FeaturedGeneralLatestPolitics

ସୀମା ନିର୍ଦ୍ଧାରଣ ଆଳରେ କ୍ଷମତା ହତାଇବାକୁ ଷଡଯନ୍ତ୍ର କରୁଛି ବିଜେପି : ବିରୋଧୀ ଦଳ

ନୂଆଦିଲ୍ଲୀ(ସଂକେତ ଟିଭି): ନଭେମ୍ବର ୩୦ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ ମହିଳା ସଂରକ୍ଷଣକୁ ଆଳ କରି ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ଏଜେଣ୍ଡା ଆଗକୁ ବଢ଼ାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ।

କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି। ସେ କହିଛନ୍ତି ଯେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ୨୦୨୩ରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲେ ମଧ୍ୟ ଏହାକୁ ତିନି ବର୍ଷରୁ ଅଧିକ ସମୟ ଶୀତଳଭଣ୍ଡାରରେ ରଖାଯାଇଛି। ତେଣୁ ସ୍ୱତନ୍ତ୍ର ଅଧିବେଶନ ମହିଳା ସଂରକ୍ଷଣ ପାଇଁ ନୁହେଁ, ବରଂ ସୀମା ନିର୍ଦ୍ଧାରଣ ପାଇଁ ଡକାଯାଇଛି।

ରମେଶ ସୀମା ନିର୍ଦ୍ଧାରଣରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ତିନୋଟି ଦାବି ରଖିଛି-ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଲୋକସଭାର ମୋଟ ଆସନ ସଂଖ୍ୟା ଓ ରାଜ୍ୟୱାରୀ ବଣ୍ଟନ ଅପରିବର୍ତ୍ତିତ ରଖାଯାଉ ଏବଂ ୨୦୨୯ ନିର୍ବାଚନରୁ ମହିଳା ସଂରକ୍ଷଣ ଲାଗୁ କରାଯାଉ।

ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ପଦକ୍ଷେପକୁ ବିଜେପିର ରାଜନୀତିରେ ‘ସବୁଠୁ ବଡ଼ ଭୁଲ୍’ ବୋଲି କହିଛନ୍ତି। କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଏହି ପ୍ରସ୍ତାବକୁ ଡିଏମକେ ଓ ଏନସିପି (ଏସପି) ସମର୍ଥନ କରିବା ନେଇ ଚର୍ଚ୍ଚା ହେଉଥିବାରୁ ଉଭୟ ଦଳକୁ କଟାକ୍ଷ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଘୋଷଣା କରିଛନ୍ତି ଯେ, ନଭେମ୍ବର ୩୦ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ସରକାର ଅନୁମତି ମାଗିଛନ୍ତି। ଏଥିରେ ସୀମା ନିର୍ଦ୍ଧାରଣ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ମୁଖ୍ୟ ପ୍ରସଙ୍ଗ ହୋଇପାରେ।

Leave a Reply

Your email address will not be published. Required fields are marked *