FeaturedLatestNews

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସପ୍ତାହେ ଘୁଞ୍ଚିଲା

ଭୁବନେଶ୍ୱର (ସଂକେତ ଟିଭି): ସମ୍ଭାବ୍ୟ ବାତ୍ୟା ଆଶଙ୍କା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସପ୍ତାହେ ଘୁଞ୍ଚିଛି। ଆସନ୍ତା ୨୮ ଓ ୨୯ ତାରିଖ ପରିବର୍ତ୍ତେ ନଭେମ୍ବର ୪ ଓ ୫ ତାରିଖରେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ଜାରି ଚିଠିରେ ଏହି ସୂଚନା ଦିଆଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ଓଡ଼ିଶାର ରାଇରଙ୍ଗପୁର ଗସ୍ତକୁ ନଭେମ୍ବର ୪ ଓ ୫ ତାରିଖକୁ ଘୁଞ୍ଚାଯାଇଛି। ଗସ୍ତର ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଜାରି ହୋଇଥିବା ଚିଠିରେ ନଭେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶାର ରାଇରଙ୍ଗପୁର ଏବଂ ପଶ୍ଚିମବଙ୍ଗର କଲାଇକୁଣ୍ଡା ଗସ୍ତ ପରିପ୍ରେକ୍ଷୀରେ ରାସ୍ତା ଯାତ୍ରାର ସମୟ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦିଆଯାଇଛି।

ନଭେମ୍ବର ୪ ତାରିଖରେ ଦାଣ୍ଡବୋଷ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ବହଳଦା ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର, ମାହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁର ସ୍ଥିତ ରାଷ୍ଟ୍ରପତିଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ ହୋମକୁ ଯିବେ।

ନଭେମ୍ବର ୫ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିକାଶ ନଗର ଏବଂ ଗୋରୁମହିଷାଣୀ ଆଇରନ୍ କଲେଜ ସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସମେତ ଟାଉନ୍ ହଲ୍ ଗସ୍ତର କାର୍ଯ୍ୟସୂଚୀ ରହିଛି।

Leave a Reply

Your email address will not be published. Required fields are marked *