FeaturedLatestNewsPolitics

ଗଞ୍ଜାମ ବନ୍ୟାରେ ଜିରୋ କାଜୁଏଲିଟି ଦାବି, ଅନୁ ଗର୍ଗଙ୍କ ପ୍ରେସମିଟ୍‌କୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ଗଞ୍ଜାମ ବନ୍ୟା ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଲା ବିଜେଡି। ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌ ନେଇ ବର୍ଷିଛି ବିରୋଧୀ ଦଳ।

ପ୍ରେସମିଟ କରି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଏବଂ କହିଛନ୍ତି ଯେ, ବାତ୍ୟା ସମୟରେ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିଥିବା କହି ସରକାର ନିଜ ପିଠି ନିଜେ ଥାପୁଡ଼ାଉଛନ୍ତି। ହେଲେ ବାତ୍ୟା ପରବର୍ତ୍ତୀ ବନ୍ୟା ମୁକାବିଲା ପାଇଁ ସରକାରଙ୍କର କୌଣସି ପ୍ରସ୍ତୁତି ନଥିଲା। ସରକାରଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛି ବିଜେଡି। ଡ୍ୟାମର ଜଘଙ ଠିକ୍ ଭାବେ ପାଳନ ହୋଇନାହିଁ। ଏହି ଅବହେଳା ପାଇଁ ପ୍ରଥମେ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।

ସେହିପରି ବିରୋଧୀ ଦଳ ନେତାଙ୍କ ଚିଠି ପରେ ସରକାରଙ୍କୁ ସୁରକ୍ଷା ଦେବାକୁ ମୁଖ୍ୟ ଶାସନ ସଚିବ ପ୍ରେସ ମିଟ୍ କରିଥିବା ଅଭିଯୋଗ ଆଣିଛି ବିଜେଡି। ଏପରିକି ଏତେ ବଡ଼ ବିପର୍ଯ୍ୟୟ ସତ୍ତ୍ୱେ ମୁଖ୍ୟ ଶାସନ ସଚିବ ଏଯାଏଁ ଗଞ୍ଜାମ ଗସ୍ତରେ ଯାଇନଥିବା ପ୍ରଶ୍ନ ଉଠାଇଛି ଦଳ। ନିଜ ଅପାରଗତା ଲୁଚାଇବାକୁ ସରକାର ଏଭଳି ପ୍ରୟାସ କରୁଥିବା କହିଛି ବିଜେଡି।

Leave a Reply

Your email address will not be published. Required fields are marked *