FeaturedLatestSports

୬ ରନରେ ଇଂଲଣ୍ଡକୁ ହରାଇ ଶେଷ ଟେଷ୍ଟ ଜିତିଲା ଭାରତ, ସିରିଜ ୨-୨ରେ ବରାବର

ନୂଆଦିଲ୍ଲୀ (ସଂକେତ ଟିଭି): ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡକୁ ୬ ରନ୍ ରେ ହରାଇ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି  ୨-୨ ରେ ସମାନ କରିଛି।

ଶେଷ ଦିନରେ ଇଂଲଣ୍ଡକୁ ବିଜୟ ପାଇଁ ୩୫ ରନ୍ ଆବଶ୍ୟକ ଥିବା ବେଳେ ଭାରତକୁ ୪ ୱିକେଟ୍ ଦରକାର ଥିଲା। କିନ୍ତୁ ମହମ୍ମଦ ସିରାଜ ଏବଂ ଜସପ୍ରିତ ବୁମ୍ରାଙ୍କ ବୋଲିଂ ଆଗରେ ଇଂଲଣ୍ଡ ଦଳ ମାତ୍ର ୫ ରନ୍ ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା। ସିରାଜ ଏହି ମ୍ୟାଚ୍ରେ ୫ ୱିକେଟ୍ ନେଇ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି।

ଅଧିନାୟକ ଶୁଭମନ୍ ଗିଲ୍ ଏହି ବିଜୟ ସହିତ ଇତିହାସ ସୃଷ୍ଟି କରିଛନ୍ତି। ସେ ଓଭାଲ୍ ଗ୍ରାଉଣ୍ଡରେ ଟେଷ୍ଟ ଜିତିବାରେ ତୃତୀୟ ଭାରତୀୟ କପ୍ତାନ ହୋଇଛନ୍ତି। ପୂର୍ବରୁ ୨୦୨୧ରେ ବିରାଟ କୋହଲି ଏବଂ ୧୯୭୧ରେ ଅଜିତ ୱାଡେକର ଏଠାରେ ଜିତିଥିଲେ। ଗିଲ୍ ପ୍ଲେୟର୍ ଅଫ୍ ଦ ସିରିଜ୍ ମଧ୍ୟ ହୋଇଛନ୍ତି।

ସିରାଜ ମ୍ୟାଚ୍ ରେ ମୋଟ୍ ୯ ୱିକେଟ୍ ନେଇଥିବା ବେଳେ କ୍ରିଷ୍ଣା ୮ ୱିକେଟ୍ ନେଇ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ପକ୍ଷରେ ହ୍ୟାରି ବ୍ରୁକ୍ (୧୧୧) ଏବଂ ଜୋ ରୁଟ୍ (୧୦୫) ଶତକ ମାରିଥିଲେ, କିନ୍ତୁ ଭାରତୀୟ ବୋଲର୍ମାନେ ଶେଷରେ ମ୍ୟାଚ୍ ଭାରତର ହାତକୁ ଆଣିଥିଲେ।

ଭାରତ ପ୍ରଥମ ଥର ପାଇଁ ୧୯୭୧ରେ ଓଭାଲରେ ଜିତିଥିଲା, ଯେତେବେଳେ ଅଜିତ ୱାଡେକର ଭାରତର ଅଧିନାୟକ ଥିଲେ। ୫୦ ବର୍ଷ ପରେ, ଭାରତ ୨୦୨୧ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠାରୁ କମ ବ୍ୟବଧାନରେ ବିଜୟ। ପୂର୍ବରୁ, ଭାରତର ସବୁଠାରୁ କମ ବିଜୟ ଥିଲା ୧୩ ରନ, ଯାହା ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା। 

Leave a Reply

Your email address will not be published. Required fields are marked *