FeaturedLatestSports

ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ(ସଂକେତ ଟିଭି): ବିସିସିଆଇ (BCCI) ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳ ଚୟନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟାର୍ ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ ହାତରୁ ଉପ-ଅଧିନାୟକ ପଦ ଚାଲିଯାଇଥିବା ବେଳେ କେଏଲ୍ ରାହୁଲଙ୍କୁ ଦଳର ନୂଆ ଉପ-ଅଧିନାୟକ କରାଯାଇଛି। ଏହି ସିରିଜରେ ଯୁବ ଓପନର ଶୁଭମନ ଗିଲ୍ ଦଳର ନେତୃତ୍ୱ ନେବେ।

ଟେଷ୍ଟ ପାଇଁ ୧୫ ଜଣିଆ ଭାରତୀୟ ଦଳ:

ଶୁଭମନ ଗିଲ (ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ (ଉପଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକଲ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ମାନବ ସୁଥାର, ଗୁରନୁର ବରାର, ହର୍ଷ ଦୁବେ, ଧ୍ରୁବ ଜୁରେଲ।

ନୂଆ ଚେହେରା:

ସ୍ପିନ୍ ବୋଲର ମାନବ ସୁଥାର ଏବଂ ପେସର ଗୁରନୁର ବରାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଉଭୟ ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଛନ୍ତି।

ଦିନିକିଆ ପାଇଁ ଭାରତୀୟ ଦଳ:

ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୁର ବରାର, ହର୍ଷ ଦୁବେ।

ପ୍ରିନ୍ସ ଯାଦବଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ଶ୍ରେୟସ ଆୟର ଦିନିକିଆରେ ଉପ-ଅଧିନାୟକ ହେବେ, ଯେତେବେଳେ ଇଶାନ କିଶାନ ଦ୍ୱିତୀୟ ୱିକେଟକିପର ହେବେ। ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠିଛି। ଯଦି ସେମାନେ ଫିଟ୍ ହୁଅନ୍ତି, ତେବେ ସେମାନେ ଦିନିକିଆ ଦଳର ଅଂଶ ହେବେ। (* ଚିହ୍ନିତ ଖେଳାଳିମାନଙ୍କ ଫିଟନେସ୍ ଉପରେ ସ୍ଥିତି ନିର୍ଭର କରେ) । ସେହିଭଳି ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି।

Leave a Reply

Your email address will not be published. Required fields are marked *