FeaturedLatestNews

ଗାଡ଼ିଆରେ ପଡ଼ି ୩ ବର୍ଷର ଶିଶୁର ମୃତ୍ୟୁ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ବିଷାଦମୟ ଘଟଣା ଘଟିଛି। ଖେଳୁଥିବା ସମୟରେ ସମସ୍ତଙ୍କ ଅଜାଣତରେ ପାଖରେ ଥିବା ଏକ ଗାଡ଼ିଆରେ ପଡ଼ି ୩ ବର୍ଷର ଶିଶୁଟିର ମୃତ୍ୟୁ ହୋଇଯାଇଛି।

ମୃତ ଶିଶୁଟି ହେଲେ ମହୁରୀ ଗ୍ରାମର ବିଜୟ କୁମାର ଦଳେଇଙ୍କ ପୁଅ ତନ୍ମୟ। ଆଜି ସେ ଘର ପାଖରେ ଖେଳୁଥିବା ବେଳେ କୌଣସି କାରଣବଶତଃ ଅସାବଧାନତା ଯୋଗୁଁ ପାଖ ଗାଡ଼ିଆରେ ପଡ଼ିଯାଇଥିଲା। ବହୁ ସମୟ ଧରି ପିଲାଟିକୁ ନ ଦେଖିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ତାକୁ ଗାଡ଼ିଆ ମଧ୍ୟରୁ ଉଦ୍ଧାର କରିଥିଲେ।

ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବୈଶିଙ୍ଗା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ବିଜୟ ଚେନ୍ନାଇରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି। ଘଟଣା ସମ୍ପର୍କରେ ଖବର ପାଇ ସେ ଫେରୁଛନ୍ତି ଏବଂ ଶୁକ୍ରବାର ପହଞ୍ଚିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସେପଟେ ବାରିପଦାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ନିକଟରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *