CrimeFeaturedLatest

ଗୋ-ଚାଲାଣ ଓ ପୋଲିସକୁ ଆକ୍ରମଣ ମାମଲାରେ କାଉନସିଲର ଗିରଫ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ପୌରପାଳିକାର ଅଲାଲପୁରରୁ ଏକ ସ୍କର୍ପିଓରେ ଗୋ-ଚାଲାଣ ସମୟରେ ପୋଲିସ ଅଟକାଇଥିଲା। ଘଟଣାସ୍ଥଳରେ ପୋଲିସକୁ ଆକ୍ରମଣ କରିଥିଲେ ୨୪ ନମ୍ବର ୱାର୍ଡ କାଉନସିଲର ଜାହିଦ ସାହା (ଓରଫ ଗୁତି) ଓ ତାଙ୍କ ସହଯୋଗୀମାନେ। ଏହି ଘଟଣାରେ ଭଦ୍ରକ ପୌରପାଳିକାର କଂଗ୍ରେସ କାଉନସିଲର ଜାହିଦ ସାହାଙ୍କୁ ପୋଲିସ ଗିରଫ କରିଛି।

ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଭଦ୍ରକ ଏସ୍.ପି.ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୁଣାବଜାର ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅଲାଲପୁର ଗ୍ରାମରେ କାର୍ଯ୍ୟକାରୀ ହୋଇଥିଲା। ମଙ୍ଗଳବାର ସକାଳେ କିଛି ଅସାଧୁ ଗୋ-ତସ୍କର ଏକ ସ୍କର୍ପିଓରେ ଗୋରୁ ନେଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ସେହି ସମୟରେ ଗୋ-ମାଫିଆ ସଦସ୍ୟମାନେ ମହିଳା ପୋଲିସ କର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଏହି ଘଟଣାରେ ସ୍କର୍ପିଓ ଓ ଗୋଟିଏ ଗୋରୁ ସହିତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋଲିସ ତାଙ୍କୁ କୋର୍ଟକୁ ଚାଲାଣ କରିଛି ଏବଂ ଅଧିକ ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଏସ୍.ପି. ଅଂଶୁମାନ ଦ୍ଵିବେଦୀ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *