୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ, ରାଜ୍ୟପାଳଙ୍କ ଅନୁମୋଦନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ ନୂତନ କୁଳପତି ନିଯୁକ୍ତ କରାଯାଇଛି। କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି ୧୪ କୁଳପତିଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି।
ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଅର୍କ କୁମାର ଦାସମହାପାତ୍ର ନିଯୁକ୍ତ ହୋଇଥିବା ବେଳେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ବବିଦ୍ୟାଳୟ (ଏଫଏମ)ର କୁଳପତି ହୋଇଛନ୍ତି।
୧୪ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ପୁରା ତାଲିକା:
୧. ଏଫଏମ ବିଶ୍ଵବିଦ୍ୟାଳୟ କୁଳପତି – ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ
୨. ରେଭେନ୍ସା ବିଶ୍ଵବିଦ୍ୟାଳୟ – ପ୍ରଫେସର ଅର୍କ କୁମାର ଦାସମହାପାତ୍ର
୩. ଉତ୍କଳ ବିଶ୍ଵବିଦ୍ୟାଳୟ – ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ
୪. ଧରଣୀଧର ବିଶ୍ବବିଦ୍ୟାଳୟ – ପ୍ରଫେସର ସଞ୍ଜୟ କୁମାର ପାତ୍ର
୫. ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ – ପ୍ରଫେସର ବ୍ୟୋମକେଶ ତ୍ରିପାଠୀ
୬. ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ – ପ୍ରଫେସର ଅସୀମା ସାହୁ
୭. ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ – ପ୍ରଫେସର ପବନ କୁମାର ଅଗ୍ରୱାଲ
୮. ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ – ପ୍ରଫେସର ଶିବରାମ ତ୍ରିପାଠୀ
୯. MSCBD ବିଶ୍ବବିଦ୍ୟାଳୟ – ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି
୧୦. ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ – ପ୍ରଫେସର ବିଭୂତି ଭୂଷଣ ମଲିକ
୧୧. ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ – ପ୍ରଫେସର ଜ୍ୟୋସ୍ନା କେବି ରାଉତ
୧୨. ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ – ପ୍ରଫେସର ପ୍ରଭାତ କୁମାର ମହାପାତ୍ର
୧୩. ବିକ୍ରମ ଦେବ ବିଶ୍ବବିଦ୍ୟାଳୟ – ପ୍ରଫେସର ହୃଷିକେଶ ସେନାପତି
୧୪. ଓଡ଼ିଆ ବିଶ୍ବବିଦ୍ୟାଳୟ – ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ
