Puri Archives - Sanket Tv

ପୁରୀ ରଥଯାତ୍ରା କର୍ଡନ ପାସ୍ ଉପରେ କଟକଣା ଜାରି, ଗୋଟିଏ ବି ଅଧିକ ଦିଆଯିବ ନାହିଁ
ପୁରୀ(ସଂକେତ ଟିଭି): ଆସନ୍ତା ୦୬.୦୭ ତାରିଖରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୁରୀ ଟାଉନ୍ ହଲ୍ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସମର୍ପଣ ଓ ସମନ୍ଵୟର ମନ୍ତ୍ର ଦେଇ ଏଥର ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭକ୍ତଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ପରିମଳ ଏବଂ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଫୋକସ୍ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କର୍ଡନ ପାସ୍ ପ୍ରସଙ୍ଗରେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ କରାଯିବ ନାହିଁ। ଗତବର୍ଷର ଅଘଟଣର ପୂନରାବୃତ୍ତି ରୋକିବା ପାଇଁ ଭିଡ଼ ନିୟନ୍ତ୍ରଣ ଦିଗରେ ଜିଲ୍ଲାପାଳଙ୍କୁ କଠୋର ନିର୍ଦ୍ଦେଶ ଦେଇଛନ୍ତି। କେବଳ ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ସମର୍ପଣ ଭାବରେ ସମସ୍ତ ବିଭାଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସେବାୟତ ଓ କର୍ମଚାରୀଙ୍କୁ ସମନ୍ଵୟ ରକ୍ଷା କରି ଦାୟିତ୍ୱ ନିର୍ବାହ କରିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି, “ପୁରୀ ରଥଯାତ୍ରା ଉପରେ ସାରା ବିଶ୍ୱର ନଜର ରହିଛି। ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ୱ। ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ। ଏବର୍ଷ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି ମୁଁ ଆଶା କରୁଛି।” ସମନ୍ଵୟ ରକ୍ଷା କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।

ବୈଠକରେ ରଥଯାତ୍ରା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥର ପ୍ରାୟ ୧୫ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ପହଣ୍ଡି, ରଥଟଣା, ଦର୍ଶନ, ଭକ୍ତଙ୍କ ସୁବିଧା ଓ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉ ଏବଂ ଭକ୍ତଙ୍କୁ ସୁବିଧା ଓ ସୁରକ୍ଷା ଯୋଗାଇ ଦେବା ହେଉଛି ଆମର ମୁଖ୍ୟ କର୍ତ୍ତବ୍ୟ। ଏଥିପାଇଁ ଜେବିପିସି ଓ ଗୁଣ୍ଡିଚା ମନ୍ଦିରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ଭକ୍ତଙ୍କ ସୁବିଧା ପାଇଁ ୨୨୫ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ୧୭ ଶହ ଅସ୍ଥାୟୀ ଶୌଚାଳୟ, ୩୦ଟି ୱାଟର ଲଗିଂ ଏରିଆ ଏବଂ ୮ଟି ଅସ୍ଥାୟୀ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ପାଣି ନିଷ୍କାସନ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି। ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ପୁଲିସ୍ ଡିଜି, ବିଭିନ୍ନ ବିଭାଗର ସଚିବ, ସେବାୟତ, ପରିଚାଳନା କମିଟି ସଦସ୍ୟ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।

The post ପୁରୀ ରଥଯାତ୍ରା କର୍ଡନ ପାସ୍ ଉପରେ କଟକଣା ଜାରି, ଗୋଟିଏ ବି ଅଧିକ ଦିଆଯିବ ନାହିଁ appeared first on Sanket Tv.

ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ (ସଂକେତ ଟିଭି): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ ହୋଇଯାଇଛି। ସକାଳୁ ସକାଳୁ ଧାଡି ପହଣ୍ଡି କରି ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ବିଜେ କରିବା ପରେ ମଙ୍ଗଳ ଆଳତୀ, ଜଳ ବିଜେ ଓ ପୂଜା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା, ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଚତୁଃପାର୍ଶ୍ୱରେ ଜମା ହୋଇଥିଲେ।

ସ୍ନାନ ନୀତି ଶେଷ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନବେଦୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ରାଜାଙ୍କ ଏହି ବିଶେଷ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ଦୁର୍ଲଭ ‘ଗଜାନନ ବେଶ’ ଆରମ୍ଭ ହୋଇଥିଲା। ଏହି ବେଶରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଇ ହାତୀ ମୁଣ୍ଡ ପରି ବେଶ କରାଯାଇଥିଲା।

ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି ଶ୍ରୀଜଗନ୍ନାଥଙ୍କର ଏହି ବିଶେଷ ରୂପ ଦେଖିବା ପାଇଁ ଆଜି ପୁରୀସହିତ ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପକୁ ଆକର୍ଷିତ ହୋଇଛନ୍ତି। ସମସ୍ତ ନୀତି ଶୃଙ୍ଖଳାବଦ୍ଧ ଭାବରେ ସମ୍ପନ୍ନ ହେବା ପରେ ଆଗାମୀ ଅନ୍ୟ ବେଶ ଓ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

The post ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି appeared first on Sanket Tv.

୧୧ରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି
ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ। ଦୀର୍ଘ ଦିନର ବିରତି ପରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନିଆଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

ଆସନ୍ତା ୧୧ ଓ ୧୨ ତାରିଖ, ଦୁଇଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ। ପୂର୍ବରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଏହି କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଏବଂ ରବିବାର ଠାକୁରଙ୍କ ହଳଦୀ ପାଣି ନୀତି ରହିଥିବାରୁ ଠାକୁରଙ୍କ ନୀତିକାନ୍ତିରେ କୌଣସି ସମସ୍ୟା ନ ହେବା ପାଇଁ ଗଣତି ମଣତି ବନ୍ଦ ରଖାଯାଇଥିଲା।

ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଆସନ୍ତା ୧୧ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହେବ। ପରେ ଆଉ କେଉଁ ଦିନ ଗଣତି ମଣତି କରାଯିବ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଶ୍ରୀ ପାଢୀ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍ ୧୪ ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଯାଏଁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆରବିଆଇ ଅଧିକାରୀ ଉପସ୍ଥିତ ରହୁଛନ୍ତି। ସମସ୍ତ କାର୍ଯ୍ୟ ସିସିଟିଭି ସର୍ଭିଲାନ୍ସ ମଧ୍ୟରେ କରାଯାଉଛି, ସହିତ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି ମଧ୍ୟ କରାଯାଉଛି। ଗଣତି ମଣତି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି।

The post ୧୧ରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି appeared first on Sanket Tv.

ଚନ୍ଦନଯାତ୍ରାରେ ବିଭ୍ରାଟ, ପ୍ରଶାସନର ହସ୍ତକ୍ଷେପରେ ସମାଧାନ
ପୁରୀ (ସଂକେତ ଟିଭି): ଚନ୍ଦନଯାତ୍ରା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି। ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏନେଇ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।

ପ୍ରବଳ ପବନ ଯୋଗୁଁ ଦିନ ଚାପ ଅସମ୍ଭବ ଥିଲା। ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତି ଚାପ ହୋଇପାରିନଥିଲା। ଏବେ ବିବାଦକୁ ନେଇ ବୈଠକ ବସିଥିଲା। ଏହି ବୈଠକରେ ମହାପ୍ରଭୁଙ୍କ ଚାପ ନୀତିକୁ ଶୃଙ୍ଖଳିତ କରିବାକୁ ସେବାୟତମାନେ ପ୍ରତିଶୃତି ଦେଇଛନ୍ତି।

ସୂଚନାଯୋଗ୍ୟ, ଚନ୍ଦନ ଯାତ୍ରାର ନବମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଚାପ ଖେଳି ପାରିନଥିଲା। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ଘଟଣା ଘଟିଥିଲା। ଚାପ ନଖେଳି ଦୀର୍ଘ ସମୟ ଧରି ଚାପ ଡଙ୍ଗାରେ ବସି ରହିଥିଲେ ମଦନମୋହନ, ରାମକୃଷ୍ଣ ଏବଂ ପଞ୍ଚପାଣ୍ଡବ।

ସିଂହାରୀ ନିଯୋଗ ଏବଂ ସୁଦୁ ସୁଆର ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁରଙ୍କ ରାତି ଚାପ ହୋଇପାରିଲା ନାହିଁ। ସୁଦୁ ସୁଆର ସେବକଙ୍କୁ ଚାପ ଡଙ୍ଗାରେ ବାରଣ ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା। ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଠାକୁରଙ୍କ ଚାପ ଖେଳ ଦର୍ଶନ କରିନପାରି ଶ୍ରଦ୍ଧାଳୁମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

The post ଚନ୍ଦନଯାତ୍ରାରେ ବିଭ୍ରାଟ, ପ୍ରଶାସନର ହସ୍ତକ୍ଷେପରେ ସମାଧାନ appeared first on Sanket Tv.

ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ: ୪୨ ତୁମ୍ବ ନିର୍ମାଣ ସମ୍ପନ୍ନ
ପୁରୀ(ସଂକେତ ଟିଭି):ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଆଜି ରଥ ନିର୍ମାଣର ପଞ୍ଚମ ଦିନ ହୋଇଥିବା ବେଳେ, ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ତୁମ୍ବ ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ଖୁବଶୀଘ୍ର ଅଖ ନିର୍ମାଣ ପାଇଁ କାଠ ରଥଖଳାରେ ପହଞ୍ଚିବ ବୋଲି ମୁଖ୍ୟ ବିଶ୍ଵକର୍ମା ସୂଚନା ଦେଇଛନ୍ତି।

ସେପଟେ କଟକ ଖପୁରିଆ ସ୍ଥିତ କରତକଳରେ ରଥ ଚକ ନିର୍ମାଣ ପାଇଁ ପହି କଟା କାର୍ଯ୍ୟ ଜାରି ରହିଛି। ପ୍ରତିବର୍ଷ ତୁମ୍ଭ ନିର୍ମାଣ ପାଇଁ ୨୨ଟି କାଠର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଚଳିତ ବର୍ଷ ମାତ୍ର ୧୫ଟି କାଠରେ ସମସ୍ତ ଆବଶ୍ୟକୀୟ ତୁମ୍ଭ ନିର୍ମାଣ କରାଯାଇଛି।

ତୁମ୍ବରେ ମହାରଣାମାନେ ସୂତା ଦାଗ ଦେଇସାରିଛନ୍ତି। ଏହାପରେ ତୁମ୍ବରେ ବନ୍ଧ ଅନୁକୂଳ କରାଯିବ।

The post ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ: ୪୨ ତୁମ୍ବ ନିର୍ମାଣ ସମ୍ପନ୍ନ appeared first on Sanket Tv.

ଆଜିଠୁ ଆରମ୍ଭ ହେଲା ଘୋଷଯାତ୍ରା ପାଇଁ ରଥ ନିର୍ମାଣ
ପୁରୀ (ସଂକେତ ଟିଭି): ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ। ବିଶ୍ଵନିୟନ୍ତାଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳଚଞ୍ଚଳ ହୋଇଉଠିଛି ରଥଖଳା।

ଗତକାଲି ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇଥିଲା। ଆଜିଠାରୁ କର୍ତ୍ତି ସେବକମାନେ ଫାଶୀ କାଠକୁ କାଟି ତୁମ୍ବ ନିର୍ମାଣ କରିବେ। ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ତିନି ରଥର ଚକ ଲାଗି ତୁମ୍ବ ପ୍ରସ୍ତୁତ କରାଯିବ। ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଚକ ନିର୍ମାଣ କାର୍ଯ୍ୟ କରାଯିବ। କରତିଆମାନେ ବଡ଼ ବଡ଼ କରତ ସାହାଯ୍ୟରେ କାଠ ଗୁଡ଼ିକୁ କାଟିଛନ୍ତି।

ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡ଼ା ଜ୍ୟେଷ୍ଠ ମାସ ପଡ଼ୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକ ମାସ ସମୟ ମିଳିବ। ପ୍ରତି ବର୍ଷ ରଥ ନିର୍ମାଣ ପାଇଁ ୫୯ ଦିନ କାର୍ଯ୍ୟ ଦିବସ ପଡ଼ିଥାଏ।

The post ଆଜିଠୁ ଆରମ୍ଭ ହେଲା ଘୋଷଯାତ୍ରା ପାଇଁ ରଥ ନିର୍ମାଣ appeared first on Sanket Tv.

ପୁରୀ ବିମାନବନ୍ଦରକୁ ସର୍ତ୍ତମୂଳକ ଅନୁମତି, ମିଳିଲା ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ
ପୁରୀ (ସଂକେତ ଟିଭି): ଓଡ଼ିଶାର ପୁରୀଠାରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନୀତିଗତ ସ୍ଟେଜ୍-୧ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଏହି ଅନୁମତି କେତେକ ସର୍ତ୍ତ ସହିତ ଦିଆଯାଇଛି।

ଚୂଡ଼ାନ୍ତ ଅନୁମତି ପୂର୍ବରୁ ନିର୍ମାଣକାରୀ ସଂସ୍ଥାକୁ ଅନେକ ନିୟମ ପାଳନ କରିବାକୁ ହେବ। ବିମାନବନ୍ଦର ନିର୍ମାଣରେ ଯେଉଁ ଜଙ୍ଗଲ ଜମି ବ୍ୟବହୃତ ହେବ, ତାହାର କ୍ଷତିପୂରଣ ଭାବରେ ଅନ୍ୟତ୍ର ନୂଆ ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଜଙ୍ଗଲ ଜମି ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ଭରଣା କରିବାକୁ ହେବ।

ସ୍ଥାନୀୟ ପ୍ରଶାସନ ଏବଂ ଆବଶ୍ୟକ ସ୍ଥଳେ ଜନଜାତି ସମ୍ପ୍ରଦାୟର ସହମତି ନେବା ବାଧ୍ୟତାମୂଳକ। ଏହାବ୍ୟତୀତ ଜୀବଜନ୍ତୁ ଓ ପରିବେଶ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ରାଜ୍ୟ ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ଏସବୁ ସର୍ତ୍ତ ପୂରଣ କଲେ ହିଁ ସେମାନେ ଷ୍ଟେଜ୍-୨ ବା ଚୂଡ଼ାନ୍ତ ଅନୁମତି ପାଇଁ ଆବେଦନ କରିପାରିବେ।

ଷ୍ଟେଜ୍-୨ ଅନୁମତି ମିଳିବା ପରେ ସମ୍ପୂର୍ଣ୍ଣ ଆଇନଗତ ଅନୁମତି ପ୍ରଦାନ କରାଯିବ। ତେବେ ଯାଇ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ। ଏହି ନିଷ୍ପତ୍ତି ପୁରୀ ବିମାନବନ୍ଦର ପାଇଁ ଏକ ଶୁଭ ସଙ୍କେତ ଭାବରେ ଦେଖାଯାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅନୁମତି ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।

The post ପୁରୀ ବିମାନବନ୍ଦରକୁ ସର୍ତ୍ତମୂଳକ ଅନୁମତି, ମିଳିଲା ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ appeared first on Sanket Tv.

ପୁରୀ ସମୁଦ୍ରରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ (ସଂକେତ ଟିଭି): ପୁରୀ ସମୁଦ୍ର ବେଳାଭୂମିରେ ଏକ ଦୁଃଖଦ ଅଘଟଣ ଘଟିଛି । ସମୁଦ୍ରରେ ବୁଡ଼ି ଯାଇ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ପୁରୀ ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ପର୍ଯ୍ୟଟକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଏହାକୁ ଦେଖି ଘଟଣାସ୍ଥଳରେ ଥିବା ଲାଇଫ୍ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ତୁରନ୍ତ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଆସିବା ବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।

ସେହିପରି, ଗତକାଲି ମଧ୍ୟ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ବୁଡ଼ି ଯାଇଥିଲେ । ସମୁଦ୍ର କୂଳ ସେକ୍ଟର ୧୪ରେ ଏହି ଅଘଟଣ ଘଟିଥିଲା । ସେଠାରେ ଥିବା ଲାଇଫ୍ ଗାର୍ଡମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବହୁ ଖୋଜାଖୋଜି କରିବା ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

The post ପୁରୀ ସମୁଦ୍ରରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ appeared first on Sanket Tv.

ପୂରୀ ରଥଯାତ୍ରା ପାଇଁ ରାମ ନବମୀରେ ଆରମ୍ଭ ହେଲା ରଥକାଠ ଚିରଟ
କଟକ (ସଂକେତ ଟିଭି): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ପବିତ୍ର ରାମ ନବମୀ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ କରାଯାଇଛି । କଟକ ଖପୁରିଆ ସ୍ଥିତ ସରକାରୀ କରତ କଳରେ ସର୍ବ ପ୍ରଥମେ ରଥକାଠ ଅନୁକୂଳ କରାଯାଇଛି । ଏଥିପାଇଁ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ କରତ କଳରେ ପହଞ୍ଚିବା ପରେ ସ୍ୱତନ୍ତ୍ର ପୂଜାପାଠ ପରେ ରଥକାଠ ଅନୁକୂଳ କରାଯାଇଥିଲା ।

ପୁରୀ ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ଆସିବା ପରେ କଟକ ଖପୁରିଆ ସ୍ଥିତ କରତ କଳରେ କାଠ ଚିରଟ ପକ୍ରିୟା ଆରମ୍ଭ ହୋଇଛି । ମନ୍ଦିରର ସେବାୟତମାନେ କାଠକୁ ପୂଜାର୍ଚ୍ଚନା କରିବା ପରେ ରଥକାଠ ଚିରା କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଧ୍ବନୀରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଆସନ୍ତା ଜୁଲାଇ ୧୬ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଠୁ ବିଧିବଦ୍ଧ ଭାବରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପବିତ୍ର ରାମନବମୀ ଅବସରରେ ଆଜି ମହାପ୍ରଭୁଙ୍କ ରଥ କାଠ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ ୩ ଲମ୍ବ ବିଶିଷ୍ଟ ଧୌରା କାଠ ଚିରଟ କରାଯାଇଛି ବୋଲି ସେ କହିଛନ୍ତି । କାଠ ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ମହାରଣା ସେବାୟତମାନେ ଉପସ୍ଥିତ ଥିଲେ ।

ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ, ଗତବର୍ଷ ୪୭ ଖଣ୍ଡ କାଠ ବଳକା ଥିଲା । ତେବେ ଚଳିତବର୍ଷ ମୋଟ ୮୧୮ ଖଣ୍ଡ କାଠ ବନ ବିଭାଗ ପଠାଇବ । ଆଜି ପ୍ରାଥମିକ ପର୍ଯ୍ୟାୟରେ ୩ଟି ଫାସି କାଠ ଚିରଟ ହୋଇଛି । ରଥ ନିର୍ମାଣ ପାଇଁ ନୟାଗଡର ଦଶପଲ୍ଲା ସମେତ ବିଭିନ୍ନ ଜିଲ୍ଲାର ଜଙ୍ଗଲରୁ କାଠ ସଂଗ୍ରହ କରାଯାଇ କଟକ ଖପୁରିଆ ସ’ ମିଲ ଅଭିମୁଖେ ଆସିବ । ରଥ କାଠ ମଧ୍ୟରେ ଅସନ, ଧଉରା, ଫାସୀ ସମେତ ବହୁ ମୂଲ୍ୟବାନ କାଠ ଚିରଟ ହେବ । କାଠ ଗୁଡିକ ଏଠାରେ ପହଞ୍ଚିବା ପରେ ପର୍ଯ୍ୟାୟ କ୍ରମେ ସବୁ ଏହି କାଠକୁ ଆବଶ୍ୟକ ମୁତାବକ ସାଇଜରେ ମେସିନ ସାହାଯ୍ୟରେ ଚିରଟ ହେବ । ତେବେ ଖୁବଶୀଘ୍ର କାଠ ଚିରଟ ହୋଇ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

The post ପୂରୀ ରଥଯାତ୍ରା ପାଇଁ ରାମ ନବମୀରେ ଆରମ୍ଭ ହେଲା ରଥକାଠ ଚିରଟ appeared first on Sanket Tv.

ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ
ଭୁବନେଶ୍ୱର (ସଂକେତ ଟିଭି): ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ହୋଇସାରିବା ପରେ ଧାଡି ଦର୍ଶନ ଆରମ୍ଭ କରାଯିବ। ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଥିପାଇଁ ଆଲୋଚନା ହୋଇଛି। ପରିଚାଳନା କମିଟି ଏହି ପ୍ରସ୍ତାବ ସରକାରଙ୍କୁ ଦେବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର କାର୍ଯ୍ୟକାରୀ ହେବ।

ଆଇନ୍ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରି ଧାଡି ଦର୍ଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପୂଜା ପୂର୍ବରୁ ସମସ୍ତ ରାସ୍ତା ମରାମତିର କାମ ସମାପ୍ତ କରାଯିବ।

ଏହି ବିଷୟକୁ ଲେଖି ଆସନ୍ତା ୬ ତାରିଖରେ ଆଉ ଏକ ବୈଠକ ବସିବ। ଏହି ବୈଠକରେ କଟକ ଓ ଭୁବନେଶ୍ୱରର ସମସ୍ତ ବିଧାୟକ, ମେୟର, କମିସନରଙ୍କ ସହ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହି ବୈଠକରେ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯିବ ଏବଂ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ରାସ୍ତାର ମରାମତି କାମ ସମାପ୍ତ ହେବ।

ଅନ୍ୟପକ୍ଷରେ, ରଥଯାତ୍ରା ସମୟରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କିତ ରିପୋର୍ଟ ପ୍ରକାଶନ ବିଷୟରେ ଆଇନ୍ ମନ୍ତ୍ରୀ କହିଛନ୍ତି ଯେ ସରକାର କୌଣସି ରିପୋର୍ଟକୁ ଚାପି ଦେବେ ନାହିଁ। ଉନ୍ନୟନ କମିସନର ଅନୁଗର୍ଗ ଏହି ରିପୋର୍ଟ ଦାଖଲ କରିସାରିଛନ୍ତି ଏବଂ ଏହାକୁ ଖୁବ୍ ଶୀଘ୍ର ପ୍ରକାଶ କରାଯିବ। ମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଶୀଘ୍ର ପଦକ୍ଷେପ ନେବେ। ପୂର୍ବତନ ସରକାର ୨୩ଟି ରିପୋର୍ଟ ଚାପି ଦେଇଥିଲେ ବୋଲି ଅଭିଯୋଗ କରି ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ସରକାର ସେହି ପଦ୍ଧତିରେ କାମ କରିବେ ନାହିଁ।

The post ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ appeared first on Sanket Tv.