ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଗଠନ କଲେ ‘ଓଡ଼ିଶା ଜନତା କଂଗ୍ରେସ’ ଦଳ
କଟକ(ସଂକେତ ଟିଭି): ରାଜ୍ୟର ରାଜନୀତିରେ ଏକ ନୂଆ ମୋଡ଼ ଆସିଛି। ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଆଜି ନିଜର ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ନୂଆ ଦଳର ନାମ ଘୋଷଣା କରିଛନ୍ତି।
ମୋକିମ୍ଙ୍କ ନୂଆ ଦଳର ନାମ ରହିବ ‘ଓଡ଼ିଶା ଜନତା କଂଗ୍ରେସ’। ଏହି ଅବସରରେ ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଦଳର ନାମକରଣକୁ ନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସବୁଜ ସଙ୍କେତ ମିଳିଥିବା ସେ ସ୍ପଷ୍ଟ କରିଛନ୍ତି।
ନୂଆ ଦଳ ଗଠନ ପ୍ରସଙ୍ଗରେ ମହମ୍ମଦ ମୋକିମ୍ କହିଛନ୍ତି ଯେ, ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଏକ ବୃହତ୍ ସମାବେଶର ଆୟୋଜନ କରାଯିବ। ଦଳର ନିର୍ବାଚନ ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି।
