FeaturedLatestNews

ରାଜସ୍ୱ ବିଭାଗରେ ବଡ଼ ଅଦଳବଦଳ: ୧୪ ଜଣ ଓଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର (ସଂକେତ ଟିଭି): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍) କ (କନିଷ୍ଠ ଶାଖା) ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି। ବିଭାଗୀୟ ଚିଠି ନଂ ୧୨୬୭୮/୨୦୨୬ ଅନୁସାରେ ଏହି ରଦବଦଳ କରାଯାଇଛି।

ଏହି ବଦଳି ପ୍ରକ୍ରିୟାରେ ମୟୂରଭଞ୍ଜ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କୁ ମୟୂରଭଞ୍ଜ ଡେପୁଟି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଭବାନୀ ପ୍ରସାଦ ସାହୁଙ୍କୁ ରାଇରଙ୍ଗପୁର ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି। ନୂଆପଡ଼ା ଡେପୁଟି ଜିଲ୍ଲାପାଳ ଜନ୍ମେଜୟ ବେହେରାଙ୍କୁ ସମ୍ବଲପୁର ଏସ୍‌ଏମ୍‌ସିର ଡେପୁଟି ଆୟୁକ୍ତ ଭାବେ ବଦଳି କରାଯାଇଛି।

ଅନ୍ୟାନ୍ୟ ବଦଳି ମଧ୍ୟରେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ସତ୍ୟବ୍ରତ ସାହୁଙ୍କୁ ଚମ୍ପୁଆ ତହସିଲଦାର, ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଦେବାଶିଷ ଜେନାଙ୍କୁ ମାଲକାନଗିରି ତହସିଲଦାର ଏବଂ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଶୁଭମ୍‌ ଦାସଙ୍କୁ ମୟୂରଭଞ୍ଜ ମୋରାଦା ତହସିଲଦାର ଭାବେ ବଦଳି କରାଯାଇଛି।

ସେହିଭଳି ନବରଙ୍ଗପୁର ଡେପୁଟି ଜିଲ୍ଲାପାଳ ମନମୋହନ ସାହୁଙ୍କୁ ନବରଙ୍ଗପୁର ରାଇଘର ତହସିଲଦାର, ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟର ଏଲ୍‌ଆର୍‌ଓ ଦେବାଷିଷ ସେଠୀଙ୍କୁ ପୁରୀ ବ୍ରହ୍ମଗିରି ତହସିଲଦାର ଏବଂ ପୁରୀ ଡେପୁଟି ଜିଲ୍ଲାପାଳ ସହଦେବ ସାହୁଙ୍କୁ ପୁରୀ କୃଷ୍ଣପ୍ରସାଦ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି।

ଜଗତସିଂହପୁର ଡେପୁଟି ଜିଲ୍ଲାପାଳ ସୁଦର୍ଶନ ଗୁରୁଙ୍କୁ ଭଦ୍ରକ ଡିଏସ୍‌ଆର୍ ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ବର ବାଲିଆପାଳ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ମୟୂରଭଞ୍ଜ କରଞ୍ଜିଆ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। କେଉଁଝର ଡେପୁଟି ଜିଲ୍ଲାପାଳ ରୂପାଲୀ ହାଂସଦାଙ୍କୁ ମଧ୍ୟ କରଞ୍ଜିଆ ତହସିଲଦାର ଭାବେ ବଦଳି କରାଯାଇଛି।

ଶେଷରେ, ‘ମୋ ସ୍କୁଲ’ ଅଧ୍ୟକ୍ଷଙ୍କ ଓଏସ୍‌ଡି (ଓୟୁଟି ବିଞ୍ଝାରପୁର ତହସିଲଦାର)ଙ୍କୁ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ପୌର ପରିଷଦର ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।