FeaturedGeneralLatest

ସେମିକନ ୨.୦ ମିଶନକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ସେମିକନ ୨.୦ (Semicon 2.0) ମିଶନକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହା ସହିତ ଉତ୍ତର ପ୍ରଦେଶର ବାରାଣସୀ ସହରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୁଇଟି ବଡ଼ ଏଲିଭେଟେଡ କରିଡର ନିର୍ମାଣ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି।

ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଆଜି ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ବିକାଶ (Infrastructure Development) ପାଇଁ ଦୁଇଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।”

ସେ କହିଛନ୍ତି, “ପ୍ରଥମଟି ହେଉଛି ବରୁଣା ନଦୀ କୂଳରେ ନିର୍ମାଣ ହେବାକୁ ଥିବା ସମ୍ପୂର୍ଣ୍ଣ ୬-ଲେନ ଏବଂ ୪-ଲେନ ବିଶିଷ୍ଟ ଏଲିଭେଟେଡ କରିଡର ବରୁଣ ଏକ୍ସପ୍ରେସୱେ। ଏହି ୪୩ କିଲୋମିଟର ଲମ୍ବର ଏଲିଭେଟେଡ କରିଡର ନିର୍ମାଣ କରାଯିବ। ଏଥିରେ ୧୦,୯୯୮ କୋଟି ଟଙ୍କା ବିନିଯୋଗ ହେବ, ଏହାକୁ ହାଇବ୍ରିଡ ଆନୁଇଟି ମଡେଲ (HAM) ଅଧୀନରେ ବିକଶିତ କରାଯିବ ଏବଂ ପ୍ରାୟ ଚାରି ବର୍ଷ ମଧ୍ୟରେ ଏହାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।”

“ଦ୍ୱିତୀୟ କରିଡର ବିଷୟରେ ସେ ସୂଚନା ଦେଇ କହିଛନ୍ତି ଯେ, କାଶୀରେ ଗଙ୍ଗା ନଦୀ କୂଳେ କୂଳେ ଏକ ସମ୍ପୂର୍ଣ୍ଣ ୬-ଲେନ ବିଶିଷ୍ଟ ଏଲିଭେଟେଡ କରିଡର ନିର୍ମାଣ କରାଯିବ। ଯାହା ଏଠାରୁ ଆରମ୍ଭ ହୋଇ ନଦୀ କୂଳେ କୂଳେ, IIT-BHU ନିକଟ ଦେଇ ଗତି କରିବ ଏବଂ ଲଙ୍କା ଚୌକ ଓ ରାମନଗର ଆଡ଼କୁ ଯାଇ ଏକ ‘ସିଗ୍ନେଚର ବ୍ରିଜ’ ନିର୍ମାଣ କରାଯିବ।”

“ଗଙ୍ଗା ନଦୀ କୂଳରେ ନିର୍ମାଣ ହେବାକୁ ଥିବା ଏହି ଏଲିଭେଟେଡ କରିଡର ୪୬ କିଲୋମିଟର ଲମ୍ବ ହେବ ଏବଂ ଏହାକୁ ୧୪,୪୪୮ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯିବ।”

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର ସେମିକଣ୍ଡକ୍ଟର ଡିଜାଇନ ଏବଂ ମାନୁଫ୍ୟାକ୍ଚରିଂ ଇକୋସିଷ୍ଟମର ବିକାଶ ପାଇଁ ‘ସେମିକନ ୨.୦’ ମିଶନକୁ ମଞ୍ଜୁରୀ ଦେଇଛି। ଏହାର ମୋଟ ବଜେଟ ୧,୨୭,୫୦୦ କୋଟି ଟଙ୍କା ରହିଛି। ଏହି ମିଶନ ଦ୍ୱାରା ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *