ସେତୁବନ୍ଧ ଯୋଜନାରେ ନିର୍ମାଣ ହେବ ୫ ହଜାର ସେତୁ : ମନ୍ତ୍ରୀ ରବି ନାୟକ
ଭୁବନେଶ୍ୱର (ସଂକେତ ଟିଭି): ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ ସାମ୍ବାଦିକ ସମ୍ମିଳନୀରେ ବିଭାଗର ସଫଳତା, ବଜେଟ ଖର୍ଚ୍ଚ ଓ ଆଗାମୀ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୭୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ମଞ୍ଜୁରି ଆସିଛି। ବର୍ତ୍ତମାନ ସୁଦ୍ଧା ବିଭାଗ ୮୯.୪୭ ପ୍ରତିଶତ ଲକ୍ଷ୍ୟ ହାସଲ କରିସାରିଛି। ବିଭାଗ ପାଇଁ ୮୫୮୦.୨୪ କୋଟି ଟଙ୍କାର ବଜେଟ ଅଟକଳ ହୋଇଛି।
୫୨୧୧ କିଲୋମିଟର ସଡ଼କ ବିଶିଷ୍ଟ ୨୧୭୯ଟି ରାସ୍ତା ନିର୍ମାଣ କରାଯାଇଛି। MMSY ଯୋଜନାରେ ୩୪୪୪.୪୧ କୋଟି ଟଙ୍କା ବ୍ୟୟରେ ୯୯.୭୯ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି। ୨୦୨୫-୨୬ ମସିହାରେ ୪୭୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୩୦୧୮.୭୯ କିଲୋମିଟର କାର୍ଯ୍ୟ ସହ ୫୫ଟି ରାସ୍ତା ଶେଷ ହୋଇଛି, ଯେଉଁଥିରେ ୧୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬୩୫.୧୨ କିଲୋମିଟର ରାସ୍ତା ନିର୍ମାଣ ସରିଛି। ସେତୁବନ୍ଧ ଯୋଜନାରେ ୭୫ ହଜାର କିଲୋମିଟର ରାସ୍ତା ଏବଂ ୫ ହଜାର ସେତୁ ନିର୍ମାଣର ଲକ୍ଷ୍ୟ ରହିଛି। ମୋ ବିଭାଗକୁ ୫୦୦ ସେତୁ ନିର୍ମାଣ ଦାୟିତ୍ୱ ମିଳିଥିବା ବେଳେ ୨୯୪ଟି ବ୍ରିଜ୍ ଶେଷ ହୋଇଛି। ୩୭୪ଟି ନୂଆ ବ୍ରିଜ୍ କାର୍ଯ୍ୟ ପାଇଁ ଅନୁମୋଦନ ମିଳିଛି।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୫୨୫.୯୦ କିଲୋମିଟର ରାସ୍ତା ଓ ୨୭ଟି ବ୍ରିଜ୍ ନିର୍ମାଣ ସମାପ୍ତ ହୋଇଛି। ଆଗାମୀ ଦିନରେ ‘ଜିରୋ କନେକ୍ଟିଭିଟି’ (ଶୂନ୍ୟ ସଂଯୋଗହୀନତା) ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି।
