କ ଭୁବନେଶ୍ୱର ଘାଟିକିଆ ସ୍ଥିତ ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି। ସେହିପରି ବରଗଡ଼ସ୍ଥିତ ପୈତୃକ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଘାଟିକିଆସ୍ଥିତ ଫ୍ଲାଟରୁ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଟିମ୍, ପ୍ରସନଜିତଙ୍କୁ ଅଟକ ରଖିବା ସହିତ ଜବତ ହୋଇଥିବା ଟଙ୍କା ନେଇ ପଚରାଉଚରା କରୁଛି। ମୋଟ୍ ଜବତ ଟଙ୍କା ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାରେ ପହଞ୍ଚିଛି। ପ୍ରସନଜିତ କୌଣସି ବ୍ୟକ୍ତିଙ୍କଠାରୁ ଲାଞ୍ଚ ଆକାରରେ ଏହି ଟଙ୍କା ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ସନ୍ଦେହ କରୁଛି। ଭିଜିଲାନ୍ସ ଟିମ୍ ଯାଞ୍ଚ ଜାରି ରଖିଥିବା ବେଳେ, ଆହୁରି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି।

ସେପଟେ ଗତକିଛି ଦିନ ତଳେ ଜମି କିସମ ବଦଳାଇବାକୁ ନେଇ ତିନି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ସଂପୃକ୍ତ ଆରଆଇଙ୍କୁ ବାନ୍ଧିଥିଲା। ସଇଁନ୍ତଲା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଚାଷ ଜମିକୁ ଘରବାରି କିସମର ବଦଳାଇବା ପାଇଁ ଅନଲାଇନରେ ଆବେଦନ କରିଥିଲେ। ଏହି କାମ କରାଇଦେବା ପାଇଁ ଅଧିକାରୀ ଉପୁରି ମାଗି ଭିଜିଲାନ୍ସ ଜାଲରେ ଫସିଥିଲେ।

The post ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ନଗଦ ୨୧ ଲକ୍ଷ ଟଙ୍କା ଜବତ appeared first on Sanket Tv.

ଓଡ଼ିଶା ଗସ୍ତ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଶୁଭ ଉଦ୍ଘାଟନ କରି ଫେରିଯିବେ।

ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ, ଭାରତୀୟ ରିଜର୍ଭ ବ୍ୟାଙ୍କର ପଦାଧିକାରୀ ଓ ସଂପୃକ୍ତ ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ବୈଠକରେ ଉପସ୍ଥିତ ଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ ମୟୁରଭଞ୍ଜ ଏବଂ ଏସ୍ପି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଗୃହ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରାଇଥିଲେ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ୨୫ ଅକ୍ଟୋବର ୨୦୨୬ ଅପରାହ୍ନରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୂର୍ଯ୍ୟାସ୍ତ ପୂର୍ବରୁ ଖୋର୍ଦ୍ଧା ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଖୋର୍ଦ୍ଧା ଠାରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଆରବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବେ। ସେଠାରେ ପ୍ରଧାନମନ୍ତ୍ରୀଙ୍କର ପ୍ରାୟ ୧ ଘଣ୍ଟା କାର୍ଯ୍ୟକ୍ରମ ରହିଛି। ଏହା ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସଂଧ୍ୟାରେ ଫେରିଯିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ସୁରକ୍ଷା ବ୍ୟବସ୍ଥା, କାର୍କେଡ ପ୍ଲାନ୍, ଜରୁରୀ କାଳୀନ ଚିକିତ୍ସା ସେବା, ଆବଶ୍ୟକ ସଡ଼କ ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଓ ପାନୀୟ ଜଳ ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, ଗଣମାଧ୍ୟମକୁ ସମ୍ବାଦ ସରବରାହ ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ଯୋଗ ଦେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ୨୮ ତାରିଖ ପୂର୍ବାହ୍ନରେ ପହଞ୍ଚି ଦାଣ୍ଡବୋଶ ଏୟାର ପୋର୍ଟରୁ ସଡ଼କ ପଥରେ ଯାଇ ମୟୁରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିବେ। ସେଦିନ ଅପରାହ୍ନରେ ରାଷ୍ଟ୍ରପତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଅକ୍ଟୋବର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇଥିବା ଅଧିକାରୀ, ଷ୍ଟାଫ ଓ ହିତାଧିକାରୀଙ୍କୁ ସାକ୍ଷାତ କରିବେ।

୨୮ ତାରିଖ ଅପରାହ୍ନରେ କଚେରୀ ରୋଡ୍, ରାଇରଙ୍ଗପୁରରେ ରାଷ୍ଟ୍ରପତି ଏକ ଜନ ସମାବେଶରେ ଯୋଗଦେଇ ଆଭାସୀ ମାଧ୍ୟମରେ ଆଇଆଇଏଫଏମ୍ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେଷ୍ଟ ମ୍ୟାନେଜମେଣ୍ଟ) କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଆହୁରି ମଧ୍ୟ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ମଞ୍ଜୁରୀ ହୋଇଥିବା ‘ପ୍ରସାଦ’ ଯୋଜନାରେ ମା’ କୀଚକେଶ୍ୱରୀ ମନ୍ଦିର, ଖିଚିଂର ପୁନରୁଦ୍ଧାର ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ। ୨୮ ତାରିଖରେ ରାଷ୍ଟ୍ରପତି ମଧ୍ୟ ନବ ନିର୍ମିତ ରାଇରଙ୍ଗପୁର ଓ ବାଦାମ ପାହାଡ଼ ‘ଅମୃତ ଭାରତ’ ରେଲୱେ ଷ୍ଟେସନର ଉଦ୍ଘାଟନ କରିବା ସହିତ ରାଇରଙ୍ଗପୁର ଠାରେ ଗୋଶାଳା ଏବଂ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ କୋଠାର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।

୨୯ ତାରିଖ ସକାଳେ ରାଷ୍ଟ୍ରପତି ସ୍ପୋର୍ଟସ କମ୍ପ୍ଲେକ୍ସ, ରାଇରଙ୍ଗପୁର, ବହୁମୁଖୀ-ଦକ୍ଷତା ବିକାଶ କେନ୍ଦ୍ର ଏବଂ ଗୋରୁ ମହିଷାଣୀ ଇଷ୍ପାତ କଲେଜ ପରିଦର୍ଶନ କରିବେ। ପରେ ରାଇରଙ୍ଗପୁର ଟାଉନ ହଲ ଠାରେ ସ୍ୱାସ୍ଥ୍ୟ ବିଭାଗ ସଂପର୍କିତ ଆଲୋଚନା, ସଭା ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ସେଦିନ ଅପରାହ୍ନରେ ଫେରିଯିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗୀୟ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ଉଭୟ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସମସ୍ତ ସଚିବ ଓ ଅଧିକାରୀମାନଙ୍କୁ ଉଭୟ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀର ପ୍ରତ୍ୟେକ କାର୍ଯ୍ୟକୁ ନିର୍ଭୁଲ ଭାବେ ପରିଚାଳନା, ବ୍ୟକ୍ତିଗତ ଭାବେ ତଦାରଖ, ଅନୁଧ୍ୟାନ ଓ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ବୈଠକରେ ସୂଚନା ଦିଆଯାଇଛି।

The post ଓଡ଼ିଶା ଗସ୍ତ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ appeared first on Sanket Tv.

ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ପୂଜା ଭେଟି: ୬ ମାସର ସମ୍ମାନ ରାଶି ମଞ୍ଜୁର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି । ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ପାଇଁ ମଞ୍ଜୁରି ହୋଇଛି ।

ସୂଚନାଯୋଗ୍ୟ ଯେ, ୦୧.୦୪.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ପିଛିଲା ଭାବେ ୬ ମାସର ଏହି ସମ୍ମାନ ରାଶି ପ୍ରଦାନ କରାଯିବ । ସରପଞ୍ଚମାନେ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚମାନେ ୪ ହଜାର ଟଙ୍କା ଲେଖାଏଁ ଏହି ସମ୍ମାନ ରାଶି ପାଇବେ ।

ରାଜ୍ୟର ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ବିକାଶରେ ନିୟୋଜିତ ଜନପ୍ରତିନିଧିଙ୍କୁ ଆର୍ଥିକ ସମ୍ମାନ ପ୍ରଦାନ ଦିଗରେ ଏହି ଅର୍ଥ ମଞ୍ଜୁରୀ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ, ଗତ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ପ୍ରଦାନ କରାଯିବ । ଏହି ଅବଧି ପାଇଁ ପ୍ରତ୍ୟେକ ସରପଞ୍ଚ ୧୦ ହଜାର ଟଙ୍କା ଏବଂ ପ୍ରତ୍ୟେକ ନାଏବ ସରପଞ୍ଚ ୪ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପାଇବେ ।

The post ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ପୂଜା ଭେଟି: ୬ ମାସର ସମ୍ମାନ ରାଶି ମଞ୍ଜୁର appeared first on Sanket Tv.