FeaturedLatestNews

ଶ୍ରୀମନ୍ଦିର ପାର୍କିଂ ଫି ହ୍ରାସ: ୫୦୦ ଟଙ୍କାରୁ କମିଲା ୨୪୦ ଟଙ୍କା

ପୁରୀ (ସଂକେତ ଟିଭି): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାର୍କିଂ ଫି ବୃଦ୍ଧି କରିବା ନିଷ୍ପତ୍ତି ପଛକୁ ଟେଣି ନେଇଛି। କିଛି ଦିନ ତଳେ ପାର୍କିଂ ଫି ୫୦୦ ଟଙ୍କା କରାଯିବା ନିଷ୍ପତ୍ତିରେ ଚାରିଆଡେ ତୀବ୍ର ବିବାଦ ଦେଖାଦେଇଥିଲା।

ପୂର୍ବ ନିର୍ଦ୍ଧାରିତ ଫି ବୃଦ୍ଧି କରିବା ନିଷ୍ପତ୍ତି ଉପରେ ଭକ୍ତ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଆଲୋଡ଼ନର ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭରେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା ଏବଂ ଫି କମାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲା।

କିନ୍ତୁ, ପରବର୍ତ୍ତୀ ସମୟରେ ପ୍ରଶାସନ ନିଜ ଚେତା ବଦଳାଇଛି। ପୁରୀରେ ଅନୁଷ୍ଠିତ ପରିଚାଳନା କମିଟିର ବୈଠକରେ ଏହି ପ୍ରସଙ୍ଗ ଉପରେ ଗଭୀର ଆଲୋଚନା କରାଯାଇଥିଲା। ସମସ୍ତଙ୍କ ରାୟ ନେଇ ପାର୍କିଂ ଫି କମାଇ ଦିଆଯାଇଛି।

ସୋମବାର (୧୭ ଜାନୁଆରୀ)ଠାରୁ ପ୍ରଭାବୀ ହେବାକୁ ଥିବା ଏହି ନୂତନ ନିଷ୍ପତ୍ତି ଅନୁଯାୟୀ, ଚାରିଚକିଆ ଯାନ ପାଇଁ ଦୈନିକ ପାର୍କିଂ ଫି ବର୍ତ୍ତମାନ ୨୪୦ ଟଙ୍କା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି।