FeaturedLatestNews

ଫସଲ ବୀମା ଅବହେଳା: ୬ ଜିଲ୍ଲାର ଏଡିଏମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସମବାୟ ବିଭାଗ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅବହେଳା ଅଭିଯୋଗରେ କଠୋର ପଦକ୍ଷେପ ନେଇଛି। ଫସଲ କଟା ପରୀକ୍ଷଣ (CCE)ର ତଥ୍ୟ ଅନଲାଇନରେ ଅପଲୋଡ୍ କରିବାରେ ବିଫଳତାକୁ ନେଇ ୬ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ନୋଟିସ୍ ପାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ସୁନ୍ଦରଗଡ଼, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ ଓ ଗଜପତି। ଏହି ଜିଲ୍ଲାଗୁଡ଼ିକର PMFBY ନୋଡାଲ ଅଫିସର ଦାୟିତ୍ୱରେ ଥିବା ADMମାନଙ୍କୁ ନୋଟିସ୍ ଜାରି କରାଯାଇଛି। ସାତ ଦିନ ମଧ୍ୟରେ ନିଜର ଲିଖିତ ଉତ୍ତର ଦାଖଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଫସଲ କଟା ପରୀକ୍ଷଣର ତଥ୍ୟ ବୀମା ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହାର ଅପଲୋଡ୍ରେ ଅବହେଳାକୁ ବିଭାଗ ଗୁରୁତ୍ୱର ସହ ନେଇଛି। ଏହି ପଦକ୍ଷେପ ପରେ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ଓ ତଥ୍ୟ ଅପଲୋଡ୍ ପ୍ରକ୍ରିୟାରେ ଅଧିକ ତତ୍ପରତା ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *