FeaturedLatestNews

ମୁଖ୍ୟମନ୍ତ୍ରୀଙ୍କୁ ମାଲକାନଗିରି ହିଂସା ରିପୋର୍ଟ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମାଲକାନଗିରି ଜିଲ୍ଲାର ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରିରେ ସ୍ଥିତି ସମୀକ୍ଷା କରି ଫେରିବା ପରେ ଏହି ରିପୋର୍ଟ ପ୍ରଦାନ କରାଯାଇଛି।

ଗୁରୁବାର ଦିନ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ମାଲକାନଗିରି ଗସ୍ତରେ ଯାଇ ପର୍ଯ୍ୟାୟ କ୍ରମେ ହିଂସାରେ ଜଡ଼ିତ ଦୁଇ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ଶେଷ ହେବା ପରେ ସେ କହିଥିଲେ ଯେ ଉଭୟ ପକ୍ଷ ନିଜ ନିଜର ଦାବିପତ୍ର ଦେଇଛନ୍ତି ଏବଂ ସେ ଏହା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ।

ସିଂହଦେଓ ଆହୁରି କହିଥିଲେ ଯେ, ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇସାରିଛି।

ଏମ୍‌ଭି ୨୬ ଏବଂ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଏହି ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ଜିଲ୍ଲାପାଳ, ଜିଲ୍ଲା ପୋଲିସ୍‌ ଅଧିକ୍ଷକ, ଡିଆଇଜି ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୋଲିସ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ।