ରାଜ୍ୟରେ ପ୍ରଚୂର ମାତ୍ରରେ ପେଟ୍ରୋଲ-ଡିଜେଲ ମହଜୁଦ୍ : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଭଣ୍ଡାର ପ୍ରଚୁର ମାତ୍ରାରେ ଥିବାବେଳେ ଯୁଦ୍ଧ ପରିପ୍ରେକ୍ଷୀରେ କେତେକ ବିଭ୍ରାନ୍ତିକର ତଥ୍ୟ ସାମ୍ନାକୁ ଆସୁଥିବା ନେଇ ଆଜି ପ୍ରତ୍ୟାଖ୍ୟାନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେ କହିଛନ୍ତି ଯେ, ରାଜ୍ୟରେ ତୈଳ ନିଅଣ୍ଟ ହେବାର କୌଣସି ସମ୍ଭାବନା ନାହିଁ। ରୁଷିଆରୁ ତୈଳ ଯୋଗାଣ ଜାରି ରହିଛି। ରାଜ୍ୟବାସୀଙ୍କୁ ସେ ସରକାରୀ ତଥ୍ୟ ଉପରେ ପୂର୍ଣ୍ଣ ଭରସା ରଖିବାକୁ ପରାମର୍ଶ ଦେଇଛନ୍ତି। ତୈଳ ଯୋଗାଣକୁ ନେଇ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର କଡ଼ା ନଜର ରଖିଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଆବଶ୍ୟକ ପଡ଼ିଲେ କଳାବଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱଯୁଦ୍ଧର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ। ଖାଦ୍ୟ ଶସ୍ୟ ସହିତ ଅନ୍ୟାନ୍ୟ ଦୈନନ୍ଦିନ ଉପଭୋଗ୍ୟ ସାମଗ୍ରୀର ମଧ୍ୟ ପ୍ରଚୁର ମହଜୁଦ ରହିଛି।
ବର୍ତ୍ତମାନ ସମୟରେ ଏଲପିଜି (ରାନ୍ଧଣା ଗ୍ୟାସ) ଦର ବଢ଼ିବା କମିବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଏହାର ମହଜୁଦ ପର୍ଯ୍ୟାପ୍ତ ପରିମାଣରେ ରହିଛି। ସାମଗ୍ରିକ ଭାବେ ଦର ବୃଦ୍ଧି ହୋଇଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି।
