FeaturedLatestNews

ସ୍ବାଭାବିକ ତଥା ସେଥିରୁ କମ ରହିବ ଚଳିତ ବର୍ଷର ମୌସୁମୀ

ଭୁବନେଶ୍ୱର (ସଂକେତ ଟିଭି): ଚଳିତ ବର୍ଷର ମୌସୁମୀ ଦ୍ବନ୍ଦ୍ବରେ ପଡ଼ିଛି। ୨୦୧୫-୧୬ ପରେ ବର୍ତ୍ତମାନ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୂଦ୍ର ପୃଷ୍ଠର ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ସେଲସିୟସ ଅଧିକ ରହିବ, ଯାହାକି ସୁପର ଏଲ ନିନୋକୁ ଦର୍ଶାଉଛି। ଏହାର ପ୍ରଭାବରେ ଆଗାମୀ ମୌସୁମୀ ସ୍ବାଭାବିକ ତଥା ସେଥିରୁ କମ ରହିବା ନେଇ କିଛି ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି।

ଅନୁଚ୍ଛେଦ ୨: ଏହି ସୁପର ଏଲ ନିନୋ ପ୍ରାୟ ମୌସୁମୀର ଦ୍ବିତୀୟାର୍ଦ୍ଧରେ ଦେଖାଦେବ। ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସ ଆଡ଼କୁ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖାଦେଇପାରେ। କିନ୍ତୁ ଭାରତ ମହାସାଗରର ପଜିଟିଭ୍ IOD ପ୍ରଭାବ ପଡ଼ିବା ଫଳରେ ସୁପର ଏଲ ନିନୋର ପ୍ରଭାବରୁ ଟିକେ ଆଶ୍ବସ୍ତି ମିଳିପାରିବା ନେଇ କିଛି ପରିମାଣରେ ଆକଳନ କରାଯାଉଛି।

ଅନୁଚ୍ଛେଦ ୩: ଏହି ସୁପର ଏଲ ନିନୋକୁ ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ। ଏପଟେ ରାଜ୍ୟରେ କଲବଲ କରୁଛି ତାତି। ଖରା ବଢ଼ିବା ସାଙ୍ଗକୁ ଉପକୂଳରେ ପ୍ରବଳ ଗୁଳୁଗୁଳି ନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା କାଲିଠୁ ୧୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଗରମ ଓ ଗୁଳୁଗୁଳି। ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ।