EducationFeaturedLatestNews

କଲେଜ କ୍ୟାଣ୍ଟିନ୍‌ରେ ପୁରି-ବରା ବନ୍ଦ, ରନ୍ଧନ ତେଲ ବ୍ୟବହାର କମାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର କ୍ୟାଣ୍ଟିନ୍ ଓ ହଷ୍ଟେଲରେ ଅଧିକ ତେଲିଆ ଖାଦ୍ୟ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁରି, ବରା, ଆଳୁଚପ୍ ଭଳି ଖାଦ୍ୟ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ରନ୍ଧନ ତେଲର ବ୍ୟବହାର ହ୍ରାସ କରିବାକୁ ମଧ୍ୟ କୁହାଯାଇଛି।

ବିଶ୍ୱବ୍ୟାପୀ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗୁରୁତ୍ବ ଦେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଏ ନେଇ ଚିଠି ଜାରି କରାଯାଇଛି। ଚିଠିରେ କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ କମ୍ ତେଲିଆ ଖାଦ୍ୟ ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଥାନୀୟ ତେଲ ବ୍ୟବହାରକୁ ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଇଛି। ଏଥିସହିତ ପାରମ୍ପରିକ ଘିଅ, ସୋରିଷ ଓ ବାଦାମ ତେଲ ଭଳି ସ୍ୱାସ୍ଥ୍ୟକର ତେଲ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ତେଲ ବ୍ୟବହାର କମିବା ସହ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି।