FeaturedLatestNews

୧୨୧ ଟଙ୍କାରେ ଖେଚୁଡ଼ି ସେବା ନାଁରେ ଠକେଇ, ଶ୍ରୀମନ୍ଦିର ଆପ୍ ବିରୋଧରେ ଅଭିଯୋଗ

ଭୁବନେଶ୍ୱର (ସଂକେତ ଟିଭି): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିକଟବର୍ତ୍ତୀ ହୋଇଆସୁଥିବା ବେଳେ ସୋସିଆଲ ମିଡିଆରେ ‘ଶ୍ରୀମନ୍ଦିର’ ନାମକ ଏକ ମୋବାଇଲ ଆପ୍ ବିରୋଧରେ ଠକେଇ ଅଭିଯୋଗ ଆସିଛି। ଏହି ଆପ୍ ପକ୍ଷରୁ ଭକ୍ତମାନଙ୍କ ଭାବାବେଗକୁ ପାଣ୍ଠି କରି ମାତ୍ର ୧୨୧ ଟଙ୍କା ଦେଇ ରଥଯାତ୍ରା ସମୟରେ ଖେଚୁଡ଼ି ବଣ୍ଟନ ସେବାରେ ଯୋଗଦେବାର ବିଜ୍ଞାପନ ଦିଆଯାଉଛି।

ବିଜ୍ଞାପନରେ କୁହାଯାଇଛି ଯେ, ଶ୍ରୀଗୁଣ୍ଡିଚା ମନ୍ଦିରର ପ୍ରଥମ ଦିନରେ ୧୦୧ କିଲୋଗ୍ରାମ ଖେଚୁଡ଼ି ବଣ୍ଟନ କରାଯିବ ଓ ଏହି ସେବାରେ ୧୨୧ ଟଙ୍କା ଦେଇ ଭକ୍ତ ସାମିଲ ହୋଇପାରିବେ। ଆପ୍ ଟି ନିଜକୁ ‘ଶ୍ରୀମନ୍ଦିର ଟିମ୍’ ବୋଲି ଦର୍ଶାଉଥିବା ବେଳେ ଏହାର ଏଭଳି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି ଯେ, ଏହା ଏକ ପ୍ରକାର ଫ୍ରଡ୍ ବା ଠକେଇ ହୋଇପାରେ। ମନ୍ଦିର ପ୍ରଶାସନ ଏଭଳି କୌଣସି ବ୍ୟକ୍ତିଗତ ଆପ୍ ବା ଅନଲାଇନ୍ ପ୍ଲାଟଫର୍ମକୁ ସ୍ୱୀକୃତି ଦେଇନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ରଥଯାତ୍ରା ପାଖେଇଆସୁଥିବାରୁ ଏଭଳି ଶହ ଶହ ପ୍ରଲୋଭନାତ୍ମକ ବିଜ୍ଞାପନ ଭାଇରାଲ୍ ହେଉଛି। ଭକ୍ତମାନେ କୌଣସି ଅନଲାଇନ୍ ପେମେଣ୍ଟ କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *