Latest

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ କମେଣ୍ଟ୍ରି ଟିମ୍ ଘୋଷଣା

ନୂଆଦିଲ୍ଲୀ, ୧୩/୦୯: (ସଂକେତ ଟିଭି) ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର ସ୍ପୋର୍ଟ୍ସ ଭାଷ୍ୟକାରଙ୍କ ତାଲିକା ଜାରି କରିଛି। ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ରେ ହିନ୍ଦୀ ଭାଷା ପାଇଁ ମୋଟ୍ ନଅ ଜଣ ଭାଷ୍ୟକାରଙ୍କୁ ସାମିଲ୍ କରାଯାଇଥିବା ବେଳେ ଇଂରାଜୀ ଭାଷା ପାଇଁ ୧୪ ଜଣ ଭାଷ୍ୟକାରଙ୍କ ଚୟନ କରାଯାଇଛି।

ହିନ୍ଦୀ ଭାଷା ପାଇଁ ଚୟନ କରାଯାଇଥିବା ଭାଷ୍ୟକାରଙ୍କ ମଧ୍ୟରେ ଆକାଶ ଚୋପ୍ରା, ଇରଫାନ ପଠାନ, ଗୌତମ ଗମ୍ଭୀର, ପାର୍ଥିବ ପଟେଲ୍, ନିଖିଲ ଚୋପ୍ରା, ତାନ୍ୟା ପୁରୋହିତ, କିରଣ ମୋରେ, ଜତିନ ସପ୍ରୁ ଏବଂ ସୁରେଶ ସୁନ୍ଦରମଙ୍କ ନାମ ସାମିଲ ରହିଛି।

ସେହିପରି ଇଂରାଜୀ ଭାଷା ପାଇଁ ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ଏଲ ଶିବରାମକୃଷ୍ଣ, ମୁରଲୀ କାର୍ତ୍ତିକ, ଦୀପଦାସ ଗୁପ୍ତା, ଅଞ୍ଜୁମ ଚୋପ୍ରା, କେଭିନ ପିଟରସନ, ଇଆନ ବିଶୋପ, ମାଥ୍ୟୁ ହେଡେନ, ଏଲନ ଓ୍ଵିଙ୍କଲିନ୍ସ, ଡେନି ମାରିସନ, ସାଇମନ ଡୁଲ, ପୌମି ମାମ୍ବ୍ୟା ଓ ନିକୋଲସା ନାଇଟ୍‌ଙ୍କୁ ସାମିଲ୍ କରାଯାଇଛି।

ଆଇପିଏଲ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ଏଥିରେ ୨୭ ଦିନରେ ମୋଟ୍ ୩୧ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍‌ ୟୁଏଇର ତିନୋଟି ଗ୍ରାଉଣ୍ଡରେ ଖେଳାଯିବ। ଏଥିରେ ଦୁବାଇ ସ୍ଥିତ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ, ଆବୁଧାବି ସ୍ଥିତ ଶେଖ ଜାୟଦ କ୍ରିକେଟ୍ ଷ୍ଟାଡିୟମ ଏବଂ ସାରଜା ସ୍ଥିତ ସାରାଜ କ୍ରିକେଟ୍ ଷ୍ଟାଡିୟମର ନାମ ସାମିଲ୍ ରହିଛି।

Leave a Reply

Your email address will not be published. Required fields are marked *