ତିନି ସିଜେପି ନେତା ମୁକ୍ତ, ଜନ୍ତରମନ୍ତର ଯିବାକୁ ବାରଣ
ନୂଆଦିଲ୍ଲୀ (ସଂକେତ ଟିଭି): ତିନି ସିଜେପି ନେତା ଅଭିଜିତ ଦିପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ କୋର୍ଟ ମୁକ୍ତ କରିଛନ୍ତି। ଗତକାଲି (ଶନିବାର) ଏହି ୩ ସିଜେପି ନେତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସର୍ତ୍ତମୂଳକ ଭାବେ ମୁକ୍ତ କରିଛନ୍ତି ଦିଲ୍ଲୀର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ ଅଦାଲତ। ତେବେ କୋର୍ଟ ସେମାନଙ୍କୁ ଜନ୍ତରମନ୍ତର ଯିବାକୁ ବାରଣ କରିଛନ୍ତି। ଏନେଇ ସିଜେପିର ଓକିଲ ରତ୍ନା ସିଂ ସୂଚନା ଦେଇଛନ୍ତି।
ଓକିଲ ରତ୍ନା ସିଂହ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବର୍ଷେ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବା ସର୍ତ୍ତରେ କୋର୍ଟ ୩ ଜଣଙ୍କୁ ମୁକ୍ତ କରିଛନ୍ତି। ଏ ସମ୍ପର୍କରେ ସିଜେପି ଖୁସି ପ୍ରକାଶ କରିଛି। ସୋସିଆଲ ମିଡିଆରେ ଏନେଇ ଦଳ ପୋଷ୍ଟ କରିଛି। ଦଳ ଲେଖିଛି, ‘ଶେଷରେ ଦିଲ୍ଲୀ ପୋଲିସକୁ ଅଭିଜିତ ଦିପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମୁକ୍ତ କରିବାକୁ ପଡିଛି। କକରୋଚ (ଅସରପା) କେବେ ମରନ୍ତି ନାହିଁ।’
ସୂଚନା ଥାଉକି, ଗତକାଲି (ଶନିବାର) ଅଭିଜିତ ଦିପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବଡ଼ଧରଣ ଆନ୍ଦୋଳନରେ ସାମିଲ ହେବାକୁ ଜନ୍ତର ମନ୍ତର ଆସୁଥିଲେ। ଏହାପୂର୍ବରୁ ପୋଲିସ ସେମାନଙ୍କୁ ବିମାନ ବନ୍ଦରରୁ ଉଠାଇ ଆଣିଥିଲା।
