FeaturedLatestNews

ବାତ୍ୟା ଭୟ: ନଭେମ୍ବର ୧୫ ସୁଦ୍ଧା ଅବପାତ

ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଆସୁଥିବାର ଆଶଙ୍କା ଦେଖାଦେଇଛି। ଏନେଇ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି।

ତାଙ୍କ ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୩ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ବଳୟ ସୃଷ୍ଟି ହେବ। ଏହି ସିଷ୍ଟମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଚଳିତ ସପ୍ତାହ ଶେଷ ସୁଦ୍ଧା ଅଧିକ ଶକ୍ତିଶାଳୀ ହେବ। ଏହା ନଭେମ୍ବର ୧୪ ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।

ନଭେମ୍ବର ୧୫ ବେଳକୁ ଏହା ଅବପାତ ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଜାସନ ଆକଳନ କରିଛନ୍ତି।

ଆସନ୍ତା ସପ୍ତାହରେ ଏହି ସିଷ୍ଟମ ଯୋଗୁଁ ସ୍ଥଳଭାଗରେ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ସତର୍କ ରହିବାକୁ ଏବଂ ପରିସ୍ଥିତି ଉପରେ ନଜର ରଖିବାକୁ ଜାସନ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *