FeaturedLatestNews

୨୫ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ବିସ୍ତାରିତ ଆକଳନ ଅନୁସାରେ, ୨୨ରୁ ୨୮ ତାରିଖ ଭିତରେ ଦେଶର ପୂର୍ବ ଉପକୂଳର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ୧୫ରୁ ୨୧ ତାରିଖ ଭିତରେ ଓଡ଼ିଶାରେ ବର୍ଷା ନେଇ କୌଣସି ସୂଚନା ନାହିଁ। ଏହି ସମୟରେ ଦେଶରେ ମଧ୍ୟ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ।

୨୨ରୁ ୨୮ ତାରିଖ ଭିତରେ ଓଡ଼ିଶାରେ ବର୍ଷା ସମ୍ଭାବନା ଥିଲେ ବି ଦେଶର ପୂର୍ବ ଭାଗରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *