CrimeFeaturedLatestNews

୪ ବର୍ଷର ପୁଅକୁ କଟୁରିରେ ହାଣି ହତ୍ୟା କଲା ବାପା

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜର ୪ ବର୍ଷର ନାବାଳକ ପୁତ୍ରକୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଗ୍ରାମର ସୋହନ ସିଂ ତାଙ୍କ ପୁଅ ଦୁମ୍ବି ସିଂଙ୍କୁ ଘର ଭିତରେ ବନ୍ଦ କରି କଟୁରିରେ ହାଣିଥିଲେ। ହତ୍ୟା ପରେ ସେ କବାଟ ବାହାରୁ ବନ୍ଦ କରି ଦେଇଥିଲେ। ଘରେ ସେତେବେଳେ ଆଉ କେହି ନଥିଲେ।

ଦୁମ୍ବିଙ୍କ ମାଆ ସୁକାନ୍ତି ଘରକୁ ଫେରିବା ପରେ କବାଟ ବନ୍ଦ ଦେଖି ପଡ଼ୋଶୀଙ୍କୁ ଖୋଲିବାକୁ କହିଥିଲେ। କବାଟ ଖୋଲିବା ପରେ ଗୁରୁତର ଅବସ୍ଥାରେ ପୁଅକୁ ପଡ଼ିଥିବା ଦେଖି ସେ ତୁରନ୍ତ ଶରତ ମେଡିକାଲ ଓ ପରେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ନାବାଳକଟିର ମୃତ୍ୟୁ ହୋଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ହତ୍ୟା ପରେ ଫେରାର ଥିବା ଅଭିଯୁକ୍ତ ବାପା ସୋହନ ସିଂଙ୍କୁ ପୋଲିସ ଗିରଫ କରିଛି। ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *