FeaturedLatestNews

ଏଣିକି ସୋମବାର ଦିନ ହେବ ନାହିଁ ସରକାରୀ ବୈଠକ

ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କଡା ନିର୍ଦ୍ଦେଶ ଅନୁଯାୟୀ, ଏଣିକି ସୋମବାର ଦିନ କୌଣସି ସରକାରୀ ବୈଠକ ହେବ ନାହିଁ। ସବୁ ବିଭାଗକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରତ୍ୟେକ ସୋମବାର କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରଖାଯିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ପୂର୍ଣ୍ଣ ଗୁରୁତ୍ୱ ଦେବା ସହିତ ଏହାକୁ ଅଧିକ ଫଳାଫଳକାରୀ କରାଯାଇପାରିବ।

ଏହି ସଂପର୍କରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଭିଯୋଗ ଶୁଣାଣିକୁ ପ୍ରାଥମିକତା ଦିଆଯିବା ଉଚିତ। ସୋମବାର ଦିନ ହେଉଥିବା ସଚିବ ସ୍ତରୀୟ ବୈଠକଗୁଡ଼ିକ ମଧ୍ୟ ଏବେ ଆୟୋଜିତ ହେବ ନାହିଁ ବୋଲି ଜଣାଯାଇଛି।

ଏହା ସହ, ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ପ୍ରତ୍ୟେକ ମାସର ତୃତୀୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କାର୍ଯ୍ୟ ପାଇଁ ରଖାଯିବ। ଏହି ଦିନ ୧୦ରୁ ୧୧ଟି ପ୍ରକଳ୍ପର ଅବସ୍ଥା ଓ ପ୍ରଗତିର ଯାଞ୍ଚ କରାଯିବ।