FeaturedGeneralLatest

ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ୩ ଦିନିଆ ଭାରତ ଗସ୍ତ

ମୁମ୍ବାଇ (ସଂକେତ ଟିଭି): ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଙ୍ଗଳବାର ଭାରତ ଗସ୍ତରେ ଆସି ମୁମ୍ବାଇଠାରେ ପହଞ୍ଚିଛନ୍ତି। ତାଙ୍କ ସହ ପତ୍ନୀ ଜେନେଟି ରୁବିଓ ଏବଂ ଭାରତରେ ଆମେରିକା ରାଷ୍ଟ୍ରଦୂତ ସର୍ଗେଇ ଗୋର୍ ମଧ୍ୟ ଉପସ୍ଥିତ ଅଛନ୍ତି।

ତାଙ୍କର ଏହି ଗସ୍ତ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ବିଶେଷ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଶକ୍ତି, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଅନ୍ୟତମ।

ନିଜର ଏହି ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ରୁବିଓ ତାଜ ହୋଟେଲ ଠାରେ ୨୬/୧୧ ଆକ୍ରମଣ ସ୍ମାରକୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସହ ମଧ୍ୟ ଆଲୋଚନା କରିବେ।
ବୈଦେଶିକ ସଚିବ ଭାବେ ଏହା ହେଉଛି ରୁବିଓଙ୍କ ଦ୍ୱିତୀୟ ଭାରତ ଗସ୍ତ। ଏହା ପୂର୍ବରୁ ମେ ମାସରେ ସେ ଭାରତ ଆସିଥିଲେ। ମାର୍କୋ ରୁବିଓଙ୍କ ଏହି ଯାତ୍ରା ପାକିସ୍ତାନକୁ ଅସ୍ୱସ୍ତି ଦେଇଛି। ଏହାର କାରଣ ହେଲା ଭାରତ ଏବଂ ଆମେରିକାର ସଂପର୍କକୁ ଅତି ନିକଟତର କରିବାରେ ମାର୍କୋ ରୁବିଓ ଉଦ୍ୟମ କରିଛନ୍ତି। ଅନ୍ୟପଟରେ ପାକିସ୍ତାନ ସହିତ ମାର୍କୋ ରୁବିଓଙ୍କର ସଂପର୍କ ସେତେଟା ନିକଟତର ଦେଖାଯାଉ ନାହିଁ।

ମାର୍କୋ ରୁବିଓ ୨୦୨୫ରୁ ବିଦେଶ ମନ୍ତ୍ରୀ ଅଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ଗୋଟିଏ ଥର ମଧ୍ୟ ପାକିସ୍ତାନ ଯାଇ ନାହିଁ। ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଡୋନାଲ୍ଡ ଟ୍ରମ୍ପ ପ୍ରସଂଶା କରିଛନ୍ତି।

ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ତୌକିର ହୁସେନ ଦୈନିକ ‘ଡନ୍’ରେ ଲେଖିଥିବା ଏକ ଲେଖାରେ କହିଛନ୍ତି, ଟ୍ରମ୍ପଙ୍କ ବୟାନ ଏବଂ ବ୍ୟକ୍ତି କେନ୍ଦ୍ରିତ ବିଦେଶ ନୀତିରୁ ପାତରଅନ୍ତର ବିଦେଶ ନୀତି କାମ କରୁଛି। ଏହାର ନେତୃତ୍ୱ ଚୀନର ବିରୋଧୀ ଏବଂ ଭାରତ ସମର୍ଥକ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କରୁଛନ୍ତି।

ତୌକିର ହୁସେନ ଦାବି କରିଛନ୍ତି ଯେ, ମାର୍କୋ ରୁବିଓ ସମ୍ଭବତଃ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ କଟକଣା ଲଗାଉଛନ୍ତି। ଏହି କାରଣରୁ ମାର୍କୋ ରୁବିଓ ଏବଂ ତାଙ୍କର ଉପବିଦେଶ ମନ୍ତ୍ରୀ ପାକିସ୍ତାନ ଆସୁ ନାହାନ୍ତି।
ତୌକିର ହୁସେନ କହିଛନ୍ତି, ମାର୍କୋ ରୁବିଓ ପାକିସ୍ତାନ ଠାରୁ ରଣନୀତିକ ସଂପର୍କ ବୟାନ ବହୁତ ଦେଉଛନ୍ତି। କିନ୍ତୁ ଦେଖିବାକୁ ଗଲେ ସେ କିଛି କରି ନାହାନ୍ତି। ପୂର୍ବତନ ରାଷ୍ଟ୍ରଦୂତ କହିଛନ୍ତି, ଟ୍ରମ୍ପଙ୍କ ଦୁଇମୁହାଁ ନୀତି ଚାଲିଛି। ପାକିସ୍ତାନ ଏବଂ ଭାରତ ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରୁଛି।

ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ ବେସେଣ୍ଟ ଏକ ସାକ୍ଷାତକାରରେ କହିଥିଲେ, ଚୀନ ଏକ ଅପ୍ରତ୍ୟାଶିତ ରାଷ୍ଟ୍ରୀୟ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *