CrimeFeaturedLatestNews

ଭୁବନେଶ୍ୱର ବିମାନବନ୍ଦରରୁ ୫ କେଜି ମାରିଜୁଆନା ଜବତ, ୩ ଅଟକ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ଗଞ୍ଜେଇ ଜବତ ହୋଇଛି। DRI ପକ୍ଷରୁ ୨ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ଜବତ କରାଯାଇଛି। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ଫ୍ଲାଇଟରୁ ଏହି ମାରିଜୁଆନା ଜବତ ହୋଇଛି। ୩ ଜଣ ଯାତ୍ରୀଙ୍କଠାରୁ ୫ କେଜି ମାରିଜୁଆନା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନରେ ମାରିଜୁଆନା ଚାଲାଣ ହେଉଥିବା ନେଇ ତଦନ୍ତକାରୀ ସଂସ୍ଥାକୁ ସୂଚନା ମିଳିଥିଲା। ଏହାପରେ DRI ଟିମ୍ ପକ୍ଷରୁ ଯାଞ୍ଚ କରାଯାଇ ୩ ଜଣ ଯାତ୍ରୀଙ୍କଠାରୁ ମୋଟ ୫ କିଲୋଗ୍ରାମ ମାରିଜୁଆନା ଜବତ କରାଯାଇଥିଲା।

ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ମାମଲାରେ ୩ ଜଣ ଯାତ୍ରୀଙ୍କୁ ଅଟକ ରଖି DRI ଟିମ୍ ପଚରାଉଚରା କରୁଛି।

ମାରିଜୁଆନା କେଉଁଠାରୁ ଅଣାଯାଇଥିଲା, ଏହା ପଛରେ କୌଣସି ଚୋରା ଚାଲାଣ ରାକେଟ୍ ର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଏହା କେଉଁଠାକୁ ପଠାଯିବାର ଯୋଜନା ଥିଲା, ସେନେଇ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *