ସୁପ୍ରିମକୋର୍ଟରେ DGP ମାମଲା ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ
ନୂଆଦିଲ୍ଲୀ(ସଂକେତ ଟିଭି): DGP ମାମଲାର ଶୁଣାଣି ପୁଣି ଘୁଞ୍ଚିଛି । ଆସନ୍ତା ବୁଧବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ଆଜି ଶୁଣାଣି ବେଳେ ଜନସ୍ବାର୍ଥ ମାମଲା ଦାଖଲ କରିଥିବା ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜ ଯୁକ୍ତି ରଖିଥିଲେ ।
ସେ କହିଥିଲେ ଯେ, ଯଦି ଆପଣ DGP ତାଲିକାର ଟାଇମ୍ ଲାଇନ୍ ଦେଖିବେ ତାହେଲେ ଏଥିରେ ଅନିୟମିତତା ଦର୍ଶାଉଛି । ଯାହା ପ୍ରକାଶ ସିଂ ମାମଲାର ବିରୋଧାଭାସ ଅଟେ ।
ଓଡ଼ିଶା ତରଫରୁ ସଲିସିଟର ଜେନେରାଲ ଏହାକୁ ଖଣ୍ଡନ କରି କହିଥିଲେ ଯେ, DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । ଏଥିରେ ହସ୍ତକ୍ଷେପ କରି IPS ସୁଶାନ୍ତ ନାଥଙ୍କ ଓକିଲ ନିଜ ଯୁକ୍ତିରେ ପ୍ରଶ୍ନ କରିଥିଲେ ଯେ, ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ଖାରଜ କରାଯିବାର କାରଣ କ’ଣ ଏବଂ କାହିଁକି ଏପରି କରାଗଲା ?
ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଖାପାଖି ୨୫ ମିନିଟ ଧରି ସବୁ ପକ୍ଷଙ୍କୁ ଶୁଣିଥିଲେ । ଯେହେତୁ ଆଜି ଅନ୍ୟ ମାମଲାରେ ଡିଭିଜନ ବେଞ୍ଚ ବସିବାର ଥିଲା, ତେଣୁ କୋର୍ଟ ମୌଖିକ ଭାବରେ ଆସନ୍ତା କାଲି ମାମଲାର ପୁଣି ଶୁଣାଣି କରିବେ ବୋଲି କହିଥିଲେ ।
