Kishan Sahu, Author at Sanket Tv

ଓଡ଼ିଶାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୨୦ ଲକ୍ଷରୁ ଅଧିକ ନାମ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଛି। ଏହା ପରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର. ଏସ. ଗୋପାଳନ ପ୍ରେସମିଟ୍ ଜରିଆରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ନୂତନ ତାଲିକା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି। ତେବେ ଯାଞ୍ଚ ପ୍ରକ୍ରିୟା ସମୟରେ ତାଲିକାରୁ ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି।

ସିଇଓଙ୍କ ସୂଚନା ଅନୁଯାୟୀ, SIR ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ତେବେ ଡ୍ରାଫ୍ଟ ରୋଲ୍ ପୂର୍ବରୁ ୨୦,୧୨,୫୫୭ ଜଣ ଏବଂ ଡ୍ରାଫ୍ଟ ପରେ ୪୪,୭୭୭ ଜଣଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ୍ ପଡ଼ିଛି।

ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ମୃତ ଭୋଟର ୮,୩୨,୫୪୪, ସ୍ଥାନାନ୍ତରିତ ୮,୦୮,୨୦୫, ଅନୁପସ୍ଥିତ ୧,୯୯,୨୪୯, ଡୁପ୍ଲିକେଟ୍ (ଦୁଇଟି ସ୍ଥାନରେ ନାମ) ୧,୫୮,୧୧୮ ଏବଂ ଅନ୍ୟାନ୍ୟ କାରଣରେ ୧୪,୪୪୧ ଜଣ ରହିଛନ୍ତି।
ଗତ ଜୁଲାଇ ୫, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ରୋଲ୍‌ରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୦୩୪ ଥିଲା। ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା। ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ନିଟ୍ ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି।

ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ ରାଜ୍ୟର ଭୋଟର ସ୍ଥିତି ଏହିପରି ରହିଛି: ମୋଟ ଭୋଟର ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪; ପୁରୁଷ ଭୋଟର ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯; ମହିଳା ଭୋଟର ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧; ତୃତୀୟ ଲିଙ୍ଗୀ ୨,୭୪; ସର୍ଭିସ ଭୋଟର ୪୬,୮୧୬; ଲିଙ୍ଗ ଅନୁପାତ (Gender Ratio) ୯୬୧; ଏବଂ ପୋଲିଂ ଷ୍ଟେସନ ୪୫,୨୫୦ (ପୁନଃନିର୍ଦ୍ଧାରଣ ପରେ)।

SIR ପ୍ରକ୍ରିୟା ସମୟରେ ଅନମ୍ୟାପ୍ଡ (୧୨,୯୮,୭୭୯) ଏବଂ ଲଜିକାଲ ଡିସକ୍ରେପାନ୍ସି (୪୫,୩୭,୬୧୩) ଆଧାରରେ ମୋଟ ୫୮,୩୬,୩୯୨ ଜଣଙ୍କୁ ନୋଟିସ ଜାରି କରାଯାଇଥିଲା। ଏହି ସମୟ ମଧ୍ୟରେ ୨,୫୫,୯୯୬ଟି ଦାବି ଓ ଆପତ୍ତି ମିଳିଥିଲା। ଶୁଣାଣି ପରେ ଫର୍ମ-୭ ଜରିଆରେ ୨୪,୦୭୦ ଜଣ ଅଯୋଗ୍ୟ ଚିହ୍ନଟ ହେବା ସହ ଜୁଲାଇ ୫ରୁ ଅଗଷ୍ଟ ୧୯ ମଧ୍ୟରେ ମୋଟ ୨୦,୭୦୭ ଜଣଙ୍କ ନାମ କଟାଯାଇଛି।

ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲେ ହେଁ ନାଁ ଯୋଡ଼ିବା, ସଂଶୋଧନ ଓ ବାଦ୍ ଦେବା କାର୍ଯ୍ୟ ନିରନ୍ତର ଚାଲୁରହିବ। ନୂଆ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬A ରହିଛି। ନାଁ କାଟିବା ପାଇଁ ଫର୍ମ-୭ ମିଳିବ। ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରିପାରିବେ। ଯଦି କୌଣସି ନାଗରିକ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ERO)ଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ପ୍ରଥମ ଆପିଲ୍ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)/ଜିଲ୍ଲାପାଳଙ୍କ ନିକଟରେ କରିପାରିବେ। ସେଠାରେ ସମାଧାନ ନହେଲେ ଦ୍ୱିତୀୟ ଆପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ କରାଯାଇପାରିବ।

The post ଓଡ଼ିଶାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୨୦ ଲକ୍ଷରୁ ଅଧିକ ନାମ appeared first on Sanket Tv.

ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ ସଂଶୋଧିତ ପାଠ୍ୟପୁସ୍ତକ
ଭୁବନେଶ୍ୱର (ସଂକେତ ଟିଭି):ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିବାଦ ଓ ଆପତ୍ତି ପରେ ଏବେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆବଶ୍ୟକୀୟ ସଂଶୋଧନ ଓ ପରିମାର୍ଜନ ପରେ ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚିବା ଆରମ୍ଭ କରିଛି।

ପର୍ଯ୍ୟାୟକ୍ରମେ ଏହି ବହିଗୁଡ଼ିକୁ ବିଦ୍ୟାଳୟଗୁଡ଼ିକରେ ବଣ୍ଟନ କରାଯାଉଛି। ପୂର୍ବରୁ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାର ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ଗୁରୁତ୍ୱ ଦେଇ ଆବଶ୍ୟକ ସ୍ଥାନରେ ସଂଶୋଧନ କରାଯାଇ ନୂଆ ସଂସ୍କରଣ ପ୍ରସ୍ତୁତ କରାଯାଇଛି। ଏବେ ନୂତନ ବହି ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କୁ ଏହା ବଣ୍ଟନ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭାବରେ ପୁନର୍ବାର ଯେପରି ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନରହେ, ସେଥିପାଇଁ ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସତର୍କତାର ସହ କରାଯାଇଥିବା କୁହାଯାଉଛି। ନୂଆ ପାଠ୍ୟପୁସ୍ତକ ମିଳିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଥିବା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

ଚଳିତ ନୂଆ ଶିକ୍ଷାବର୍ଷରେ ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ସ୍କୁଲ ପାଠ୍ୟପୁସ୍ତକରେ ହଜାର ହଜାର ଭୁଲ ନଜର ଆସିଥିଲା। ପାଖାପାଖି ୧୬୭୮ରୁ ଅଧିକ ଭୁଲ ଦେଖିବାକୁ ମିଳିଥିଲା। ଯାହା NEPକୁ ଆଧାର କରି ପ୍ରଥମ ଥର ପାଇଁ ସ୍କୁଲର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା। ବହିରେ ପରିବର୍ତ୍ତନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଡେରିରେ ପାଠ୍ୟପୁସ୍ତକ ମିଳିଥିଲା। ତେବେ କେଉଁଠି ବନାନ ଭୁଲ ରହିଛି ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ ରହିଥିବା ଭଳି ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା।

ଏପରିକି ଓଡ଼ିଶା ବିଧାନସଭାର ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ରକୁ ଦର୍ଶାଯାଇଥିଲା। ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି। ଏଭଳି ପାଖାପାଖି ୧୬୭୮ଟି ଭୁଲ ଚିହ୍ନଟ କରାଯାଇଥିଲା। ତେବେ ବଡ଼ ବିବାଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ସଂଶୋଧନ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଥିଲା। ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବରୁ ବହି ବଣ୍ଟନକୁ ସ୍ୱାଗତ କରିଛନ୍ତି ଶିକ୍ଷକ ସଂଘ।

ପୁସ୍ତକ ତ୍ରୁଟି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହିତ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଆନୁସାରେ, SCERTର ପୂର୍ବତନ ନିର୍ଦ୍ଦେଶକ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ସହିତ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।

The post ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ ସଂଶୋଧିତ ପାଠ୍ୟପୁସ୍ତକ appeared first on Sanket Tv.

ଗଭୀର ଅବପାତ ଆଶଙ୍କା, ପ୍ରବଳ ବର୍ଷା ପାଇଁ ହାଇ ଆଲର୍ଟରେ ୧୧ ଜିଲ୍ଲା
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ପାଣିପାଗ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସିଷ୍ଟମ ବାତ୍ୟାର ରୂପ ନେବ ନାହିଁ। ତେବେ ଗଭୀର ଅବପାତ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ସହିତ ତୁଫାନି ପବନ ବହିବ। ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରୁ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଉଛି। ୨୫ ତାରିଖ ବେଳକୁ ବର୍ଷାର ପ୍ରଭାବ ଉପକୂଳରୁ ଘୁଞ୍ଚି ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ଗତି କରିବ।

ଏହି ଗଭୀର ଅବପାତ ପ୍ରଭାବରେ ପୁରୀର ଦକ୍ଷିଣ ଭାଗ ଓ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ମୋଟ ୧୧ଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି। କିଛି ସ୍ଥାନରେ ଲଗାଣ ବର୍ଷା କାରଣରୁ ପ୍ରାୟ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ, ଯାହା ଫଳରେ ସହରାଞ୍ଚଳ ଓ ତଳିଆ ଅଞ୍ଚଳଗୁଡ଼ିକରେ ଘୋର ଜଳବନ୍ଦୀ ସମସ୍ୟା ଉପୁଜିବାର ଭୟ ରହିଛି।

ଅତି ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କାରେ ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବିଶେଷକରି ଇନ୍ଦ୍ରାବତୀ ଏବଂ ତେଲେଙ୍ଗିରି ଭଳି ପ୍ରମୁଖ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଜଳସ୍ତର କମାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ବାଲିମେଳା ଏବଂ କୋଲାବ ଡ୍ୟାମରେ ବର୍ତ୍ତମାନ ଜଳ ସଂରକ୍ଷଣ ନିରାପଦ ସ୍ତରରେ ରହିଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ସହ ଉଦ୍ଧାର କାର୍ଯ୍ୟ ଏବଂ ଧନଜୀବନ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

The post ଗଭୀର ଅବପାତ ଆଶଙ୍କା, ପ୍ରବଳ ବର୍ଷା ପାଇଁ ହାଇ ଆଲର୍ଟରେ ୧୧ ଜିଲ୍ଲା appeared first on Sanket Tv.

ହଷ୍ଟେଲ ଅବ୍ୟବସ୍ଥା ନେଇ ୮ କି.ମି ଚାଲି ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇଲେ ଆଶ୍ରମ ସ୍କୁଲ ଅନ୍ତେବାସୀ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲାର ବିସିପୁର ଆଶ୍ରମ ବିଦ୍ୟାଳୟରେ ହଷ୍ଟେଲ ଅବ୍ୟବସ୍ଥା ନେଇ ଏକ ଗୁରୁତର ଘଟଣା ସାମ୍ନାକୁ ଆସିଛି। ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୧୦୦ ଛାତ୍ର ଏବଂ ୧୫୦ ଛାତ୍ରୀ ରହିଛନ୍ତି। ହେଲେ ଅନ୍ତେବାସୀ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ପାନୀୟ ଜଳ ଏବଂ ବିଦ୍ୟୁତ୍ ସେବା ପାଇପାରୁ ନାହାନ୍ତି। ଏପରିକି ହଷ୍ଟେଲରେ ପୋକରା ଚାଉଳ ଭାତ ଖାଇବାକୁ ଦିଆଯାଉଥିବା ଅଭିଯୋଗ କରିଛନ୍ତି।

ଛାତ୍ରୀଛାତ୍ରମାନେ ହଷ୍ଟେଲର ଅବ୍ୟବସ୍ଥାକୁ ନେଇ ବାରମ୍ବାର ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମ୍ୟାଟ୍ରୋନ୍ଙ୍କୁ ଅବଗତ କରାଇଛନ୍ତି। ଏପରିକି ମ୍ୟାଟ୍ରୋନ୍ ଏନେଇ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ସୁଦ୍ଧା ପ୍ରଧାନ ଶିକ୍ଷକ ସମସ୍ୟା ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ବରଂ ଅନେକ ସମୟରେ ଅନ୍ତେବାସୀମାନଙ୍କୁ ଗାଳିଗୁଲଜ କରାଯାଉଥିବା ଛାତ୍ରୀଛାତ୍ରମାନେ କହିଛନ୍ତି।

ବାରମ୍ବାର ସମସ୍ୟା ବାବଦରେ ଜଣାଇ କୌଣସି ସମାଧାନ ନ ହେବାରୁ ଶେଷରେ ବାଧ୍ୟହୋଇ ଅନ୍ତେବାସୀମାନେ ସୋମବାରେ ହଷ୍ଟେଲରୁ ବାହାରି ଚାଲିଚାଲି ଜିଲାପାଳ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ବାହାରି ଥିଲେ।

ଉଦଳା-ବାରିପଦା ରାଜ୍ୟ ରାଜପଥରେ ଅନ୍ତେବାସୀମାନେ ଚାଲି ଚାଲି ଯାଉଥିବା ବେଳେ ରାସ୍ତାରେ ପୋଲିସ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇ ବୁଝାସୁଝା କରିଥିଲେ। ହେଲେ କୌଣସି ସୁଫଳ ମିଳିପାରିନାହିଁ। ଅନ୍ତେବାସୀମାନେ ୮ କି.ମି ଦୂର ଚାଲିଥିବା ବେଳେ ଅଧିକାରୀଙ୍କୁ ଭେଟିବାକୁ ଜିଦ୍ ଧରି ବସିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ହଷ୍ଟେଲ ଅବ୍ୟବସ୍ଥା ନେଇ ୮ କି.ମି ଚାଲି ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇଲେ ଆଶ୍ରମ ସ୍କୁଲ ଅନ୍ତେବାସୀ appeared first on Sanket Tv.

ଗ୍ୟାସ ଟାଙ୍କି ଫାଟି ଜଳିଗଲା ରେସ୍ତୋରାଁ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ସହର ଡିଆଇସି ଛକ ନିକଟସ୍ଥ ଏକ ରେସ୍ତୋରାଁରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯିବା ପରେ ହଠାତ୍ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଦେଖୁ ଦେଖୁ ନିଆଁ ରେସ୍ତୋରାଁର ବିଭିନ୍ନ ଅଂଶକୁ ବ୍ୟାପିଯାଇଥିଲା।

ଅଗ୍ନିକାଣ୍ଡରେ ରେସ୍ତୋରାଁଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ନିକଟରେ ଥିବା କିଛି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରୁ ଧୂଆଁର ମୋଟା ଆସ୍ତରଣ ଦୂରରୁ ଦେଖିବାକୁ ମିଳିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର ୪ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ। ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇପାରିଥିଲା। ଗ୍ୟାସ୍ ଟାଙ୍କି ବିସ୍ଫୋରଣ ପରେ ଅନ୍ୟ ଟାଙ୍କିକୁ ପ୍ରଥମେ ଅଗ୍ନିଶମ ବାହିନୀ ସତର୍କତାର ସହ ବାହାର କରିଦେଇଥିଲା।

ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନାହିଁ। ଏହି ଅଗ୍ନିକାଣ୍ଡରେ ସେହି ରେଷ୍ଟୁରାଣ୍ଡ ସମେତ ପାଖରେ ଥିବା ଏକ ଇନସ୍ୟାରେନ୍ସ ଏଜେଣ୍ଟଙ୍କ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି ସ୍କୁଟର ମଧ୍ୟ ପୋଡିଯାଇଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡରେ ମୋଟ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ତାହା ଜଣା ପଡିନଥିବାବେଳେ ଏହାର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଆକଳନ କରାଯାଉଛି।

The post ଗ୍ୟାସ ଟାଙ୍କି ଫାଟି ଜଳିଗଲା ରେସ୍ତୋରାଁ appeared first on Sanket Tv.

ଖୁବଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ: ଛତିଶଗଡ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ମହାନଦୀ ଜଳ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ନେଇ କୌଣସି ବିବାଦ ନାହିଁ କିମ୍ବା ସମସ୍ୟା ନାହିଁ। ଦୁଇ ରାଜ୍ୟରେ ବିଜେପି ଏବଂ କେନ୍ଦ୍ରରେ ବିଜେପି ସରକାର ଥିବାରୁ କୌଣସି ବିବାଦୀୟ ସ୍ଥିତି ନାହିଁ ବୋଲି ସେ କହିଛନ୍ତି।

ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମଙ୍କୁ ସମ୍ବୋଧିତ କରି ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଦିଲ୍ଲୀରେ ଆଲୋଚନା କରିସାରିଛନ୍ତି। ସେଠାରେ ଦୁଇ ମୁଖ୍ୟମନ୍ତ୍ରୀ ସିଡବ୍ଲୁସିକୁ ସହମତି ଦେଇଛନ୍ତି ଏବଂ ଦୁଇ ରାଜ୍ୟ ପାଇଁ ଯାହା ହିତକର ହେବ, ସିଡବ୍ଲୁସିର ନିର୍ଦ୍ଦେଶକୁ ମାନିବେ ବୋଲି ସେ କହିଛନ୍ତି। ବିଜେପି ସରକାର ଆସିବା ପରେ ଯେଉଁ ସବୁ ରାଜ୍ୟରେ ଜଳ ବିବାଦ ଥିଲା, ତାର ସମାଧାନ ହେଉଛି ବୋଲି ସେ ଦର୍ଶାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଆଲୋଚନା ପରେ ବିଷ୍ଣୁ ଦେଓ ସାଏ ନିଜ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ପାରସ୍ପରିକ ସହଯୋଗ, ବିକାଶ ଏବଂ ଜନକଲ୍ୟାଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ନେଇ ସାର୍ଥକ ଆଲୋଚନା ହୋଇଛି।

ଦୁଇ ରାଜ୍ୟ ମଧ୍ୟରେ ରହିଥିବା ପାରସ୍ପରିକ ସହଯୋଗକୁ ଆହୁରି ଗତିଶୀଳ କରିବା ସହ ଜନସ୍ୱାର୍ଥ ଓ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ନିରନ୍ତର ଆଗକୁ ବଢ଼ିବା ପାଇଁ ଏହି ଅବସରରେ ସଂକଳ୍ପବଦ୍ଧତା ପ୍ରକାଶ ପାଇଛି। ଦୁଇ ରାଜ୍ୟର ଉନ୍ନତି ଓ ଜନକଲ୍ୟାଣ ପାଇଁ ସମନ୍ୱୟ ଏବଂ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏକ୍ସରେ ସୂଚନା ଦେଇଛନ୍ତି ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏବଂ ଲୋକଙ୍କ ବିକାଶ ଓ କଲ୍ୟାଣ ଦିଗରେ ମିଳିତ ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇବା ସମ୍ପର୍କରେ ଦୁଇ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା ହୋଇଛି।

ଏପଟେ କିନ୍ତୁ ମହାନଦୀ ନେଇ ରାଜନୈତିକ ବୟାନବାଜି ତେଜିଛି। ଦୀର୍ଘ ଦଶ ବର୍ଷ ଧରି ଚାଲିଥିବା ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ସମାଧାନ ଆଡକୁ ଯାଉଥିବା ଏହି ପ୍ରତିକ୍ରିୟା ପରେ ଜଣାପଡୁଛି।

The post ଖୁବଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ: ଛତିଶଗଡ ମୁଖ୍ୟମନ୍ତ୍ରୀ appeared first on Sanket Tv.

ପୋଲିସ ଡ୍ରେସ୍‌ରେ ରିଲ୍ସ ଉପରେ ଲାଗିଲା କଟକଣା
ଭୁବନେଶ୍ୱର (ସଂକେତ ଟିଭି): କମିଶନରେଟ୍ ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଉପରେ କଟକଣା ଜାରି କରାଯାଇଛି। ପୋଲିସ ଡ୍ରେସ୍ ପିନ୍ଧି କୌଣସି ଅଫିସର କିମ୍ବା କର୍ମଚାରୀ ରିଲ୍ସ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶାନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ଏହି ନିର୍ଦ୍ଦେଶାନାମା ଅନୁସାରେ, ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଧାନସଭା, ମନ୍ଦିର ଓ ଧାର୍ମିକ ସ୍ଥଳରେ ଫଟୋ ଉଠାଇ ପୋଷ୍ଟ କରିବା ପୋଲିସ ପାଇଁ ନିଷେଧ କରାଯାଇଛି।

ସେହିପରି ଲୋକ ଭବନ, ଲୋକସେବା ଭବନ, ରିଜର୍ଭ ବ୍ୟାଙ୍କ ଏବଂ ହାଇକୋର୍ଟ ଆଗରେ ପୋଲିସ ପୋଷାକରେ ଫଟୋ ପୋଷ୍ଟ କରିବା ଉପରେ ମଧ୍ୟ କଟକଣା ଲାଗିଛି।

ଯଦି କୌଣସି ଅଫିସର କିମ୍ବା କର୍ମଚାରୀ ଏହି ନିୟମକୁ ଅଣଦେଖା କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ୧୯ ତାରିଖରେ ପୋଲିସ କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି।

The post ପୋଲିସ ଡ୍ରେସ୍‌ରେ ରିଲ୍ସ ଉପରେ ଲାଗିଲା କଟକଣା appeared first on Sanket Tv.

ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ପୁରୀ (ସଂକେତ ଟିଭି): ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମ୍ପର୍କ ବହୁ ପ୍ରାଚୀନ। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ, ସାମାଜିକ ଓ ଭାବଗତ ସମ୍ପର୍କ ରହିଆସିଛି। ଛତିଶଗଡର ଏକ ଜିଲ୍ଲାରୁ ମହାପ୍ରଭୁଙ୍କ ପାଇଁ ଚାଉଳ ଆସୁଛି ଏବଂ ସେହି ଅନୁସାରେ ସେହି ଗାଁର ନାମକରଣ ମଧ୍ୟ ହୋଇଛି। ଛତିଶଗଡରେ ଅନେକ ଜଗନ୍ନାଥ ମନ୍ଦିର ରହିଛି।

ତେବେ ଦୀର୍ଘ ବର୍ଷ ଧରି ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦ ଲାଗି ରହିଛି। ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ଖୁବ୍ ଶୀଘ୍ର ଏହି ଜଳ ସମସ୍ୟାର ସମାଧାନ ହେବ। ଏଥିପାଇଁ ନିକଟରେ ନୂଆ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। କେନ୍ଦ୍ରୀୟ ଜଳ କମିଶନ ଉଭୟ ରାଜ୍ୟର ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ଉଚିତ୍ ନିଷ୍ପତ୍ତି ନେଇ ଏହାର ସମାଧାନ କରିବେ। ଯଦିଓ ମହାନଦୀ ଜଳ ବିବାଦ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି କିନ୍ତୁ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଶାସନରେ ଥିବା ବେଳେ କେନ୍ଦ୍ରରେ ମଧ୍ୟ ବିଜେପି କ୍ଷମତାରେ ରହିଛି। ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଓ ବୁଝାମଣା ଭିତ୍ତିରେ ଏହାର ଶୀଘ୍ର ସମାଧାନ ହେବ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି।

ଭୁବନେଶ୍ୱର କର୍ଯ୍ୟକ୍ରମ ସାରି ରବିବାର ଅପରାହ୍ନରେ ସେ ପୁରୀରେ ପହଞ୍ଚିଥିଲେ। ନିଜ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସମେତ ରାୟପୁର ବିଧାୟକ, ଛତିଶଗଡ ବିଜେପି ନେତାଙ୍କ ସହ ଶ୍ରୀମନ୍ଦିର ନିକଟରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଅରୁଣସ୍ତମ୍ଭ ନିକଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଣିପାତ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେ ମା ବିମଳା, ମା ମହାଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ଆନନ୍ଦ ବଜାର ଯାଇଥିଲେ।

The post ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ appeared first on Sanket Tv.

୨୩ ସକାଳେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ଲଘୁଚାପ
ଭୁବନେଶ୍ୱର (ସଂକେତ ଟିଭି): ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ସକ୍ରିୟ ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଲଘୁଚାପଟି ସେହି ଦିଗରେ ଗତି ଜାରି ରଖିବା ସହ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେବ। ସେପ୍ଟେମ୍ବର ୨୧ ସୁଦ୍ଧା ଏହା ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏହାପରେ ସିଷ୍ଟମ ଆହୁରି ଘନୀଭୂତ ହୋଇ ସେପ୍ଟେମ୍ବର ୨୨ ସୁଦ୍ଧା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇପାରେ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ି ସେପ୍ଟେମ୍ବର ୨୩ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-ମଧ୍ୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି।

ତେବେ ଏହା ଉପକୂଳ ଅତିକ୍ରମ କରିବ କି ନାହିଁ କିମ୍ବା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେନେଇ ଏହି ବୁଲେଟିନ୍‌ରେ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ସିଷ୍ଟମଟି ବର୍ତ୍ତମାନ ଲଘୁଚାପ ରୂପରେ ରହିଛି। ଏହାକୁ ବାତ୍ୟା ଘୋଷଣା କରାଯାଇନାହିଁ। ପରବର୍ତ୍ତୀ IMD ବୁଲେଟିନ୍‌ରେ ଏହାର ଶକ୍ତି ଓ ଗତିପଥ ଆହୁରି ସ୍ପଷ୍ଟ ହେବ।

The post ୨୩ ସକାଳେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ଲଘୁଚାପ appeared first on Sanket Tv.

ପାଞ୍ଚ ଦିନ ବ୍ୟାଙ୍କ ଧର୍ମଘଟ ଡାକରା: ସେପ୍ଟେମ୍ବର ୨୮ ରୁ ପ୍ରଭାବିତ ହେବ ବ୍ୟାଙ୍କିଂ ସେବା
ନୂଆଦିଲ୍ଲୀ (ସଂକେତ ଟିଭି): ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପକ୍ଷରୁ ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ନେଇ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।

ଧର୍ମଘଟ ଯୋଗୁଁ ଗ୍ରାହକମାନଙ୍କୁ ଅସୁବିଧା ନହେବା ପାଇଁ ସୋମବାର ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କ୍ଷେତ୍ରର ବ୍ୟାଙ୍କ, RRB ଏବଂ NABARD ର ଶୀର୍ଷ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏଥିରେ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ।

ଏହା ବ୍ୟତୀତ ମୁଖ୍ୟ ଶ୍ରମ କମିଶନର ସେପ୍ଟେମ୍ବର ୨୨ ଏବଂ ୨୩ ତାରିଖରେ ଆଲୋଚନା ପାଇଁ IBA, ବ୍ୟାଙ୍କ ପରିଚାଳନା ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ଜାତୀୟ ସମ୍ପାଦକ ଡି.ଏନ୍. ତ୍ରିବେଦୀ ଏକ ସକରାତ୍ମକ ସମାଧାନ ପାଇଁ ଆଶା ପ୍ରକାଶ କରିଛନ୍ତି। ଯଦି ଆଲୋଚନା ବିଫଳ ହୁଏ, ତେବେ ସେପ୍ଟେମ୍ବର ୨୬ ଏବଂ ସେପ୍ଟେମ୍ବର ୨୭ ତାରିଖ ଛୁଟି ପରେ ସେପ୍ଟେମ୍ବର ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ଫଳରେ ଲଗାତାର ପାଞ୍ଚ ଦିନ ପାଇଁ ବ୍ୟାଙ୍କ ଶାଖା କାର୍ଯ୍ୟ ବନ୍ଦ ରହିବ।

The post ପାଞ୍ଚ ଦିନ ବ୍ୟାଙ୍କ ଧର୍ମଘଟ ଡାକରା: ସେପ୍ଟେମ୍ବର ୨୮ ରୁ ପ୍ରଭାବିତ ହେବ ବ୍ୟାଙ୍କିଂ ସେବା appeared first on Sanket Tv.