FeaturedLatestNewsPolitics

ହାଇକୋର୍ଟରୁ କଳିକେଶ ସିଂ ଦେଓଙ୍କୁ ଝଟକା: ନିର୍ବାଚନୀ ମାମଲା ରଦ୍ଦ ଆବେଦନ ଖାରଜ

କଟକ(ସଂକେତ ଟିଭି): ବିଧାୟକ କଳିକେଶ ସିଂ ଦେଓଙ୍କୁ ହାଇକୋର୍ଟରୁ ବଡ଼ ଝଟକା ମିଳିଛି। ତାଙ୍କ ବିରୋଧରେ ଦାୟର ହୋଇଥିବା ନିର୍ବାଚନୀ ମାମଲାକୁ ରଦ୍ଦ କରିବା ପାଇଁ କଳିକେଶ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ତାଙ୍କ ନିର୍ବାଚନକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ଆଗକୁ ବଢ଼ିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, କଳିକେଶ ସିଂ ଦେଓଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ଦାବିରେ ପରାଜିତ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ହାଇକୋର୍ଟରେ ଏକ ନିର୍ବାଚନୀ ମାମଲା ଦାୟର କରିଥିଲେ। ଏହି ମାମଲାକୁ ଖାରଜ କରିବା ପାଇଁ କଳିକେଶଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଉକ୍ତ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ଏହାସହ ଆସନ୍ତା ୪ ତାରିଖରେ ଉଭୟ ପକ୍ଷଙ୍କୁ ସେମାନଙ୍କ ସାକ୍ଷୀ ତାଲିକା ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀ ତାଲିକା ଦାଖଲ ପରେ ମୂଳ ନିର୍ବାଚନୀ ମାମଲାର ଶୁଣାଣି ବିଧିବଦ୍ଧ ଭାବରେ ଆରମ୍ଭ ହେବ।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ କଳିକେଶ ସିଂ ଦେଓଙ୍କ ନିର୍ବାଚନକୁ ନେଇ ରୁଜୁ ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *