FeaturedLatestNewsPolitics

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦିଆଯାଇଛି। ଦୁର୍ବୃତ୍ତମାନେ ତାଙ୍କୁ ଭୁବନେଶ୍ବର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୯ ତାରିଖରୁ ଏହି ହତ୍ୟା ଧମକ ଆସୁଥିବା ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି।

ଏହି ଧମକକୁ ନେଇ ସେ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଅବଗତ କରାଇଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ୨୦୨୫ ମସିହାରେ ମଧ୍ୟ ଏଭଳି ଢଙ୍ଗରେ ତାଙ୍କୁ ହତ୍ୟା ଧମକ ଆସିଥିଲା।