CrimeFeaturedLatest

ଛୁରୀରେ ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

ବାରିପଦା (ସଂକେତ୍ ଟିଭି): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡ଼ିହା ଛକରେ ଏକ ଅଘଟଣ ଘଟିଛି। ସ୍ୱାମୀ ଏକ ଧାରୁଆ ଛୁରୀରେ ସ୍ତ୍ରୀର ବେକ କାଟିଦେଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ, ଶୁଳିଆପଦା ଥାନା ଗଉଡୁଣୀଡୁବା ଗାଁର ୪୫ ବର୍ଷୀୟ କାଟିଆ ନାଏକ ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତି ନାଏକ। ବାଗଡ଼ିହା ଛକରେ ବସି ସ୍ୱାମୀ-ସ୍ତ୍ରୀ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ୍ କାଟିଆ ରାଗିଯାଇ ଏକ ଧାରୁଆ ଛୁରୀରେ ସ୍ତ୍ରୀର ବେକକୁ କାଟି ଦେଇଥିଲା।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁକାନ୍ତି ଚିତ୍କାର କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ଦୌଡ଼ି ଆସି ତାଙ୍କ ରକ୍ତସ୍ରାବ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଯେଉଁଠାରୁ ରକ୍ତ ବାହାରୁଥିଲା, ସେହି ସ୍ଥାନରେ ଏକ କପଡ଼ା ବାନ୍ଧିଥିଲେ। ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁକାନ୍ତିଙ୍କର ମୃତ୍ୟୁ ହୋଇଯାଇଛି। ବେକରେ ଗଭୀର ଆଘାତ ବାଜିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।