EntertainmentFeaturedLatest

ସଲମାନ ଖାନଙ୍କ ପରେ ଏବେ ଶାହରୁଖଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ (ସଂକେତ ଟିଭି): ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଅନେକ ଥର ହତ୍ୟା ଧମକ ଦିଆଯାଇଥିବାବେଳେ ବଲିଉଡର କିଙ୍ଗ୍ ଶାହାରୁଖ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିବା କଥା ସାମ୍ନାକୁ ଆସିଛି। ଏହି ଘଟଣାରେ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଛତିଶଗଡର ରାୟପୁରର ବୋଲି ଜଣାପଡିଛି ।

ସୂଚନା ମୁତାବକ, ରାୟପୁରର ଫୈଜାନ ନାମକ ଜଣେ ବ୍ୟକ୍ତି କଲ୍ କରି ହତ୍ୟା କରିବାକୁ ଧମକ ଦେଇଥିଲେ। ୫୦ଲକ୍ଷ ଟଙ୍କା ଦିଅ। ନଚେତ୍ ମାରିଦେବି ବୋଲି ଅଭିଯୁକ୍ତ କହିଥିଲେ। ଏହି ଫୋନ୍ କଲ୍ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ରେଡ୍ ଚିଲିଜର କାର୍ଯ୍ୟାଳୟକୁ ଆସିଥିଲା। ଧମକ ପାଇବା ପରେ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା। ଯାଞ୍ଚ ବେଳେ ଯେତେବେଳେ ପୁଲିସ ଏହି କଲକୁ ଟ୍ରାକ୍ କରିଥିଲା, ସେତେବେଳେ ଏହା ରାୟପୁରରୁ ଆସିଥିଲା ବୋଲି ଜଣାପଡ଼ିଥିଲା। ଏବେ ଠିକଣା ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *