Sports Archives - Sanket Tv

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ଓପନର୍ ଡେଭିଡ୍ ୱାର୍ଣ୍ଣର ଗିରଫ୍
ସିଡନୀ (ସଂକେତ ଟିଭି): ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ଓପନର୍ ଡେଭିଡ୍ ୱାର୍ଣ୍ଣର ବର୍ତ୍ତମାନ ଏକ ବଡ଼ ବିବାଦରେ ଫସିଯାଇଛନ୍ତି। ମଦ ପିଇ ଗାଡ଼ି ଚଲାଉଥିବା ଅଭିଯୋଗରେ ତାଙ୍କୁ ସିଡନୀରେ ପୋଲିସ ଗିରଫ୍ କରିଛି। ବର୍ତ୍ତମାନ ସେ ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ଖେଳିବା ପାଇଁ ପାକିସ୍ତାନ ଫେରିଥିଲେ ମଧ୍ୟ, ମେ’ ୭ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ସିଡନୀର ମାରୁବ୍ରା ଅଞ୍ଚଳରେ ପୋଲିସ ‘ବ୍ରେଥ୍ ଟେଷ୍ଟିଂ’ ଅର୍ଥାତ୍ ମଦ୍ୟପାନ ଯାଞ୍ଚ ଚଳାଉଥିଲା। ଏହି ସମୟରେ ୱାର୍ଣ୍ଣର ନିଜ ଗାଡ଼ିରେ ସେହି ବାଟ ଦେଇ ଯାଉଥିଲେ। ପୋଲିସ ଚେକ୍-ପୋଷ୍ଟ ଦେଖିବା ପରେ ସେ ତାଙ୍କ ଗାଡ଼ିକୁ କିଛି ଦୂରରେ ଅଟକାଇ ପାର୍କିଂ କରିଦେଇଥିଲେ। ଏହି ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଟ୍ରାଫିକ୍ ପୋଲିସ ଅଧିକାରୀମାନେ ତାଙ୍କ ପାଖକୁ ଯାଇ ଯାଞ୍ଚ କରିଥିଲେ।

ଯାଞ୍ଚରୁ ଜଣାପଡ଼ିଥିଲା ଯେ ୩୯ ବର୍ଷୀୟ ୱାର୍ଣ୍ଣର ନିର୍ଦ୍ଧାରିତ ସୀମାଠାରୁ ପ୍ରାୟ ଦୁଇଗୁଣା ଅଧିକ ମଦ୍ୟପାନ କରିଥିଲେ। ପୋଲିସ ଷ୍ଟେସନରେ ହୋଇଥିବା ପରୀକ୍ଷାରୁ ତାଙ୍କ ରକ୍ତରେ ଆଲକୋହଲର ମାତ୍ରା ୦.୧ ମିଳିଥିଲା। ଏହାପରେ ତାଙ୍କୁ ଗିରଫ୍ କରାଯାଇଥିଲା। ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ଏହି ଘଟଣାର ସତ୍ୟତା ସ୍ୱୀକାର କରିବା ସହ ୱାର୍ଣ୍ଣରଙ୍କୁ ମେ’ ୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।

ୱାର୍ଣ୍ଣର ବର୍ତ୍ତମାନ ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ୨୦୨୬ରେ ‘କରାଚି କିଙ୍ଗସ’ର ଅଧିନାୟକତ୍ୱ କରୁଛନ୍ତି। ମ୍ୟାଚ୍ ମଝିରେ କିଛି ଦିନର ବ୍ରେକ୍ ଥିବାରୁ ସେ ନିଜ ଘର ଅଷ୍ଟ୍ରେଲିଆକୁ ଫେରି ଯାଇଥିଲେ। ଆସନ୍ତା ଏପ୍ରିଲ ୯ ତାରିଖରେ ପେଶାୱାର ଜାଲମି ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେ ଦଳର ନେତୃତ୍ୱ ନେବେ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ସେ ହଠାତ୍ ଅବସର ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। କ୍ରିକେଟ୍ ପଡ଼ିଆରୁ ବିଦାୟ ନେବା ପରେ ବର୍ତ୍ତମାନ ସେ ମିଡିଆ ଓ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ରେ ବ୍ୟସ୍ତ ରହିଛନ୍ତି।

ଡେଭିଡ୍ ୱାର୍ଣ୍ଣର୍ ୨୦୨୪ ଟି-୨୦ ବିଶ୍ୱକପ୍ ପରେ ଅବସର ଗ୍ରହଣ କରି ଅଷ୍ଟ୍ରେଲିଆର ଜଣେ ସର୍ବକାଳୀନ ଶ୍ରେଷ୍ଠ ଓପନର୍ ଭାବେ ନିଜର ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ସମାପ୍ତ କରିଛନ୍ତି। ସେ ପ୍ରାୟ ୧୯,୦୦୦ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିବା ସହ ୪୯ଟି ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ୨୦୧୫ ଓ ୨୦୨୩ ଦିନିକିଆ ବିଶ୍ୱକପ୍ ବିଜୟ ତଥା ୨୦୨୧ ଟି-୨୦ ବିଶ୍ୱକପ୍ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ୱାର୍ଣ୍ଣର୍ ୮,୭୮୬ ଟେଷ୍ଟ ରନ୍ ଏବଂ ୬,୯୩୨ ଦିନିକିଆ ରନ୍ କରିଛନ୍ତି, ଯାହା ତାଙ୍କୁ କ୍ରିକେଟ୍ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

The post ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ଓପନର୍ ଡେଭିଡ୍ ୱାର୍ଣ୍ଣର ଗିରଫ୍ appeared first on Sanket Tv.

ବିଜେପିରେ ସାମିଲ ହେଲେ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତର ପୂର୍ବତନ ଟେନିସ୍ ତାରକା ତଥା ମହାନ ଖେଳାଳି ଲିଆଣ୍ଡର ପେସ୍ ମଙ୍ଗଳବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ଏବଂ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦଳବଦଳ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ, ଲିଆଣ୍ଡର ପେସଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ତାଙ୍କ ବିଜେପିରେ ଯୋଗଦାନ ଏକ ଉତ୍ସବ ପାଳନ କରିବାର ମୁହୂର୍ତ୍ତ ବୋଲି ମତ ଦେଇ ରିଜିଜୁ ସ୍ପଷ୍ଟ ଅନୁମାନ ପ୍ରକଟ କରିଛନ୍ତି ଯେ, ଲିଆଣ୍ଡର ବିଜେପି ପ୍ଲାଟଫର୍ମରେ ଏକ ବଡ଼ ଇନିଂସ ଖେଳିବେ। ସେ ଆହୁରି କହିଛନ୍ତି ଯେ, ଲିଆଣ୍ଡରଙ୍କ ଯୋଗଦାନ ଖେଲୋ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ଗତି ଦେବ।

ଉଲ୍ଲେଖଯୋଗ୍ୟ, ୧୯୯୬ ମସିହାରେ ଆଟଲାଣ୍ଟା ଅଲିମ୍ପିକ୍ସରେ ୪୪ ବର୍ଷ ପରେ ଭାରତ ପାଇଁ ଟେନିସ୍ରେ ପ୍ରଥମ ପଦକ ଜିତି ଲିଆଣ୍ଡର ପେସ୍ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ସେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲେ। ତେବେ ରାଜନୀତିରେ ସେ ନୂଆ ନୁହଁନ୍ତି। ୨୦୨୧ ମସିହାରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେ ନିଜେ କୌଣସି ନିର୍ବାଚନ ଲଢ଼ି ନଥିଲେ।

ଗତ କିଛି ଦିନ ଧରି ଲିଆଣ୍ଡର ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ଥିଲେ। ସେ କୋଲକାତାରେ ବିଜେପିର ଅନେକ ଟପ୍ ନେତାଙ୍କୁ ଭେଟିବା ସହ ଦଳୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳୀୟ ଟିକେଟ୍ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

The post ବିଜେପିରେ ସାମିଲ ହେଲେ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ appeared first on Sanket Tv.

ଡିସେମ୍ବର ୨୪ରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର ଆସିଛି। ଆସନ୍ତା ଡିସେମ୍ବର ୨୪ରେ କଟକର ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଦୁଲୁକିବ। ବିଶ୍ୱବିଜେତା ଭାରତୀୟ ଦଳ ଏହି ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଆସନ୍ତା ଘରୋଇ ସିଜିନ୍ ୨୦୨୬-୨୭ ପାଇଁ ସୂଚୀ ପ୍ରକାଶ କରିଛି।

ଆଗାମୀ ଘରୋଇ ସିଜିନ୍ ଅତ୍ୟନ୍ତ ରୋମାଞ୍ଚକର ହେବ। ଏଥିରେ ଚାରିଟି ଭ୍ରମଣକାରୀ ଦଳ – ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବେ। ଦେଶର ୧୭ଟି ସହରରେ ସମୁଦାୟ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ, ଯାହା ପ୍ରଶଂସକମାନଙ୍କୁ ହାଇ ଭୋଲ୍ଟେଜ୍ କ୍ରିକେଟ୍ ଉପହାର ଦେବ।

ଏହି ସିଜିନ୍ ୨୭ ସେପ୍ଟେମ୍ବର, ୨୦୨୬ରୁ ୱେଷ୍ଟଇଣ୍ଡିଜ୍ ଗସ୍ତ ମାଧ୍ୟମରେ ଆରମ୍ଭ ହେବ। ଏହି ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ତ୍ରିଭେନ୍ଦ୍ରମ, ଗୌହାଟୀ ଏବଂ ନ୍ୟୁ ଚଣ୍ଡିଗଡ଼ରେ ଏକଦିବସୀୟ ମ୍ୟାଚ୍ ଆୟୋଜନ ହେବ। ଲକ୍ଷ୍ନୌ, ରାଞ୍ଚି, ଇନ୍ଦୋର, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଟି-୨୦ ମ୍ୟାଚ୍ ଖେଳାଯିବ।

ଡିସେମ୍ବର ୨୦୨୬ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଏକଦିବସୀୟ ଓ ତିନୋଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆୟୋଜନ କରିବ। ଏକଦିବସୀୟ ସିରିଜ୍ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ଖେଳାଯିବ। ଟି-୨୦ ସିରିଜ୍ର ମ୍ୟାଚ୍ ଗୁଡ଼ିକ ରାଜକୋଟ, କଟକ (ବାରବାଟୀ) ଏବଂ ପୁଣେରେ ଅନୁଷ୍ଠିତ ହେବ।

ନୂତନ ବର୍ଷ ୨୦୨୭ ଆରମ୍ଭରେ ଜିମ୍ବାୱେ ଭାରତ ଗସ୍ତରେ ଆସି ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବ। ଏହି ମ୍ୟାଚ୍ ଗୁଡ଼ିକ କୋଲକାତା, ହାଇଦ୍ରାବାଦ ଏବଂ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ଘରୋଇ ସିଜିନ୍ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ସହିତ ସମାପ୍ତ ହେବ। ଜାନୁଆରୀ ୨୧, ୨୦୨୭ରୁ ନାଗପୁରରେ ଆରମ୍ଭ ହେଉଥିବା ଏହି ଟେଷ୍ଟ ସିରିଜ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଞ୍ଚ ମ୍ୟାଚ୍ ଖେଳିବ।

The post ଡିସେମ୍ବର ୨୪ରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି appeared first on Sanket Tv.

ଗଡସ୍ପିଡ୍ ୟୁଟିଆର୍ ସିରିଜ୍ ଟେନିସ୍: ବାଲେଶ୍ବରର ମନନ୍ ରାଠୀ ଅଣ୍ଡର-୧୨ରେ ଚାମ୍ପିଆନ୍
ବାଲେଶ୍ବର (ସଂକେତ ଟିଭି): କୋଲକାତାଠାରେ ଅନୁଷ୍ଠିତ ଗଡସ୍ପିଡ୍ ୟୁଟିଆର୍ ସିରିଜ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ବରର ଟେନିସ୍ ପ୍ରତିଭାମାନେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। କୋଲକାତାର ସ୍ପେସ ସର୍କଲ ସେଣ୍ଟରରେ ମାର୍ଚ୍ଚ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଅଣ୍ଡର-୧୨ ବିଭାଗରେ ମନନ୍ ରାଠୀ ଚାମ୍ପିଆନ୍ ହୋଇଥିବା ବେଳେ ଅଣ୍ଡର-୧୬ ବିଭାଗରେ ଅମର୍ତ୍ତ୍ୟ ସେନ୍ ରନର୍ସ ଅଫ୍ ହୋଇଛନ୍ତି।

ଅଣ୍ଡର-୧୬ ବିଭାଗରେ ଅମର୍ତ୍ତ୍ୟ ସେନ୍ ରନର୍ସ ଅଫ୍ ( ବାମରେ)

ସେହିପରି ଅଣ୍ଡର-୧୬ ବିଭାଗରେ ସୌଭାଗ୍ୟ ପଣ୍ଡା କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ସମର ଭଟ୍ଟର ଅଣ୍ଡର-୧୦ ବିଭାଗରେ ରନର୍ସ ଅଫ୍ ହୋଇଥିଲେ । ସେହିପରି ସମର ଅଣ୍ଡର-୯ ବିଭାଗରେ କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ। ତେଜସ୍ ମାଲୁଓ ଅଣ୍ଡର-୧୦ ବିଭାଗରେ ସେମିଫାଇନାଲ୍ ଏବଂ ଅଣ୍ଡର-୯ ବୟସ ବର୍ଗରେ କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ। ଅଣ୍ଡର-୧୨ ବିଭାଗରେ ଚାମ୍ପିଆନ୍ ହୋଇଥିବା ମନନ୍ ରାଠୀ ଅଣ୍ଡର-୧୦ ବିଭାଗରେ ମଧ୍ୟ କ୍ବାଟର ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ।

ଏହି ସମସ୍ତ ଖେଳାଳୀ ତଥା ତାଙ୍କର ଟେନିସ୍ କୋଚ୍ ସେଖ୍ ଅସଲମଙ୍କୁ ବାଲେଶ୍ବର ଟେନିସ୍ ଆସୋସିଏସନର ସଭାପତି କିଶନ ସାହୁ, ଉପଦେଷ୍ଠା ମଦନ ସରାଓଗୀ ଓ ସଂପାଦକ ସମଥମ୍ ପ୍ରସାଦଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଅରୁଣ ରାଠୀ, ଗିରିଶ ମୋଦୀ, ରାଜୀବ ସାହୁ, ଜୁବିନ ବୋଧାଓ୍ବାଲା, ଡକ୍ଟର ଅମରଜ୍ୟୋତି ଆଚାର୍ଯ୍ୟ, ମୁକ୍ତେଶ ମଚ୍ଚର, ପଞ୍ଚାନନ ନାୟକ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।

ସମର ଭଟ୍ଟର (ବାମ ଫଟୋର ନାଲି କ୍ୟାପରେ) ତେଜସ୍ ମାଲୁଓ (ଡାହାଣରେ)

The post ଗଡସ୍ପିଡ୍ ୟୁଟିଆର୍ ସିରିଜ୍ ଟେନିସ୍: ବାଲେଶ୍ବରର ମନନ୍ ରାଠୀ ଅଣ୍ଡର-୧୨ରେ ଚାମ୍ପିଆନ୍ appeared first on Sanket Tv.

ଟି୨୦ ବିଶ୍ବକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହେଲା ଭାରତ
ଅହମଦାବାଦ(ସଂକେତ ଟିଭି):ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅହମଦାବାଦରେ ଅନୁଷ୍ଠିତ ଟି୨୦ ବିଶ୍ବକପ୍-୨୦୨୬ର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଟି୨୦ ବିଶ୍ବକପ୍ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ପୂର୍ବରୁ ୨୦୨୪ରେ ଭାରତ ଏହି ଟ୍ରଫି ଜିତିଥିଲା।

ଦେଶର କୋଟି କୋଟି ପ୍ରଶଂସକ ଏବଂ କ୍ରୀଡ଼ାପ୍ରେମୀ ଏହି ବିଜୟକୁ ଦୀପାବଳି ପରି ପାଳନ କରିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକଙ୍କ ଉତ୍ସାହର ସୀମା ନଥିଲା। ଜମ୍ମୁ-କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ, ଗାଁ ଠାରୁ ସହର, ସମଗ୍ର ଦେଶରେ ବିଜୟୋତ୍ସବ ଦେଖିବାକୁ ମିଳିଛି। ଭାରତୀୟ ସହରଗୁଡ଼ିକରେ ବାଣ ଏବଂ ଫଟକାର ଶବ୍ଦରେ ଦୀପାବଳିର ଝଲକ ଦେଖାଯାଇଛି। କେବଳ ସ୍ୱଦେଶରେ ନୁହେଁ, ବିଦେଶରେ ରହୁଥିବା ଭାରତୀୟ ନାଗରିକମାନେ ମଧ୍ୟ ଏହି ବିଜୟରେ ଗୌରବାନ୍ୱିତ ହୋଇଛନ୍ତି।

ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୫ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିଲା।

ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ ସଂଜୁ ସାମସନ ଏବଂ ଅଭିଷେକ ଶର୍ମା। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୮ ରନ୍ର ଭାଗିଦାରୀ କରିଥିଲେ। ଅଭିଷେକ ଶର୍ମା ୨୧ଟି ବଲ୍ରୁ ୬ଟି ଚୌକା ଓ ୩ଟି ଛକା ସହାୟତାରେ ୫୨ ରନ୍ କରି ଆଉଟ୍ ହୋଇଥିଲେ। ସଂଜୁ ସାମସନ ଦଳ ପାଇଁ ସର୍ବାଧିକ ୮୯ ରନ୍ ସଂଗ୍ରହ କରିଥିଲେ। ୪୫ଟି ବଲ୍ ଖେଳିଥିବା ସାମସନ ନିଜ ଇନିଂସରେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ।

ସାମସନଙ୍କ ସହ ଈଶାନ କିଶନ ଦ୍ବିତୀୟ ୱିକେଟ୍ ପାଇଁ ୧୦୫ ରନ୍ର ଭାଗିଦାରୀ କରିଥିଲେ। ଈଶାନ କିଶନ ୨୫ଟି ବଲ୍ ଖେଳି ୪ଟି ଚୌକା ଓ ୪ଟି ଛକା ସହ ୫୪ ରନ୍ କରିଥିଲେ। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲ୍ ଖେଳି ୧୮ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

୨୫୬ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ଦଳ ଭାରତୀୟ ବୋଲରଙ୍କ ଆଗରେ ଦଣ୍ଡାୟମାନ ହୋଇପାରିନଥିଲା। ନ୍ୟୁଜିଲାଣ୍ଡ ୫୦ ରନ୍ ପୂର୍ବରୁ ହିଁ ନିଜର ଆଗଧାଡ଼ିର ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଚାପରେ ରହିଥିଲା। ଶେଷରେ ପୂରା ଦଳ ୨୦ ଓଭରରେ ମାତ୍ର ୧୫୯ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଫଳରେ ଭାରତ ଏହି ଫାଇନାଲ ମ୍ୟାଚ୍କୁ ୯୬ ରନରେ ଜିତି ନେଇଥିଲା।

The post ଟି୨୦ ବିଶ୍ବକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହେଲା ଭାରତ appeared first on Sanket Tv.

ଟି-୨୦ ବିଶ୍ଵକପ୍: ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ
ମୁମ୍ବାଇ (ସଂକେତ ଟିଭି): ଟି-୨୦ ବିଶ୍ଵକପ୍ ୨୦୨୬ର ଦ୍ଵିତୀୟ ସେମିଫାଇନାଲ୍ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ମାତ୍ର ୮ ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦମଦାର ପ୍ରଦର୍ଶନ କରିଥିଲା। ଜାକବ ବେଥେଲଙ୍କ ବିଧ୍ଵଂସୀ ଶତକୀୟ ଇନିଂସ ସତ୍ତ୍ଵେ ଇଂଲଣ୍ଡ ବିଜୟ ହାସଲ କରିପାରିନଥିଲା। ବେଥେଲ ୧୦୫ ରନର ଚମତ୍କାର ଇନିଂସ ଖେଳିଥିଲେ ମଧ୍ୟ ତାହା ବୃଥା ହୋଇଯାଇଛି। ଲଢୁଆ ପ୍ରଦର୍ଶନ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୪୬ ରନ୍ କରିପାରିଥିଲା। ଫଳରେ ଭାରତୀୟ ଦଳ ରୋମାଞ୍ଚକର ଏହି ବିଜୟ ସହ ଫାଇନାଲ୍ ପ୍ରବେଶ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ପ୍ରତିଥର ପରି ସେମି ଫାଇନାଲରେ ମଧ୍ୟ ଭାରତର ଆରମ୍ଭ ନିରାଶାଜନକ ଥିଲା। ଅଭିଷେକ ଶର୍ମା ନିଜର ଖରାପ ଫର୍ମ ବଜାୟ ରଖି ୯ ରନ କରି ଆଉଟ୍ ହୋଇଥିଲେ। ହେଲେ ଏହା ପରେ ପଡ଼ିଆରେ ଆରମ୍ଭ ହୋଇଥିଲା ଚୌକା ଓ ଛକା ବର୍ଷା। ସଞ୍ଜୁ ସାମସନ ଓ ଇଶାନ କିଶନ ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ। ଦୁହେଁ ଧୂଆଁଧାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୯୭ ରନ ଯୋଡ଼ି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ।

ଇଶାନ କିଶନ ମାତ୍ର ୧୮ ବଲରୁ ୪ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। ଏହା ପରେ ସଞ୍ଜୁ ସାମସନ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୨ ବଲରୁ ୮ ଚୌକା ଓ ୭ ଛକା ସହ ୮୯ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସଞ୍ଜୁ ଓ ଶିବମ ଦୁବେ ତୃତୀୟ ଓ୍ଵିକେଟ୍ ପାଇଁ ୪୩ ରନ ଯୋଡ଼ିଥିଲେ।

ଏହା ପରେ ଶିବମ ଦୁବେ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଇଂରେଜ ବୋଲରଙ୍କୁ ପ୍ରହାର କରି ଦଳର ରନଗତିକୁ ବଜାୟ ରଖିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୧ ରନ କରି ନିରାଶ କରିଥିଲେ। ତେବେ ଶେଷ ଆଡ଼କୁ ଶିବମ ଦୁବେ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ସେ ୨୫ ବଲରୁ ୧ ଚୌକା ଓ ୪ ଛକା ସହ ୪୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ଶେଷ ଓଭରଗୁଡ଼ିକରେ କାମ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା। ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ମାତ୍ର ୭ ବଲରୁ ୨୧ ରନ କରିଥିଲେ। ହାର୍ଦ୍ଦିକ ୧୨ ବଲରୁ ୨୭ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୩ ରନର ପାହାଡ଼ ଛିଡ଼ା କରିଥିଲା। ନକଆଉଟ୍ ମ୍ୟାଚରେ ଏହା କୌଣସି ଦଳ ଦ୍ୱାରା ସର୍ବୋଚ୍ଚ ସ୍କୋର।

ଇଂଲଣ୍ଡର ଲଢ଼ୁଆ ପ୍ରଦର୍ଶନ ଓ ବେଥେଲଙ୍କ ଶତକ

ଭାରତ ଦ୍ୱାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦମଦାର ପ୍ରଦର୍ଶନ କରିଥିଲା। ଟମ ବାଣ୍ଟନ ୫ ବଲରୁ ୧୭ ରନ କରି ଆଉଟ୍ ହୋଇଥିଲେ। ତେବେ ଜାକବ ବେଥେଲଙ୍କ ବ୍ୟାଟ୍ ଅଟକି ନଥିଲା। ସେ ଓ୍ଵିଲ ଜ୍ୟାକ୍ସଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ।

ବେଥେଲ ଶତକ ହାସଲ କରି ଇଂଲଣ୍ଡର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ସେ ୪୮ ବଲରୁ ୮ ଚୌକା ଓ ୭ ଛକା ସହ ୧୦୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ସାମ କରନଙ୍କ ସହ ମିଶି ସେ ଇଂଲଣ୍ଡକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ମ୍ୟାଚ୍ ଆଗକୁ ଗତି କରିବା ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।

ବୁମରା-ହାର୍ଦ୍ଦିକଙ୍କ ଘାତକ ବୋଲିଂ

ତେବେ ବୁମରା ଓ ହାର୍ଦ୍ଦିକ ନିଜର ଶେଷ ଓଭରରେ ଶାଣିତ ବୋଲିଂ କରି ଭାରତକୁ ବିଜୟୀ କରାଇଛନ୍ତି। ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ଏବଂ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଦୁଇ ବୋଲର ଠିକଣା ସମୟରେ ଘାତକ ବୋଲିଂ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଶେଷରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୪୬ ରନ କରିପାରିଥିଲା। ଫଳରେ ଭାରତ ଅତି ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚକୁ ୭ ରନରେ ଜିତି ନେଇଛି।

The post ଟି-୨୦ ବିଶ୍ଵକପ୍: ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ appeared first on Sanket Tv.

ରଣଜୀ ଟ୍ରଫି ଜିତି ଇତିହାସ ରଚିଲା ଜମ୍ମୁ କାଶ୍ମୀର
ବାଙ୍ଗାଲୋର(ସଂକେତ ଟିଭି): ଜମ୍ମୁ କାଶ୍ମୀର କ୍ରିକେଟ୍ ଦଳ ରଣଜୀ ଟ୍ରଫିର ଫାଇନାଲ୍ ମ୍ୟାଚ୍ ରେ ଇତିହାସ ରଚିଛି। କର୍ଣ୍ଣାଟକ ବିପକ୍ଷରେ ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ୍ ଡ୍ର ରେ ଶେଷ ହୋଇଥିଲା, କିନ୍ତୁ ପ୍ରଥମ ଇନିଂସରେ ୨୯୧ ରନର ବିଶାଳ ଅଗ୍ରଣୀ ପାଇଁ ଜମ୍ମୁ କାଶ୍ମୀରକୁ ବିଜେତା ଘୋଷଣା କରାଯାଇଥିଲା। ଏହା ସେମାନଙ୍କର ପ୍ରଥମ ରଣଜୀ ଟାଇଟଲ୍ ଅଟେ।

ମ୍ୟାଚ୍ ର ପଞ୍ଚମ ତଥା ଶେଷ ଦିନରେ ଜମ୍ମୁ କାଶ୍ମୀର ସେମାନଙ୍କର ଦ୍ୱିତୀୟ ଇନିଂସକୁ ୩୪୨/୪ ରେ ଘୋଷଣା କରିଦେଇଥିଲା, ଯାହା ଫଳରେ କର୍ଣ୍ଣାଟକ ସମ୍ମୁଖରେ ଜିତିବା ପାଇଁ ୬୩୩ ରନ୍ର ବିଶାଳ ଲକ୍ଷ୍ୟ ରହିଥିଲା। ତେବେ ସମୟ ଅଭାବ ଏବଂ ବ୍ୟବହାରିକତାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ଅଧିନାୟକ ଦ୍ୱିତୀୟ ଇନିଂସ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ଦଳର ଅଧିନାୟକ ପରସ୍ପରଙ୍କୁ ହାତ ମିଳାଇବା ପରେ ମ୍ୟାଚ୍ କୁ ଡ୍ର ଘୋଷଣା କରାଯାଇଥିଲା ଏବଂ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ଜମ୍ମୁ କାଶ୍ମୀରକୁ ଚାମ୍ପିଅନ୍ ଘୋଷଣା କରାଯାଇଥିଲା। ଏହି ପରାଜୟ ସହିତ ନବମ ଥର ପାଇଁ ଟାଇଟଲ୍ ଜିତିବାର କର୍ଣ୍ଣାଟକର ସ୍ୱପ୍ନ ଭାଙ୍ଗି ଯାଇଛି।

ଏହି ଫାଇନାଲ୍ ରେ ଜମ୍ମୁ କାଶ୍ମୀର ପ୍ରଥମେ ବ୍ୟାଟିଂ କରି ୫୮୪ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଶୁଭମ ପୁଣ୍ଡିର (୧୨୧)ଙ୍କ ଶତକ ସହିତ ୟବର ହାସନ (୮୮), ଅଧିନାୟକ ପାରସ ଡୋଗ୍ରା (୭୦), ଅବଦୁଲ ସମଦ (୬୧), କହ୍ନେୟା ୱାଧବନ (୭୦) ଏବଂ ସାହିଲ ଲୋତ୍ରା (୭୨) ସମସ୍ତେ ଅର୍ଦ୍ଧଶତକ ହାସଲ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ପ୍ରସିଦ୍ଧ କୃଷ୍ଣା ୫ଟି ୱିକେଟ୍ ନେଇଥିଲେ। ଜବାବରେ କର୍ଣ୍ଣାଟକ ଦଳ ମୟଙ୍କ ଅଗ୍ରୱାଲ (୧୬୦)ଙ୍କ ଏକଛତ୍ର ପ୍ରଦର୍ଶନ ସତ୍ତ୍ୱେ ମାତ୍ର ୨୯୩ ରନ୍ରେ ସମସ୍ତ ଆଉଟ୍ ହୋଇଯାଇଥିଲା। ଜମ୍ମୁ କାଶ୍ମୀରର ଆକିବ ନବି ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ସୁନୀଲ କୁମାର ଏବଂ ଯୁଦ୍ଧବୀର ସିଂହ ୨-୨ ୱିକେଟ୍ ପାଇଥିଲେ। ଏହି ପ୍ରଥମ ଇନିଂସ ଅଗ୍ରଣୀ ହିଁ ଜମ୍ମୁ କାଶ୍ମୀରର ବିଜୟର ମୂଳଦୁଆ ପାଲଟିଥିଲା।

ପ୍ରଥମ ଇନିଂସର ବିଶାଳ ଅଗ୍ରଣୀ ପରେ ଦ୍ୱିତୀୟ ଇନିଂସରେ ମଧ୍ୟ ଜମ୍ମୁ କାଶ୍ମୀରର ବ୍ୟାଟ୍ସମ୍ୟାନ୍ମାନେ ରନ୍ ବର୍ଷା କରିଥିଲେ। ଓପନର କାମରାନ ଇକବାଲ (୧୬୦) ଏବଂ ସାହିଲ ଲୋତ୍ରା (୧୦୧) ଅପରାଜିତ ରହି ଦଳର ସ୍କୋରକୁ ୩୪୨ ରେ ପହଞ୍ଚାଇ ଦେଇଥିଲେ। ଏହା ପରେ ଇନିଂସ ଘୋଷଣା କରାଯାଇଥିଲା।

ଏହି ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବେ ପ୍ରଥମ ଇନିଂସର ଶତକୀୟା ଶୁଭମ ପୁଣ୍ଡିରଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟପକ୍ଷରେ, ସମଗ୍ର ଟୁର୍ଣ୍ଣାମେଣ୍ଟରେ ୬୦ଟି ୱିକେଟ୍ ନେଇ ଓଡ଼ିଶା ବିପକ୍ଷରେ ଖେଳି ମଧ୍ୟ ଚର୍ଚ୍ଚାରେ ଥିବା ଆକିବ ନବିଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା। ଫାଇନାଲ୍ ରେ ମଧ୍ୟ ସେ ୫ଟି ୱିକେଟ୍ ନେଇ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲେ।

The post ରଣଜୀ ଟ୍ରଫି ଜିତି ଇତିହାସ ରଚିଲା ଜମ୍ମୁ କାଶ୍ମୀର appeared first on Sanket Tv.

ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ, ସୁପର-୮ରେ ପ୍ରବେଶ
କଲୋମ୍ବୋ (ସଂକେତ ଟିଭି): ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଶୋଚନୀୟ ଭାବେ ୬୧ ରନରେ ପରାସ୍ତ କରି ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟରେ ପ୍ରବେଶ କରିଛି। ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମହାମୁକାବିଲାରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୭୫ ରନ୍ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ମାତ୍ର ୧୧୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହ ଟି-୨୦ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୮-୧କୁ ବୃଦ୍ଧି ପାଇଛି।

ଭାରତର ବିଜୟର ମୁଖ୍ୟ ବିନ୍ଧାଣି ସାଜିଥିଲେ ଇଶାନ କିଶନ ଓ ଭାରତୀୟ ବୋଲରମାନେ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହୋଇଥିବା ଭାରତର ଆରମ୍ଭ ନିରାଶାଜନକ ଥିଲା। ପ୍ରଥମ ଓଭରରେ ଅଭିଷେକ ଶର୍ମା ଖାତା ଖୋଲିପାରି ନଥିଲେ। ଏହାପରେ ଇଶାନ କିଶନ ପାକିସ୍ତାନୀ ବୋଲରଙ୍କ ଉପରେ ପାଲଟା ଆକ୍ରମଣ କରି ଦଳୀୟ ସ୍କୋରକୁ ୧୫୦ ପାର୍ କରାଇଥିଲେ।

ମାତ୍ର ୨୭ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ଇଶାନ ୪୦ ବଲ୍ରୁ ୧୦ ଚୌକା ଓ ୩ ଛକା ସହାୟତାରେ ୭୭ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କୁ ତିଳକ ବର୍ମା ଦ୍ବିତୀୟ ଓ୍ଵିକେଟ୍ ପାଇଁ ୮୭ ରନ୍ର ଭାଗୀଦାରି କରି ସହଯୋଗ କରିଥିଲେ। ତିଳକ ୨୪ ବଲ୍ରୁ ୧୫ ରନ୍ କରିଥିଲେ। ଶେଷରେ ସୂର୍ଯ୍ୟକୁମାର ଯାଦବ (୩୨ ରନ୍) ଓ ଶିବମ ଦୁବେଙ୍କ (୧୭ ବଲ୍ରୁ ୨୭ ରନ୍) ଛୋଟ ଛୋଟ ଯୋଗଦାନ ବଳରେ ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ୍ କରିପାରିଥିଲା।

୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ସାହିବଜାଦା ଫରହାନ (୦)ଙ୍କୁ ପାଭିଲିୟନ ପଠାଇଥିଲେ। ଦ୍ବିତୀୟ ଓଭର ବୋଲିଂ କରିଥିବା ଯଶପ୍ରୀତ ବୁମରା ପାକିସ୍ତାନକୁ ଡବଲ ଝଟକା ଦେଇ ସାଇମ ଆୟୁବ (୬) ଓ ଅଧିନାୟକ ସଲମାନ ଆଘା (୪)ଙ୍କୁ ଆଉଟ୍ କରିଥିଲେ।

ନିଜର ଖରାପ ଫର୍ମ ଜାରି ରଖି ବାବର ଆଜମ ମାତ୍ର ୫ ରନ୍ କରି ଅକ୍ଷର ପଟେଲଙ୍କ ବଲ୍ରେ ବୋଲ୍ଡ ହୋଇଯାଇଥିଲେ। ୩୪ ରନ୍ରେ ୪ ଓ୍ଵିକେଟ୍ ହରାଇ ପାକିସ୍ତାନ ସଙ୍କଟରେ ପଡ଼ିଯାଇଥିଲା। ଉସ୍ମାନ ଖାନ ୩୪ ବଲ୍ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୪ ରନ୍ କରି ଲଢ଼ିଥିଲେ, ହେଲେ ଅନ୍ୟ ପ୍ରାନ୍ତରୁ ସାଥ୍ ନ ପାଇବାରୁ ପାକିସ୍ତାନ ୧୧୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। କୁଲଦୀପ ଯାଦବ ଓ ତିଳକ ବର୍ମାଙ୍କ ନାମରେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ରହିଛି।

The post ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ, ସୁପର-୮ରେ ପ୍ରବେଶ appeared first on Sanket Tv.

ଟି-୨୦ ବିଶ୍ୱକପରେ ଅନୁଷ୍ଠିତ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌
ଭୁବନେଶ୍ୱର (ସଂକେତ ଟିଭି) ୨୦୨୬ ଆଇସିସି ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍‌ ଅନୁଷ୍ଠିତ ହେବ। ପାକିସ୍ତାନ ସରକାର ନିଜ କ୍ରିକେଟ ବୋର୍ଡ (ପିସିବି)କୁ ଫେବ୍ରୁଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋଠାରେ ଏହି ମ୍ୟାଚ୍‌ ଖେଳିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ବାଂଲାଦେଶ ସହ ରହିଥିବା ବିବାଦ ଏବଂ ଆଇସିସି ପାଖରେ ରଖାଯାଇଥିବା କେତେକ ଦାବି ପୂରଣ ନହେବା କାରଣରୁ ପିସିବି ଏହି ମ୍ୟାଚ୍‌ ବାହାରକୁ ରହିବାକୁ ଧମକ ଦେଇଥିଲା। ମାତ୍ର, ପିସିବି ଅଧ୍ୟକ୍ଷ ମୋହସିନ ନାକଭି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ସହ ଆଲୋଚନା ପରେ ଏହି ସ୍ଥିତି ବଦଳିଲା। ସରକାରୀ ନିର୍ଦ୍ଦେଶ ପରେ ପାକିସ୍ତାନ ଦଳ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ।

ଲାହୋରରେ ଅନୁଷ୍ଠିତ ଆଇସିସି ବୈଠକରେ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ ସିରିଜ୍ ଏବଂ ଅଧିକ ରାଜସ୍ୱ ଭଳି ଅନେକ ଦାବି ଉପସ୍ଥାପନ କରିଥିଲା। ଆଇସିସି ଏହି ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ କୌଣସି ପ୍ରକାର ରିଆୟତ କରିନାହିଁ। ଏହି କଠୋର ମୁଖାମୁଖି ଏବଂ କୌଣସି ବିକଳ୍ପ ନଥିବାରୁ ପାକିସ୍ତାନ ନିଜର ଜିଦ୍‌କୁ ଛାଡ଼ିବାକୁ ବାଧ୍ୟ ହୋଇଛି।

ଏହି ବିବାଦର ମୂଳ କାରଣ ଥିଲା ବାଂଲାଦେଶ। ସୁରକ୍ଷାଗତ କାରଣ ଦର୍ଶାଇ ବାଂଲାଦେଶ ଭାରତ ଯାତ୍ରା ପ୍ରତ୍ୟାଖ୍ୟାନ କରିବାରୁ, ସେମାନଙ୍କ ସ୍ଥାନରେ ସ୍କଟଲ୍ୟାଣ୍ଡକୁ ଟୁର୍ନାମେଣ୍ଟରେ ସାମିଲ କରାଯାଇଛି। ଆଇସିସି ସ୍ପଷ୍ଟ କରିଛି ଯେ ବାଂଲାଦେଶ ଉପରେ କୌଣସି ଜରିମାନା ଲଗାଯିବ ନାହିଁ ଏବଂ ୨୦୨୮ରୁ ୨୦୩୧ ମଧ୍ୟରେ ସେମାନେ ଏକ ଆଇସିସି ଇଭେଣ୍ଟ ଆୟୋଜନ କରିବାର ସୁଯୋଗ ପାଇବେ।

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ କେବଳ ଖେଳ ନୁହେଁ, ଏହା ବିଶ୍ୱ କ୍ରିକେଟର ଏକ ବଡ଼ ଆର୍ଥିକ ଘଟଣା। ଏଥିରେ କୋଟି କୋଟି ଟଙ୍କାର ରାଜସ୍ୱ ଏବଂ ପ୍ରସାରଣ ଅଧିକାର ଜଡ଼ିତ। ଯଦି ପାକିସ୍ତାନ ମ୍ୟାଚ୍‌ ବାହାରକୁ ରହିଥାନ୍ତା, ତେବେ ଆଇସିସି ସହ ଅନ୍ୟ ସଦସ୍ୟ ଦେଶମାନେ ମଧ୍ୟ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାନ୍ତେ। ବର୍ତ୍ତମାନ ସରକାରୀ ସମ୍ମତି ପରେ ସମଗ୍ର ବିଶ୍ୱର କ୍ରିକେଟ ପ୍ରେମୀ ଫେବ୍ରୁଆରୀ ୧୫ ତାରିଖରେ କଲମ୍ବୋରେ ଅନୁଷ୍ଠିତ ହେବାକୁ ଥିବା ଏହି ରୋମାଞ୍ଚକର ମୁକାବିଲା ପାଇଁ ଆଗୁଆ ଉତ୍ସୁକ ରହିଛନ୍ତି।

The post ଟି-୨୦ ବିଶ୍ୱକପରେ ଅନୁଷ୍ଠିତ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌ appeared first on Sanket Tv.

ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଖେଳିବା ପାଇଁ ୩ ସର୍ତ୍ତ ରଖିଲା ପିସିବି
ଲାହୋର (ସଂକେତ ଟିଭି): ଆସନ୍ତା ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବା ବେଳେ, ଲାହୋରରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି), ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ୫ ଘଣ୍ଟା ଧରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଆଲୋଚନାରେ ପିସିବି ଭାରତ ବିରୁଦ୍ଧରେ ମ୍ୟାଚ ବର୍ଜନର ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ଆଇସିସିକୁ ଚାପ ପ୍ରୟୋଗ କରିଥିଲା। ଆଇସିସି ପକ୍ଷରୁ ପିସିବିକୁ ସ୍ପଷ୍ଟ କରାଯାଇଥିଲା ଯେ ଯଦି ସେମାନେ ମ୍ୟାଚ ବର୍ଜନ କରନ୍ତି, ତେବେ ବଡ଼ ଧରଣର ଆର୍ଥିକ ଜରିମାନା, ପଏଣ୍ଟ କଟାଣି ଏବଂ ଭବିଷ୍ୟତରେ ବଡ଼ ଆୟୋଜନ ଅଧିକାର ହରାଇବାର ଆଶଙ୍କା ରହିଛି।

ପିସିବି ନିଜ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରିଥିଲା: ପ୍ରଥମତଃ, ଆଇସିସି ରାଜସ୍ୱରେ ପାକିସ୍ତାନର ଅଂଶ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହିତ ସମାନ ହେବା; ଦ୍ୱିତୀୟତଃ, ଭାରତ ସହିତ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ପୁନଃଆରମ୍ଭ; ଏବଂ ତୃତୀୟତଃ, ଟି-୨୦ ବିଶ୍ୱକପ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାନ୍ତୁ।

ବୈଠକ ପରେ ପିସିବି ନିଜ ସ୍ଥିତିରେ ନରମାଣ ଆଣିଥିବା ବୋଲି ଜଣାଯାଏ। ପିସିବି ଅଧ୍ୟକ୍ଷ ମୋହସିନ ନକଭି ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କ ସହ ଆଲୋଚନା କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବେ।

ଏହି ବିବାଦର ପୃଷ୍ଠଭୂମିରେ ଆଇସିସି ବାଂଲାଦେଶକୁ ଟି-୨୦ ବିଶ୍ୱକପରୁ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ବାଦ୍ ଦେଇ ସ୍କଟଲାଣ୍ଡକୁ ସେହି ସ୍ଥାନରେ ରଖିଛି, ଯାହାକୁ ପାକିସ୍ତାନ ରାଜନୀତିକରଣ କରିବାର ଚେଷ୍ଟା କରିଥିଲା। କାର୍ଯ୍ୟକ୍ରମ ଅନୁଯାୟୀ ଭାରତ-ପାକିସ୍ତାନ ମ୍ୟାଚ ଫେବୃଆରୀ ୧୫ ତାରିଖରେ କଲମ୍ବୋଠାରେ ଖେଳାଯିବା କଥା।

The post ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଖେଳିବା ପାଇଁ ୩ ସର୍ତ୍ତ ରଖିଲା ପିସିବି appeared first on Sanket Tv.