EducationFeaturedGeneralLatest

ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ : ଅନୁଜ ଅଗ୍ନିହୋତ୍ରୀ ଟପର୍

ନୂଆଦିଲ୍ଲୀ(ସଂକେତ ଟିଭି): ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍ସି) ଶୁକ୍ରବାର (୬ ମାର୍ଚ୍ଚ ୨୦୨୬) ଦିନ ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ର ଫାଇନାଲ ରେଜଲ୍ଟ ଘୋଷଣା କରିଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ଅନୁଜ ଅଗ୍ନିହୋତ୍ରୀ ସମଗ୍ର ଦେଶରେ ସର୍ବୋଚ୍ଚ ସ୍ଥାନ (ଟପ୍ପର) ହାସଲ କରିଛନ୍ତି।

ଚଳିତ ବର୍ଷ ମୋଟ ୯୫୮ ଜଣ ଆଶାୟୀ ଏହି କଠିନ ପରୀକ୍ଷାରେ ସଫଳତା ପାଇଛନ୍ତି। ସଫଳ ହୋଇଥିବା ଏହି ସମସ୍ତ ପ୍ରାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୁଲିସ ସେବା (IPS) ଏବଂ କେନ୍ଦ୍ରୀୟ ସେବା (Central Services) ଗ୍ରୁପ୍ ‘ଏ’ ଓ ‘ବି’ ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।

ଟପ୍ ୧୦ ଆଶାୟୀଙ୍କ ତାଲିକା:

୧. ଅନୁଜ ଅଗ୍ନିହୋତ୍ରୀ (ରୋଲ୍ ନମ୍ବର: ୧୧୩୧୫୮୯)

୨. ରାଜେଶ୍ୱରୀ ସୁଭ୍ ମି (ରୋଲ୍ ନମ୍ବର: ୪୦୦୦୦୪୦)

୩. ଆକାନ୍ ଧଲ୍ (ରୋଲ୍ ନମ୍ବର: ୩୫୧୨୫୨୧)

୪. ରାଘବ ଝୁନଝୁନୱାଲା (ରୋଲ୍ ନମ୍ବର: ୦୮୩୪୭୩୨)

୫. ଇଶାନ ଭଟନଗର (ରୋଲ୍ ନମ୍ବର: ୦୪୦୯୮୭)

୬. ଜିନିୟା ଆରୋରା (ରୋଲ୍ ନମ୍ବର: ୬୪୧୦୦୬୭)

୭. ଏଆର୍ ରାଜାହ ମୋହେଦୀନ

୮. ପକ୍ଷଲ ସେକ୍ରେଟ୍ରି

୯. ଅସ୍ଥା ଜୈନ

୧୦. ଉଜ୍ଜ୍ୱଳ ପ୍ରିୟଙ୍କ

ଆଶାୟୀ ମାନେ ଚାହିଁଲେ ସେମାନଙ୍କ ଫଳାଫଳ ୟୁପିଏସ୍ସିର ଅଫିସିଆଲ୍ ୱେବ୍ସାଇଟ୍ upsc.gov.in କୁ ଯାଇ ଚେକ୍ କରିପାରିବେ। upsconline.gov.in ୱେବ୍ସାଇଟ୍ରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ।