FeaturedLatestNewsPolitics

ବିଜେଡିର ଜନ ସମ୍ପର୍କ ପଦଯାତ୍ରା: ଡବଲ ଇଞ୍ଜିନ ସରକାରକୁ ନବୀନଙ୍କ ତୀବ୍ର ସମାଲୋଚନା

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା । କିନ୍ତୁ ଏ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି ।

ନବୀନ ପଟ୍ଟନାୟକ କହିଥିଲେ ଯେ, ଏ ସରକାର ଅମଳରେ ସମସ୍ତେ ହଇରାଣ । ଚାଷୀ ହଇରାଣ, ମହିଳା ହଇରାଣ, ବୁଢା ବୁଢ଼ୀ ହଇରାଣ, ଗରିବ ଲୋକ ହଇରାଣ, ମଧ୍ୟବିତ୍ତ ହଇରାଣ, Gen Zର ଭବିଷ୍ୟତ ଅନ୍ଧାର ।

ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରଦାମ ବଢ଼ି ଚାଲିଛି । ସମସ୍ତେ ହଇରାଣ । କିନ୍ତୁ ସରକାର ନିଦା ବିଷ୍ଣୁ । ଅପାରଗତାରେ ଓଡ଼ିଶା ସରକାର ସାରା ଦେଶରେ ନମ୍ବର ଓ୍ବାନ୍ ବୋଲି ନବୀନ କଟାକ୍ଷ କରିଥିଲେ । ତେଣୁ ଲୋକଙ୍କ ସହ ରହି ଏ ଅପାରଗ ସରକାରର ମୁଖା ଖୋଲି ଦେବାକୁ ନବୀନ ଦଳର କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାବେଶରେ ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିପୁଳ ଜନ ସମାବେଶ ହୋଇଥିଲା ।

Leave a Reply

Your email address will not be published. Required fields are marked *