Sanket Tv

ବାତ୍ୟା-ବନ୍ୟାରୁ ବିଦ୍ୟୁତ୍ ବ୍ୟବସ୍ଥାକୁ ବଞ୍ଚାଇବାକୁ ରାଜ୍ୟରେ ଏବେ ଅଣ୍ଡରଗ୍ରାଉଣ୍ଡ ତାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି। ଏଣିକି ରାଜ୍ୟରେ ଓଭରହେଡ୍ ତାର ପରିବର୍ତ୍ତେ ମାଟିତଳେ ଅର୍ଥାତ୍ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ। ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମୋଡାଲିଟି ପ୍ରସ୍ତୁତ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପର ବିସ୍ତୃତ ରିପୋର୍ଟ (ଡିପିଆର) ତୁରନ୍ତ ପ୍ରସ୍ତୁତ କରିବା ପାଇଁ ଶକ୍ତି ବିଭାଗ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହି ଡିପିଆର ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ଆର୍ଥିକ ଓ ବୈଷୟିକ ସହାୟତା ପାଇଁ ପଠାଇବେ।

ରାଜ୍ୟରେ ବାତ୍ୟା କିମ୍ବା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ଶକ୍ତି ବିଭାଗ। ଖୁଣ୍ଟ ଭାଙ୍ଗିବା ଏବଂ ତାର ଛିଣ୍ଡିବା ଯୋଗୁଁ ଦୀର୍ଘ ଦିନ ଧରି ବିଦ୍ୟୁତ୍ ସେବା ବ୍ୟାହତ ହୋଇଥାଏ, ଯାହାର ଆକଳନ ରାଜସ୍ୱ ବିଭାଗ କରିଥାଏ। ଏହି କ୍ଷୟକ୍ଷତିକୁ ସ୍ଥାୟୀ ଭାବେ କମାଇବା ଏବଂ ବିଦ୍ୟୁତ୍ ବ୍ୟବସ୍ଥାରେ ସହନଶୀଳତା ଆଣିବା ପାଇଁ ମାଟିତଳେ ତାର ବିଛାଇବାକୁ ଶ୍ରେଷ୍ଠ ବିକଳ୍ପ ଭାବେ ଗ୍ରହଣ କରାଯାଇଛି।

ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ଘରୋଇକରଣ ହୋଇଥିବାରୁ ଟାଟା ପାୱାର ସହ ମଧ୍ୟ ଏହି ବିଷୟରେ ଚର୍ଚ୍ଚା କରାଯାଇଛି। ଭିତ୍ତିଭୂମି ଆବଣ୍ଟନ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଏହାର ପ୍ରତ୍ୟକ୍ଷ ଲାଭ ଯେପରି କେବଳ କମ୍ପାନୀ ପାଖକୁ ନଯାଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେନେଇ ସରକାର ପ୍ରାଥମିକତା ଦେଉଛନ୍ତି।

ପୂର୍ବରୁ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଭରଣା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଶକ୍ତି ବିଭାଗକୁ ୧୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ସୁଧାରିବା ପାଇଁ ପଞ୍ଚାୟତରାଜ, ପୂର୍ତ୍ତ ବିଭାଗ ଏବଂ ଏନଏଚଏଆଇକୁ ମଧ୍ୟ ଶହ ଶହ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ମଧ୍ୟ ଋଣ ଓ ଅନୁଦାନ ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

The post ବାତ୍ୟା-ବନ୍ୟାରୁ ବିଦ୍ୟୁତ୍ ବ୍ୟବସ୍ଥାକୁ ବଞ୍ଚାଇବାକୁ ରାଜ୍ୟରେ ଏବେ ଅଣ୍ଡରଗ୍ରାଉଣ୍ଡ ତାର appeared first on Sanket Tv.

୪ ଜିଲ୍ଲାରେ କୋଇଲା-ପାଉଁଶ ପରିବହନ ପାଇଁ ଜାରି ହେଲା କଟକଣା
ଭୁବନେଶ୍ୱର (ସଂକେତ ଟିଭି): କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି କାରଣରୁ ରାଜ୍ୟର ୪ଟି ଜିଲ୍ଲାରେ ପ୍ରଦୂଷଣ ଓ ଯାତାୟାତ ଜଟିଳତା ବୃଦ୍ଧି ପାଇଛି। ରାସ୍ତାରେ ଜାମ ସ୍ଥିତି ସୃଷ୍ଟି ହେବା ସହ ସାଧାରଣ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାଗ୍ରସ୍ତ ୪ଟି ଜିଲ୍ଲା ହେଲେ – ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର।

ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯାତାୟାତ ସମୟ ନିର୍ଦ୍ଧାରଣ କରିଛି। ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏ ସମ୍ପର୍କରେ ଅବଗତ କରାଇଛନ୍ତି ଯେ, ଏବେ ଠାରୁ କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ିଗୁଡ଼ିକ କେବଳ ରାତି ୧୦ ଟାରୁ ସକାଳ ୬ ଟା ମଧ୍ୟରେ ଯାତାୟାତ କରିବେ। ଅନ୍ୟପକ୍ଷରେ, ସାଧାରଣ ଲୋକଙ୍କ ଯାତାୟାତ ପାଇଁ ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।

ଏହି ସମୟସୀମା ମଧ୍ୟରେ ଦୁଇ ଚକିଆ, ଚାରି ଚକିଆ ଯାନ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୋଝେଇ ଗାଡ଼ି ଗମନାଗମନ କରିପାରିବେ। ଯଦି କୌଣସି କୋଇଲା ଓ ପାଉଁଶ ବୋଝେଇ ଟ୍ରକ୍ ନିର୍ଦ୍ଧାରିତ ସମୟ ବ୍ୟତୀତ ଚଳାଚଳ କରୁଥିବା ଜଣାପଡ଼ିବ, ତେବେ ଗାଡ଼ି ମାଲିକ ଓ ସମ୍ପୃକ୍ତ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ, ଏହି ୪ଟି ଜିଲ୍ଲାରେ ଓଡ଼ିଶାର ମୋଟ ତାପଜ ବିଦ୍ୟୁତ୍ ଉତ୍ପାଦନର ୯୪% ଉତ୍ପାଦିତ ହୁଏ। OPGC ଓ JSW ପରି କମ୍ପାନୀଗୁଡ଼ିକ ଏଠାରେ ବିଦ୍ୟୁତ୍ ଉତ୍ପାଦନ କରନ୍ତି। ଏହି ଉତ୍ପାଦନରୁ ବାହାରୁଥିବା ପାଉଁଶ ପରିବହନ ପାଇଁ ପୂର୍ବରୁ SOP (ମାନକ ପଦ୍ଧତି) ଥିଲେ ହେଁ, ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରି ନଥିଲା। ବୃହତ୍ ଟ୍ରକ୍ଗୁଡ଼ିକର ନିୟମିତ ଯାତାୟାତ ଯୋଗୁଁ ଅନେକ ଅସୁବିଧା ସୃଷ୍ଟି ହେଉଥିଲା। ତେଣୁ, ସାଧାରଣ ଲୋକଙ୍କ ଯାତାୟାତ ଓ ଔଦ୍ୟୋଗିକ ପରିବହନକୁ ଅଲଗା କରି ଏହି ନୂଆ ସମୟସୂଚୀ ଲାଗୁ କରାଯାଇଛି।

The post ୪ ଜିଲ୍ଲାରେ କୋଇଲା-ପାଉଁଶ ପରିବହନ ପାଇଁ ଜାରି ହେଲା କଟକଣା appeared first on Sanket Tv.

ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ନେଲେ ପଦକ୍ଷେପ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଡିଏପି (DAP) ଓ ୟୁରିଆର ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍‌କୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ଏହି ବିକଳ୍ପ ସାରଗୁଡ଼ିକର ବ୍ୟବହାର ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ସରକାର ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ ଯୋଗାଇବେ ବୋଲି ସୂଚନା ରହିଛି। ଏହା କେବଳ ଡିଏପିର ବିକଳ୍ପ ନୁହେଁ, ବରଂ ଏହା ମୃତ୍ତିକାରେ ସଲଫର୍ ଅଭାବ ଦୂର କରିବାରେ ମଧ୍ୟ ସହାୟକ ହୋଇପାରିବ। ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଜିଲ୍ଲାର MARKFEDକୁ ଇଣ୍ଡେଣ୍ଟ୍ (ଚାହିଦା ପତ୍ର) ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୟୁରିଆ ଓ ଡିଏପିରେ ଥିବା ସମାନ କେମିକାଲ ସ୍ପେଶିଫିକେସନ ବା କମ୍ପୋନେଣ୍ଟ ବିକଳ୍ପ ସାରଗୁଡ଼ିକରେ ରହିଛି। ତେଣୁ ସବୁକିଛି ତର୍ଜମା (ବିଶ୍ଳେଷଣ) କରି ସେହି ବିକଳ୍ପ ସାରଗୁଡ଼ିକୁ ବ୍ୟବହାର କରିବାକୁ କୁହାଯାଇଛି। ଏଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲ୍ୟାବ୍ରୋଟରି ଟେଷ୍ଟିଂ ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟ କିଛି ସାର ଦେଲେ ଉପଯୁକ୍ତ ଫଳ ମିଳିବ ନାହିଁ କି ଚାଷ ଠିକ୍ ହୋଇପାରିବ ନାହିଁ। ତେଣୁ ଚାଷୀଙ୍କ ଭଲ ପାଇଁ ଯାହା ଆବଶ୍ୟକ ଥିଲା, ତାହା କରାଯାଇଛି।

ସାର ଯୋଗାଣ ସ୍ଥିତି ସମ୍ପର୍କରେ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ, ଏବେ ଯାଏଁ କୃଷି ବିଭାଗ ପକ୍ଷରୁ ୧ ଲକ୍ଷ ୮୧ ହଜାର ୮୧୦ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇସାରିଛି। ଏଥର ଅଧିକ ଚାଷ ହୋଇଥିବାରୁ ସାର ପାଇଁ ଲମ୍ବା ଲାଇନ୍ ଲାଗୁଛି, କିନ୍ତୁ ସାର ଅଭାବ ଏ ବର୍ଷ ହେବ ନାହିଁ। ସାର କଳାବଜାର ରୋକିବା ପାଇଁ ପାକ୍ସ (PACS)କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ କୃଷି ବିଭାଗରୁ ୩୫ ପ୍ରତିଶତ ସାର ମିଳୁଥିଲା, କିନ୍ତୁ ଏବେ ୬୦ ପ୍ରତିଶତ ସାର ଯୋଗାଣ ହେଉଛି। ଯୁଦ୍ଧ (ରୁଷ-ୟୁକ୍ରେନ୍) ପାଇଁ ଅନେକ ବିଳମ୍ବ ହୋଇଛି, ତଥାପି ସାର୍ ମହଜୁଦ ଅଛି ଏବଂ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଆଶ୍ୱସ୍ତି ଦେଇଛନ୍ତି।

The post ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ନେଲେ ପଦକ୍ଷେପ appeared first on Sanket Tv.

ଡାକ୍ତରଙ୍କ ଉପରକୁ ଷ୍ଟୁଲ୍‌ ଫିଙ୍ଗି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତ ଥାନାରେ ଅଟକ
ବରଗଡ଼ (ସଂକେତ ଟିଭି): ବରଗଡ଼ ସହରର ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଆସିଥିବା ଏକ ଯୁବକ କାର୍ଯ୍ୟରତ ଡାକ୍ତରଙ୍କୁ ଷ୍ଟୁଲ୍ ଫୋପାଡ଼ି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ, ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ୱାର୍ଡ ନମ୍ବର ୧୪ର ବିକି ସିଂ ନାମକ ଯୁବକ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସୁଦୀପ୍ତ ରୋଗୀର ଚିକିତ୍ସା ସାରିବା ପରେ, ଅଭିଯୁକ୍ତ ନିଜର ରକ୍ତଚାପ ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ। ଡାକ୍ତର ତାଙ୍କୁ ଦୌଡ଼ି ଆସିଥିବାରୁ କିଛି ସମୟ ବସି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଏହାକୁ ନେଇ ଯୁବକ ଉତ୍ତେଜିତ ହୋଇ ପଡ଼ିଥିଲା।

ଅଭିଯୋଗ ଅନୁଯାୟୀ, ଉତ୍ତକ୍ତ ଯୁବକ ହଠାତ୍ ନିକଟରେ ଥିବା କାଠ ଷ୍ଟୁଲ୍ ଉଠାଇ ଡାକ୍ତରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଏହାଫଳରେ ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଆକ୍ରମଣ ପରେ, ଅଭିଯୁକ୍ତ ଡାକ୍ତରଖାନାର ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରି ସେଠାରୁ ଫେରାର ହୋଇଯାଇଥିଲା। ଡାକ୍ତରଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଆକ୍ରମଣର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି।

ଆକ୍ରମଣରେ ଗୁରୁତର ଡାକ୍ତର ସୁଦୀପ୍ତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି। ଏହି ଘଟଣାକୁ ନେଇ ସିଏଚସିର ସମସ୍ତ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାତିରେ ଚଢ଼ାଉ କରି ଅଭିଯୁକ୍ତ ବିକି ସିଂଙ୍କୁ ତାଙ୍କ ବାସଭବନରୁ ଅଟକ ରଖିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ।

ଡାକ୍ତରଙ୍କ ଉପରେ ଏହି ନୃଶଂସ ଆକ୍ରମଣକୁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ଚିକିତ୍ସକ ସଂଗଠନ ତୀବ୍ର ନିନ୍ଦା କରିଛନ୍ତି। ସେମାନେ ଦୋଷୀ ବିରୋଧରେ କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଡାକ୍ତରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି, ଯାହାର ତଦନ୍ତ ଚାଲିଛି।

The post ଡାକ୍ତରଙ୍କ ଉପରକୁ ଷ୍ଟୁଲ୍‌ ଫିଙ୍ଗି ଆକ୍ରମଣ କଲେ ଯୁବକ, ଅଭିଯୁକ୍ତ ଥାନାରେ ଅଟକ appeared first on Sanket Tv.

ବଦଳି ଆଦେଶ ଅଣଦେଖା କରୁଥିବା ଅଧିକାରୀଙ୍କୁ କଡା ଚେତାବନୀ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ବଦଳି ଆଦେଶକୁ ଅମାନ୍ୟ କରୁଥିବା ଅଧିକାରୀଙ୍କ ପ୍ରତି ରାଜ୍ୟ ଅର୍ଥ ବିଭାଗ କଠୋର ମନୋଭାବ ପ୍ରକାଶ କରିଛି। ଆଦେଶ ପ୍ରାପ୍ତ ହେବାର ଅନେକ ଦିନ ପର୍ୟ୍ୟନ୍ତ ଯେଉଁ କେତେଜଣ ଅଧିକାରୀ ନୂଆ କାର୍ଯ୍ୟସ୍ଥଳରେ ଯୋଗ ଦେଇନାହାନ୍ତି, ସେମାନଙ୍କ ବିରୋଧରେ ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସତର୍କ କରାଇଛି।

ଏହାପୂର୍ବରୁ ଅର୍ଥ ବିଭାଗ ତରଫରୁ ତିନିଥର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ତଥାପି, କେତେକ ଅଧିକାରୀ ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ନଦେଇ ବଦଳି ପ୍ରକ୍ରିୟାକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ରିମାଇଣ୍ଡର ଓ ଚେତାବନୀ ସତ୍ତ୍ୱେ ଆଦେଶ ପାଳନ ନକରିବା ଏବଂ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ବଦଳିକୁ ରୋକିବାର ଉଦ୍ୟମକୁ ବିଭାଗ ଏଥର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି।

ଅର୍ଥ ବିଭାଗ ପକ୍ଷରୁ ଏକ ଚିଠି ଜାରି କରି ସ୍ପଷ୍ଟ କରାଯାଇଛି ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି କୌଣସି ଅଧିକାରୀ ନୂଆ କାର୍ଯ୍ୟାଳୟରେ ଯୋଗଦାନ ନକରନ୍ତି, ତେବେ ନିୟମାନୁଯାୟୀ ତାଙ୍କ ବେତନ ବନ୍ଦ କରାଯିବା ସହିତ ଅନ୍ୟାନ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯାଇପାରେ। ଆଜି ସୁଦ୍ଧା ଯେଉଁ ଅଧିକାରୀମାନେ ନୂଆ ପୋଷ୍ଟରେ ଯୋଗ ଦେଇନାହାନ୍ତି, ସେମାନଙ୍କ ଦରମା ଆସନ୍ତାକାଲିଠାରୁ ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

The post ବଦଳି ଆଦେଶ ଅଣଦେଖା କରୁଥିବା ଅଧିକାରୀଙ୍କୁ କଡା ଚେତାବନୀ ଦେଲେ ରାଜ୍ୟ ସରକାର appeared first on Sanket Tv.

ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି ମଣତି ସମ୍ପନ୍ନ
ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି କାର୍ଯ୍ୟ ଆଜି ଶେଷ ହୋଇଯାଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଅଳଙ୍କାର ଓଲାଗି ପରେ ଆଜି ଏହି ଗଣତି କାର୍ଯ୍ୟ କରାଯାଇଥିଲା। ଦିନ ୧୧ଟା ୩୬ ମିନିଟରେ ଗଣତି ଆରମ୍ଭ ହୋଇ ପ୍ରାୟ ୨ ଘଣ୍ଟା ୨୭ ମିନିଟ୍ ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ୯ଟି ଯାକ ବହୁମୂଲ୍ୟ ଅଳଙ୍କାରର ଗଣତି, ଓଜନ, ଭିଡିଓଗ୍ରାଫି ଓ ୩ଡି ମ୍ୟାପିଂ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଖଟଶେଜ ଘରେ ଏହି ସମସ୍ତ ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଶ୍ରୀଜିଉଙ୍କ ଅଣ୍ଟା ପଟି ବା ରୂପା ରସିକ ଶୁଆ ଥଣ୍ଟିଆ (୩ଟି), ରାହୁ ରେଖା (୩ଟି) ଓ ରତ୍ନ ଚିତା (୩ଟି) — ଏହି ୯ଟି ଅଳଙ୍କାରର ଗଣତି ଓ ମେଳକ କରାଯାଇଛି। ଏହି ସମସ୍ତ ଅଳଙ୍କାର ଚଳନ୍ତି ଭଣ୍ଡାରର ଅଂଶ ବିଶେଷ ହୋଇଥିଲେ ହେଁ ଶ୍ରୀଅଙ୍ଗରେ ଲାଗି ରହିଥିବାରୁ ପୂର୍ବରୁ ଏହାର ଗଣତି ହୋଇପାରିନଥିଲା। ସ୍ନାନ ପୂର୍ଣ୍ଣିମା ପରେ ଏହି ଅଳଙ୍କାର ଓଲାଗି ହୋଇଥିଲା ଏବଂ ନୀଳାଦ୍ରି ବିଜେ ପୂର୍ବରୁ ଆଜି ଏହାର ଗଣତି ସମ୍ପନ୍ନ ହୋଇଛି।

ତେବେ ମହାପ୍ରଭୁଙ୍କ ଝୋବା କଣ୍ଠୀର ଗଣତି ମଣତି କାର୍ଯ୍ୟ ଆଜି ହୋଇପାରିନାହିଁ। କାରଣ ଝୋବା କଣ୍ଠୀ ଏବେ ବି ଶ୍ରୀଅଙ୍ଗରେ ଲାଗି ରହିଛି। ତେଣୁ ଏହାର ଗଣତି ପରବର୍ତ୍ତୀ ସମୟରେ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଆଜିର ଗଣତି କାର୍ଯ୍ୟ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ, ଜେମୋଲୋଜିଷ୍ଟ, ଛତିଶା ନିଯୋଗ ନାୟକ, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ୍ ଏବଂ ପ୍ରାଧିକୃତ ସେବାୟତମାନେ ଉପସ୍ଥିତ ଥିଲେ। ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକୁ ଚିହ୍ନଟ କରାଯାଇଥିଲା ଏବଂ ସମସ୍ତ ଅଳଙ୍କାରର ଓଜନ ମାପ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋଟ ୭୮ ଘଣ୍ଟା ୩ ମିନିଟ୍ ଧରି ଏହି ଗଣତି କାର୍ଯ୍ୟ ଚାଲିଛି। ଆଜିର ଗଣତି ଅପରାହ୍ନ ୧ଟା ୫୮ ମିନିଟ୍ରେ ଶେଷ ହୋଇଥିଲା।

The post ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି ମଣତି ସମ୍ପନ୍ନ appeared first on Sanket Tv.

ନବୀନଙ୍କ ପ୍ରଶଂସାରେ ଶତମୁଖ ସିନ୍ଧୁ, ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା
ଭୁବନେଶ୍ୱର (ସଂକେତ ଟିଭି): ଜାପାନ ଓପନ୍‌-୨୦୨୬ର ମହିଳା ସିଙ୍ଗଲ୍ସ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ସୁପରଷ୍ଟାର ପି.ଭି. ସିନ୍ଧୁ। ଘରୋଇ ଖେଳାଳି ତଥା ତିନିଥର ବିଶ୍ୱ ଚାମ୍ପିଅନ୍ ଆକାନେ ୟାମାଗୁଚିଙ୍କୁ ସିଧାସଳଖ ସେଟରେ ପରାସ୍ତ କରି ସିନ୍ଧୁ ପ୍ରଥମ ଭାରତୀୟ ଭାବେ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟର ମୁକୁଟ ହାସଲ କରିଛନ୍ତି। ଫାଇନାଲ ମ୍ୟାଚରେ ୨୧-୧୭, ୨୧-୧୭ରେ ଆକାନେଙ୍କୁ ହରାଇ ପ୍ରାୟ ୫୦ ମିନିଟ୍ ଧରି ଚାଲିଥିବା ରୋମାଞ୍ଚକର ମୁକାବିଲାରେ ସିନ୍ଧୁ ଦମଦାର ପ୍ରଦର୍ଶନ କରିଥିଲେ। ଫିଟନେସ ଓ ଫର୍ମକୁ ନେଇ ସଂଘର୍ଷ କରୁଥିବା ୩୧ ବର୍ଷୀୟା ସିନ୍ଧୁ ଦୀର୍ଘ ୧୯ ମାସ ପରେ କୌଣସି BWF ୱାର୍ଲ୍ଡ ଟୁର ଟାଇଟଲ ନିଜ ନାଁ’ରେ କରିଛନ୍ତି।

ଏହି ଐତିହାସିକ ସଫଳତା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନବୀନ ତାଙ୍କ ବାର୍ତ୍ତାରେ ସିନ୍ଧୁଙ୍କ ନିଖୁଣ ପ୍ରଦର୍ଶନର ପ୍ରଶଂସା କରିଥିଲେ। ଏହାର ଉତ୍ତରରେ ସିନ୍ଧୁ ନବୀନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସିନ୍ଧୁ କହିଛନ୍ତି, “ତାଙ୍କ ଶ୍ୱଶୁର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ଏବଂ ସବୁବେଳେ ନବୀନଙ୍କ ନେତୃତ୍ୱ ଓ ଓଡ଼ିଶାର ଶାସନ ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଆସିଛନ୍ତି।” ନବୀନଙ୍କ ଶୁଭେଚ୍ଛା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ପ୍ରେରଣାଦାୟକ ବୋଲି ସିନ୍ଧୁ ଉଲ୍ଲେଖ କରିଛନ୍ତି।

ଏହି ଅବସରରେ ସିନ୍ଧୁ ଓଡ଼ିଶା ସହ ନିଜର ଆତ୍ମୀୟ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସମୟରେ ଏହି ବିଜୟ ହାସଲ କରିବା ତାଙ୍କ ପାଇଁ ଏକ ସୌଭାଗ୍ୟ ବୋଲି ସିନ୍ଧୁ ମତବ୍ୟକ୍ତ କରିଛନ୍ତି। ଖୁବ୍ ଶୀଘ୍ର ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପି.ଭି. ସିନ୍ଧୁଙ୍କ ଶଶୁର ହେଉଛନ୍ତି ଜି.ଟି. ଭେଙ୍କଟେଶ୍ୱର ରାଓ, ଯିଏ ୧୯୯୦ ବ୍ୟାଚର ଆଇଆରଏସ ଅଧିକାରୀ। ଜନପ୍ରଶାସନ, ଇ-ଗଭର୍ନାନ୍ସ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ସେ ଭାରତ ସରକାରଙ୍କ ତରଫରୁ ତିନୋଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି। ୩୨ ବର୍ଷର ଦୀର୍ଘ ସରକାରୀ କାର୍ଯ୍ୟଜୀବନରେ ସେ ଆୟକର ବିଭାଗ, ସିଙ୍ଗାପୁରସ୍ଥିତ ଭାରତୀୟ ଉଚ୍ଚାୟୋଗ ଏବଂ ତେଲେଙ୍ଗାନା ସରକାରରେ ବିଭିନ୍ନ ଦାୟିତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ୨୦୨୨ ମସିହାରେ ପ୍ରିନ୍ସିପାଲ କମିଶନର ଅଫ୍ ଇନକମ୍ ଟ୍ୟାକ୍ସ ଭାବେ କାର୍ଯ୍ୟରତ ଥିବାବେଳେ ସେ ସ୍ୱେଚ୍ଛାକୃତ ଅବସର (VRS) ଗ୍ରହଣ କରିଥିଲେ।

ଜାପାନ ଓପନ୍‌ରେ ଏହି ଐତିହାସିକ ବିଜୟ ସହ ପି.ଭି. ସିନ୍ଧୁ ନିଜ କ୍ୟାରିୟରରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି। ଏହା ସହ ବିଶ୍ୱ ବ୍ୟାଡମିଣ୍ଟନରେ ଭାରତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ସେ ନିଜର ସ୍ଥାନକୁ ପୁଣିଥରେ ସୁଦୃଢ଼ କରିଛନ୍ତି।

The post ନବୀନଙ୍କ ପ୍ରଶଂସାରେ ଶତମୁଖ ସିନ୍ଧୁ, ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା appeared first on Sanket Tv.

୨୫ ହଜାର କୋଟି ଟଙ୍କାର ମାଛ ରପ୍ତାନୀ ଲକ୍ଷ୍ୟ ଧାର୍ଯ୍ୟ କଲା ଓଡିଶା
ବ୍ରହ୍ମପୁର(ସଂକେତ ଟିଭି): ଦେଶରେ ନୀଳ ଅର୍ଥନୀତିର ବିକାଶ ଉପରେ ବର୍ତ୍ତମାନ ବିଶେଷ ଗୁରୁତ୍ବାରୋପ କରାଯାଉଛି। ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ପୂର୍ତ୍ତି ପାଇଁ ଏହି କ୍ଷେତ୍ରରେ ଅଗ୍ରଗତି ଦ୍ବାରା ଦେଶକୁ ଆଗକୁ ନେବା ପାଇଁ ଆହ୍ବାନ ରହିଛି। ଏହି ପ୍ରସଙ୍ଗରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜର ମତ ରଖିଛନ୍ତି। ପୂର୍ବରୁ ଗଭୀର ସମୁଦ୍ର ମଧ୍ୟରେ ମାଛ ଧରିବା ପାଇଁ ଯେଉଁ କଟକଣା ରହିଥିଲା, ତାହା ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଦୁଇ ଦିନିଆ ଜାତୀୟ କନକ୍ଳେଭ ଆୟୋଜିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନେ ନିଜର ଅଭିନବ ଉପାୟରେ ପ୍ରସ୍ତୁତ କରିଥିବା ମାଛରୁ ମୂଲ୍ୟଯୁକ୍ତ ଦ୍ରବ୍ୟକୁ ବିଶେଷଜ୍ଞ ସମୁଖରେ ଉପସ୍ଥାପନ କରିଥିଲେ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ପୂର୍ବରୁ ୧୨ ନଟିକାଲ ମାଇଲ୍ (୨୦-୨୨ କିଲୋମିଟର) ମଧ୍ୟରେ ମାଛ ଧରିବାକୁ ଅନୁମତି ଥିଲା, କିନ୍ତୁ ବର୍ତ୍ତମାନ ଏହି ସୀମା ଉଠାଇ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀମାନେ ଅଗଭୀର ସମୁଦ୍ରକୁ ଯାଇ ମାଛ ଧରିପାରିବେ, ଯାହା ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ଆହୁରି କହିଲେ ଯେ, ଓଡ଼ିଶାରୁ ବର୍ତ୍ତମାନ ପ୍ରତିବର୍ଷ ପ୍ରାୟ ୫,୫୦୦ କୋଟି ଟଙ୍କାର ମାଛ ରପ୍ତାନୀ ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ପୂର୍ବରୁ ୨ କିଲୋମିଟର ମଧ୍ୟରେ ଚିଙ୍ଗୁଡ଼ି ଚାଷ କରାଯାଉଥିଲା, କିନ୍ତୁ ବର୍ତ୍ତମାନ କ୍ୟାବିନେଟ ଅନୁମତି ପରେ ସମୁଦ୍ରର ହାଇଟାଇଡ ଅଞ୍ଚଳର ୧୦ କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷ କରାଯାଇପାରିବ। ଡବଲ ଇଞ୍ଜିନ ସରକାରରେ ମତ୍ସ୍ୟଜୀବୀଙ୍କ ପାଇଁ ଡବଲ ପଲିସି ରହିଥିବା ଉଲ୍ଲେଖ କରି ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପୋଖରୀ ଖୋଳିବା, ଯାଆଁଳା ପ୍ରଦାନ, ମାଛ ଖାଦ୍ୟ ପ୍ରଦାନ ଏବଂ ବଜାରରେ ଭାଲ୍ୟୁ ଆଡିସନ ପର୍ଯ୍ୟନ୍ତ ସବ-ସିଡିର ବ୍ୟବସ୍ଥା କରାଯାଇଛି।

ଏହି କନକ୍ଳେଭରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିବା ସହ ମତ୍ସ୍ୟ ଯୋଜନା ପ୍ରଣୟନ ଦ୍ୱାରା ଉତ୍ପାଦନ ବୃଦ୍ଧି ପାଉଥିବା ଏବଂ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ହେବା ଦ୍ୱାରା ଆତ୍ମନିଯୁକ୍ତି ବୃଦ୍ଧି ପାଉଥିବା କହିଥିଲେ। ମୁଖ୍ୟବକ୍ତା ପ୍ରଫେସର ଜି. ଜୟସୀକରନ ମତ୍ସ୍ୟ ଉଦ୍ୟୋଗିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ କହିଲେ ଯେ, ଅଭିନବ ଉପାୟରେ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରିବା ଦ୍ବାରା ମାଛର ଚାହିଦା ବଢ଼ିବା ସହ ନୂଆ ଉଦ୍ୟୋଗୀ ସୃଷ୍ଟି ହୋଇପାରିବ।

ଜଣେ ଛାତ୍ରୀ ନିଜ ମତ ରଖି କହିଲେ, “ଆମେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରକୁ ଏକ ଉଦୀୟମାନ କ୍ଷେତ୍ର ଭାବେ ଦେଖୁଛୁ। ଏହି କ୍ଷେତ୍ରରେ ଭାଲ୍ୟୁ ଆଡିସନ୍ ଓ ସ୍ଥାୟୀ ବିକାଶକୁ ଗୁରୁତ୍ବ ଦେଲେ ନୀଳ ଅର୍ଥନୀତି ଅଗ୍ରଗତି କରିବ, ଯାହା ‘ବିକଶିତ ଭାରତ ୨୦୪୭’ ଓ ‘ବିକଶିତ ଓଡ଼ିଶା ୨୦୩୬’ ସ୍ବପ୍ନକୁ ସାକାର କରିପାରିବ।” ଜୁଲାଇ ୧୮ ଓ ୧୯ ତାରିଖରେ ଆୟୋଜିତ ଏହି ୨ ଦିନିଆ କନକ୍ଳେଭରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜୁରାଟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଅଧ୍ୟାପକ, ବ୍ୟବସାୟୀ, ପ୍ରଶାସକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ନୀଳ ଅର୍ଥନୀତିର ଭବିଷ୍ୟତ ଦିଗନ୍ତ ଉପରେ ଆଲୋଚନା କରିଥିଲେ।

The post ୨୫ ହଜାର କୋଟି ଟଙ୍କାର ମାଛ ରପ୍ତାନୀ ଲକ୍ଷ୍ୟ ଧାର୍ଯ୍ୟ କଲା ଓଡିଶା appeared first on Sanket Tv.

ଅଗଷ୍ଟରୁ ସରକାରୀ ସଂଯୋଗରେ ପ୍ରିପେଡ୍ ସ୍ମାର୍ଟ ମିଟର ବାଧ୍ୟତାମୂଳକ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ଦକ୍ଷ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଚାରିଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀର କାର୍ଯ୍ୟଦକ୍ଷତାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବୈଠକରେ ସୌର ଶକ୍ତି, ସ୍ମାର୍ଟ ମିଟର, ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସ୍ମାର୍ଟ ମିଟରିଂକୁ ଆହୁରି ପ୍ରୋତ୍ସାହନ ଦେବାକୁ ଆସନ୍ତା ୨୦୨୬ ଅଗଷ୍ଟରୁ ସମସ୍ତ ସରକାରୀ ବିଦ୍ୟୁତ ସଂଯୋଗକୁ ପୋଷ୍ଟପେଡ୍‌ରୁ ପ୍ରିପେଡ୍ ସ୍ମାର୍ଟ ମିଟରରେ ପରିବର୍ତ୍ତନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ସରକାରୀ ଉପଭୋକ୍ତାଙ୍କୁ ମାସିକ ବିଦ୍ୟୁତ ବିଲ୍‌ରେ ୪ ପ୍ରତିଶତ ରିହାତି ମଧ୍ୟ ମିଳିବ।

ଶନିବାର ଭୁବନେଶ୍ୱରରେ ଆୟୋଜିତ ଡିସ୍କମ୍ ବୋର୍ଡ ବୈଠକରେ TPCODL, TPNODL, TPSODL ଓ TPWODLର କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, GRIDCOର CMD ଏବଂ ସମସ୍ତ ଡିସ୍କମ୍‌ର MD, CEO ଓ ବୋର୍ଡ ସଦସ୍ୟମାନେ ଉପସ୍ଥିତ ଥିଲେ। ନବୀକରଣଯୋଗ୍ୟ ଶକ୍ତି, ନେଟୱାର୍କ ସୁଦୃଢ଼ୀକରଣ, ସ୍ମାର୍ଟ ମିଟରିଂ ଓ କାର୍ଯ୍ୟକୁଶଳତା ଉପରେ ମୁଖ୍ୟ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଓଡ଼ିଶାର ସଫଳତାକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୧,୫୬,୬୦୬ଟି ରୁଫଟପ୍ ସୋଲାର ସଂଯୋଗ ସ୍ଥାପିତ ହୋଇଛି। ସେଥିରୁ ୯୨,୨୮୦ଟି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଏବଂ ୬୪,୩୨୬ଟି ULA ଯୋଜନା ଅଧୀନରେ ହୋଇଛି। ଏହି ସଫଳତା ଯୋଗୁଁ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। PM-KUSUM 2.0 ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

‘ମନ୍ଥ ଅଫ୍ ସୋଲାର କ୍ୟାମ୍ପେନ୍’ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଡିସ୍କମ୍‌ମାନେ ପୁରସ୍କୃତ ହୋଇଥିବାବେଳେ ବୈଠକରେ ଏହାକୁ ସ୍ୱାଗତ କରାଯାଇଛି। ବିଦ୍ୟୁତ ବଣ୍ଟନ କ୍ଷେତ୍ରର AT&C କ୍ଷତି ଲଗାତାର ହ୍ରାସ ପାଉଥିବାରୁ ଏହା ବିଦ୍ୟୁତ ବିତରଣ ବ୍ୟବସ୍ଥାର ଆର୍ଥିକ ଓ କାର୍ଯ୍ୟଦକ୍ଷତାରେ ସୁଧାର ସୂଚାଉଛି।

ରଥଯାତ୍ରା-୨୦୨୬ ସମୟରେ ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦ୍ୟୁତ ଯୋଗାଣ, ସର୍ବାଧିକ ବିଦ୍ୟୁତ ଚାହିଦାର ସଫଳ ପରିଚାଳନା ଏବଂ ଶୂନ୍ୟ ପାୱାର ଟ୍ରାନ୍ସଫର୍ମର ବିଫଳତା ହାସଲ କରିଥିବାରୁ ଡିସ୍କମ୍‌ମାନଙ୍କୁ ପ୍ରଶଂସା କରାଯାଇଛି। ଗତ ପାଞ୍ଚ ବର୍ଷରେ ପୁଞ୍ଜି ବିନିଯୋଗ ଫଳରେ ବିଦ୍ୟୁତ ଭିତ୍ତିଭୂମି, ସୁରକ୍ଷା ଓ ସେବାର ଗୁଣାତ୍ମକ ଉନ୍ନତି ଘଟିଥିବା ମତ ପ୍ରକାଶ ପାଇଛି।

ସୌର ଶକ୍ତିର ପ୍ରସାର, ସ୍ମାର୍ଟ ମିଟରିଂର ବ୍ୟାପକ ବ୍ୟବହାର ଏବଂ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ ମାଧ୍ୟମରେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ନୂଆ ମାନଦଣ୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ଉପଭୋକ୍ତାଙ୍କୁ ଅଧିକ ନିର୍ଭରଯୋଗ୍ୟ, ସୁରକ୍ଷିତ ଓ ଡିଜିଟାଲ୍ ବିଦ୍ୟୁତ୍ ସେବା ଯୋଗାଇବାରେ ସହାୟକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

The post ଅଗଷ୍ଟରୁ ସରକାରୀ ସଂଯୋଗରେ ପ୍ରିପେଡ୍ ସ୍ମାର୍ଟ ମିଟର ବାଧ୍ୟତାମୂଳକ appeared first on Sanket Tv.

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ନବୀନଙ୍କ ଦାବି
ଭୁବନେଶ୍ୱର (ସଂକେତ ଟିଭି): ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତାର ସହ ଉଠାଇ ବିସ୍ତୃତ ଆଲୋଚନା କରିବା ପାଇଁ ସେ ଦାବି କରିଛନ୍ତି। ଏହା ସହ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।

ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ତୁରନ୍ତ ସକାରାତ୍ମକ ସଂଳାପ ଆରମ୍ଭ କରନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି, “ଦେଶର କୋଟି କୋଟି ଶିଶୁଙ୍କ ପାଇଁ ଶିକ୍ଷା ହେଉଛି ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ଏକମାତ୍ର ଭରସା।”

ବିଶ୍ୱର ପ୍ରତ୍ୟେକ ବିକଶିତ ରାଷ୍ଟ୍ରର ପ୍ରଗତି ପଛରେ ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ସ୍ୱଚ୍ଛ, ନିରପେକ୍ଷ ପରୀକ୍ଷା ପ୍ରଣାଳୀ ରହିଛି। ଭାରତ ମଧ୍ୟ ଏହି ଶିକ୍ଷା ବ୍ୟବସ୍ଥାର ଶକ୍ତି ବଳରେ ଅନେକ ପିଢ଼ିର ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଓ ନବପ୍ରବର୍ତ୍ତକଙ୍କୁ ସୃଷ୍ଟି କରିଛି। ସେମାନଙ୍କ ଅବଦାନ ହିଁ ଆଧୁନିକ ଭାରତର ବିକାଶର ମୂଳ ଭିତ୍ତି। କିନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ଏହି ସମଗ୍ର ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ଗୁରୁତର ଭାବେ କ୍ଷୁଣ୍ଣ ହୋଇଛି। ଏହା କେବଳ ଗୋଟିଏ ପରୀକ୍ଷାର ବିଫଳତା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି। ଏଭଳି ଘଟଣା ପରିଶ୍ରମୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଏହି ଧାରଣା ସୃଷ୍ଟି କରୁଛି ଯେ, କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ।

ନବୀନ ଆହୁରି ମଧ୍ୟ କହିଛନ୍ତି, “ଆର୍ଥିକ ଭାବେ ପଛୁଆ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ହିଁ ଦାରିଦ୍ର୍ୟରୁ ମୁକ୍ତି ପାଇବାର ସବୁଠୁ ବଡ଼ ସୋପାନ। ସେହି ସୁଯୋଗକୁ ଦୁର୍ବଳ କରିବା ଅର୍ଥ ଦେଶର ଭବିଷ୍ୟତକୁ ବିପଦ ମୁହାଁକୁ ଠେଲି ଦେବା ସହ ସମାନ।” ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଜଡ଼ିତ ଏଭଳି ଗମ୍ଭୀର ପ୍ରସଙ୍ଗକୁ ସଂସଦରେ ସର୍ବାଧିକ ଗୁରୁତ୍ୱ ଦେଇ ଆଲୋଚନା କରାଯିବା ଉଚିତ।

ପ୍ରଶ୍ନପତ୍ର ଲିକ, ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଓ ପରୀକ୍ଷା ପରିଚାଳନାରେ ଥିବା ବ୍ୟବସ୍ଥାଗତ ଦୁର୍ବଳତାର ପୁନରାବୃତ୍ତି ଯେପରି ନ ଘଟେ, ସେଥିପାଇଁ ଦୃଢ଼ ଓ ସ୍ଥାୟୀ ସଂସ୍କାର ଅତ୍ୟାବଶ୍ୟକ। ଏହା ସହିତ ଏଭଳି ବିଶ୍ୱାସଘାତ ପାଇଁ ଦାୟୀ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବା ଦରକାର।

“ଏହି ପ୍ରସଙ୍ଗକୁ ରାଜନୀତିର ସୀମା ମଧ୍ୟରେ ବନ୍ଦୀ କରି ନ ରଖି ସରକାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଖୋଲାମନରେ ଆଲୋଚନା ଆରମ୍ଭ କରିବା ଉଚିତ,” ବୋଲି ନବୀନ ପ୍ରକାଶ କରିଛନ୍ତି। ସେମାନଙ୍କ ମତାମତ ଓ ଅଭିଯୋଗ ରଖିବା ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇ ଦିଆଯିବା ଆବଶ୍ୟକ। ଏକ ସୁସ୍ଥ ଓ ସଜୀବ ଗଣତନ୍ତ୍ରରେ ନୀରବତା ନୁହେଁ, ବରଂ ସଂଳାପ ହିଁ ସମାଧାନର ପଥ।

ବିଶେଷକରି ଯେତେବେଳେ ଏହି ସଂଳାପ ଦେଶର ଯୁବପିଢ଼ିଙ୍କ ସହ ଜଡ଼ିତ, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଏ। ଦେଶର ଯୁବପିଢ଼ି ଓ ଛାତ୍ରସମାଜ ନେତୃତ୍ୱଙ୍କଠାରୁ ଦିଗଦର୍ଶନ ଓ ନ୍ୟାୟସଙ୍ଗତ ପଦକ୍ଷେପ ଆଶା କରୁଛନ୍ତି। ସେମାନଙ୍କ ବିଶ୍ୱାସକୁ ଭାଙ୍ଗିବାର ସୁଯୋଗ ଆମେ ଦେଇପାରିବା ନାହିଁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆନ୍ତରିକ ଓ ସକାରାତ୍ମକ ସଂଳାପ ହିଁ ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ଏବଂ ଦେଶର ନେତୃତ୍ୱ ପ୍ରତି ଯୁବପିଢ଼ିଙ୍କ ବିଶ୍ୱାସକୁ ପୁନଃ ସୁଦୃଢ଼ କରିପାରିବ।

ନବୀନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, “ଦେଶର ଯୁବକ ଓ ଛାତ୍ରଛାତ୍ରୀଙ୍କ ନ୍ୟାୟ ସଙ୍ଗତ ସ୍ୱାର୍ଥ ସୁରକ୍ଷା ପାଇଁ ବିଜେଡି ସଦା ସେମାନଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇଛି।” ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନବୀନଙ୍କ ବାର୍ତ୍ତା ଏକ ପ୍ରକାର ସମର୍ଥନ ବୋଲି ଆକଳନ କରାଯାଉଛି। ସେହିପରି ବିଜେଡି ଉକ୍ତ ଆନ୍ଦୋଳନରେ ସାମିଲ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

The post ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ନବୀନଙ୍କ ଦାବି appeared first on Sanket Tv.