FeaturedGeneralLatest

କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି: ଯୁଗେ ଯୁଗୀନ ଭାରତ ସଂଗ୍ରହାଳୟ ପାଇଁ ୩,୨୩୦ କୋଟି ମଞ୍ଜୁର

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ବଡ଼ ନିଷ୍ପତ୍ତି ହେଉଛି ନର୍ଥ ଏବଂ ସାଉଥ ବ୍ଲକର କୋଠାଗୁଡ଼ିକର ଉପଯୁକ୍ତ ବ୍ୟବହାର କରି ଗ୍ଧଯୁଗେ ଯୁଗୀନ ଭାରତ ସଂଗ୍ରହାଳୟଗ୍ଦର ବିକାଶ ପାଇଁ ୩,୨୩୦ କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି। ଏହା ଜରିଆରେ ଭାରତର ସାଂସ୍କୃତିକ କୈବତ୍ୟକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯିବ।

ଦ୍ୱିତୀୟ ନିଷ୍ପତ୍ତିରେ ମନ୍ତ୍ରିମଣ୍ଡଳ ନୋଏଡ଼ାର ସେକ୍ଟର-୫୧ ରୁ ଗ୍ରେଟର ନୋଏଡ଼ାର ସେକ୍ଟର-୪ ପର୍ଯ୍ୟନ୍ତ ୨,୩୯୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୮.୫ କିଲୋମିଟର ଲମ୍ବା ମେଟ୍ରୋ ରେଳ ପ୍ରକଳ୍ପର ପ୍ରସାରକୁ ମଞ୍ଜୁରୀ ପ୍ରଦାନ କରିଛି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ତୃତୀୟ ନିଷ୍ପତ୍ତି କୃଷକମାନଙ୍କ କଲ୍ୟାଣ ନିମନ୍ତେ ନିଆଯାଇଛି, ଯେଉଁଥିରେ ରବି ସିଜିନରେ ସାର (ଫର୍ଟିଲାଇଜର୍) ସବ୍ସିଡି ପାଇଁ ୬୨,୩୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଚତୁର୍ଥ ନିଷ୍ପତ୍ତିରେ ମନ୍ତ୍ରିମଣ୍ଡଳ ମୁଦ୍ରା ଯୋଜନା ଅଧୀନରେ ଅତି କ୍ଷୁଦ୍ର ଏକକ ଗୁଡ଼ିକ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ପାଣ୍ଠିକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ ଦେଇଛି, ଯେଉଁଥିପାଇଁ ସରକାର ୫,୦୦୦ କୋଟି ଟଙ୍କାର ପାଣ୍ଠିକୁ ଅନୁମୋଦନ କରିଛନ୍ତି।

ପଞ୍ଚମ ନିଷ୍ପତ୍ତିରେ ଷ୍ଟାଣ୍ଡ-ଅପ ଇଣ୍ଡିଆ ଯୋଜନା ମାଧ୍ୟମରେ ଯେଉଁ ଏସସି-ଏସଟି ଏବଂ ମହିଳାମାନେ ଉଦ୍ୟମୀ ହେବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ୪,୧୧୧ କୋଟି ଟଙ୍କାର କ୍ରେଡିଟ ଗ୍ୟାରେଣ୍ଟି ପାଣ୍ଠିକୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।

ବୁଧବାର ଦିନ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ସୂଚନା ସାମ୍ନା ଖୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଗ୍ଧଯୁଗେ ଯୁଗୀନ ଭାରତ ମ୍ୟୁଜିୟମ, ନର୍ଥ ଏବଂ ସାଉଥ ବ୍ଲକରେ ଯେଉଁ ସ୍ଥାନଗୁଡ଼ିକ ଖାଲି ହୋଇଯାଇଛି ଏବଂ କର୍ତ୍ତବ୍ୟ ଭବନ କିମ୍ବା ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇସାରିଛି, ସେଠାରେ ଭାରତର ପରମ୍ପରା ଏବଂ ସଂସ୍କୃତିକୁ ନେଇ ସମଗ୍ର ଦେଶର ଯେଉଁ ସଭ୍ୟତାଗତ ଯାତ୍ରା ରହିଛି, ତାହାକୁ ଏକ ସୁନ୍ଦର ଉପାୟରେ ପ୍ରଦର୍ଶିତ କରାଯିବ।ଗ୍ଦ

ସେ ଆହୁରି ମଧ୍ୟ କହିଛନ୍ତି, ଗ୍ଧଯଦି ଆମେ ବିଶ୍ୱର ସବୁଠାରୁ ବଡ଼ ସଂଗ୍ରହାଳୟଗୁଡ଼ିକର ତୁଳନା କରିବା, ତେବେ ସେଥିରେ ସବୁଠାରୁ ବଡ଼ ହେଉଛି ଲୁଭର୍ ମ୍ୟୁଜିୟମ ଯାହାକି ୭୩,୦୦୦ ବର୍ଗ ମିଟର ଅଞ୍ଚଳରେ ବିସ୍ତାରିତ। ଦ୍ୱିତୀୟଟି ହେଉଛି ବ୍ରିଟିଶ ମ୍ୟୁଜିୟମ, ଯାହା ୭୦ ହଜାର ବର୍ଗ ମିଟର ଏବଂ ହର୍ମିଟେଜ ୬୬,୮୦୦ ବର୍ଗ ମିଟର ଅଞ୍ଚଳରେ ବିସ୍ତାରିତ, କିନ୍ତୁ ଭାରତରେ ଯେଉଁ ଗ୍ଧଯୁଗେ ଯୁଗୀନଗ୍ଦ ସଂଗ୍ରହାଳୟ ନିର୍ମାଣ ହେବାକୁ ଯାଉଛି, ତାହା ୧ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *