CrimeFeaturedLatestNews

ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀଙ୍କ ଆତ୍ମହତ୍ୟା

ଭଦ୍ରକ (ସଂକେତ ଟିଭି): ପାରିବାରିକ କଳହର କରୁଣ ପରିସ୍ଥିତି ସୃଷ୍ଟି ହୋଇଛି ଭଦ୍ରକ ସହରର ପୁରୁଣା ବଜାର ଥାନା ଅନ୍ତର୍ଗତ ନଙ୍ଗା ମହଲାରେ । ଏଠାରେ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବାର ଅଭାବନୀୟ ଘଟଣା ଘଟିଛି ।

ମୃତକ ହେଲେ ସେକ ମୁସ୍ତଫା ରାଜା (ସ୍ୱାମୀ) ଓ ତାଙ୍କ ସ୍ତ୍ରୀ ସୋନୁ ବିବି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ ବିବାଦ ହୋଇଥିଲା । ଏହି କଳହର ପରିଣତିରେ ସେକ ମୁସ୍ତଫା ରାଜା ପ୍ରଥମେ ଏକ ଧାରୁଆ ଅସ୍ତ୍ର ବ୍ୟବହାର କରି ନିଜ ସ୍ତ୍ରୀ ସୋନୁ ବିବିଙ୍କୁ ହତ୍ୟା କରିଥିଲେ ।

ପରେ, ସେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏଭଳି ଦୁଇଟି ମୃତ୍ୟୁର ଖବର ପାଇ ଘଟଣାସ୍ଥଳରେ ପୁରୁଣା ବଜାର ଥାନାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହଦ୍ଵୟକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।